ପିଏମଇଣ୍ଡିଆ

ଗୁଜରାଟର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ, ଭାଇ ଶ୍ରୀ ବିଜୟ ଭାଇ ରୂପାନୀ, ମଂଚରେ ଉପସ୍ଥିତ ସୌଭାଗ୍ୟଜନମାନେ, ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଏବଂ ଭଉଣୀମାନେ ।
ଦୁଇ-ତିନି ଦିନ ପରେ ରକ୍ଷା ବନ୍ଧନର ପବିତ୍ର ପର୍ବ ଏବଂ ଆପଣ ସମସ୍ତ ଭଉଣୀମାନେ ଏତେ ବଡ ରାକ୍ଷୀ ନେଇ ଆସିଛନ୍ତି, ମୁଁ ଆପଣମାନଙ୍କ ଠାରେ ଅନେକ ଅନେକ କୃତଜ୍ଞ ଏବଂ ଦେଶର ମା’ ଏବଂ ଭଉଣୀମାନେ ଆଶୀର୍ବାଦ ଦେଇ ମୋତେ ଯେଉଁ ସୁରକ୍ଷା କବଚ ପ୍ରଦାନ କରିଛନ୍ତି, ଆଶୀର୍ବାଦ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତ ମା’ ଓ ଭଉଣୀମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ।
ରକ୍ଷା ବନ୍ଧନର ପର୍ବ ଆଗକୁ ରହିଛି ଏବଂ ଗୁଜରାଟରେ ଏକ ଲକ୍ଷରୁ ଅଧିକ ପରିବାରଙ୍କୁ, ଭଉଣୀମାନଙ୍କୁ ସେମାନଙ୍କ ନାଁ ରେ ନିଜ ବାସଗୃହ ମିଳୁ, ମୁଁ ଭାବୁଛି ଯେ ରକ୍ଷା ବନ୍ଧନର ଏହାଠାରୁ ବଡ ଉପହାର କିଛି ହୋଇପାରିବ ନାହିଁ ।
ଯେଉଁ ଭଉଣୀମାନଙ୍କୁ ଆଜି ବାସଗୃହ ମିଳିଛି, ବାସଗୃହ ନ ଥିବା, ତାଠାରୁ କଷ୍ଟ କଣ, ଜୀବନ କିପରି ଅତିବାହିତ ହୋଇଥାଏ, ଭବିଷ୍ୟତ କିଭଳି ଅନ୍ଧକାରମୟ ହୋଇଥାଏ, ପ୍ରତ୍ୟେକ ସକାଳରେ ଏକ ସ୍ୱପ୍ନ ନେଇ ଉଠିଥାଆନ୍ତି, ସନ୍ଧ୍ୟା ହେଉ ହେଉ ସ୍ୱପ୍ନ ମଳିନ ପଡିଯାଏ, ପୁଣି ସେହି ବସ୍ତି ବାସିନ୍ଦାର ଜୀବନ ହୋଇଥାଏ ।
କିନ୍ତୁ ଯେତେବେଳେ ନିଜ ବାସଗୃହ ଥାଏ ସେତେବେଳେ ସ୍ୱପ୍ନ ସଜେଇ ହୋଇଥାଏ ଏବଂ ପୁଣି ସ୍ୱପ୍ନ ମଧ୍ୟ ନିଜର ହୋଇଯାଏ ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପୂରା ପରିବାର, ଆବାଳ-ବୃଦ୍ଧ-ବନିତା ସମସ୍ତେ ପରିଶ୍ରମ କରନ୍ତି, ପ୍ରଚେଷ୍ଟା କରିଥାନ୍ତି ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିବାକୁ ଲାଗିଥାଏ ।
ଏହି ରକ୍ଷା ବନ୍ଧନର ପବିତ୍ର ପର୍ବର ଅବ୍ୟବହିତ ପୂର୍ବରୁ ଏହି ମା’ ଏବଂ ଭଉଣୀମାନଙ୍କୁ, ଏକ ଲକ୍ଷରୁ ଅଧିକ ପରିବାରଙ୍କୁ, ଏହି ବାସଗୃହର ଉପହାର ପ୍ରଦାନ କରି ଆପଣଙ୍କ ଭାଇ ଭାବେ ମୁଁ ସନ୍ତୋଷ ଅନୁଭବ କରୁଛି ।
