ପିଏମଇଣ୍ଡିଆ
ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବେଳ ଥାଉ ଥାଉ ବୁଦ୍ଧିମାନର ପଦକ୍ଷେପ ଉଠାଇଛନ୍ତି ଆଉ ଜୀବନର ପ୍ରତ୍ୟେକ ଆହ୍ୱାନ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରିଛନ୍ତି । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଆଜି ଯେଉଁ କଥା କହିବେ ତାହା ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବ । ଆମେ ସମସ୍ତେ ଜାଣିଛେ, କି ଜୀବନରେ ଗୋଟିଏ କଥା ହେଉଛି ବହୁତ ନିଶ୍ଚିତ ଆଉ ତାହା ହେଉଛି ଜୀବନର ଅନିଶ୍ଚିତତା । ଆମ ଭିତରୁ କେହି ଜାଣି ନାହାଁନ୍ତି କି ଆସନ୍ତାକାଲି, ଭବିଷ୍ୟତର ସମୟ ଆମ ଜୀବନରେ କ’ଣ ନେଇ କରି ଆସିବ ।
ଜନ ସୁରକ୍ଷା ଯୋଜନା ଗୁଡ଼ିକ ଜୀବନର ଅନିଶ୍ଚିତତା ଏବଂ ପରିସ୍ଥିତି ଗୁଡ଼ିକ ସହିତ ମୁକାବିଲା କରିବାରେ ଏବଂ ମୁକାବିଲା କରି ଜୀତିବା ପାଇଁ ସାହସ ଦେଇଥାଏ । ଆଉ ଏହି ସାହସ ଏବେ ଦେଶର କୋଟି କୋଟି ଲୋକଙ୍କ ପାଖରେ ପହଂଚିଛି । ସେ ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ହେଉ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ହେଉ, ଅଟଳ ପେନସନ୍ ଯୋଜନା ହେଉ ଅବା ପ୍ରଧାନମନ୍ତ୍ରୀ ବୟ-ବନ୍ଦନା ଯୋଜନା ହେଉ ।
ଜନ ସୁରକ୍ଷା ଯୋଜନା ଗୁଡ଼ିକ ସାଧାରଣ ଜନତାଙ୍କୁ ଆଉ ବିଶେଷ କରି ଆର୍ଥିକ ଦିଗରୁ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛି । ଯାହା ଦ୍ୱାରା ବିପଦ ସମୟରେ ସେମାନେ ଦୃଢ଼ତାର ସହିତ ଠିଆ ହୋଇ ପାରିବେ, ଜୀବନରେ ହାରି ଯିବେନାହିଁ । ଯେତେବେଳେ ଆମ ସରକାର ଗଠନ ହେଲା, ଆମେ ସରକାରରେ ଆସିଲୁ ତ ଆର୍ଥିକ ସହାୟତା ତ’ ଦୂରର କଥା, ଗରିବଙ୍କ ପାଖରେ ନିଜର ବ୍ୟାଙ୍କ ଖାତା ମଧ୍ୟ ନ ଥିଲା ।
ଆମେ ତିନୋଟି କଥା ଉପରେ ଗରୁତ୍ୱ ଦେଲୁ – ଦଳିତ, ପୀଡ଼ିତ, ବଂଚିତ, ଆଦିବାସୀ, ମହିଳା, ଏହି ସମସ୍ତଙ୍କୁ ସଶକ୍ତ କରିବା ପାଇଁ ବ୍ୟାଙ୍କିଙ୍ଗ ସୁବିଧାରୁ ବଂଚିତ ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା ପହଂଚାଇବା । କ୍ଷୁଦ୍ର ଉଦ୍ୟୋଗ ଆଉ ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ଏବଂ ଆର୍ଥିକ ଦିଗରୁ ଅସୁରକ୍ଷିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଅର୍ଥାତ୍ ବ୍ୟାଙ୍କ ଠାରୁ ଦୂରରେ ଥିବା ଲୋକଙ୍କୁ ବ୍ୟାଙ୍କ ପାଖରେ ପହଂଚାଇବା, ପାଣ୍ଠି ନ ଥିବା ଲୋକଙ୍କୁ ପାଣ୍ଠି ଯୋଗାଇ ଦେବା ଏବଂ ଆର୍ଥିକ ଦିଗରୁ ଅସୁରକ୍ଷିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ।
ଆଉ ଆପଣ ସମସ୍ତେ ଏହା ଜାଣି ବହୁତ ଖୁସି ହେବେ କି ବିଶ୍ୱ ବ୍ୟାଙ୍କର Fintax ରିପୋର୍ଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ହେଉଛି ଏକ ସଫଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ, ଯେଉଁଥିରେ ତିନି ବର୍ଷରେ 2014 ରୁ 2017 ସମୟ ସୀମା ମଧ୍ୟରେ 28 କୋଟି ନୂତନ ବ୍ୟାଙ୍କ ଖାତା ଖୋଲା ଯାଇଥିଲା । ଏହି ସଂଖ୍ୟା ଏହି ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ବିଶ୍ୱରେ ଖୋଲା ଯାଇଥିବା ସମସ୍ତ ନୂତନ ବ୍ୟାଙ୍କ ଖାତାର ହେଉଛି 55 ପ୍ରତିଶତ – ଅଧାରୁ ଅଧିକ । ଆଗରୁ ଆମର ଏଠି ଗୋଟିଏ ପୁରୁଣା ଲୋକକଥା ଥିଲା – ଏକ ବାଜୁ ରାମ୍, ଏକ୍ ବାଜୁ ଗାଁଓ, ଅର୍ଥାତ୍ ଗୋଟିଏ ପଟରେ ହିନ୍ଦୁସ୍ଥାନ ଆଉ ଅନ୍ୟ ପଟରେ ସଂପୂର୍ଣ୍ଣ ବିଶ୍ୱ ।
