Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ସ୍ତରର ଦୁଇଟି ଅନୁବାଦକ ପଦ ସୃଷ୍ଟିକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ସ୍ତରର ଦୁଇଟି ଅନୁବାଦକ ପଦ ସୃଷ୍ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଏହି ନିଷ୍ପତ୍ତି ଦ୍ୱାରା ଭାଷଣ ଅନୁବାଦ କ୍ୟାଡରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଦୁଇଟି ଭାଷାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାରେ ସହାୟତା କରିବ ।

ଏହି ପଦକ୍ଷେପ ଦ୍ୱାରା ବିଶ୍ୱସ୍ତରରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବୁଝାମଣା ସ୍ୱାକ୍ଷର ପୃଷ୍ଠଭୂମି ସମୟରେ ଭାରତ ସରକାରଙ୍କ ଆବଶ୍ୟକତା ପଡ଼ୁଥିବା ଅନୁବାଦକ ପଦ ପୂରଣ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେବ ।

*****