ଆଜି ଆଉ ଏକ 600 କୋଟି ଟଙ୍କାର ଯୋଜନା ମଧ୍ୟ, ସେହି ଯୋଜନା ମଧ୍ୟ ଏକ ପ୍ରକାରର ରକ୍ଷା ବନ୍ଧନର ପବିତ୍ର ଅବସରର ଅବ୍ୟବହିତ ପୂର୍ବରୁ ଆମ ମା’ ଏବଂ ଭଉଣୀମାନଙ୍କ ପାଇଁ ଉପହାର । ପାନୀୟ ଜଳ ସଙ୍କଟର କଷ୍ଟ ସବୁଠାରୁ ଅଧିକ ମା’ ଓ ଭଉଣୀମାନଙ୍କୁ ସହିବାକୁ ପଡିଥାଏ । ସଂପୂର୍ଣ୍ଣ ପରିବାର ପାଇଁ ଜଳର ବ୍ୟବସ୍ଥା ଆମ ଘରମାନଙ୍କରେ ଆଜି ମଧ୍ୟ ମା’ ଏବଂ ଭଉଣୀମାନଙ୍କୁ କରିବାକୁ ପଡିଥାଏ ଏବଂ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନ ହେବା ଯୋଗୁଁ ଘର ଆଉ ଜୀବନ ଏକ ପ୍ରକାରର ରୋଗର ଘର ହୋଇଯାଏ । ବିଶୁଦ୍ଧ ପାନୀୟ ଜଳ ପରିବାରକୁ ଅନେକ ରୋଗରୁ ମୁକ୍ତ ରଖିଥାଏ ।
ମୁଁ ବର୍ଷ ବର୍ଷ ଧରି ମୋ ଯୁବାବସ୍ଥାରେ ଅନେକ ବର୍ଷ ଏହି ଆଦିବାସୀ ଅଂଚଳରେ ବିତାଇଛି । ମୁଁ ଯେତେବେଳେ ଧର୍ମପୁର ସିଦମ୍ବାଡୀରେ ରହୁଥିଲି ସେତେବେଳେ ମୋ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ ଏଠାରେ ଏତେ ବର୍ଷା ହେଉଛି କିନ୍ତୁ ଦିପାବଳୀ ପରେ ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ପାଣି ରହେନାହିଁ ଏବଂ ପୁଣି ପାଣି ପାଇଁ ହାହାକାର ପଡିଯାଏ ଏବଂ ମୋର ପୂରା ସ୍ମରଣ ଅଛି ଯେ ସେହି ସମୟରେ ଧର୍ମପୁରରେ, ସିଦମ୍ବୁର, ସଂପୂର୍ଣ୍ଣ ଅଂଚଳରେ, ସମସ୍ତ ଆଦିବାସୀଙ୍କ ଠାରୁ ନେଇ ଉମରଗାଁଠାରୁ ଅମ୍ବାଜୀ ପର୍ଯ୍ୟନ୍ତ ପୂରା ଆଦିବାସୀ ଅଂଚଳରେ ବର୍ଷା ଅଧିକ ହୋଇଥାଏ ଏବଂ ସେଠାରେ ଅଧିକ ମାତ୍ରାରେ ହୋଇଥାଏ ଏବଂ ପୂରା ପାଣି ଆମ ଆଡକୁ, ହ୍ରଦ ଆଡକୁ, ସମୁଦ୍ର ଆଡକୁ ବୋହିଯାଏ । ସେହି ସଂପୂର୍ଣ୍ଣ ଅଂଚଳବାସୀ ପାଣି ବିନା ରହନ୍ତି ।
ଏବଂ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଉମର ଗାଁ ରୁ ଅମ୍ବାଜୀ ପର୍ଯ୍ୟନ୍ତ, ପୂରା ଆଦିବାସୀ ଅଂଚଳ ଯାହା ଗୁଜରାଟର ପୂର୍ବ ସୀମାରେ ରହିଛି, ପ୍ରତ୍ୟେକ ଗାଁକୁ, ପ୍ରତ୍ୟେକ ଘରକୁ ନଳ ଜରିଆରେ ଜଳ ମିଳୁ, ଏହି ସ୍ୱପ୍ନ ଦେଖିଥିଲି ।