ଏହା ବ୍ୟତୀତ ରିପୋର୍ଟରେ ଏହା ମଧ୍ୟ କୁହା ଯାଇଛି କି ବ୍ୟାଙ୍କ ଖାତା ଖୋଲୁଥିବା ଲୋକଙ୍କ ସଂଖ୍ୟା 2014ରେ, ଅର୍ଥାତ୍ ଆମ ସରକାର ପ୍ରତିଷ୍ଠା ହେବା ପୂର୍ବରୁ ପାଖାପାଖି 50-52ପ୍ରତିଶତ ଥିଲା । ତାହା ଏହି ତିନି ବର୍ଷରେ 80 ପ୍ରତିଶତକୁ ଅତିକ୍ରମ କରି ସାରିଛି । ଆଉ ବିଶେଷ କରି ମହିଳାମାନଙ୍କର ବ୍ୟାଙ୍କ ଖାତାରେ ବୃଦ୍ଧି ହୋଇଛି । ବର୍ଷ ବର୍ଷ ଧରି ଆମର ଏଠି କଥା ହୋଇ ଆସୁଥିଲେ କି ଭିନ୍ନ ଭିନ୍ନ ଦେଶରେ ସାମାଜିକ ସୁରକ୍ଷାର ବ୍ୟବସ୍ଥା ଅଛି, କିନ୍ତୁ ଭାରତରେ ନାହିଁ ।
ଯେତେବେଳେ ଆମେ ସରକାର ଗଠନ କରି କ୍ଷମତାକୁ ଆସିଲୁ ତ ପରିସ୍ଥିତି କିଛି ଏପରି ହିଁ ଥିଲା । ଦେଶର ସାଧାରଣ ଲୋକ ସାମାଜିକ ସୁରକ୍ଷାରୁ ବଂଚିତ ଥିଲା । ଏହି କଥା ଠିକ୍ ଥିଲା କି ଭାରତରେ ପରମ୍ପରାଗତ ଭାବେ ସଂଯୁକ୍ତ ପରିବାରର ବ୍ୟବସ୍ଥା ଥିଲା । ଗୋଟିଏ ଗୋଟିଏ ପରିବାରରେ 20-20, 25-25, 30-30 ଲୋକ ଏକାଠି ରହୁଥିଲେ, ତ ସୁରକ୍ଷାର ସାମାଜିକ ବ୍ୟବସ୍ଥା ଥିଲା । କିନ୍ତୁ ଏବେ ପରିବାର ଛୋଟ ଛୋଟ ହୋଇ ଯିବାରେ ଲାଗିଛି, ବୃଦ୍ଧ ମାଆ ବାପା ଅଲଗା ରହୁଛନ୍ତି, ପିଲାମାନେ ଅଲଗା ରହୁଛନ୍ତି । ସାମାଜିକ ବ୍ୟବସ୍ଥା ବଦଳିବାରେ ଲାଗିଛି ।
ଆମେ ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ନୂତନ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରିବା ପାଇଁ ଆଜି ଜନ – ଧନ ଯୋଜନା ଅଧୀନରେ ଲାଇଫ୍ କଭର୍ ଏବଂ ରୂପେ କାର୍ଡ, ଦୁର୍ଘଟଣା ଜନିତ କ୍ଷତିର ଭରଣା ପାଇଁ ବୀମା ସୁବିଧା ଉପଲବ୍ଧ କରାଇ ଦିଆଯାଉଛି । ଏହା ସହିତ ମଧ୍ୟ ଜନ ସୁରକ୍ଷା ଯୋଜନା ଗୁଡ଼ିକ ଅଧୀନରେ ଦୁଇଟି ବୀମା ଏବଂ ଗୋଟିଏ ପେନସନ୍ ଯୋଜନା ଆରମ୍ଭ କରା ଯାଇଛି ।
ଏହାର ପରିଣାମ ହେଉଛି କି 2014ରେ ଯେତେବେଳେ ସରକାରଙ୍କ ବୀମା ଯୋଜନା ଗୁଡ଼ିକ ଅଧୀନରେ କେବଳ 4 କୋଟି 80 ଲକ୍ଷ ଅର୍ଥାତ୍ 5 କୋଟିରୁ ମଧ୍ୟ କମ୍ ହିତାଧିକାରୀ ଥିଲେ, ଆଜି 2018 ରେ ଜନ ସୁରକ୍ଷା ଯୋଜନା ଗୁଡ଼ିକ ଅଧୀନରେ ଏହି ସଂଖ୍ୟା 10 ଗୁଣରୁ ଅଧିକ ବୃଦ୍ଧି ପାଇଛି ଆଉ ପାଖାପାଖି 50 କୋଟି ହିତାଧିକାରୀ ଯୋଡ଼ି ହୋଇ ଯାଇଛନ୍ତି ।
ଜନ ସୁରକ୍ଷା ଅଧୀନରେ ଆରମ୍ଭ କରା ଯାଇଥିବା ଏହି ଯୋଜନା ଗୁଡ଼ିକ ଭିନ୍ନ ଭିନ୍ନ ପରିସ୍ଥିତି ପାଇଁ ରହିଛି ଆଉ ଖୁବ୍ କମ୍ ପ୍ରିମିୟମରେ ଆରମ୍ଭ କରାଯାଇଛି । ଫଳରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅଂଚଳରେ, ପ୍ରତ୍ୟେକ ବୟସ ବର୍ଗର ଲୋକ ଏହାର ଲାଭ ଉଠାଇ ପାରିବେ ।
ମୁଁ ଆଜି ଯେଉଁ ଲୋକ ମାନଙ୍କ ସହିତ କଥା ହେବାକୁ ଯାଉଛି – ମୁଁ ଜାଣିଛି କି ଏହି ଯୋଜନା ଏଭଳି ଭାବେ ଅଛି, ଯେଉଁ ମାନଙ୍କ ସହିତ ଦୁଃଖ ଯୋଡ଼ି ହୋଇ ରହିଛି, କଷ୍ଟ ଯୋଡ଼ି ହୋଇ ରହିଛି, ଏକ ବହୁତ ବଡ଼ ଆଘାତ ଯୋଡ଼ି ହୋଇ ରହିଛି । କିନ୍ତୁ ଯେଉଁମାନେ ଏହି ସଙ୍କଟଜନକ ସମୟକୁ ସହ୍ୟ କରି ନେଇଛନ୍ତି, ଜଟିଳ ସମୟ ଦେଇ ଗତି କରୁଛନ୍ତି, ସେମାନଙ୍କୁ କିଭଳି ଏହି ଯୋଜନାରୁ ସାହାଯ୍ୟ ମିଳିଛି । ଯେତେବେଳେ ସେମାନଙ୍କ କଥା ଦେଶର ଏବଂ ଆମର ସାଧାସିଧା ଗରିବ ନାଗରିକ ଶୁଣି ଥାଆନ୍ତି ତ ସେମାନଙ୍କର ବିଶ୍ୱାସ ବୃଦ୍ଧି ପାଇଥାଏ, ସେମାନଙ୍କୁ ମଧ୍ୟ ଲାଗିଥାଏ କି ହଁ ଏହି ଯୋଜନାରୁ ମୋତେ ଲାଭ ମିଳିବା ଦରକାର । ଆଉ ଏଥିପାଇଁ ଦୁଃଖକୁ ବାରମ୍ବାର ସ୍ମରଣ କରିବା ମଧ୍ୟ ଦୁଃଖ ଦେଇଥାଏ କିନ୍ତୁ କେବେ କେବେ କୌଣସି ବ୍ୟକ୍ତିଙ୍କୁ ଦୁଃଖ ଓ ସଙ୍କଟ ସମୟରେ ସାହାଯ୍ୟ ମିଳିଥାଏ । ତାହା ଯଦି ଅନ୍ୟ ଲୋକମାନେ ଜାଣିବେ, ତ ସେମାନେ ମଧ୍ୟ ସମ୍ଭାବିତ ବିପଦରୁ ବଂଚିବାର ରାସ୍ତା ଖୋଜି ପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ମାନେ ଦେଖିଥିବେ କି ଏହି ଘଟଣା ଗୁଡ଼ିକୁ ଶୁଣି ଆମ ସମସ୍ତଙ୍କୁ ଦୁଃଖ ହୋଇଥାଏ କିନ୍ତୁ କୌଣସି ମଧ୍ୟ ବ୍ୟକ୍ତିଙ୍କ ଚାଲି ଯିବା ପରେ ତାଙ୍କ ପରିବାରକୁ ଯେଉଁ କ୍ଷତି ହୋଇଥାଏ, ତାହାର ଭରଣା କେହି କରି ପାରିବେ ନାହିଁ । ସ୍ୱୟଂ ଭଗବାନ ମଧ୍ୟ କରି ପାରିବେ ନାହିଁ । କିନ୍ତୁ ଏଭଳି ଜଟିଳ ସମୟରେ ପରିବାରକୁ ଆର୍ଥିକ ସମ୍ବଳ ମିଳିଯାଏ, ଏହି ସମୟରେ ଯେଉଁ କିଛି ସମୟ ପାଇଁ ସହି ନେଇଥାଏ, ଠିଆ ହୋଇଯାଏ ତ ପୁଣି ସେ ନିଜ ରାସ୍ତା ନିଜେ ଖୋଜି ନେଇଥାଏ । ଆଉ ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆରମ୍ଭ କରା ଯାଇଛି ।
