ପିଏମଇଣ୍ଡିଆ

ବିଶାଳ ସଂଖ୍ୟାରେ ଆସିଥିବା କାଶୀର ମୋର ଯୁବ ସାଥୀଗଣ । କାଶୀର ଆପଣ ସମସ୍ତ ମୋର ଭାଇ – ବନ୍ଧୁ, ଭଉଣୀଙ୍କୁ ମୋର ପ୍ରଣାମ ।
ଆମ କାଶୀର ଲୋକ ମୋତେ ଏତେ ସ୍ନେହ ଦେଇଛନ୍ତି ବାସ୍ତବରେ ମନ ଏବଂ ହୃଦୟ ଗଦଗଦ ହୋଇଯାଉଛି । ଆପଣମାନଙ୍କର ପୁଅ ଭଳି, ସମୟ ବାହାର କରି ବାରମ୍ବାର କାଶୀ ଆସିବାକୁ ମନ ହୋଇଥାଏ ।
ଭାଇ ଓ ଭଉଣୀମାନେ ହର – ହର ମହାଦେବ ।
ଏହା ହେଉଛି ମୋ ପାଇଁ ଏକ ସୌଭାଗ୍ୟର ବିଷୟ କି ଦେଶ ପାଇଁ ସମର୍ପିତ ଆଉ ଗୋଟିଏ ବର୍ଷର ଆରମ୍ଭ, ମୁଁ ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଶୁଭାଶୀର୍ବାଦ ଯୋଗୁଁ କରୁଛି । ଆପଣମାନଙ୍କ ସମସ୍ତଙ୍କର ଏହି ସ୍ନେହ, ଏହି ଆଶୀର୍ବାଦ ମୋତେ ପ୍ରତିକ୍ଷଣ ପ୍ରେରଣା ଯୋଗାଏ ଏବଂ ସମସ୍ତ ଦେଶବାସୀଙ୍କ ସେବା ଲାଗି ସଂକଳ୍ପକୁ ଆହୁରି ଅଧିକ ସୁଦୃଢ଼ କରୁଛି ।
ସାଥୀଗଣ, ଏହି ସେବା ଭାବ ଆଗକୁ ବଢ଼ାଇବା ପାଇଁ ଆଜି ଏଠାରେ ସାଢ଼େ ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ହୁଏତ ଲୋକାର୍ପଣ ହୋଇଛି ଅଥବା ଶିଳାନ୍ୟାସ ହୋଇଛି ।
ବିକାଶର ଏହି କାର୍ଯ୍ୟ ସହର ହିଁ ନୁହେଁ, ବରଂ ଆଖପାଖ ଗାଁ ସହିତ ମଧ୍ୟ ଜଡିତ ହୋଇଛି । ଏଥିରେ ବିଜୁଳି, ପାଣି ଭଳି ମୌଳିକ ଆବଶ୍ୟକତାଗୁଡିକ ସହିତ ଜଡିତ ପ୍ରକଳ୍ପଗୁଡିକ ତ ରହିଛି,ଏହା ସହିତ କୃଷକ, ବୁଣାକାର ଏବଂ ଶିଳ୍ପୀମାନଙ୍କୁ ନୂତନ ସୁଯୋଗ ସହିତ ଯୋଡିବାର ପ୍ରକଳ୍ପ ମଧ୍ୟ ଏଥିରେ ସାମିଲ ହୋଇଛି ।
କେବଳ ଏତିକି ହିଁ ନୁହେଁ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଏକବିଂଶ ଶତାବ୍ଦୀର ଜ୍ଞାନ କେନ୍ଦ୍ର କରିବା ପାଇଁ ମଧ୍ୟ ଅନେକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପଗୁଡିକ ପାଇଁ ମୁଁ ବାରାଣସୀର ଲୋକମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି ।
ସାଥୀଗଣ, ମୁଁ ଯେତେବେଳେ ଆପଣମାନଙ୍କ ମଧ୍ୟକୁ ଆସୁଛି ତ ଗୋଟିଏ କଥା ନିଶ୍ଚୟ ମନେ ପକାଇ ଦେଉଛି, ଆମେ କାଶୀରେ ଯହା ମଧ୍ୟ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛୁ, ତାହା ପରମ୍ପରା ସହିତ ସଂଯୁକ୍ତ ହୋଇ, ତାହାର ପୌରାଣିକତାକୁ ବଂଚାଇ ରଖି କରାଯାଇଛି । ଅନନ୍ତକାଳରୁ ଯାହା ଏହି ସହରର ପରିଚୟ ରହିଛି, ତାହାକୁ ସୁରକ୍ଷିତ ରଖି ଏହି ସହରରେ ଆଧୁନିକ ବ୍ୟବସ୍ଥାଗୁଡିକର ସମାବେଶ କରାଯାଉଛି ।
ଚାରି ବର୍ଷ ତିନିମାସ ପୂର୍ବରୁ ଯେତେବେଳେ କାଶୀବାସୀ ପରିବର୍ତ୍ତନର ଏହି ସଂକଳ୍ପକୁ ନେଇ କରି ବାହାରିଥିଲେ, ସେତେବେଳେ ଆଉ ଆଜି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖା ଯାଉଛି । ଦେଖି ହେଉଛି ନା? ଅନ୍ତର ଦିଶୁଛି ନା ଦିଶୁନାହିଁ ? ପରିବର୍ତ୍ତନ ଦେଖିବାକୁ ମିଳୁଛି? ଏହି ମାଟିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି? ଧନ୍ୟବାଦ ।
ନଚେତ ଆପଣ ତ ହେଉଛନ୍ତି ସେହି ବ୍ୟବସ୍ଥାର ସାକ୍ଷୀ ଯେତେବେଳେ ଆମ କାଶୀକୁ ଭୋଲେ ଶିବ ଶଙ୍କରଙ୍କ ଭରସାରେ, ନିଜ ପରିସ୍ଥିତି ଉପରେ ଛାଡି ଦିଆ ଯାଇଥିଲା । ଆଜି ମୁଁ ବହୁତ ଆତ୍ମ ସନ୍ତୋଷ ଅନୁଭବ କରୁଛି ଯେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ଯୋଗୁଁ ଆମେ ବାରାଣସୀକୁ ବିକାଶର ନୂତନ ଦିଗ ଦେବାରେ ସଫଳ ହୋଇଛେ ।
ନଚେତ ବର୍ଷ ବର୍ଷ ଧରି ବିଗତ ଦିନରେ ସେଭଳି ମଧ୍ୟ ଦିନ ଥିଲା ଯେତେବେଳେ କାଶୀ ନଷ୍ଟଭ୍ରଷ୍ଟ ହୋଇଯାଉଥିବା ବ୍ୟବସ୍ଥାଗୁଡିକୁ ଦେଖି ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ଉଦାସ ହୋଇଯାଉଥିଲା । ବିଜୁଳି ତାରର ଜାଲ, ସେହିଭଳି ଭାବେ ଏହି ସହର ମଧ୍ୟ ନିଜ ବ୍ୟବସ୍ଥାଗୁଡିକ ସହିତ ଛନ୍ଦି ହୋଇ ରହିଥିଲା । ଆଉ ଏଥିପାଇଁ ମୁଁ ସଂକଳ୍ପ ନେଇଥିଲି ଯେ କାଶୀର ଚତୁଃପାର୍ଶ୍ୱରେ ଥିବା ଅବ୍ୟବସ୍ଥାକୁ, ଚତୁଃପାର୍ଶ୍ୱର ବିକାଶରେ ବଦଳାଇବାର ଅଛି ।