ଯେଉଁ ଫିଲ୍ମ ପ୍ରଦର୍ଶୀତ କରାଯାଇଥିଲା, ସେଥିରେ କୁହାଯାଇଥିବା 10ଟି ଯୋଜନା, ଆଜି ସେହି ଅନ୍ତିମ ଯୋଜନାର ମଧ୍ୟ କାର୍ଯ୍ୟ ଆରମ୍ଭ ହେଉଛି । ଯେଉଁ ଲୋକମାନେ ଫିଲ୍ମ ଦେଖିଥିବେ, ସେମାନଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ହେବ । ସବୁଠାରୁ ଉପରେ ଯେଉଁଠି ପାଣି ପହଂଚାଯିବ ତାହା 200 ମହଲା ବିଲଡିଂର ଉଚ୍ଚତା ଉପରେ ଯେତେ ପାଣି ଉପଲବ୍ଧ ହୋଇଥାଏ, ସେତିକି ପାଣି ଉପରକୁ ଯିବ । ଅର୍ଥାତ ଏକ ପ୍ରକାରର ନଦୀ 200 ମହଲା ଉଚ୍ଚତା ଉପରକୁ ନିଆଯିବ ଏବଂ ସେଠାରୁ ପାଣି ତଳ ଲୋକଙ୍କୁ ପହଂଚିବ । ଏହା ହେଉଛି ଜ୍ଞାନ କୌଶଳର ଚମତ୍କାରୀତା ।
ଆମ ଦେଶରେ ଏହି ଦୂର-ସୁଦୂର ଗିର ଜଙ୍ଗଲରେ ଏକ ପୋଲିଂଗ ବୁଥ ଗୋଟିଏ ଭୋଟ ପାଇଁ ହୋଇଥାଏ, ଜଣେ ଭୋଟର ଏବଂ ଗୋଟିଏ ପୋଲିଂଗ ବୁଥ । ପୂରା ଦୁନିଆରେ ତାହା ବକ୍ସ ଆଇଟମ ହୋଇଯାଏ ଯେ ହିନ୍ଦୁସ୍ତାନର ମତଦାନ ପ୍ରକ୍ରିୟା ଏଭଳି ଯେ ଗିର ଜଙ୍ଗଲରେ ଗୋଟିଏ ପୋଲିଂଗ ବୁଥ ଏଭଳି ଅଛି ଯେଉଁଠି କେବଳ ଜଣେ ଭୋଟର ଅଛନ୍ତି କିନ୍ତୁ ସେଠାରେ ମତଦାନ ବ୍ୟବସ୍ଥା କରାଯାଏ ।
ମୁଁ ଭାବେ ଯେ ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟ ହୋଇଯିବ ଯେ ଗୋଟିଏ ଗାଁ ଉପରେ 200-300ଟି ବସ୍ତି, କିନ୍ତୁ ଏମାନଙ୍କୁ ପାଣି ପହଂଚାଇବା ପାଇଁ ଏକ ସମ୍ବେଦନଶୀଳ ସରକାର 200 ମହଲା ଉପର ପର୍ଯ୍ୟନ୍ତ ପାଣିକୁ ନେଇଯିବେ, ପ୍ରତ୍ୟେକ ନାଗରିକଙ୍କ ପ୍ରତି ଆମ ଭକ୍ତି କେତେ ଅଛି, ତାହାର ଏହା ହେଉଛି ଜ୍ୱଳନ୍ତ ଉଦାହଣ ।
ପୂର୍ବରୁ ମଧ୍ୟ ସରକାର ଥିଲେ । ଆଦିବାସୀ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ ଏବଂ ଯେତେବେଳେ ମୁଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲି ସେତେବେଳେ ମୋତେ ପ୍ରଥମେ ଯେଉଁ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ଗାଁ କୁ ଯେତେବେଳେ ମୁଁ ଯାଇଥିଲି, ପାଣି ଟାଙ୍କି ଥିଲା କିନ୍ତୁ ପାଣି ନ ଥିଲା । ସେହି ଗାଁକୁ ପାଣି ପ୍ରଦାନ କରିବାର କାର୍ଯ୍ୟ ସୌଭାଗ୍ୟବଶତଃ ମୋତେ ମିଳିଥିଲା।