ଏହି ଯୋଜନା ଅଧୀନରେ କେବଳ, ଆଉ ମୁଁ ବୁଝି ପାରୁଛି କି ମୋ ଦେଶବାସୀ ଏହି କଥାକୁ ବୁଝନ୍ତୁ, କେବଳ 330 ଟଙ୍କା, ଏତିକିରେ 2 ଲକ୍ଷ ଟଙ୍କାର ବୀମା ସୁରକ୍ଷା ଉପଲବ୍ଧ ହୋଇ ଯାଇଥାଏ । 330 ଟଙ୍କା ପ୍ରତିବର୍ଷ, ଏହାର ଅର୍ଥ କି ଗୋଟିଏ ଦିନରେ ଏକ ଟଙ୍କାରୁ ମଧ୍ୟ କମ୍ । ଅର୍ଥାତ୍ ଏତେ କମ୍ ପଇସାରେ ଆଜି ବଜାରରେ କିଛି ମିଳି ମଧ୍ୟ ନ ଥାଏ । ଏଭଳି ସମୟରେ ଏହାର ଲାଭ କିପରି ନେବା । ଏହି ଯୋଜନାରେ ଏ ପର୍ଯ୍ୟନ୍ତ ସାଢ଼େ ପାଞ୍ଚ କୋଟି ଲୋକ ଏହା ସହିତ ନିଜର ଲାଭ ଉଠାଇଛନ୍ତି ଆଉ ଅସୁବିଧା ସମୟରେ ଲୋକ ମାନଙ୍କୁ କୋଟି କୋଟି ଟଙ୍କାର ଦାବୀ ମଧ୍ୟ ମିଳି ସାରିଲାଣି । ଆସନ୍ତୁ କିଛି ଲୋକ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି । ଆମେ ସେମାନଙ୍କ ପାଖକୁ ଯିବା, ସେମାନଙ୍କର କଥା ଶୁଣିବା ।
ଆମେ ସମସ୍ତେ ଦେଖୁଛୁ କି ବିପଦ କିଛି କହି ଆସି ନ ଥାଏ । କେବେ ସୂଚନା ଦେଇ ବିପଦ ଆସି ନ ଥାଏ । ଆଉ ନା ହିଁ ବିପଦ, ଆପଣ ଧନୀ ଅଟନ୍ତି ତ ଆସିବ ଆଉ ଗରିବ ଅଟନ୍ତି ତ ଆସିବ ନାହିଁ, ଆଉ ଗରିବ ଅଟନ୍ତି ତ ଆସିବ ଆଉ ଧନୀ ଅଟନ୍ତି ତ ଆସିବ ନାହିଁ, ଏପରି ନୁହେଁ, ତାହା ତ କେଉଁଠିକୁ ମଧ୍ୟ ଆସି ପାରିବ । କିନ୍ତୁ ଆମେ ଏ ସବୁ ଦୁର୍ଘଟଣା ଗୁଡ଼ିକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ପାରିବା, ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରି ପାରିବା ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏହି ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ବାର୍ଷିକ 12 ଟଙ୍କା ଅର୍ଥାତ୍ ପ୍ରତି ମାସରେ ମାତ୍ର ଏକ ଟଙ୍କା ପ୍ରିମିୟମରେ 2 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି ମିଳିଥାଏ । ଏ ପର୍ଯ୍ୟନ୍ତ ଏହି ଯୋଜନାକୁ ପାଖାପାଖି 13 – 14 କୋଟିରୁ ଅଧିକ ଲୋକ ଆପଣେଇଛନ୍ତି । ଏହି ସଂଖ୍ୟା ଅର୍ଥାତ୍ 13 – 14 କୋଟି, ଯଦି ବିଶ୍ୱରେ ଆମେ ମେକ୍ସିକୋ ଦେଶକୁ ଦେଖିବା ଅବା ଜାପାନ ଭଳି ଦେଶକୁ ଦେଖିବା ତ ସେହି ଦେଶର ମୋଟ ଜନସଂଖ୍ୟା, ତା’ଠାରୁ ମଧ୍ୟ ଆମର ଏଠି ଏହି ସୁରକ୍ଷା କବଚ ପାଇଥିବା ଲୋକଙ୍କ ସଂଖ୍ୟା ଅଧିକ । ଏତେ ବ୍ୟାପକ ପରିସର ରହିଛି ଏବଂ ଏତେ କମ୍ ସମୟରେ ଏତେ ଅଧିକ ସଂଖ୍ୟାରେ ଲୋକ ମାନେ ଏହା ସହିତ ଯୋଡ଼ି ହେବା ଏହା ଦର୍ଶାଉଛି କି ଲୋକମାନଙ୍କ ମଧ୍ୟରେ ବୀମା ଏବଂ ତାହାର ଲାଭକୁ ନେଇ ଖୁବ୍ ସଚେତନତା ଆସିଛି ।
ଯେତେବେଳେ ମଧ୍ୟ କୌଣସି ବ୍ୟକ୍ତିଙ୍କ ସହିତ କିଛି ଅଘଟଣ ହୋଇଥାଏ ତ ତାହାର ସଂପୂର୍ଣ୍ଣ ପରିବାର ଉପରେ ବିପଦ ମାଡ଼ି ଆସିଥାଏ । ସମସ୍ତ ସ୍ୱପ୍ନ ଚୂରମାର ହୋଇ ଯାଇଥାଏ । ଯୋଜନା ପ୍ରସ୍ତୁତ କରିଛୁ, ଦୁଇ ବର୍ଷ ଭିତରେ କରିବୁ, ତିନି ବର୍ଷ ମଧ୍ୟରେ କରିବୁ, ସବୁ ଅଧା ଅଧୁରା ରହି ଯାଇଥାଏ । ଏହା ସତ୍ତ୍ୱେ ଅନେକ ଥର ଦେଖା ଯାଇଛି କି ଲୋକେ ବୀମାକୁ ଅଣଦେଖା କରି ଥାଆନ୍ତି । ଅନେକ ଥର ଏପରି ମଧ୍ୟ ହୋଇଥାଏ, ବୀମା କରି ନେବା, ହୋଇଯିବ, ବହୁତ ସମୟ ଅଛି, ଆବଶ୍ୟକତା କ’ଣ ଅଛି, ଆଜି ସମଗ୍ର ଦେଶ ଦେଖୁଛି କି ଆଉ ମୁଁ ଚାହୁଁଛି କି ବୀମାକୁ ନେଇ ଏଭଳି ମାନସିକତା ବଦଳୁ । ଅଧିକରୁ ଅଧିକ ଲୋକ ସାମାଜିକ ସୁରକ୍ଷା ଯୋଜନା ସହିତ ଯୋଡ଼ି ହୁଅନ୍ତୁ ।