ଆଜି କାଶୀରେ ପତ୍ୟେକଟି ଦିଗରେ ପରିବର୍ତ୍ତନ ହେଉଛି । ମୋର ମନେ ଅଛି ସାଂସଦ ହେବା ପୂର୍ବରୁ ମଧ୍ୟ ଯେତେବେଳେ ମୁଁ ଏଠାକୁ ଆସୁଥିଲି ତ ସାରା ସହରରେ ଝୁଲି ରହିଥିବା ବିଜୁଳି ତାରକୁ ଦେଖି ସବୁବେଳେ ଚିନ୍ତା କରୁଥିଲି କି ଶେଷରେ କେବେ ବାରାଣସୀକୁ ଏଥିରୁ ମୁକ୍ତି ମିଳିବ? ଆଜି ଦେଖନ୍ତୁ ସହରର ଏକ ବୃହତ ଭାଗରେ ଲଟକି ଥିବା ତାର ଲୁଚି ଯାଇଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ତାରକୁ ମାଟି ତଳେ ବିଛାଇବାର କାମ ଦ୍ରୁତ ଗତିରେ ଚାଲୁ ରହିଛି ।
ଆଜି ବିଜୁଳୀକରଣ ସହିତ ଜଡ଼ିତ ଯେଉଁ ପାଞ୍ଚୋଟି ବଡ଼ ପ୍ରକଳ୍ପର ଲୋକାର୍ପଣ କରାଯାଇଛି, ସେଥିରେ ପୁରୁଣା କାଶୀକୁ ଲଟକି ରହିଥିବା ବିଜୁଳି ତାରରୁ ମୁକ୍ତି ଦେବାର କାମ ମଧ୍ୟ ସାମିଲ ହୋଇଛି । ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ବାରାଣସୀ ସହର ବ୍ୟତୀତ ଆଖପାଖ ଅନେକ ଗାଁକୁ ପର୍ଯ୍ୟାପ୍ତ ବିଜୁଳି ଦେବାର ଲକ୍ଷ୍ୟକୁ ଆହୁରି ଶକ୍ତି ମିଳିବାର ଅଛି । ଏହା ବ୍ୟତୀତ ଆଜି ଆଉ ଏକ ବିଦ୍ୟୁତ କେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ, ତ ଆଖପାଖ ବହୁତ ବଡ଼ ଅଂଚଳକୁ କମ୍ ଭୋଲଟେଜ ସମସ୍ୟାରୁ ମୁକ୍ତି ମିଳିବ ।
ସାଥୀଗଣ, ବାରାଣସୀକୁ ପୂର୍ବ ଭାରତର ପ୍ରବେଶପଥ ଭାବେ ବିକଶିତ କରିବାର ଭରପୂର ପ୍ରୟାସ କରାଯାଇଛି । ଆଉ ଏଥିପାଇଁ ସରକାରଙ୍କର ପ୍ରାଥମିକତା ବାରାଣସୀକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଯୋଡ଼ିବାର ଅଛି । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁରୂପ ପରିବହନ ହେଉ, ମେଡିକାଲ ସୁବିଧା ହେଉ, ଶିକ୍ଷା ସୁବିଧା ହେଉ, ସବୁକିଛିର ବିକାଶ କରାଯାଉଛି ।
ଆଜି କାଶୀ ଏଲଇଡି ଆଲୋକରେ ଝଲସି ଉଠୁଛି । ସହରର ରାସ୍ତାଗୁଡ଼ିକ- ଆର ପଟେ ରାତିରେ ମଧ୍ୟ ମାଆ ଗଙ୍ଗାଙ୍କ ପ୍ରବାସ ଦେଖାଯାଉଛି । ଏଲଇଡି ବଲ୍ବରେ ଆଲୋକିତ ତ ହୋଇଛି, ଆପଣଙ୍କର ବିଜୁଳି ବିଲରେ ମଧ୍ୟ ବହୁତ ହ୍ରାସ ଘଟିଛି । ବାରାଣସୀ ନଗର ନିଗମ ଏଲଇଡି ବଲ୍ବ ଲଗାଇବା ପରେ କୋଟି କୋଟି ଟଙ୍କା ସଂଚୟ କରିଛି ।
ସାଥୀଗଣ, ଚାରି ବର୍ଷ ପୂର୍ବେ ଯିଏ କାଶୀକୁ ଆସିଥିଲା, ସେ ଯେତେବେଳେ ଆଜି କାଶୀକୁ ଦେଖୁଛି ତ ତାଙ୍କୁ ନୂତନ ସଡ଼କର ସମ୍ପ୍ରସାରଣ ହୋଇଥିବା ଦେଖିବାକୁ ମିଳୁଛି । ବର୍ଷ ବର୍ଷ ଧରି ବନାରସରେ ରିଙ୍ଗ ରୋଡ଼ର ଚର୍ଚ୍ଚା ହେଉଥିଲା କିନ୍ତୁ ତାହାର କାମ ଫାଇଲରେ ଚାପି ହୋଇଥିଲା । 2014ରେ ସରକାର ଗଠନ ହେବା ପରେ କାଶୀରେ ରିଙ୍ଗ ରୋଡ଼ର ଫାଇଲ ପୁଣି ଥରେ ବାହାର କରାଗଲା । କିନ୍ତୁ ଉତ୍ତର ପ୍ରଦେଶରେ ପୂର୍ବ ସରକାର ଏହି ପ୍ରକଳ୍ପକୁ ଗତିଶୀଳ ହେବାକୁ ଦେଉ ନ ଥିଲେ । ସେମାନଙ୍କୁ ଚିନ୍ତା ହେଉଥିଲା କି ଯଦି ଏହି କାମ ହୋଇଯିବ ତ ମୋଦୀଙ୍କର ଜୟ ଜୟକାର ହୋଇଯିବ । ଆଉ ଏଥିପାଇଁ ଚାପିକରି ବସିଥିଲେ ।
କିନ୍ତୁ ଯେମିତି ହିଁ ଆପଣ ସମସ୍ତେ ଯୋଗୀ ମହାଶୟଙ୍କ ସରକାର ପ୍ରତିଷ୍ଠା କଲେ, ସରକାର ଗଠନ ହେବା ପରେ ଏବେ ଏହି କାମ ବହୁତ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି । ହରହୁଆ ରୁ ଗାଜିପୁର ପର୍ଯ୍ୟନ୍ତ ଚାରି ଥାକିଆ ସଡକର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଯାଉଛି । ହରହୁଆ ରୁ ରାଜାତାଲାବ ଏବଂ ଚନ୍ଦୋଲୀ ପର୍ଯ୍ୟନ୍ତ ଏକ ନୂତନ ସର୍କିଟ ପ୍ରସ୍ତୁତ କରିବା ଉପରେ ଦ୍ରୁତ ଗତିରେ କାମ ଚାଲୁ ରହିଛି । ଏହି ରାସ୍ତାରେ ଗଙ୍ଗା ଉପରେ ମଧ୍ୟ ଏକ ସେତୁ ମଧ୍ୟ ନିର୍ମାଣ କରାଯିବ, ଏହାଦ୍ୱାରା ବାରାଣସୀକୁ ଆସୁଥିବା ବଡ଼ ବଡ଼ ଟ୍ରକ ସଂଖ୍ୟା କମିଯିବ ।
