Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମିଶନ ଶୌର୍ଯ୍ୟ ଦଳର ସଦସ୍ୟମାନେ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମିଶନ ଶୌର୍ଯ୍ୟ ଦଳର ସଦସ୍ୟମାନେ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମିଶନ ଶୌର୍ଯ୍ୟ ଦଳର ସଦସ୍ୟମାନେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି (ଶୁକ୍ରବାର) ମହାରାଷ୍ଟ୍ରର 10 ଜଣିଆ ଜନଜାତି ଛାତ୍ରଛାତ୍ରୀ ଦଳ ସାକ୍ଷାତ କରିଥିଲେ । ଛାତ୍ରଛାତ୍ରୀମାନେ ମହାରାଷ୍ଟ୍ର ସରକାରଙ୍କ ଆଦିବାସୀ ବିକାଶ ବିଭାଗର ‘ମିଶନ ଶୌର୍ଯ୍ୟ’ ପଦକ୍ଷେପର ଅଂଶବିଶେଷ । ଏହି ଛାତ୍ର ସମୂହର 5 ଜଣ ଛାତ୍ରଛାତ୍ରୀ ମଇ 2018ରେ ସଫଳତାପୂର୍ବକ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିଲେ ।

ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ଏବଂ ଏଭରେଷ୍ଟ ଶୃଙ୍ଗ ଚଢିବା ବେଳେ ନିଜର ଅନୁଭୂତିକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ସେମାନଙ୍କ ଉପଲବ୍ଧି ପାଇଁ ଖୁସି ଜାହିର କରି ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ କ୍ରୀଡା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ପୁରସ୍କୃତ କରିଥିଲେ ।

ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହଂସରାଜ ଅହୀର ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।

***