କିଛି ବର୍ଷ ପୂର୍ବେ ଦୈନନ୍ଦିନ ରୋଜଗାର କରୁଥିବା ଲୋକ ଯେଉଁମାନେ ଦୈନିକ ରୋଜଗାର କରି ଖାଉଥିବା ଲୋକ ବୀମା ବିଷୟରେ ଚିନ୍ତା କରୁ ନ ଥିଲେ ଆଉ ଏହାର କାରଣ ଥିଲା କି ବୀମାର ପ୍ରିମିୟମରେ ଲାଗୁଥିବା ଧନ ରାଶି । ଏବେ ନିଜ ରୋଜଗାରରେ ଆଜିର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବେ ଅଥବା ତାହାକୁ ଭବିଷ୍ୟତର ଚିନ୍ତାରେ ଲଗାଇ ଦେବେ, ଏହା ଦ୍ୱନ୍ଦ ସୃଷ୍ଟି କରୁଥିଲା । ଏଭଳି ଲୋକ ଯେଉଁମାନେ ଠେଲାଗାଡ଼ିରେ ପନିପରିବା ବିକ୍ରି କରୁଥିଲେ, ଅଟୋ ରିକ୍ସା ଚଲାଉଥିଲେ, ଅଥବା ଦିନରାତି ଶ୍ରମିକ ଭାବେ କାମ କରୁଥିଲେ ଅବା ଅନ୍ୟ କିଛି ଛୋଟମୋଟ କାର୍ଯ୍ୟ କରି ନିଜ ଜୀବନ ଚଳାଉଥିଲେ, ସେମାନଙ୍କ ପାଇଁ ବୀମା ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ ଥିଲା ।
ଆଜି ଏହି ଅସମ୍ଭବକୁ ସମ୍ଭବ କରି ଦିଆ ଯାଇଛି ଆଉ ମୋର ଦଳିତ, ପୀଡ଼ିତ, ଶୋଷିତ, ବଂଚିତ, ଗରିବ ଆମର ଭଉଣୀ ମାନେ – ଝିଅ ମାନେ, ସେମାନଙ୍କ ପାଇଁ ପ୍ରସ୍ତୁତ କରିଛୁ । କେବଳ ପ୍ରତି ମାସରେ ଏକ ଟଙ୍କାରେ ଆମେ ଲୋକଙ୍କୁ ଜୀବନ ବୀମା ସୁବିଧା ପହଂଚାଇଛୁ । ଏ ପର୍ଯ୍ୟନ୍ତ ସମାଜର ଯେଉଁ ବର୍ଗ ନିଜର ଭବିଷ୍ୟତ ଭଗବାନଙ୍କ ଭରସାରେ ଛାଡ଼ି ଚାଲୁଥିଲେ, ଏବେ ସେମାନେ ସେଥିରେ ବୀମାର ଭରସା ଯୋଡ଼ି ରଖିଛନ୍ତି । ଆସନ୍ତୁ, ଆମେ ଅନ୍ୟ କିଛି ଲୋକଙ୍କ ସହିତ କଥା ହେବା ।
ଦେଖନ୍ତୁ, ବୃଦ୍ଧା ଅବସ୍ଥା ହେଉଛି ଜୀବନର ଗୋଟିଏ ମୁଖ୍ୟ ସୋପାନ । ଏହା ହେଉଛି ଏକ ଏଭଳି ସମୟ ଯେତେବେଳେ ଆମକୁ ଅନେକ କିଛି ବିଷୟ ଗୁଡ଼ିକ ପାଇଁ ଅନ୍ୟ ମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ସେହି ସମୟରେ ଆମେ ଆର୍ଥିକ ସ୍ତରରେ ଆତ୍ମ ନିର୍ଭର ରହିବା, ପେନସନର କଳ୍ପନା ଏହି ଉଦ୍ଦେଶ୍ୟ ରଖି କରା ଯାଇଥିଲା । ବୟସ୍କ ବ୍ୟକ୍ତି ମାନଙ୍କର ଆଶୀର୍ବାଦ ସଦାସର୍ବଦା ମିଳୁଥାଉ ଆଉ ସେମାନଙ୍କର ଆଶୀର୍ବାଦର ବଳରେ ଆମେ ସମସ୍ତେ ଏହି ଦେଶକୁ ଆଗକୁ ଆଗକୁ ନେଇ ଯିବା ଦିଗରେ ଆମେ ନିରନ୍ତର ପ୍ରୟାସ କରି ଚାଲିବୁ । ଏହି ସରକାର ଆମର ବୟସ୍କ ମାନଙ୍କ ପାଇଁ ହେଉଛି ପ୍ରତିବଦ୍ଧ, ଆଉ ଏଥିପାଇଁ ସରକାର ସେମାନଙ୍କର ସ୍ୱାସ୍ଥ୍ୟ ଠାରୁ ନେଇ ଆର୍ଥିକ ଦିଗ ପର୍ଯ୍ୟନ୍ତ ସମସ୍ତ ସୁବିଧା ଗୁଡ଼ିକୁ ସରଳ କରିବାର କାର୍ଯ୍ୟ କରିଛନ୍ତି ।
ବୃଦ୍ଧାବସ୍ଥା ସମ୍ବନ୍ଧିତ ସମସ୍ୟା ଗୁଡ଼ିକର ଜଟିଳତାକୁ ଅନୁଭବ କରି ସେଥିରୁ ମୁକୁଳିବା ପାଇଁ ବିଗତ ଚାରି ବର୍ଷରେ ଅନେକ ନୀତି ଏବଂ ଯୋଜନା ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବିଗତ ବର୍ଷ ସରକାର ପ୍ରଧାନମନ୍ତ୍ରୀ ବୟ-ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ 60 ବର୍ଷ ବୟସରୁ ଅଧିକ ନାଗରିକଙ୍କୁ 10 ବର୍ଷ ପର୍ଯ୍ୟନ୍ତ 8 ପ୍ରତିଶତ ସୁନିଶ୍ଚିତ ଫେରସ୍ତ ମିଳୁଛି । ସୁଧର ଉତଥାନ ପତନ ଯାହା ମଧ୍ୟ ହେଉ, ଏଥିରେ କୌଣସି ଫରକ୍ ପଡ଼ିବା ପାଇଁ ଦିଆ ଯାଇ ନ ଥାଏ ।
ଯଦି ଫେରସ୍ତ 8 ପ୍ରତିଶତରୁ କମ୍ ଆସିଥାଏ ତ ସରକାର ନିଜେ ରାଜକୋଷରୁ ଏହାର ଭରଣା କରି ଦେଇ ଥାଆନ୍ତି, ପ୍ରଦାନ କରି ଦେଇ ଥାଆନ୍ତି । ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକ ମାସିକ, ତ୍ରୈମାସିକ, ଛଅ ମାସ ଅଥବା ବାର୍ଷିକ ଆଧାରରେ ରିଟର୍ଣ୍ଣର ବିକଳ୍ପ ମଧ୍ୟ ବାଛି ପାରିବେ । ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକ 15 ଲକ୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ । ଏ ପର୍ଯ୍ୟନ୍ତ ପାଖାପାଖି 3 ଲକ୍ଷରୁ ଅଧିକ ଲୋକ ଏହି ଯୋଜନାର ଲାଭ ପ୍ରାପ୍ତ କରିଛନ୍ତି । ଏହା ବ୍ୟତୀତ ସରକାର ବରିଷ୍ଠ ନାଗରିକଙ୍କୁ ଟିକସ ରିହାତି ମଧ୍ୟ ଦେଉଛନ୍ତି । ଏଥିପାଇଁ ଆୟ ଉପରେ ଟିକସ ଛାଡ଼ର ମୂଳ ସୀମାକୁ ଅଢ଼େଇ ଲକ୍ଷରୁ ବୃଦ୍ଧି କରି ତିନି ଲକ୍ଷ କରି ଦିଆ ଯାଇଛି । ଏହା ସହିତ ସୁଧ ପ୍ରଦାନ ଉପରେ କାଟି ରଖୁଥିବା ଅର୍ଥର ସୀମା ଯାହା ପ୍ରଥମେ 10 ହଜାର ଥିଲା, ତାହାକୁ ବଢ଼ାଇ 50 ହଜାର କରି ଦିଆଯାଇଛି । ଅର୍ଥାତ୍ ଏବେ ଜମା ରାଶିରୁ ମିଳୁଥିବା 50 ହଜାର ପର୍ଯ୍ୟନ୍ତ ସୁଧକୁ ଟିକସ ମୁକ୍ତ କରି ଦିଆଯାଇଛି ।