ସାଥୀଗଣ, କାଶୀ ରିଙ୍ଗ ରୋଡର ନିର୍ମାଣ ଦ୍ୱାରା କେବଳ କାଶୀ ହିଁ ନୁହେଁ, ଆଖପାଖର ଅନେକ ଜିଲ୍ଲାକୁ ମଧ୍ୟ ଲାଭ ହେବାକୁ ଯାଉଛି । ବିହାର, ନେପାଳ, ଝାଡଖଣ୍ଡ, ମଧ୍ୟପ୍ରଦେଶ ସେଠାକୁ ଯିବା ପାଇଁ ଏଠାରୁ ବାହାରି ଥିବା ସଡ଼କର ବହୁତ ମହତ୍ୱ ରହିଛି । ଏହାର କାରଣ ହେଉଛି କି ବାରାଣସୀ ସହର ଭିତରେ ଏବଂ ବାରାଣସୀକୁ ଅନ୍ୟ ରାଜ୍ୟ ସହିତ ଯୋଡ଼ୁଥିବା ସଡକକୁ ପ୍ରଶସ୍ତ କରାଯାଉଛି, ସେଗୁଡ଼ିକର ସମ୍ପ୍ରସାରଣ କରାଯାଉଛି । ବାରାଣସୀ ହନମନା ଅର୍ଥାତ 7 ନମ୍ବର ଜାତୀୟ ରାଜପଥ, ବାରାଣସୀ ସୁଲତାନପୁର ମାର୍ଗ, ବାରାଣସୀ ଗୋରଖପୁର ସେକ୍ସନ, ବାରାଣସୀ ହାତୀଆ ସଡକ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଭାଇ ଓ ଭଉଣୀମାନେ, ବାରାଣସୀ ଭିତରେ ହଜାର ହଜାର କୋଟି ଟଙ୍କାର ଅନେକ ସଡ଼କ ପ୍ରକଳ୍ପ ଚାଲୁ ରହିଛି । ମହମୁରଗଞ୍ଜଠାରୁ ମଣ୍ଡୁଆଡିହ ଯିବା ଆସିବା କରିବା ପାଇଁ ପୂର୍ବରୁ କେତେ ଅସୁବିଧା ହେଉଥିଲା । ସ୍କୁଲ ଯାଅ ଆସ କରୁଥିବା ପିଲାମାନଙ୍କୁ କିଭଳି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା; ଏହା ମଧ୍ୟ ଆପଣମାନଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । ବର୍ଷ ବର୍ଷର ପ୍ରତୀକ୍ଷା ପରେ ମଣ୍ଡୁଆଡିହ ଫ୍ଲାଏଓଭରର ନିର୍ମାଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଛି । ସେହିପରି ଗଙ୍ଗା ନଦୀ ଉପରେ ତିଆରି ହୋଇଥିବା ସାମନେଗାଟ ସେତୁ ସଂପୂର୍ଣ୍ଣ ହେବା ଦ୍ୱାରା ରାମ ନଗରକୁ ଯିବା ଆସିବା ଆହୁରି ସହଜ ହୋଇଛି । ସହରରେ ଅଧା ହୋଇ ପଡ଼ି ରହିଥିବା ସେତୁ ଯେତେ ପୁରୁଣା ଥିଲା, ତା’ଠାରୁ ଅଧିକ ପୁରୁଣା ଦାବି ଥିଲା, ତାକୁ ପ୍ରଶସ୍ତ କରିବା ପାଇଁ । କେତେ ଦଶକ ଧରି ଅଧା ହୋଇ ପଡ଼ି ରହିଥିବା ସେତୁର ପ୍ରଶସ୍ତୀକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର କାମ ଅଟକି ରହିଥିଲା । ଏହି କାମକୁ ମଧ୍ୟ ସଂପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ବୋଜୁବିଡ- ସିଙ୍ଗଦୌରା ରାସ୍ତାକୁ ପ୍ରଶସ୍ତ କରିବା କାର୍ଯ୍ୟ, ଶିବପୁର – ପୁଲବରୀୟା ସଡକକୁ ଚାରି ଲେନ୍ କରିବା କାର୍ଯ୍ୟ, ରାଜାତାଲାବ ପୁଲିସ ଥାନାଠାରୁ ଜଖିନୀ ପର୍ଯ୍ୟନ୍ତ ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ ହେଉ, ସହରର ଭିନ୍ନ ଭିନ୍ନ ଭାଗରେ ଆଜି ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆସ୍ଥା ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚକୋଶୀ ମାର୍ଗର ବିକାଶ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ଭାବତପୁଲରୁ କଚେରୀ ମାର୍ଗ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ସଡ଼କରେ ପ୍ରାୟ 750 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରଥମେ ସଡ଼କ କିଭଳି ସଙ୍କୁଚିତ ଥିଲା, ଏହା ସହିତ ଆପଣମାନେ ସମସ୍ତେ ଭଲ ଭାବେ ପରିଚିତ ଅଛନ୍ତି । କିଛି ମିନିଟର ରାସ୍ତା ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଥିଲା । ବହୁତ ଭିଡ଼ କାରଣରୁ ଅନେକ ଥର ବିମାନ ପର୍ଯ୍ୟନ୍ତ, ଟ୍ରେନ ମଧ୍ୟ ଛାଡ଼ି ଚାଲି ଯାଉଥିଲା । ଯେବେଠାରୁ ଏହି ସଡ଼କ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ, ତ ଏହି ସମସ୍ୟାଗୁଡ଼ିକରୁ ମୁକ୍ତି ମିଳିବା ସୁନିଶ୍ଚିତ ହୋଇଯିବ ।
