ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ (12 ଜୁଲାଇ, 2018) ସକାଳ 9.30ରେ ଭିଡିଓ କନଫରେଂସିଂ ଜରିଆରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ରାଷ୍ଟ୍ରୀୟ ଗ୍ରାମୀଣ ଆଜିବିକା ମିଶନ (ଡିଏୱାଇ-ଏନଆରଏଲଏମ) ଏବଂ ଡିଡିୟୁ-ଜିକେୱାଇ ତଥା ଆରଏସଇଟିଆଇ ଅଧିନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ସରକାରଙ୍କ ଦ୍ୱାରା ଡିଏୱାଇ-ଏନଆରଏଲଏମ ଯୋଜନାରେ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଜୀବନଶୈଳୀ ଉପରେ କିଭଳି ପ୍ରଭାବ ପକାଇ ପାରିଛି ସେ ବିଷୟରେ ଜାଣିବାର ସୁଯୋଗ ପ୍ରଧାନମନ୍ତ୍ରୀଙ୍କୁ ମିଳିବ । ଦୂରଦର୍ଶନ ଏବଂ ଏନଆଇସି ନେଟୱାର୍କ ଜରିଆରେ ଏହି କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିବେ ।
ହିତାଧିକାରୀମାନଙ୍କ ମଧ୍ୟରେ ମଦ ବିରୋଧୀ ଅଭିଯାନ, ବିହାରରେ ମକାର ଉଚିତ ମୂଲ୍ୟ ପ୍ରଦାନ ଏବଂ ବିପଣନ ଶୃଙ୍ଖଳ, ଛତିଶଗଡର ଇଟା ନିର୍ମାଣ ୟୁନିଟ, ସଖୀ ରେ କାର୍ଯ୍ୟରତ ବିଜନେସ କରେସ୍ପଣ୍ଡେଣ୍ଟ ଏବଂ ତେନ୍ତୁଳିର ଉଚିତ ମୂଲ୍ୟ ପ୍ରଦାନ ତଥା ବ୍ୟାପାର, ଝାଡଖଣ୍ଡର ସାନିଟାରୀ ନାପକିନ ଉତ୍ପାଦନ ଏବଂ ଏହାର କିଣାବିକାରେ ସଂପୃକ୍ତ ଥିବା ହିତାଧିକାରୀ ଏବଂ ମଧ୍ୟପ୍ରଦେଶର ଡିଡିୟୁ-ଜିକେୱାଇ, ରାଜସ୍ଥାନର ସୌର ପାନେଲ ଏବଂ ସୌର ଲଣ୍ଠଣ ଉତ୍ପାଦନ ଏବଂ ବ୍ୟାପାର, ପଶୁ ସଖୀ, ମହାରାଷ୍ଟ୍ରର ଡିଡିୟୁ-ଜିକେୱାଇର ହିତାଧିକାରୀଙ୍କୁ ସାମିଲ କରାଯାଇଛି, ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ଏହି ମତ ବିନିମୟରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ, ତାମିଲନାଡୁର ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ କରାଯାଉଥିବା କାର୍ଯ୍ୟ, ତେଲଙ୍ଗାନାର ସ୍ୱୟଂ ସହାୟକ ନିର୍ମାଣ ପାଇଁ ବାହାରୁ ଆସୁଥିବା ବ୍ୟକ୍ତି, ଜାମ୍ମୁ ଏବଂ କାଶ୍ମୀରର ଡାଏରୀ ଫାର୍ମ ତଥା ଗୁଜରାଟର ନିମ ମଞ୍ଜିର ସଂଗ୍ରହ ଏବଂ ବ୍ୟାପାର ହିତାଧିକାରୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।
ଦୀନ ଦୟାଲ ଅନ୍ତୋଦୟ ଯୋଜନା- ଏନଆରଏଲଏମ ମହିଳା ଶସକ୍ତିକରଣ ପାଇଁ ସବୁଠାରୁ ବଡ ପ୍ରତିଷ୍ଠାନ ଭାବେ ପ୍ରତିପାଦିତ ହୋଇପାରିଛି । ଏହି ମିଶନ ବର୍ତ୍ତମାନ 29ଟି ରାଜ୍ୟ ଏବଂ 5ଟି କେନ୍ଦ୍ରଶାସିତ ଅଂଚଳର 600 ଜିଲାରେ ଥିବା 4884ଟି ବ୍ଲକରେ କାର୍ଯ୍ୟକାରୀ କରାଯାଉଛି । ମଇ 2018 ସୁଦ୍ଧା 5 କୋଟିରୁ ଅଧିକ ମହିଳାମାନଙ୍କୁ ନେଇ 45 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇପାରିଛି । ଏହା ବ୍ୟତୀତ, 2.48 ଲକ୍ଷ ଗ୍ରାମୀଣ ସଂଗଠନ ତଥା 20 ହଜାର କ୍ଲଷ୍ଟର ସ୍ତରୀୟ ସଂଘକୁ ପ୍ରୋତ୍ସାହିତ କରାଯାଇଛି ।
***
At 9:30 AM on 12th July, I will interact with those associated with women Self Help Groups across India. It would be wonderful to hear their experiences, especially how they are driving a positive change at the grassroots level. Watch it live on the NM App or on @DDNewsLive.
— Narendra Modi (@narendramodi) July 10, 2018