ଏହିପରି ଭାବେ ବରିଷ୍ଠ ନାଗରିକମାନଙ୍କୁ, ସେମାନଙ୍କ ପାଇଁ ଯେତେ ପଦକ୍ଷେପ ନିଆ ଯାଇଛି, ତାହାର ସମସ୍ତ ଲାଭ କ’ଣ ହେଲା ତାକୁ ଯଦି ଆମେ ପରିସଂଖ୍ୟାନ ହିସାବରେ ଦେଖିବା ତ, ଧରି ନିଅନ୍ତୁ ଜଣେ ବରିଷ୍ଠ ନାଗରିକ, ଏକ ହଜାର ବରିଷ୍ଠ ନାଗରିକ, ଯେଉଁମାନଙ୍କର ବାର୍ଷିକ ଆୟ ହେଉଛି ପାଞ୍ଚ ଲକ୍ଷ, ତ 2013-14ରେ ଆମେ ଆସିବା ପୂର୍ବରୁ ସେମାନଙ୍କୁ ପ୍ରାୟ 13 – ସାଢ଼େ 13 ହଜାର 390 ଟଙ୍କା ଟିକସ ଦେବାକୁ ପଡୁଥିଲା । କିନ୍ତୁ ଯେତେବେଳଠାରୁ ଆମେ ସରକାରରେ ଆସିଲୁ, ଆମେ ତାହାର ସମସ୍ତ ଫର୍ମୁଲା ବଦଳାଇ ଦେଲୁ ।
2018-19ରେ କେବଳ ଦୁଇ ହଜାର ଛଅ ଶହ ରହିଗଲା । ଅର୍ଥାତ ଯାହା 13 ହଜାରରୁ ଅଧିକ ଥିଲା ଏବେ କେବଳ ହେଉଛି 2600ଟଙ୍କା ଅର୍ଥାତ ଏକ ତୃତୀୟାଂଶ ହୋଇଯାଇଛି ଅର୍ଥାତ କେତେ ପରିବର୍ତ୍ତନ ଆସି ଯାଇଛି । ନା କେବଳ ଆର୍ଥିକ ସ୍ତରରେ ବରଂ ବରିଷ୍ଠ ନାଗରିକମାନଙ୍କୁ ଆଉ ସେମାନଙ୍କ କଲ୍ୟାଣ ସହିତ ଜଡିତ ଅନ୍ୟ ଦିଗ ଉପରେ ମଧ୍ୟ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଛନ୍ତି ।
ଆମେ ସମସ୍ତେ ଜାଣିଛେ କି ବୟସ ବଢ଼ିବା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧିତ – ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ମଧ୍ୟ ଆସିବା ଆରମ୍ଭ ହୋଇଯାଇଥାଏ । ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ବଢ଼ି ଯାଇଥାଏ, ଏହାକୁ ଧ୍ୟାନରେ ରଖି ଜନ ଔଷଧି ଯୋଜନା ଆରମ୍ଭ କରାଗଲା ଫଳରେ ଔଷଧ ଗୁଡିକ ସହଜରେ ଶସ୍ତା ଦରରେ ଉପଲବ୍ଧ ହେଉ । ଏହିପରି ଭାବେ ଷ୍ଟେଂଟର ଦର ମଧ୍ୟ କମ୍ କରାଗଲା । ଆଣ୍ଠୁ ଅସ୍ତ୍ରୋପଚାର ମଧ୍ୟ ପୂର୍ବ ଅପେକ୍ଷା ଶସ୍ତା ଏବଂ ଉପଯୋଗୀ କରାଗଲା ।
ପୂର୍ବରୁ ବରିଷ୍ଠ ନାଗରିକମାନଙ୍କୁ ନିଜେ ଜୀବିତ ଥିବାର ପ୍ରମାଣ ପତ୍ର ସ୍ୱୟଂ ନିଜେ ଯାଇ କରି ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହାକୁ ମଧ୍ୟ ସରଳ ଆଉ ସହଜ କରାଯାଇ ଜୀବନ ପ୍ରମାଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆମର ସମ୍ପୂର୍ଣ୍ଣ ପ୍ରୟାସ ହେଉଛି କି ଦେଶର ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସୁବିଧା ସହଜ ଓ ସରଳ ଭାବେ ଉପଲବ୍ଧ ହେଉ, ସେମାନଙ୍କ ନିଜ ଆଖପାଖରେ ହିଁ ଉପଲବ୍ଧ ହେଉ, ଫଳରେ ସେମାନଙ୍କୁ ଅଧିକ ଦୌଡାଦୌଡି କରିବାକୁ ନ ପଡୁ । ସେମାନେ ସୁସ୍ଥ ରୁହନ୍ତୁ ଏବଂ ସ୍ୱାଭିମାନ ସହିତ ନିଜ ଜୀବନ ଜୀଇଁ ପାରନ୍ତୁ । ଆମେ ଏହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିଛୁ ।
ବୃଦ୍ଧାବସ୍ଥାରେ ଆର୍ଥିକ ଦିଗରୁ କାହା ଉପରେ ନିର୍ଭର କରିବାକୁ ନ ପଡୁ ଆଉ ଜୀବନ ଗୌରବପୂର୍ଣ୍ଣ ହେଉ । ପେନସନ୍ ଭାବେ ଏକ ନିଶ୍ଚିତ ରାଶି ମିଳୁଥାଉ । ସରକାର ଏହା ସୁନିଶ୍ଚିତ କରିବା ପାଇଁ ଅଟଳ ପେନସନ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି 40 ପ୍ରତିଶତ ହେଉଛନ୍ତି ଆମର ଏଇ ଅର୍ଚ୍ଚନା ଭଉଣୀଙ୍କ ଭଳି ସବୁ ଭଉଣୀମାନେ । ଏଥିରେ ଏ ପର୍ଯ୍ୟନ୍ତ ଚାରି ହଜାର କୋଟି ଟଙ୍କାରୁ ଅଧିକ ରାଶି ଜମା ହୋଇ ସାରିଛି ।
ମୋଟାମୋଟି ଭାବେ ଦେଖିବା ତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ଅଟଳ ପେନସନ୍ ଯୋଜନା, ଏହି ତିନୋଟି ଯୋଜନା ମାଧ୍ୟମରେ କେବଳ ତିନି ବର୍ଷରେ ପାଖାପାଖି 20 କୋଟି ଲୋକଙ୍କୁ ବୀମା ଯୋଜନାଗୁଡ଼ିକ ଦ୍ୱାରା ସୁରକ୍ଷିତ ନେଟୱର୍କ ମଧ୍ୟକୁ ଅଣା ଯାଇଛି । ଆଉ ଏମାନଙ୍କ ମଧ୍ୟରୁ 52 ପ୍ରତିଶତ – 50 ପ୍ରତିଶତରୁ ଅଧିକ ଲୋକ ହେଉଛନ୍ତି ଆମ ଗାଁ ଗୁଡ଼ିକର, ହେଉଛନ୍ତି ଗ୍ରାମୀଣ ଅଂଚଳର ।