ସାଥୀଗଣ, ବାରାଣସୀରେ ହେଉଥିବା ବିକାଶର ସାକ୍ଷୀ ଏଠାକୁ ବିମାନ ବନ୍ଦରକୁ ଆସୁଥିବା ଲୋକମାନେ ମଧ୍ୟ ରହିଛନ୍ତି । ଉଡାଜାହାଜରେ ବାରାଣସୀ ଆସୁଥିବା ଲୋକ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେବାରେ ଲାଗିଛି । ଚାରି ବର୍ଷ ପୂର୍ବେ ଯେତେବେଳେ ବାବତପୁର ବିମାନବନ୍ଦରକୁ ଆଠ ଲକ୍ଷ ଲୋକ ଯିବା ଆସିବା କରୁଥିଲେ, ଏବେ ଏହି ସଂଖ୍ୟା 21 ଲକ୍ଷରେ ପହଂଚିଯାଇଛି ।
ସ୍ମାର୍ଟ ବାରାଣସୀରେ ସ୍ମାର୍ଟ ପରିବର୍ତ୍ତନ ହେଉ, ଏଥି ପାଇଁ ପରିବହନର ପ୍ରତ୍ୟେକ କ୍ଷେତ୍ରକୁ ଆଧୁନିକ କରିବା ପାଇଁ କାର୍ଯ୍ୟ କରାଯାଉଛି । ଟ୍ରାଫିକ ସମସ୍ୟାକୁ ସମନ୍ୱିତ କରାଯାଉଛି, ଫଳରେ କୌଣସି ଏକ ପରିବହନ ବ୍ୟବସ୍ଥା ଉପରେ ବୋଝ ନ ପଡ଼ୁ । ଏଠାରେ ନିର୍ମାଣ ହେଉଥିବା ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ସଂପୂର୍ଣ୍ଣ ସହରର ପ୍ରଶାସନ ଏବଂ ସର୍ବସାଧାରଣଙ୍କ ସୁବିଧାଗୁଡ଼ିକୁ ନିୟନ୍ତ୍ରଣ କରିବ ।
ବାରାଣସୀ ଏବଂ ବାରାଣସୀରେ ଦ୍ରୁତ ଗତିରେ ନିର୍ମାଣ ହେଉଥିବା ବହୁମୁଖୀ ମଡେଲ ଟର୍ମିନାଲର କାମ ଶେଷ ହେବା ପରେ ଏହି ସହର ପରିବହନ ଏବଂ ପଣ୍ୟ କାରବାର କ୍ଷେତ୍ରର ବଡ଼ କେନ୍ଦ୍ର ଭାବେ ବିକଶିତ ହେବାକୁ ଯାଉଛି । ଏହାଦ୍ୱାରା ସଡ଼କ, ରେଳ ଏବଂ ଜଳ ପରିବହନ ତିନୋଟିର ହିଁ ସଂଯୋଗ ବ୍ୟବସ୍ଥା ବଢ଼ିବ ଯାହାର ବଡ଼ ଲାଭ ଏଠାକାର ବ୍ୟବସାୟ ଏବଂ ଉଦ୍ୟୋଗକୁ ମିଳି ପାରିବ ।
ସାଥୀଗଣ, କାଶୀ ଯିବା ଆସିବା କରୁଥିବା ଲୋକମାନଙ୍କର ସମୟ ବଞ୍ଚୁ, ଏଥିପାଇଁ ଗଙ୍ଗାରେ ବଡ ବଡ ମୋଟରବୋଟ ଚଲାଇବାର ଯୋଜନା ଉପରେ କାର୍ଯ୍ୟ କରାଯାଉଛି । ବାରାଣସୀରୁ ହଳଦିଆ ପର୍ଯ୍ୟନ୍ତ 1 ନମ୍ବର ଜାତୀୟ ଜଳପଥର କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ସିଏନଜିରେ ଗାଡ଼ି ଚଲାଇବା ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି ।
ଭାଇ ଓ ଭଉଣୀମାନେ, ସାମାଜିକ ଗଣମାଧ୍ୟମରେ ଯେତେବେଳେ ଲୋକ ଖୁସୀରେ ବାରାଣସୀ କେଣ୍ଟ ଷ୍ଟେସନର ଛବି ପୋଷ୍ଟ କରୁଥିବା ଦେଖୁଛି ତ ମୋର ପ୍ରସନ୍ନତା ଦ୍ୱିଗୁଣିତ ହୋଇ ଯାଇଥାଏ । କେଣ୍ଟ ଷ୍ଟେସନ ହେଉ ମଣ୍ଡୁଆଡିହ ହେଉ ଅବା ପୁଣି ସିଟି ଷ୍ଟେସନ୍; ସବୁଗୁଡ଼ିକର ବିକାଶ କାର୍ଯ୍ୟକୁ ଗତି ଦିଆ ଯାଇଛି । ସେ ଗୁଡ଼ିକୁ ଆଧୁନିକ କରିବାର କାର୍ଯ୍ୟ କରାଯାଉଛି । ରେଳରେ କାଶୀ ଆସୁଥିବା ଲୋକଙ୍କୁ ଏବେ ଷ୍ଟେସନରେ ହିଁ ନୂତନ କାଶୀର ଛବି ଦୃଷ୍ଟିଗୋଚର ହେଉଛି ।
ସାଥୀଗଣ, ଏହା ବ୍ୟତୀତ ବାରାଣସୀକୁ ଆହ୍ଲାବାଦ ଏବଂ ଛପରା ସହିତ ଯୋଡ଼ୁଥିବା ଟ୍ରାକର ଦୋହରୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି । ବାରାଣସୀରୁ ନେଇ ବଲିୟା ପର୍ଯ୍ୟନ୍ତ ବିଦ୍ୟୁତକରଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ବାରାଣସୀ-ଆହ୍ଲାବାଦ ସହର ଅଂଚଳର ଦୋହରୀକରଣ ଏବଂ ବିଦ୍ୟୁତକରଣ କାର୍ଯ୍ୟ ଚାଲୁ ରହିଛି ।
ଭିତ୍ତିଭୂମି ସହିତ ବାରାଣସୀକୁ ଦେଶର ବାକି ଅଂଚଳ ସହିତ ରେଳ ଯୋଗାଯୋଗରେ ମଧ୍ୟ ଅନେକ ଗୁଣ ବୃଦ୍ଧି ହୋଇଛି । ବାରାଣସୀରୁ ଅନେକ ନୂତନ ଗାଡ଼ିର ଶୁଭାରମ୍ଭ ବିଗତ ଚାରି ବର୍ଷ ମଧ୍ୟରେ କରାଯାଇଛି । ବାରାଣସୀରୁ ନୂଆଦିଲ୍ଲୀ, ବଡ଼ୋଦରା, ପାଟନା ଯିବା ପାଇଁ ଭିନ୍ନ ଭିନ୍ନ ମହାମନା ଏକ୍ସପ୍ରେସ, ବାରାଣସୀ ପାଟନା ଜନ ଶତାବ୍ଦୀ ଏକ୍ସପ୍ରେସ ଭଳି ଆଧୁନିକ ସୁବିଧା ଥିବା ଟ୍ରେନ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ହୁବଲୀ ହେଉ, ମହୀଶୁର ହେଉ, ଗୌହାଟୀ ହେଉ, ଦେଶର ଅନ୍ୟ ସହର ସହିତ ବାରାଣସୀର ରେଳ ଯୋଗାଯୋଗ ଆହୁରି ସୁଦୃଢ଼ ହୋଇଛି ।
