Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ ଅସାଧାରଣ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି କ୍ରୀଡ଼ା ଏବଂ ଫିଟନେସ ସମ୍ପର୍କିତ କାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି, ଯାହାଦ୍ୱାରା କି ଏକ ସୁସ୍ଥ ଭାରତ ଗଠନ ହୋଇପାରିବ

ବିଭିନ୍ନ କ୍ରୀଡ଼ା ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କୁ ମୁଁ ଅଭିବାଦନ ଜଣାଉଛି ସେମାନଙ୍କ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଫଳରେ ଅନେକ କୀର୍ତ୍ତିମାନ ହାସଲ କରାଯାଇପାରିଛି ଚଳିତ ବର୍ଷ ଆମ କ୍ରୀଡ଼ା କ୍ଷେତ୍ର ପାଇଁ ସଫଳତାର ବର୍ଷ ହୋଇଛି ଆମ କ୍ରୀଡାବିତମାନେ ଏସୀୟ କ୍ରୀଡା 2018 ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2018 ସହିତ ଆହୁରି ଅନେକ ପ୍ରତିଯୋଗୀତାରେ ଉତ୍କର୍ଷତା ହାସଲ କରିଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି

 

**********