ସମସ୍ତ ଯୋଜନାର ମୂଳରେ ଦୁଇଟି କଥା ହେଉଛି ଗୁରୁତ୍ୱପୂର୍ଣ୍ଣ । ପ୍ରଥମରେ ସମସ୍ତଙ୍କୁ ବୀମା ଭୁକ୍ତ କରାଯାଉ ଆଉ କମ୍ ରୁ ଅତି କମ୍ ପ୍ରିମିୟମରେ ମିଳୁ, ଫଳରେ ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ଏହାର ଲାଭ ଉଠାଇ ପାରିବେ । ଆମ ସରକାର ଗରିବ ମାନଙ୍କ ପ୍ରତି ହେଉଛନ୍ତି ସମ୍ବେଦନଶୀଳ, ଗରିବଙ୍କ କଲ୍ୟାଣକୁ ମହତ୍ୱ ଦେଉଛନ୍ତି ଆଉ ସେମାନଙ୍କୁ ସଶକ୍ତ କରିବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି ।
ଏବେ ଆମେ ଭିନ୍ନ ଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଶୁଣିଲେ କି, କିଭଳି କଠିନ ସମୟରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଲା, ସେମାନଙ୍କୁ ଏକ ସାହାରା ମିଳିଲା ।
ମୁଁ ସ୍ୱୀକାର କରୁଛି କି ସେମାନଙ୍କର କାହାଣୀ ଗୁଡ଼ିକ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାର ସ୍ରୋତ । ଏହା ଦେଖାଉଛି କି ବୀମା ସୁରକ୍ଷା ଆମ ସମସ୍ତଙ୍କ ପାଇଁ ହେଉଛି କେତେ ଜରୁରୀ । ମୋର ସମସ୍ତଙ୍କୁ ଅନୁରୋଧ କି ଆପଣ ସମସ୍ତେ ମଧ୍ୟ ଏହି ବୀମା ଯୋଜନା ଗୁଡ଼ିକର ଲାଭ ନିଅନ୍ତୁ ଆଉ ଏହା ସହିତ ନିଜ ଘରର ଆଖପାଖରେ କୌଣସି ବ୍ୟକ୍ତି ହୁଅନ୍ତୁ, ଆପଣଙ୍କ ଅଫିସରେ କୌଣସି ବ୍ୟକ୍ତି ହୁଅନ୍ତୁ, ଆପଣ ସେମାନଙ୍କୁ ମଧ୍ୟ ଏହି ଯୋଜନା ଗୁଡ଼ିକ ବିଷୟରେ କୁହନ୍ତୁ, ଏହାର ଲାଭ ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ ।
ଯେତେ ଜଣ ହିତାଧିକାରୀ ଏଠାରେ ଅଛନ୍ତି, ଆପଣମାନେ ତ ହେଉଛନ୍ତି ଏହାର ଉପଯୋଗିତାର ଜୀବନ୍ତ ଉଦାହରଣ, ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି କି ଆପଣମାନେ ନିଜ ଆଖପାଖର ଲୋକଙ୍କୁ ଏଥିପାଇଁ ପ୍ରେରଣା ଦିଅନ୍ତୁ । ମୁଁ ଆପଣ ମାନଙ୍କୁ କହିଦେଉଛି କି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପାଇଁ ଆପଣମାନେ କୌଣସି ମଧ୍ୟ ବ୍ୟାଙ୍କ ଅଥବା ଡାକଘରକୁ ଯାଇ ନିଜକୁ ସେଥିରେ ପଞ୍ଜିକୃତ କରିପାରିବେ, ପଞ୍ଜିକୃତ କରି ପାରିବେ । ନିଜର ନାମାଙ୍କନ କରି ପାରିବେ ।
ଅଟଳ ପେନସନ୍ ଯୋଜନା ପାଇଁ ଆପଣ କୌଣସି ବ୍ୟାଙ୍କ ଶାଖାକୁ ଯାଇ ନିଜକୁ ସେଥିରେ ପଞ୍ଜିକୃତ କରି ପାରିବେ, ପଞ୍ଜିକୃତ କରାଇ ପାରିବେ । ଆଉ ପ୍ରଧାନମନ୍ତ୍ରୀ ବୟ-ବନ୍ଦନା ଯୋଜନା ପାଇଁ ସାରା ଦେଶରେ ଯେ କୌଣସି ଏଲଆଇସି ଅଫିସକୁ ଯାଇ ତାହାର ଲାଭ ନେଇ ପାରିବେ ।
ମୁଁ ଆଉ ଗୋଟିଏ କଥା ପୁଣି ଥରେ କହିବାକୁ ଚାହୁଁଛି । ବରିଷ୍ଠ ନାଗରିକଙ୍କ ପାଇଁ କେତେ-କେତେ ଯୋଜନା ଅଛି, ତାହାକୁ ସମ୍ମାନ ପୂର୍ବକ ନିଜ ଜୀବନରେ ଲଗାନ୍ତୁ । ଏଥିପାଇଁ ଏହି ସବୁ ଯୋଜନା ରହିଛି । କିନ୍ତୁ ମୋ ଦେଶର ବରିଷ୍ଠ ନାଗରିକମାନେ ମଧ୍ୟ ଏତେ ସମ୍ମାନର ସହିତ ବଂଚୁଥିବାର ଲୋକ ଅଛନ୍ତି, ବହୁତ ବଡ଼ ପ୍ରେରଣା ଦେଉଛନ୍ତି । ଆପଣ ମାନଙ୍କୁ ବୋଧହୁଏ ଜଣା ନ ଥିବ ଏ ବିଷୟରେ ବାହାରେ ମଧ୍ୟ ଚର୍ଚ୍ଚା ହେଉ ନାହିଁ । ଯେତେବେଳେ ମୁଁ ଦେଶବାସୀମାନଙ୍କୁ ଲାଲକିଲ୍ଲାରୁ କହିଥିଲି କି ସମସ୍ତଙ୍କୁ ଗ୍ୟାସ ରିହାତିର କ’ଣ ଆବଶ୍ୟକତା ଅଛି, ଛାଡ଼ି ଦିଅନ୍ତୁ ନା । ଆଉ ଏହି ଦେଶର ଏକ କୋଟି – ଏକ କୋଟି ପଚିଶ ଲକ୍ଷ ଲୋକ ଗ୍ୟାସର ରିହାତି ଛାଡ଼ି ଦେଇଥିଲେ ।
ଏବେ ରେଳବାଇରେ ଆମର ଯେଉଁ ବରିଷ୍ଠ ନାଗରିକ ଅଛନ୍ତି, ସେମାନଙ୍କୁ ରେଳ ଟିକେଟରେ କିଛି ଛାଡ଼ ମିଳିଥାଏ, କିନ୍ତୁ ରେଳବାଇ ନିଜ ଫର୍ମରେ ଲେଖିଛି କି ଆପଣ ଏହି ରିହାତି ଛାଡ଼ିବାକୁ ଚାହୁଁଛନ୍ତି କି? ଆପଣ ପୂରା ଟିକଟର ପଇସା ଦେବାକୁ ଚାହୁଁଛନ୍ତି କି?