ସାଥୀଗଣ, ଆଜି କାଶୀରେ ନା କେବଳ ଯିବା ଆସିବା ସହଜ ହେଉଛି, ବରଂ ସହରର ସୌନ୍ଦର୍ଯ୍ୟକୁ ମଧ୍ୟ ବିକଶିତ କରାଯାଇଛି । ଆମର ଘାଟଗୁଡିକ ଏବେ ଅପରିଷ୍କାରରେ ନୁହେଁ, ଆଲୋକର ସହିତ ଅତିଥି ମାନଙ୍କୁ ସତ୍କାର କରୁଛନ୍ତି । ମାଆ ଗଙ୍ଗାଙ୍କ ଜଳରେ ଏବେ ଡଙ୍ଗା ସହିତ ବୋଟିଂ ଯାତ୍ରା ମଧ୍ୟ ସମ୍ଭବ ହୋଇ ପାରୁଛି । ଆମର ମନ୍ଦିର, ପୂଜାସ୍ଥଳ ଗୁଡ଼ିକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ପହଂଚିବାରେ ଅସୁବିଧା ନ ହେଉ, ଏହାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନରେ ପରିବର୍ତ୍ତନର ଏହି ଅଭିଯାନ ନିରନ୍ତର ଜାରି ରହିଛି ।
ଭାଇ ଓ ଭଉଣୀମାନେ, ବିଗତ ଚାରି ବର୍ଷରେ କାଶୀର ପରମ୍ପରା, ଆମର ଐତିହ୍ୟକୁ ସଂଯୋଜନା କରିବାର, ସେଗୁଡ଼ିକୁ ସଜାଇବାର କାମ, କରା ଯାଉଛି । ମୈଦାଗିରିସ୍ଥିତ ଟାଉନ ହଲ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନର ବହ୍ନି ଜଳାଇଥିଲେ । ଏହି ଐତିହ୍ୟ ଭବନର ଗୌରବ ପୁଣି ଫେରାଇ ଆଣିବାର କାର୍ଯ୍ୟ ଆମେ କରିଛୁ । ଏହା ପୁଣି ଥରେ ନିଜ ମୂଳ ସ୍ୱରୂପରେ ଦେଖିବାକୁ ମିଳୁଛି ।
ବାରାଣସୀର ବଡ଼ ଏବଂ ମୁଖ୍ୟ ପାର୍କର ଜରାଜୀର୍ଣ୍ଣ ଦ୍ୱାରଗୁଡ଼ିକର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ସାରନାଥରେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଲାଇଟ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ବୁଦ୍ଧ ଥିମ୍ ପାର୍କ, ସାରଙ୍ଗନାଥ ପୁଷ୍କରିଣୀ, ଗୁରୁଧାମ ମନ୍ଦିର, ମାର୍କଣ୍ଡେୟ ମନ୍ଦିର ଭଳି ଆସ୍ଥା ସହିତ ଜଡ଼ିତ ଅନେକ ସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇ ସାରିଛି ।
ଭୈରବ କୁଣ୍ଡ, ସାରଙ୍ଗନାଥ କୁଣ୍ଡ, ଲକ୍ଷ୍ମୀ କୁଣ୍ଡ ଏବଂ ଦୁର୍ଗା କୁଣ୍ଡର ପରିଷ୍କାର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି । ବିଗତ ଚାରି ବର୍ଷରେ ବିଭିନ୍ନ ଦେଶର ଅନେକ ବରିଷ୍ଠ ନେତୃବୃନ୍ଦଙ୍କର ସ୍ୱାଗତ କାଶୀବାସୀମାନେ କରିଛନ୍ତି, ଅଦ୍ଭୁତ ସ୍ୱାଗତ କରିଛନ୍ତି । ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଫ୍ରନ୍ସର ରାଷ୍ଟ୍ରପତି ମାକରୋଂ, ଜର୍ମାନୀର ରାଷ୍ଟ୍ରପତି ଫେକ ୱାଲଟରଙ୍କୁ ଭବ୍ୟ ସତ୍କାର କରାଯାଇଛି, କାଶୀର ଆତିଥ୍ୟକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି, ଯେଉଁଠାକୁ ଯାଇଛନ୍ତି, ଏହି କଥା କହିଛନ୍ତି । ଜାପାନ ତ କାଶୀ ପାଇଁ ସମ୍ମିଳନୀ କକ୍ଷ ଉପହାର ଆକାରରେ ଦେଇଛି ।
ସାଥୀଗଣ, ବାରାଣସୀର ଆତିଥ୍ୟକୁ ନେଇ ଆସନ୍ତା ବର୍ଷ ଆରମ୍ଭରେ ସାରା ବିଶ୍ୱର ଦୃଷ୍ଟି ରହିବ । ଜାନୁୟାରୀରେ ସାରା ଦୁନିଆରେ ବସବାସ କରୁଥିବା ଭାରତୀୟଙ୍କ କୁମ୍ଭ, ଏଠାରେ ଲାଗିବାକୁ ଯାଉଛି । ଆଉ ଏଥିପାଇଁ ସରକାର ଅନେକ ସ୍ତରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆପଣମାନଙ୍କ ସହଯୋଗ ମଧ୍ୟ ଆବଶ୍ୟକ ହେବ । ଜଣେ ଜଣେ କାଶୀର ଅଧିବାସୀ ଏଥିପାଇଁ ଆଗକୁ ଆସିବାକୁ ପଡ଼ିବ । କାଶୀର ଗଳିକନ୍ଦି, ଛକ, ବଜାରରେ ବାରାଣସୀର ରସ, ବାରାଣସୀର ରଙ୍ଗ, ବାରାଣସୀର ସାଂସ୍କୃତିକ ପରମ୍ପରା ନଜର ଆସିବା ଦରକାର । ପରିଷ୍କାର ପରିଚ୍ଛନ୍ନତାଠାରୁ ନେଇ ଅତିଥି ସତ୍କାରର ଏପରି ଉଦାହରଣ ଆମକୁ ସୃଷ୍ଟି କରିବାର ଅଛି କି ଆମର ପ୍ରବାସୀ ଭାଇ ଭଉଣୀ ସାରା ଜୀବନ ମନେ ରଖି ପାରିବେ । ଆଉ ମୁଁ ତ ଚାହିଁବି କି ପ୍ରବାସୀ ଭାରତୀୟ ଦିବସରେ ସାରା ବିଶ୍ୱର ଯେଉଁ ଲୋକ ଏଠାକୁ ଆସିବେ, ସେମାନେ ଏଭଳି ଅନୁଭବ କରିଥିବେ, ଏଭଳି ଅନୁଭବ ସାଙ୍ଗରେ ନେଇ ଯିବେ କି ସେମାନେ ସଦା ସର୍ବଦା କାଶୀ ପାଇଁ ପର୍ଯ୍ୟଟନ ଦୂତ ହୋଇଯିବେ । ସେମାନେ ଯେଉଁଠାକୁ ଯିବେ, କାଶୀର ପ୍ରଶଂସା କରୁଥିବେ ।
