ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ କୋରିଆ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ନେଇ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲାଭାବେ କ୍ୟାବିନେଟର ଅନୁମୋଦନ ମିଳିଛି ।
କୋରିଆ ରାଷ୍ଟ୍ରପତି ଜୁଲାଇ 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଥିବା ସମୟରେ ଏହି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣା ପତ୍ର (ଏମଓୟୁ) ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ବୃଦ୍ଧି କରିବ । ଯେପରିକି ଏଣ୍ଟି-ଡାମ୍ପିଙ୍ଗ, ସବସିଡି, ଏବଂ କାଉଣ୍ଟରଭେଇଲିଙ୍ଗ ଶୁଳ୍କ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ସୁରକ୍ଷା ପ୍ରଦାନ କରିବ, ଯାହା ଦ୍ୱିପାକ୍ଷିକ ବାଣିଜ୍ୟିକ ସହଯୋଗ ବୃଦ୍ଧି କରିବ ।
*****