ଆମ ସମସ୍ତଙ୍କୁ ଗର୍ବ ହେବ କି ମୋ ଦେଶର ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ, ଯେଉଁମାନଙ୍କୁ ଏହାର ଲାଭ ମିଳିପାରୁଥିଲା, କମ୍ ଅର୍ଥରେ ରେଳ ଟିକଟ କିଣି ସେମାନେ ଯାତ୍ରା କରି ପାରିଥାଆନ୍ତେ କିନ୍ତୁ ଲକ୍ଷ ଲକ୍ଷ ଏଭଳି ବରିଷ୍ଠ ନାଗରିକ ଆଗକୁ ଆସିଲେ ଯେଉଁମାନଙ୍କୁ ରେଳବାଇରେ ଟିକଟରେ ଯେଉଁ ରିହାତି ମିଳୁଥିଲା, ତାହାକୁ ନେବାକୁ ମନା କରି ଦେଲେ, ସଂମ୍ପୂର୍ଣ୍ଣ ଅର୍ଥ ଦେଲେ ଆଉ ଯାତ୍ରା କଲେ । କୋଣସି ଢ଼େଲ ବାଜିଲା ନାହିଁ ଅର୍ଥାତ ପ୍ରଚାର କରାଗଲା ନାହିଁ, କୌଣସି ଅନୁରୋଧ କରାଗଲା ନାହିଁ । ନା କେବେ ମୁଁ ଚର୍ଚ୍ଚା କରିଛି । କେବଳ ଫର୍ମ ଉପରେ ଲେଖିଥିଲୁ, କିନ୍ତୁ ସେମାନେ ଏକ ସମ୍ମାନର ସହିତ ବଂଚୁଥିବା ଆମର ବରିଷ୍ଠ ନାଗରିକମାନେ ଏତେ ବଡ଼ ତ୍ୟାଗ କଲେ, ଏହା ଦେଶ ପାଇଁ ଛୋଟ ଖବର ନୁହେଁ ।
ଆଉ ଯେତେବେଳେ ମୋ ଦେଶର ଲୋକ ଏତେ କିଛି କରୁଛନ୍ତି, ମୋ ବରିଷ୍ଠ ନାଗରିକମାନେ ଏତେ କିଛି କରୁଛନ୍ତି ତ ଆମ ସମସ୍ତଙ୍କୁ ମଧ୍ୟ ଆପଣମାନଙ୍କ ପାଇଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କରିବାର ଇଚ୍ଛା ହୋଇଥାଏ, କିଛି ଭଲ କରିବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଆମେ ସମସ୍ତେ ମିଳି ମିଶି ଆମ ଦେଶର ଗରିବଙ୍କ ଉନ୍ନତି କରିବା, ଆମର ମାଆ – ଭଉଣୀଙ୍କ କଲ୍ୟାଣ ହେଉ, ଆମର ବୟୋବୃଦ୍ଧ ସମସ୍ତ ମହାନୁଭବଙ୍କୁ ଗୌରବପୂର୍ଣ୍ଣ ଜୀବନ ଜୀଇଁବାର ସୁଯୋଗ ପ୍ରାପ୍ତ ହେଉ, ସେଥିପାଇଁ ପ୍ରଯତ୍ନ କରି ଚାଲିବା । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।
ଧନ୍ୟବାଦ ।
**********
I am happy that today, I am interacting with brave citizens, who faced adversities but they have fought them and emerged stronger: PM @narendramodi https://t.co/cg76m4wqX5
— PMO India (@PMOIndia) June 27, 2018
The social security schemes of the Government of India help cope with the uncertainties of life: PM @narendramodi https://t.co/cg76m4wqX5
— PMO India (@PMOIndia) June 27, 2018
We emphasised on three aspects:
— PMO India (@PMOIndia) June 27, 2018
Open the doors of the banks for the poor- banking the unbanked
Access to capital for small business and budding entrepreneurs- funding the unfunded
A social security cover for the poor and vulnerable - financially securing the unsecured: PM
I am particularly happy that more women have bank accounts. It is important for women to be in the financial mainstream: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
जन सुरक्षा के तहत शुरू की गई योजनाएं अलग-अलग परिस्थितियों के लिए है और काफी कम प्रीमियम पर शुरू की गई है ताकि देश में हर क्षेत्र, हर तबके, हर आयु वर्ग से जुड़े लोग इनका लाभ उठा सकें: PM @narendramodi #SocialSecurityInIndia https://t.co/cg76m4wqX5
— PMO India (@PMOIndia) June 27, 2018
PM @narendramodi hearing the experiences of Meera Bandhey Ji, who belongs to Chhattisgarh. https://t.co/cg76m4wqX5 #SocialSecurityInIndia
— PMO India (@PMOIndia) June 27, 2018
She has benefitted from the Pradhan Mantri Jeevan Jyoti Bima Yojana and is taking care of three little children. #SocialSecurityInIndia
— PMO India (@PMOIndia) June 27, 2018
Shri Gobindra Chandra Sathpathy from Odisha (Ganjam district) is talking about how the Pradhan Mantri Jeevan Jyoti Bima Yojana and Suraksha Bima Yojana helped him. He serves as a priest and unfortunately lost his daughter in a road accident. https://t.co/cg76m4wqX5
— PMO India (@PMOIndia) June 27, 2018
Hear what Smt. Vijaya Ji from Telangana has to say. https://t.co/cg76m4ePyv #SocialSecurityInIndia
— PMO India (@PMOIndia) June 27, 2018
She lost her husband to Alzheimer's and after that she got help thanks to the Pradhan Mantri Jeevan Jyoti Bima Yojana. #SocialSecurityInIndia
— PMO India (@PMOIndia) June 27, 2018
इन घटनाओं को सुनकर बहुत दुःख होता है। किसी व्यक्ति के चले जाने से उसके परिवार को जो क्षति होती है, उसकी भरपाई नहीं की जा सकती। लेकिन ऐसी मुश्किल घड़ी में परिवार को आर्थिक सबल मिले यह बहुत ही महत्वपूर्ण होता है: PM @narendramodi
— PMO India (@PMOIndia) June 27, 2018
इसी उद्देश्य से प्रधानमंत्री जीवन ज्योति बीमा योजना शुरू की गई। इस योजना के तहत 330 रुपए में दो लाख रुपए का बीमा कवर उपलब्ध कराया जाता है। 330 रुपये प्रति वर्ष अर्थात एक दिन का एक रुपये से भी कम: PM @narendramodi
— PMO India (@PMOIndia) June 27, 2018
इस योजना में अब तक लगभग साढ़े 5 करोड़ लोगों ने अपनाया है और मुसीबत में लोगों को करोड़ों रूपये का claim भी दिया जा चुका है: PM @narendramodi
— PMO India (@PMOIndia) June 27, 2018
Shyama Devi Ji from Himachal Pradesh speaks about her life journey. She has gained from the Pradhan Mantri Suraksha Bima Yojana. Watch. https://t.co/cg76m4ePyv
— PMO India (@PMOIndia) June 27, 2018
I got help during a very tough time of my life, says Shyama Devi Ji.