ଭାଇ ଓ ଭଉଣୀମାନେ, ସ୍ୱଚ୍ଛତା ବିଷୟରେ ମଧ୍ୟ କାଶୀ ପରିବର୍ତ୍ତନ ଦେଖିଛି । ଆଜି ଏଠାର ଘାଟଗୁଡ଼ିକ, ସଡ଼କଗୁଡ଼ିକ ଏବଂ ଗଳିଗୁଡ଼ିକରେ ସ୍ୱଚ୍ଛତା ସ୍ଥାୟୀ ଭାବେ କାୟା ବିସ୍ତାର କରି ଚାଲିଛି । ନା କେବଳ ପରିଷ୍କାର ପରିଚ୍ଛନ୍ନତା, ବରଂ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ ମଧ୍ୟ ବିଶେଷ ଉପାୟ କରାଯାଇଛି । ଆବର୍ଜନାରୁ ଆଧୁନିକ କୌଶଳ ଦ୍ୱାରା ଉର୍ବରକ ପ୍ରସ୍ତୁତିର କାର୍ଯ୍ୟ ମଧ୍ୟ କରାଯାଇଛି । କରସରାରେ ଆବର୍ଜନାରୁ ଉର୍ବରକ ପ୍ରସ୍ତୁତିର ବହୁତ ବଡ଼ କାରଖାନା ପ୍ରତିଷ୍ଠା କରାଯାଇଛି । ପ୍ରତିଦିନ ଶହ ଶହ ମେଟ୍ରିକ ଟନ ଆବର୍ଜନାର ପ୍ରକ୍ରିୟାକରଣ ହେଉଛି । ଆବର୍ଜନାରୁ କମ୍ପୋଷ୍ଟ ଖତ ଉତ୍ପାଦନ କାର୍ଯ୍ୟ ହେଉଛି । କରସରାରେ ମଧ୍ୟ ଆବର୍ଜନା ଏବଂ ଶକ୍ତି ପ୍ଲାଂଟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ପ୍ଲଂଟରୁ ବିଜୁଳି ଉତ୍ପାଦନ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ଭବନୀୟା ପୋଖରୀ, ପାହାଡ଼ିଆ ମଣ୍ଡି ଆଉ ଆଇଡିଏ ପରିସରରେ ବାୟୋ ଇନ୍ଧନ ଉତ୍ପାଦନ ପ୍ଲାଂଟ ସ୍ଥାପନ କରାଯାଇଛି ।
ସାଥୀଗଣ, ମାଆ ଗଙ୍ଗାଙ୍କ ସଫାଇ ପାଇଁ ଗଙ୍ଗୋତ୍ରୀରୁ ନେଇ ଗଙ୍ଗାସାଗର ପର୍ଯ୍ୟନ୍ତ ଏକ ସଙ୍ଗେ ପ୍ରୟାସ ଚାଲୁ ରହିଛି । କେବଳ ପରିଷ୍କାର ପରିଚ୍ଛନ୍ନତା ହିଁ ନୁହେଁ ବରଂ ସହରଗୁଡ଼ିକର ଆବର୍ଜନା ଗଙ୍ଗାରେ ନ ପଡ଼ୁ, ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଏଥିପାଇଁ ବର୍ତ୍ତମାନ ସୁଦ୍ଧା 21 ହଜାର କୋଟିର 200ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇସାରିଛି ।
ବାରାଣସୀରେ ମଧ୍ୟ 600 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପ କେବଳ ଏହି ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ବିନାପୁର ଏବଂ ରାମାଣାରେ ସ୍ୱରେଜ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ସ୍ୱରେଜ ପ୍ଲାଂଟ ସହିତ ଜଡ଼ିତ ଭିତ୍ତିଭୂମି ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । ସାରା ସହରରେ ହଜାର ହଜାର ସ୍ୱରେଜ ଚାମ୍ବର ନିର୍ମାଣ ସହିତ 150ରୁ ଅଧିକ ଗୋଷ୍ଠୀ ଶୌଚାଳୟର ନିର୍ମାଣ ମଧ୍ୟ କରାଯାଇ ସାରିଛି । ପରିମଳ ସହିତ ପାନୀୟ ଜଳର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କାର୍ଯ୍ୟ ଜାରୀ ରହିଛି । ହଜାର ହଜାର ଘରେ ପାଣି ସଂଯୋଗ ଏବଂ ପାଣିର ମିଟର ଲଗାଇବାର କାର୍ଯ୍ୟ ମଧ୍ୟ ଆଗକୁ ବଢ଼ୁଛି ।
ସାଥୀଗଣ, ବାରାଣସୀ ସହର ହିଁ ନୁହେଁ, ଆଖପାଖ ଗାଁକୁ ମଧ୍ୟ ସଡ଼କ, ବିଜୁଳି, ପାଣି ଭଳି ସୁବିଧାମାନ ପହଂଚାଯାଇଛି । ସାଂସଦ ଭାବେ ଯେଉଁ ଗାଁକୁ ବିଶେଷକରି ବିକଶିତ କରିବାର ଦାୟିତ୍ୱ ମୋ ପାଖରେ ଅଛି, ସେଥିମଧ୍ୟରୁ ଗୋଟିଏ ନାଗେପୁର ଗାଁ ପାଇଁ ଆଜି ବଡ଼ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ନାଗେପୁର ହେଉ, ଜୟାପୁର ହେଉ, କକରିୟା ହେଉ, ଅଥବା ଡୋମରୀ ହେଉ, ସମସ୍ତ ଗାଁକୁ ଭଲଭାବେ ରାସ୍ତା, ପାଣି, ବିଜୁଳି, ପାନୀୟ ଜଳ ଭଳି ସୁବିଧାଗୁଡ଼ିକ ସହିତ ଯୋଡ଼ା ଯାଉଛି । ଖେଳକୁଦ ପାଇଁ ପଡିଆ, ସ୍ୱରୋଜଗାରର କେନ୍ଦ୍ର, ଜମିବାଡ଼ି ଓ କୃଷକଙ୍କ ଉନ୍ନତ ବ୍ୟବସ୍ଥା ଆଉ ଉଚିତ ସ୍ୱାସ୍ଥ୍ୟସେବା ଭଳି ଅନେକ ବ୍ୟବସ୍ଥା କରାଯାଉଛି ।
