Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ-ଜର୍ମାନୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଜର୍ମାନୀ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ ଅନୁମୋଦନ କରିଛନ୍ତି । ଏହି ବୁଝାମଣାର ଶୀର୍ଷକ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଜର୍ମାନୀ ମଧ୍ୟରେ ମିଳିତ ଉଦ୍ଦେଶ୍ୟ ଘୋଷଣାନାମାଅଟେ । ମିଳିତ ଘୋଷଣା ଦ୍ୱାରା ଭାରତ ଏବଂ ଜର୍ମାନୀ ମଧ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ  ପ୍ରଭାବୀ ବିକାଶ ହୋଇପାରିବ ।

ଦ୍ଦେଶ୍ୟର ମିଳିତ ଘୋଷଣାନାମା ରୂପରେ ବୁଝାମଣା ଭାରତ ଏବଂ ଜର୍ମାନୀ ମଧ୍ୟରେ ବେସାମରିକ ବିମାନ ଚଳାଚଳ ସମ୍ପର୍କ କ୍ଷେତ୍ରରେ ଐତିହାସିକ ଅଟେ ଏବଂ ଏଥିରେ ଉଭୟ ଦେଶ ମଧ୍ୟରେ ଅଧିକ ବ୍ୟବସାୟ, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହନ ଦେବାର କ୍ଷମତା ରହିଛି ।

ଉଭୟ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଜ୍ଞାନ ତଥା ଅଭିଜ୍ଞତାର ଆଦାନପ୍ରଦାନ କରିବା ଲାଗି ଉଦ୍ଦେଶ୍ୟର ମିଳିତ ଘୋଷଣାନାମା ମାଧ୍ୟମରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ବିକଶିତ କରିବାର ଇଚ୍ଛା ବ୍ୟକ୍ତ କରାଯାଇଛି । ଉଦ୍ଦେଶ୍ୟର ମିଳିତ ଘୋଷଣାନାମାର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନଲିଖିତ କ୍ଷେତ୍ରରେ ଆପୋସ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ସହଯୋଗ କରିବା ।

(1) ବିମାନ ଚଳାଚଳ ସୁରକ୍ଷା ଏବଂ ଏଆର ଟ୍ରାଫିକ ପରିଚାଳନା

ସେମିନାର, ଗୋଷ୍ଠୀ, ପରସ୍ପରର ଦେଶକୁ ଯାତ୍ରା ଏବଂ ଅନ୍ୟ ବିଚାର ସହିତ ବିମାନ ସୁରକ୍ଷା ଗତିବିଧି ଏବଂ ସୁରକ୍ଷା ନିରୀକ୍ଷଣ ସହ ସମ୍ବନ୍ଧୀୟ ସୂଚନା ଏବଂ ଶ୍ରେଷ୍ଠ ବ୍ୟବହାର ଆଦାନପ୍ରଦାନ କରିବା ।

(2) ହେଲିପୋର୍ଟ ଏବଂ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା (ଏଚଇଏମଏସ)

ହେଲିପୋର୍ଟ ଏବଂ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା ସମ୍ବନ୍ଧୀୟ ସୂଚନା ଏବଂ ଶ୍ରେଷ୍ଠ ପ୍ରଚଳନ ଆଦାନପ୍ରଦାନ କରିବା ।

(3) ନିୟମ ଏବଂ ନୀତି ପ୍ରଣୟନ

ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ବିଷୟ ଉପରେ ଆଇସିଏଓରେ ସହଯୋଗ ଜାରି ରଖିବା ।

(4)  କର୍ପୋରେଟ ଏବଂ ବ୍ୟବସାୟିକ ବିମାନ ଚଳାଚଳ ବିକାଶ

ବ୍ୟବସାୟ ଏବଂ ଅଣ ବାଣିଜ୍ୟିକ ବିମାନ ଚଳାଚଳ ଲାଗି ସୁବିଧା ଉପରେ ସୂଚନା ବିନିମୟ ।

(5) ପରିବେଶ

(କ) ନିରନ୍ତର ଏବଂ ପରିବେଶ ଅନୁକୂଳ ଏରୋଡ୍ରମର ବିକାଶ ଏବଂ ନିୟୋଜନ ଉପରେ ଫୋକସ ସହିତ ଏରୋଡ୍ରମଗୁଡ଼ିକର ସରକାରୀ ଅନୁଧ୍ୟାନ ସମ୍ବନ୍ଧୀୟ ଅଭିଜ୍ଞତା ଆଦାନପ୍ରଦାନ କରିବା ।

(ଖ) ଅନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ଘରୋଇ ତଥା ଅନ୍ତର୍ଜାତୀୟ ଉଭୟ ସ୍ତର ସହ ଜଡ଼ିତ ଗ୍ରୀନ ହାଉସ ଗ୍ୟାସ (ଜିଏଚଜି) ନିର୍ଗମନର ସମାଧାନ କରିବା ।

(୬) ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ

ବୈଷୟିକ ଏବଂ ଅଣ-ବୈଷୟିକ ସହଯୋଗ ଏବଂ ପ୍ରଶିକ୍ଷଣ ବିଶେଷ କରି ବିମାନ ଚଳାଚଳ ସୁରକ୍ଷା ଅନୁଧ୍ୟାନରେ ଭାଗିଦାରୀର ସମ୍ଭାବନା ଖୋଜିବା ।

 

**********