— PMO India (@PMOIndia) June 27, 2018
Beneficiaries from various parts of Haryana are talking about their journeys. Watch. https://t.co/cg76m4wqX5 #SocialSecurityInIndia
— PMO India (@PMOIndia) June 27, 2018
हम दुर्घटनाओं का सामना करने के लिए खुद को तैयार तो कर ही सकते हैं, आर्थिक सुरक्षा सुनिश्चित कर सकते हैं। प्रधानमंत्री सुरक्षा बीमा योजना इसी उद्दश्य से शुरू की गई थी। इसके तहत 12 रुपये सालाना यानि 1 रुपये प्रति माह के प्रीमियम पर 2 लाख रुपये का दुर्घटना बीमा कवर मिलता है: PM
— PMO India (@PMOIndia) June 27, 2018
अधिक से अधिक लोग सामाजिक सुरक्षा योजनाओं से जुड़ें: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
From West Tripura, Pradhan Mantri Vaya Vandana Yojana beneficiaries share their stories. Watch. https://t.co/cg76m4wqX5
— PMO India (@PMOIndia) June 27, 2018
वृद्धावस्था जीवन का एक अहम पड़ाव है। एक ऐसा समय जब हमें कई चीजों के लिए दूसरों पर निर्भर रहना पड़ता है, उस समय में आर्थिक तौर पर हम आत्म-निर्भर रहें, पेंशन की कल्पना इसी को उद्देश्य में रखकर की गई थी: PM @narendramodi
— PMO India (@PMOIndia) June 27, 2018
बड़े-बुजुर्गों का आशीर्वाद हमेशा मिलता रहे और उनके आशीर्वाद के बल पर हम सब इस देश को आगे ले जाने की दिशा में निरंतर प्रयास करते रहें: PM @narendramodi
— PMO India (@PMOIndia) June 27, 2018
सरकार बुजुर्गों के लिए प्रतिबद्ध सरकार है...सरकार ने उनके स्वास्थ्य से लेकर उनके आर्थिक मोर्चे तक, सभी सुविधाओं को सरल बनाने का काम किया है। वृद्धावस्था से संबंधित समस्याओं की गंभीरता को महसूस करते हुए इनसे निपटने के लिए पिछले 4 वर्षों में कई नीतियां और योजनाएं बनाई गई हैं: PM
— PMO India (@PMOIndia) June 27, 2018
पिछले वर्ष सरकार ने प्रधानमंत्री वय वंदना योजना की शुरूआत की। इस योजना के तहत 60 साल से ऊपर के नागरिक को 10 साल तक 8 फीसदी सुनिश्चित रिटर्न मिलता है। यदि रिटर्न 8 फीसदी से कम आती है तो सरकार खुद से इसकी भरपाई करती हैं: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
इस स्कीम के अंदर वरिष्ठ नागरिक - मासिक, तिमाही, छमाही या वार्षिक आधार पर रिटर्न का विकल्प चुन सकते हैं: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
अभी तक लगभग सवा 3 लाख लोग इस योजना का लाभ प्राप्त कर रहे हैं: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
इसके अलावा सरकार senior citizens को tax incentives भी दे रही है। उनके लिए आय पर टैक्स में छूट की मूल सीमा को 2.5 लाख से बढ़ाकर 3 लाख कर दिया गया है: PM @narendramodi #SocialSecurityInIndia
— PMO India (@PMOIndia) June 27, 2018
हम सब जानते हैं कि उम्र बीतने के साथ-साथ स्वास्थ संबंधी दिक्कतें भी आने लगती है। दवाइयों और इलाज का खर्चा बढ़ जाता है। इसे ध्यान में रखते हुए जन-औषधि योजना शुरू की गई ताकि दवाइयां सस्ते दामों पर उपलब्ध हो: PM @narendramodi
— PMO India (@PMOIndia) June 27, 2018
इसी तरह से स्टेंट की कीमतें भी कम की गई, घुटने का ऑपरेशन भी पहले के मुकाबले अब सस्ता और किफायती हो गया है। पहले वरिष्ठ नागरिकों को अपने जीवित होने का खुद जाकर प्रमाण देना पड़ता था, लेकिन अब इसे भी सरल बनाते हुए life cetificate की व्यवस्था शुरू की गई है: PM @narendramodi
— PMO India (@PMOIndia) June 27, 2018
हमारा पूरा प्रयास है कि देश के वरिष्ठ नागरिकों को विभिन्न सुविधाएँ सरल और सहज रूप में उपलब्ध हो, उनके आस पास ही उपलब्ध हों ताकि उन्हें ज्यादा भाग-दौड़ न करनी पड़े: PM @narendramodi
— PMO India (@PMOIndia) June 27, 2018
Shri Nitya Gopal Sahu from Madhya Pradesh's Hoshangabad suffered due to an accident. The Suraksha Bima Yojana has helped him.
— PMO India (@PMOIndia) June 27, 2018
Shri Sandeep Sahu says he is happy a farmer like him will get a pension thanks to the Atal Pension Yojana. https://t.co/cg76m4wqX5
कुल मिलाकर देखें तो प्रधानमंत्री सुरक्षा बीमा योजना, प्रधानमंत्री जीवन ज्योति बीमा योजना, और अटल पेंशन योजना, इन 3 योजनाओं के माध्यम से केवल 3 वर्षों में करीब 20 करोड़ लोगों को बीमा योजनाओं के सुरक्षित नेट के अंतर्गत लाया गया है: PM @narendramodi
— PMO India (@PMOIndia) June 27, 2018
सभी को बीमा कवर मिले और कम से कम प्रीमियम पर मिले ताकि गरीब से गरीब व्यक्ति भी इसका लाभ उठा सके।
— PMO India (@PMOIndia) June 27, 2018
आपकी यह सरकार गरीबों के प्रति सवेदनशील है, गरीबों के कल्याण को महत्व देती है, और उन्हें सशक्त बनाने के लिए लगातार प्रयास कर रही है: PM