ସାଥୀଗଣ, ଆପଣ ମାନଙ୍କର ସକ୍ରିୟ ସହଯୋଗରେ କାଶୀ ଆଜି ପୂର୍ବ ଭାରତରେ ଉତ୍ତମ ଚିକିତ୍ସାସେବାର କେନ୍ଦ୍ର ରୂପେ ବିକଶିତ ହେଉଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ନିର୍ମାଣ ହେଉଥିବା ନୂତନ ହାସପାତାଳ ଆଗାମୀ ଦିନରେ ବାରାଣସୀକୁ ସଂପୁର୍ଣ୍ଣ ପୂର୍ବ ଭାରତର ବଡ଼ ମେଡ଼ିକାଲ କେନ୍ଦ୍ର ଭାବେ ନିର୍ମାଣ କରିବାକୁ ଯାଉଛନ୍ତି । ବିଏଚୟୁରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ଟ୍ରମା କେନ୍ଦ୍ର ହଜାର ହଜାର ଲୋକଙ୍କର ଜୀବନ ବଂଚାଇବାର କାର୍ଯ୍ୟ କରୁଛି । ବାରାଣସୀରେ ନିର୍ମାଣ ହେଉଥିବା ନୂତନ କ୍ୟାନସର ହସ୍ପିଟାଲ, ସୁପର ସ୍ପେଶାଲିଟୀ ହସ୍ପିଟାଲ ଲୋକଙ୍କର ଚିକିତ୍ସା ପାଇଁ ଆଧୁନିକ ସୁବିଧା ଉପଲବ୍ଧ କରାଇବାରେ ବଡ଼ ଭୂମିକା ତୁଲାଇବାକୁ ଯାଉଛନ୍ତି ।
ନିକଟରେ ବିଏଚୟୁ ଏମ୍ସ ସହିତ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରିବା ପାଇଁ ବୁଝାମଣା କରିଛି । ସାଥୀଗଣ, ଆଜି ବିଏଚୟୁରେ ଆଂଚଳିକ ଚକ୍ଷୁ ଚିକିତ୍ସା ଅର୍ଥାତ ଆଂଚଳିକ ନେତ୍ର ସଂସ୍ଥାନର ମଧ୍ୟ ଶିଳାନ୍ୟାସ କରାଯାଇଛି । 54 ବର୍ଷ ପୂର୍ବେ ଲାଲ ବାହାଦୁର ଶାସ୍ତ୍ରୀ ମହାଶୟ ଏଠାରେ ଚକ୍ଷୁ ବିଭାଗର ଉଦ୍ଘାଟନ କରିଥିଲେ । ଏହାକୁ ଆଂଚଳିକ କେନ୍ଦ୍ରଭାବେ ସଂପ୍ରସାରିତ ରୂପ ଦେବାର ସୁଯୋଗ ମୋତେ ପ୍ରାପ୍ତ ହୋଇଛି । ଯେତେବେଳେ ଏହି ସୁବିଧା ପ୍ରସ୍ତୁତ ହୋଇଯିବ ତ ପୂର୍ବ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ନେପାଳ ପର୍ଯ୍ୟନ୍ତ କୋଟି କୋଟି ଲୋକଙ୍କୁ ଏହାର ଲାଭ ମିଳିବ ।
କେବଳ ଏତିକି ନୁହେଁ, ବରଂ କାଶୀବାସୀଙ୍କୁ ଏବେ ଆଖିର ଜଟିଳ ରୋଗର ଚିକିତ୍ସା ପାଇଁ ବଡ଼ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ । ଏଥିରେ ମୋତିଆବିନ୍ଦୁଠାରୁ ନେଇ ଆଖିର ଜଟିଳରୁ ଅତି ଜଟିଳ ରୋଗର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବହୁତ କମ୍ ହୋଇଯିବ । ଏତିକି ହିଁ ନୁହେଁ, ଏହି ସଂସ୍ଥାନ ଉଚ୍ଚ ସ୍ତରର ଚକ୍ଷୁ ଡାକ୍ତରଙ୍କୁ ମଧ୍ୟ ପ୍ରସ୍ତୁତ କରିବ ଆଉ ଗବେଷଣାରେ ଗୁଣବତ୍ତା ନିଶ୍ଚିତ-ସୁନିଶ୍ଚିତ କରିବ ।
ସାଥୀଗଣ, ବାରାଣସୀରେ ନୂତନ ହସ୍ପିଟାଲର ନିର୍ମାଣ ତ ହେଉଛି, ପୂର୍ବରୁ ଯେଉଁ ହାସପାତାଳଗୁଡିକ ଥିଲା, ସେଗୁଡିକୁ ମଧ୍ୟ ସୁଧାରି ନିଆ ଯାଇଛି । ପାଣ୍ଡେପୁରରେ 150 କୋଟି ଟଙ୍କା ବ୍ୟୟରେ ଇଏସଆଇ ହସପିଟାଲର ଆଧୁନିକୀ କରଣ କରାଯାଇଛି । ଏହା ବ୍ୟତୀତ ବାରାଣସୀରେ ପୂର୍ବରୁ କାର୍ଯ୍ୟ କରୁଥିବା ଡ଼ାକ୍ତରଖାନା ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଘରୋଇ କ୍ଷେତ୍ରକୁ ମଧ୍ୟ ଏଠାରେ ହାସ୍ପାତାଳ ଖୋଲିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏହା ବ୍ୟତୀତ ବ୍ଲକ ଏବଂ ତହସିଲ ସ୍ତରରେ ମଧ୍ୟ ଅନେକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହାସପାତାଳଗୁଡ଼ିକର ନିର୍ମାଣ କରାଯାଉଛି ।
ସାଥୀଗଣ, ୟୁପିରେ ଭାଜପାର ଯୋଗୀ ମହାଶୟଙ୍କ ସରକାର ପ୍ରତିଷ୍ଠା ହେବା ପରେ ଏହି ସମସ୍ତ କାର୍ଯ୍ୟରେ ଅଭୂତପୂର୍ବ ପ୍ରଗତି ଆସିଛି । ମୁଁ ଯୋଗୀ ମହାଶୟ ଆଉ ତାଙ୍କର ସମସ୍ତ ଟିମକୁ ଆୟୁଷ୍ମାନ ଭାରତ, ଏଥିରେ ଯୋଡ଼ି ହୋଇ ଥିବାରୁ ଶୁଭେଚ୍ଛା ଜଣାଉଛି । ଦେଶର 50 କୋଟି ଗରିବ ଭାଇ ଭଉଣୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରିଲାବାଲା ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ଭାଗରେ କାର୍ଯ୍ୟକାରୀ ହେଉଛି । 23 ସେପ୍ଟେମ୍ବରରୁ ଏହି ଯୋଜନାକୁ ସାରା ଦେଶରେ ଲାଗୁ କରାଯିବ ।
ଭାଇ ଓ ଭଉଣୀ ମାନେ, ସ୍ୱାସ୍ଥ୍ୟ ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ମାଲବ୍ୟ ମହାଶୟଙ୍କର ଆଉ ତାଙ୍କର ସ୍ୱପ୍ନ ଥିଲା କି ଗୋଟିଏ ପରିସରରେ ପ୍ରାଚୀନ ବିଦ୍ୟା ସହିତ ଆଧୁନିକତାର ଶିକ୍ଷାଦାନ ହେଉ । ତାଙ୍କର ଏହି ସ୍ୱପ୍ନ ଅର୍ଥାତ ଆମର ବିଏଚୟୁର ସମ୍ପ୍ରସାରଣ କରିବା ପାଇଁ ଆଜି ଅନେକଗୁଡିଏ କେନ୍ଦ୍ରର ଲୋକାର୍ପଣ ହୋଇଛି ।