ଯଦି କିଏ ପାଣିର ଏକ ଲେୟାର କରିଦିଏ, ବାଟୋଇ ପାଇଁ ଯଦି ଗୋଟିଏ ଦୁଇଟି ମାଠିଆ ରଖିଦିଏ ଏବଂ ପାଣିର ବ୍ୟବହାର କରିଥାଏ ତେବେ ମଧ୍ୟ ବର୍ଷ ବର୍ଷ ଧରି ସେହି ପରିବାରକୁ ବଡ ଶ୍ରଦ୍ଧା ଏବଂ ଗର୍ବର ସହିତ ସମ୍ମାନ କରାଯାଏ ।
ଆଜି ମଧ୍ୟ ଲାଖା ବଳଧାରାର କାହାଣୀ ଯିଏକି ପାଣି ପାଇଁ କାମ କରିଥିଲେ, ଗୁଜରାଟ ଏବଂ ରାଜସ୍ଥାନରେ ଗାଁ ଗାଁ ରେ ସମସ୍ତଙ୍କ ମୁହଁରେ ରହିଛି । କାରଣ, କେହି ଜଣେ ପାଣି ପାଇଁ କାର୍ଯ୍ୟ କରିଥିଲା । ଆଜି ମୋତେ ଗର୍ବ ଅନୁଭୂତ ହେଉଛି ଯେ ଗୁଜରାଟ ସରକାର ଘରେ ଘରେ ନଳ ଜରିଆରେ ଜଳ ପହଂଚାଇବା ପାଇଁ ଯେଉଁ ଅଭିଯାନ ଚଲାଇଛନ୍ତି ତାହା ଏକ ଅନନ୍ୟ ପଦକ୍ଷେପ ।
ଆମ ଗୁଜରାଟ ଆଗାମୀ ଦିନରେ କିଭଳି ହେବ । ଗରିବରୁ ଅତି ଗରିବଙ୍କ ଜୀବନ କିଭଳି ହେବା ଆବଶ୍ୟକ, କେଉଁଭଳି ଆମର ସ୍ୱପ୍ନ, ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମର କଣ ପ୍ରଚେଷ୍ଟା ରହିଛି, ଏହା ଦୃଷ୍ଟିଗୋଚର ହେଉଛି ।
ଆପଣମାନେ ଦେଖିଥିବେ ଯେ ଆଜି ଏକ ପ୍ରକାରର ଅଧ ଘଣ୍ଟା-15 ମିନିଟରେ ପୂରା ଗୁଜରାଟ ବୁଲିବାର ସୁଯୋଗ ମିଳିଗଲା । ପ୍ରତ୍ୟେକ ଜିଲାକୁ ଯାଇଥିଲି, ସେଠାରେ ମା’ ଓ ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିଥିଲା । ମୁଁ କଥା ଶୁଣୁଥିଲି କିନ୍ତୁ ମୋର ଦୃଷ୍ଟି ସେମାନଙ୍କ ବାସଗୃହ ଉପରେ ଥିଲା, କିଭଳି ଘର ତିଆରୀ ହୋଇଛି । ଆପଣମାନେ ମଧ୍ୟ ଦେଖିଥିବେ ଯେ ଆପଣଙ୍କୁ ମଧ୍ୟ ଲାଗୁଥିବ ଯେ କଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସରକାରୀ ଯୋଜନାରେ ଏତେ ଭଲ ଘର ମଧ୍ୟ ହୋଇପାରେ ? ଏହା ଏଥିପାଇଁ ସମ୍ଭବ ହୋଇପାରୁଛି କାରଣ ମଧ୍ୟସ୍ଥି କଂପାନୀ ବନ୍ଦ ହୋଇଯାଇଛି ।
ଦିଲ୍ଲୀରୁ ଏକ ଟଙ୍କା ବାହାରୁଛି ତାହା ଗରିବର ଘରେ ସଂପୂର୍ଣ୍ଣ 100 ପଇସା ଭାବେ ପହଂଚିଯାଉଛି, ସେଥିପାଇଁ ଏହା ସମ୍ଭବ ହୋଇପାରୁଛି । ଏବଂ ଏହି ସରକାରଙ୍କର ସାହସ ଅଛି ଯେ ଏତେ ଟିଭିବାଲାଙ୍କ ସମ୍ମୁଖରେ, ଏତେ ସାମ୍ବାଦିକମାନଙ୍କ ଉପସ୍ଥିତିରେ, ଏତେବଡ ଜନମାନସ ସମ୍ମୁଖରେ, ଏବଂ ଯେତେବେଳେ ସମଗ୍ର ଦେଶ ଟିଭିରେ ଦେଖୁଥିବେ, ସେତେବେଳେ ସାହସର ସହିତ କୌଣସି ମା’ଙ୍କୁ ପଚାରିପାରିବି କି ଆପଣଙ୍କୁ କାହାକୁ ଲାଂଚ ଦେବାକୁ ପଡିନାହିଁ ତ? କିଏ ଦଲାଲୀ କରିନାହାଁନ୍ତି ତ?
