Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଭାରତ ଏବଂ ମାଲ୍ଟା ମଧ୍ୟରେ ବୁଝାମଣା (ଏମଓୟୁ)କୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହି ବୁଝାମଣା ମାଲ୍ଟା ଉପରାଷ୍ଟ୍ରପତିଙ୍କ ପରବର୍ତ୍ତୀ ଗସ୍ତ କାଳରେ ସ୍ୱାକ୍ଷରିତ ହେବ ।

ପ୍ରମୁଖ ବିଶେଷତ୍ୱ :

ଏମଓୟୁର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନରେ ଦିଆଗଲା :

1. ଉଭୟ ଦେଶରେ ପର୍ଯ୍ୟଟନ ଉଦ୍ୟୋଗର ଗୁଣ ସମ୍ପନ୍ନ ଲକ୍ଷ୍ୟସ୍ଥଳୀକୁ ପ୍ରୋତ୍ସାହିତ କରିବା

2. ଉଭୟ ଦେଶରେ ସାରା ବିଶ୍ୱରୁ ପର୍ଯ୍ୟଟକମାନଙ୍କୁ ଆଗମନକୁ ବୃଦ୍ଧି କରିବା

3. ପର୍ଯ୍ୟଟନରେ ମାନବ ସମ୍ବଳ ବିକାଶ ଏବଂ ଉଭୟ ଦେଶରେ ଭ୍ରମଣ ସହ ଜଡ଼ିତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ।

4. ନୂତନ ପର୍ଯ୍ୟଟନରେ ଯୋଗଦାନ କରିବା, ପ୍ରାକୃତିକ ତଥା ଦୃଶ୍ୟମାନ ଏବଂ ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ମାଧ୍ୟମରେ ପର୍ଯ୍ୟଟନ ପରିବେଶ ବିକଶିତ କରିବା, ନିରନ୍ତର ପର୍ଯ୍ୟଟନ ବିକାଶ ଏବଂ ସୂଚନା ପ୍ରଯୁକ୍ତି ଉପଯୋଗ କରିବା ।

5. ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ବଢ଼ାଇବାର ପଦ୍ଧତି ସ୍ୱରୂପ ପର୍ଯ୍ୟଟନକୁ ମାନ୍ୟତା ପ୍ରଦାନ କରିବା ।

ଲାଭ:

ବୁଝାମଣାପତ୍ର ଦ୍ୱାରା ଉଭୟ ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ଲାଗି ସଂସ୍ଥାଗତ ବ୍ୟବସ୍ଥା କରିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ଭାରତକୁ ମାଲ୍ଟାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନର ଲାଭ ମିଳିବ । ଫଳସ୍ୱରୂପ ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

ଏମଓୟୁ ଦ୍ୱାରା ସହଯୋଗର ବ୍ୟାପକ ଢାଂଚା ଏବଂ କ୍ଷେତ୍ର ଅନ୍ତର୍ଗତ ସମସ୍ତ ଅଂଶୀଦାରମାନଙ୍କ ପାରସ୍ପରିକ ଲାଭ ପାଇଁ ଦୀର୍ଘକାଳୀନ ପର୍ଯ୍ୟଟନ ସହଯୋଗର ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ଏହି ଉଦ୍ଦେଶ୍ୟ ପୂରଣ ଲାଗି ଶ୍ରେଷ୍ଠ ପ୍ରଚଳନକୁ ସାମିଲ କରିବାର ସମ୍ଭାବନା ଉଜାଗର ହୋଇପାରିବ ।