ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ବିବରଣୀ :
ଏମଓୟୁର ଉଦ୍ଦେଶ୍ୟ :
1. ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସମ୍ପ୍ରସାରଣ କରିବା ।
2. ପର୍ଯ୍ୟଟନ ସହ ସମ୍ବନ୍ଧୀୟ ତଥ୍ୟ ଏବଂ ସୂଚନାର ଆଦାନପ୍ରଦାନ କରିବା ।
3. ହୋଟେଲ ଏବଂ ଟୁର ଅପରେଟର ସମେତ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ସମସ୍ତ ପକ୍ଷଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ।
4. ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ପାରସ୍ପରିକ ଆଦାନପ୍ରଦାନର ଗତିବିଧି ଚଳାଇବା ।
5. ଦ୍ୱିପାକ୍ଷିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଟୁର ଅପରେଟର, ଗଣମାଧ୍ୟମ ଏବଂ ମତ ସୃଷ୍ଟିକାରୀମାନଙ୍କୁ ପରସ୍ପରଙ୍କ ନିକଟକୁ ଯିବା ଆସିବା କରିବାର ସୁବିଧା ଦେବା ।
6. ପ୍ରୋତ୍ସାହନ, ବିପଣନ, ପର୍ଯ୍ୟଟନ ସ୍ଥଳର ବିକାଶ ଏବଂ ପରିଚାଳନା ବିଷୟରେ ଅଭିଜ୍ଞତାର ଆଦାନପ୍ରଦାନ କରିବା ।
7. ପର୍ଯ୍ୟଟନ ସ୍ଥଳୀ ଉପରେ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ଜରିଆରେ ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ରୂପରେ ଉଭୟ ଦେଶର ପ୍ରଚାର କରିବା ।
8. ସୁରକ୍ଷିତ, ସମ୍ମାନଜନକ ଏବଂ ନିରନ୍ତର ପର୍ଯ୍ୟଟକୁ ପ୍ରୋତ୍ସାହନ ଯୋଗାଇଦେବା ।
**********