ଆମେ ଏହି ଚରିତ୍ର ଗଠନ ପାଇଁ ପ୍ରଚେଷ୍ଟା କରୁଛୁ ଏବଂ ମୋତେ ଖୁସି ଲାଗୁଛି ଯେ ଯେତେବେଳେ ମାଁ ଓ ଭଉଣୀମାନେ ବଡ ଆତ୍ମବିଶ୍ୱାସ, ସନ୍ତୋଷର ସହିତ କହୁଥିଲେ ଯେ, ଆଜ୍ଞା ନୁହେଁ । ଆମକୁ ଆମ ଅଧିକାର ମିଳିଛି, ପ୍ରଚଳିତ ନିୟମ ଅନୁସାରେ ମିଳିଛି, ଆମକୁ କାହାକୁ ଗୋଟିଏ ନୂଆ ପଇସା ମଧ୍ୟ ଦେବାକୁ ପଡିନାହିଁ ।
ସେହି ଘରଗୁଡିକୁ ଆପଣମାନେ ଦେଖିଲେ, ପ୍ରଧାନମନ୍ତ୍ରୀ ଆବାସ ଯେଜନା ଅଧିନରେ ଏହିସବୁ ଘରର ଗୁଣାତ୍ମକ ମାନ ଯେତେବେଳେ ମୁଁ ଦେଖୁଥିଲି, ସେତେବେଳେ ଆପଣମାନଙ୍କୁ ଲାଗୁଥିବ ଯେ ଅତ୍ୟନ୍ତ ସୁନ୍ଦର, ସରକାରଙ୍କ ଏହି ପ୍ରକାରର ଘର ହୋଇପାରେ! ଏହା ସତ୍ୟ ଯେ ସରକାର ଅର୍ଥ ପ୍ରଦାନ କରିଛନ୍ତି କିନ୍ତୁ ସରକାରଙ୍କ ଅର୍ଥ ସହିତ ସେହି ପରିବାରର ଝାଳବୁହା ପରିଶ୍ରମ ମଧ୍ୟ ଏଥିରେ ରହିଛି ଏବଂ ସେହି କାରଣରୁ ସେ ନିଜେ ଘର କିଭଳି ହେବ ସ୍ଥିର କରିଛି । କେଉଁଭଳି ସାମଗ୍ରୀ ବ୍ୟବହାର କରିବେ, ପରିବାର ଲୋକ ହିଁ ସ୍ଥିର କରିଛନ୍ତି । ଘର କିଭଳି ନିର୍ମାଣ କରିବା, ତାହା ନିଜେ ହିଁ ସ୍ଥିର କରିଛନ୍ତି ।
ସରକାରୀ ଠିକାଦାରମାନଙ୍କ ଭରସାରେ ଆମେ କାମ କରିନାହୁଁ, ଆମେ ଏହି ପରିବାର ଉପରେ ଭରସା କରିଥିଲୁ ଏବଂ ଯେତେବେଳେ ପରିବାର ନିଜ ଘର ନିର୍ମାଣ କରିଥାଏ, ସେତେବେଳେ ଉତ୍ତମରୁ ଅତି ଉତ୍ତମ କରିଥାଏ ଏବଂ ସେ ଯେଉଁ ଖୁସି ତାହା ଗୁଜରାଟର ସମସ୍ତ ଗାଁ ରେ ଏହି ପରିବାରଗୁଡିକ ନମୂନା ଘର ନିର୍ମାଣ କରିଛନ୍ତି । ଏଥିପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।
ଦେଶକୁ ଦାରିଦ୍ର୍ୟ ମୁକ୍ତ କରିବାର ଏକ ବଡ ଅଭିଯାନ ଆମେ ଜାରି ରଖିଛୁ, କିନ୍ତୁ ଦରିଦ୍ରମାନଙ୍କର ସଶକ୍ତିକରଣ ଦ୍ୱାରା ଜାରି ରହିଛି । ବ୍ୟାଙ୍କ ଥିଲା କିନ୍ତୁ ବ୍ୟାଙ୍କକୁ ଗରିବମାନଙ୍କର ପ୍ରବେଶ ନ ଥିଲା। ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଆମେ ବ୍ୟାଙ୍କକୁ ଗରିବ ଲୋକଙ୍କ ପାଖରେ ପହଂଚାଇଦେଇଥିଲୁ ।
