Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଖୁଚାଷୀଙ୍କ ସହ ଆସନ୍ତାକାଲି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁନ 29, 2018) ଲୋକ କଲ୍ୟାଣ ମାର୍ଗଠାରେ ଆଖୁଚାଷୀମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କୁ ଭେଟି ସେମାନଙ୍କ ସହ ବିସ୍ତୃତ ଭାବେ ମତ ବିନିମୟ କରିବେ ପ୍ରତିନିଧି ଦଳରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର ଓ କର୍ଣ୍ଣାଟକର 150 ଜଣ ଆଖୁଚାଷୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

ଆଖୁଚାଷୀମାନଙ୍କ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଏବଂ ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ନେଇ ମତବିନିମୟ ହେବ । ବିଶେଷଭାବେ ଆଖୁ କ୍ଷେତ୍ରର ବିକାଶ ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି ।

**********