Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ସଫେଇ କର୍ମଚାରୀ ଆୟୋଗରେ ଗୋଟିଏ ଲେଖାଏଁ ଉପାଧ୍ୟକ୍ଷ ଓ ସଦସ୍ୟ ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ସଫେଇ କର୍ମଚାରୀ ଆୟୋଗରେ ଗୋଟିଏ ଲେଖାଏଁ ଉପାଧ୍ୟକ୍ଷ ଏବଂ ସଦସ୍ୟ ପଦବୀ ସୃଷ୍ଟି କରାଯିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ନିଷ୍ପତ୍ତି ଆୟୋଗଙ୍କ କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ସମୂହଙ୍କ କଲ୍ୟାଣ ଏବଂ ବିକାଶ ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦୃଷ୍ଟିରେ ରଖି ନିଆଯାଇଛି ।

ପୃଷ୍ଠଭୂମି :

ଜାତୀୟ ସଫେଇ କର୍ମଚାରୀ ଆୟୋଗ, ସଫେଇ କର୍ମଚାରୀ ଏବଂ ହାତରେ ସଫେଇ କରୁଥିବା ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ । ଏହି ସଂସ୍ଥା ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ରହିଥିବା ସୁଯୋଗ ଏବଂ ସ୍ଥିତିରେ ଅସମାନତା ଦୂର କରିବା ଲାଗି କାର୍ଯ୍ୟ କରିଥାଏ ।

**********