ଗ୍ରାମାଂଚଳରେ ଧନୀକ ଶ୍ରେଣୀର ଲୋକମାନଙ୍କ ଘରେ ହିଁ ବିଦ୍ୟୁତ ସଂଯୋଗ ଥିଲା, ଗରିବର ଘରେ ବିଦ୍ୟୁତ ସଂଯୋଗ ହେବା, ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ମୋ ଘରୁ ଅନ୍ଧକାର ଦୂରୀଭୂତ ହେବ କି? ଆଜି, ଆଜି ଉଜାଲା ଯୋଜନା ଅଧିନରେ ଘରେ ଘରେ, ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ପ୍ରଦାନ କରିବାର ବଡ ଅଭିଯାନ ଜାରି ରହିଛି ଏବଂ ଆଗାମୀ 1 ରୁ ଦେଢ ବର୍ଷ ମଧ୍ୟରେ ହିନ୍ଦୁସ୍ତାନରେ କୌଣସି ଏଭଳି ଘର ନ ଥିବ ଯେଉଁଠାରେ ନିଜର ବିଜୁଳି ସଂଯୋଗ ନ ଥିବ, ବିଜୁଳୀର ଲାଇଟ ନ ଥିବ ।
ଘର ଥିବ, ଘରେ ଶୌଚାଳୟ ଥିବ, ବିଦ୍ୟୁତ ଥିବ, ପାନୀୟ ଜଳ ଥିବ, ଗ୍ୟାସ ଚୁଲା ଥିବ- ଏକ ପ୍ରକାରର ତାଙ୍କ ଜୀବନରେ ସୂଂପର୍ଣ୍ଣ ପରିବର୍ତ୍ତନ ଆଣିବାର ଏକ ପ୍ରଚେଷ୍ଟା ଜାରି ରହିଛି ।
ଏବଂ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ଆପଣମାନେ ମୋତେ ବଡ କରିଛନ୍ତି । ଆପଣମାନେ ଗୁଜରାଟର ଲୋକମାନେ ମୋର ଲାଳନପାଳନ କରିଛନ୍ତି । ଗୁଜରାଟ ମୋତେ ଅନେକ କିଛି ଶିକ୍ଷାଦାନ କରିଛି ଏବଂ ଆପଣମାନଙ୍କଠାରୁ ଯାହା ମୁଁ ଶିଖିଛି, ତାହାର ପରିଣାମ ଯେ ସ୍ୱପ୍ନକୁ ସମୟ ଅନୁସାରେ ପୂରା କରିବାର ପ୍ରଚେଷ୍ଟା କରୁଛି ଏବଂ 2022 ରେ, ଯେତେବେଳେ ହିନ୍ଦୁସ୍ତାନର ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ହେବ, ଏହି ଦେଶର କୌଣସି ପରିବାର ଏଭଳି ନ ଥିବେ ଯାହାଙ୍କ ପାଖରେ ନିଜର ଘର ନ ଥିବ, ଏଭଳି ହିନ୍ଦୁସ୍ତାନ ନିର୍ମାଣ କରିବାର ସ୍ୱପ୍ନ ଦେଖିଛି ।
ଏ ପର୍ଯ୍ୟନ୍ତ ଖବର ମିଳୁଥିଲା ନେତାମାନଙ୍କର ବଡ ବଡ ଘର ନିର୍ମାଣର, ଏ ପର୍ଯ୍ୟନ୍ତ ଖବର ମିଳୁଥିଲା ନେତାମାନଙ୍କ ଘରର ସାଜସଜ୍ଜାର, ଏବେ ଖବର ମିଳୁଛି ଗରିବଙ୍କର ଘର ନିର୍ମାଣର, ଏବେ ଖବର ମିଳୁଛି ଗରିବମାନଙ୍କ ଘରର ସାଜସଜ୍ଜାର ।
ଇଏ ଏଭଳି ପ୍ରଧାନମନ୍ତ୍ରୀ, ଯେତେବେଳେ 1 ଲକ୍ଷରୁ ଅଧିକ ଘରଗୁଡିକ ଦ୍ୱାରା ବାସ୍ତୁ ପ୍ରବେଶ ହୋଇଥାଏ । ସେଥିରେ ସାମିଲ ହେବାପାଇଁ ବାଲସାଦର ଭୂମିକୁ ଆସି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ପରିବାର ସହିତ ସେମାନଙ୍କ ଉତ୍ସାହ, ଉଦ୍ଦୀପନାରେ ସାମିଲ ହୋଇପାରିଛି ।
ଭାଇ ଓ ଭଉଣୀମାନେ, ବିଗତ ସପ୍ତାହ ଆମ ପାଇଁ କଷ୍ଟଦାୟୀ ଥିଲା । ଅଟଳ ବିହାରୀ ବାଜପେୟୀ ଚାଲିଯାଇଥିଲେ କିନ୍ତୁ ତାଙ୍କ ନାମରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରତ୍ୟେକ ଗାଁ କୁ ପକ୍କା ସଡକ ସହିତ ସଂଯୋଗ କରିବାର କାର୍ଯ୍ୟ ହିଁ ଆମେ ସମୟସୀମାରେ ପୂର୍ଣ୍ଣ କରିବାର ଲକ୍ଷ୍ୟ ସହିତ ଚାଲିଛୁ ।
ଏକ ପ୍ରକାରର ସଂପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦିଗରେ ପ୍ରଚେଷ୍ଟା ଜାରି ରହିଛି । ଏଠାରେ ଆପଣମାନେ ଦେଖିଥିବେ ଦକ୍ଷତା ବିକାଶ, ଦୂରଦୂରାନ୍ତରୁ ଆଦିବାସୀ ଜଙ୍ଗଲରେ ବସବାସ କରୁଥିବା ଝିଅମାନଙ୍କୁ ଦକ୍ଷତା ବିକାଶ ପରେ ଜୀବିକା ନିର୍ବାହ କରିବା ପାଇଁ କିଭଳି ସୁଯୋଗ ମିଳିପାରିବ, ଏହାର ମୋତେ ପ୍ରମାଣପତ୍ର ପ୍ରଦାନ କରିବାର ସୁଯୋଗ ମିଳିଛି ।
ସ୍ୱତଃପ୍ରବୃତ ଭାବେ ଦେଶକୁ ସମସ୍ୟାମୁକ୍ତ କରାଯାଇପାରିବ, ଦେଶର ସାଧାରଣରୁ ଅତି ସାଧାରଣ ମଣିଷର ସ୍ୱପ୍ନକୁ ସାକାର କରାଯାଇପାରିବ ଏବଂ ଏହା ପୂରଣ ପାଇଁ ଆମେ ଲଗାତାର ପ୍ରଚେଷ୍ଟାରତ ।
ବାଲସାଦର ମୋର ଭାଇ ଓ ଭଉଣୀମାନେ, କିଛି ଦିନ ପୂର୍ବେ ଏଠାକୁ ଆସିବାର ମୋର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବର୍ଷା ଯୋଗୁଁ ସେହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡିଥିଲା ଏବଂ ଏବେ ବର୍ଷା ଯେତେବେଳେ ଆସୁଛି ସେତେବେଳେ ଜୋରରେ ବର୍ଷୁଛି, ହେଉନାହିଁ ତ ସପ୍ତାହ ସପ୍ତାହ ଧରି ହେଉନି । ଗୁଜରାଟରେ କିଛି ଅଂଚଳରେ ସମସ୍ୟା ମଧ୍ୟ ହୋଇଥିଲା ଏବଂ ଏପରି କିଛି ଅଂଚଳରେ ପାଣି ମଧ୍ୟ ଆସିଲାନି । କିନ୍ତୁ ବିଗତ କିଛି ଦିନରେ ଯେଉଁ ବର୍ଷା ହେଲା ସେହି କାରଣରୁ ଗୁଜରାଟର କିଛି ଅଂଚଳରେ ବର୍ଷାର କୃପା ଦୃଷ୍ଟି ପଡିଛି । ଆଗାମୀ ବର୍ଷ ମଧ୍ୟ ଅତି ଉତ୍ତମ ଭାବେ କଟିଯିବ । କୃଷି କ୍ଷେତ୍ରରେ ଭଲ ଲାଭ ହେବ, ଏହା ମୋର ପୂରା ବିଶ୍ୱାସ ।
ମୁଁ ସମସ୍ତ ବାଲସାଦର ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ, ଏତେ ସମୟ ଧରି ଏତେ ସଂଖ୍ୟାରେ ଆପଣମାନେ ବସି ରହିଛନ୍ତି, ମନଯୋଗ ସହକାରେ ଶୁଣିଥିଲେ, ମୁଁ ଆପଣଙ୍କ ଯେତେ ପ୍ରଶଂସା କଲେ ତାହା କମ୍ ।
ସମସ୍ତ ମା’ ଓ ଭଉଣୀମାନଙ୍କୁ ରକ୍ଷା ବନ୍ଧନର ଅନେକ ଅନେକ ଶୁଭକାମନା ସହ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।
**********
I got an opportunity to talk to women across the state today who got their homes under PM Awas Yojana.
— PMO India (@PMOIndia) August 23, 2018
The wonderful homes under PM Awas Yojana are being made possible because there are no middlemen: PM
It is my dream, it is our endeavour to ensure that every Indian has his own house by 2022.
— PMO India (@PMOIndia) August 23, 2018
Till now, we only heard about politicians getting their own homes.
Now, we are hearing about the poor getting their own homes: PM
Today, over a lakh women from Gujarat got Raksha Bandhan gifts- their own homes!
— Narendra Modi (@narendramodi) August 23, 2018
At the programme in Valsad, I witnessed the handing over of these houses and gave certificates as well as employment letters to beneficiaries of various schemes. https://t.co/ghlDKct2rC pic.twitter.com/hMHgjzO87H
In Valsad, laid the foundation stone for the Astole Water Supply Scheme. This scheme will have an extremely positive impact on the lives of the people in the region. By ensuring clean drinking water, it will save several lives from diseases. pic.twitter.com/fLP2UxDccS
— Narendra Modi (@narendramodi) August 23, 2018