ବେଦର ଜ୍ଞାନଠାରୁ ନେଇ ଏକବିଂଶ ଶତାବ୍ଦୀର ବିଜ୍ଞାନ ଏବଂ ଭବିଷ୍ୟତର ଟେକ୍ନୋଲଜିର ସମାଧାନ କରିବା ଭଳି ଆଜି ଏଠାରେ ପଦକ୍ଷେପ ଯୋଡ଼ି ହୋଇ ଯାଇଛି । ବେଦଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତକୁ ଯୋଡ଼ା ଯାଇଛି । ଆଜି ଏଠାରେ ଗୋଟିଏ ପଟେ ବୈଦିକ ବିଜ୍ଞାନ କେନ୍ଦ୍ର ଶିଳାନ୍ୟାସ ହୋଇଛି ତ ଅନ୍ୟ ପଟେ ଅଟଳ ନବୋନ୍ମେଷ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ ହୋଇଛି ।
ଯୁବ ସାଥୀଗଣ, ଆମ ସମସ୍ତଙ୍କୁ ଯେତେ ନିଜର ପୁରାତନ ସଂସ୍କୃତି ଓ ସଭ୍ୟତା ଉପରେ ଗର୍ବ ଅଛି, ସେତିକି ମଧ୍ୟ ଭବିଷ୍ୟତର ଟେକ୍ନୋଲଜି ପ୍ରତି ଆମର ଆକର୍ଷଣ ରହିଛି । 80 କୋଟିରୁ ଅଧିକ ଯୁବକମାନଙ୍କ ଶକ୍ତିରେ ଭରପୂର ଏହି ଦେଶ ଦ୍ରୁତ ଗତିରେ ପରିବର୍ତ୍ତିତ ଟେକ୍ନୋଲଜିର ଭୂଖଣ୍ଡରେ ନିଜର ଛାପ ଛାଡ଼ି ଦେଇଛି । ଭବିଷ୍ୟତର ଟେକ୍ନୋଲଜି ସହିତ ଭାରତର ଏହି ପଦକ୍ଷେପ ତାଳ ମିଳାଇ ବିଏଚୟୁରେ ଅଟଳ ନବୋନ୍ମେଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବିଏଚୟୁରେ ଏହି ନବୋନ୍ମେଷ କେନ୍ଦ୍ର ଆଗାମୀ ଦିନରେ ଏଠାରେ ଷ୍ଟାର୍ଟ-ଅପ୍ ପାଇଁ ନୂତନ ଶକ୍ତି ଦେବାର କାର୍ଯ୍ୟ କରିବ ।
ମୋତେ ଅବଗତ କରାଯାଇଛି କି ସାରା ଦେଶରେ ପାଖାପାଖି 80 ଷ୍ଟାର୍ଟ-ଅପ୍ ର ଆବେଦନ ଏହା ସହିତ ଯୋଡ଼ି ହେବା ପାଇଁ ଆସି ଯାଇଛି ଆଉ 20 ଟି ଷ୍ଟାର୍ଟ-ଅପ୍ ବର୍ତ୍ତମାନ ସୁଦ୍ଧା ଏହା ସହିତ ଯୋଡି ହୋଇଛନ୍ତି । ଏହି କେନ୍ଦ୍ର ପାଇଁ ବାରାଣାସୀର ଯୁବକମାନେ, ଆଉ ବିଶେଷ କରି ଯେଉଁମାନେ ଏହି ପ୍ରକାରର ସାହସ ରଖି ଥାଆନ୍ତି, ଚିନ୍ତଧାରା ରଖିଥାଆନ୍ତି; ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ, କୃଷକ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଗତି ଦେବାର କାର୍ଯ୍ୟ ମଧ୍ୟ ବିଗତ ଚାରି ବର୍ଷରେ ଦ୍ରୁତ ଗତିରେ ଆଗେଇଛି । ରାଜା ତାଲାବରେ ନିର୍ମାଣ କରାଯାଇଥିବା ଶୀଘ୍ର ନଷ୍ଟ ହୋଇ ଯାଉଥିବା ସାମଗ୍ରୀର ପଣ୍ୟ କେନ୍ଦ୍ର ଜୁଲାଇ ମାସରେ ଲୋକାର୍ପଣ କରାଯାଇଥିଲା । ଏହି ପଣ୍ୟ କେନ୍ଦ୍ର ବାରାଣସୀ ଏବଂ ଆଖପାଖର କୃଷକ ମାନଙ୍କର ଫସଲକୁ ନା କେବଳ ଖରାପ ହେବାରୁ ବଂଚାଉଛି ବରଂ ଆୟ ବୃଦ୍ଧି ଏବଂ ମୂଲ୍ୟ ଯୁକ୍ତରେ ମଧ୍ୟ ସହାୟତା କରୁଛି । ଏଠାରେ ନା କେବଳ ଆଳୁ ଟମାଟୋ ସମେତ ଅନ୍ୟାନ୍ୟ ଫଳ ଓ ପନିପରିବାର ଭଣ୍ଡାରଣର ସୁବିଧା ରହିଛି ବରଂ ରେଳ ଷ୍ଟେସନ ସହିତ ଲାଗି ରହିଛି । ଫଳରେ ଅନ୍ୟ ସହରକୁ ପଠାଇବା ସହଜ ହେଉଛି ।
ଏହି ପଣ୍ୟ କେନ୍ଦ୍ର ବ୍ୟତୀତ ଏବେ ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ଯାଉଛି । ଅର୍ଥାତ ଭବିଷ୍ୟତରେ କାଶୀ ଧାନର ଉନ୍ନତ କିସମ ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇବାକୁ ଯାଉଛି । ବାରାଣସୀର କୃଷକ ଭାଇ ଓ ଭଉଣୀଙ୍କୁ ଚାଷବାସ ବ୍ୟତୀତ ଅନ୍ୟ ବ୍ୟବସାୟରୁ ମଧ୍ୟ ଆୟ ହେଉ, ଏହାର ମଧ୍ୟ ବ୍ୟବସ୍ଥା ଜାରି ରହିଛି । କୃଷକ ଭାଇ ଭଉଣୀମାନଙ୍କୁ ଚାଷବାସ ସହିତ ପଶୁପାଳନ ଏବଂ ମହୁମାଛି ପାଳନ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆ ଯାଉଛି ।
କିଛି ସମୟ ପୂର୍ବରୁ ଆଜି କୃଷକ ମାନଙ୍କୁ ଏଠାରେ ମହୁମାଛିରେ ଭରପୂର ବାକ୍ସ ଦିଆ ଯାଇଛି । ଏଠାରେ ତ କେବଳ ପ୍ରତିଛବି ଦିଆଗଲା । କିନ୍ତୁ ସେମାନଙ୍କୁ ଦିଆଯାଇଛି । ଏହା ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି । ମଧୁମାଛି ରହିବା ନା କେବଳ ଆମର ଉତ୍ପାଦନ ବୃଦ୍ଧି କରି ଥାଆନ୍ତି, ବରଂ ମହୁ ଏକ ଅତିରିକ୍ତ ଆୟର ସ୍ରୋତ ହୋଇଥାଏ । ଆପଣ ମାନେ ଏହା ଜାଣି ଖୁସି ହେବେ କି ଯେ ଆଜି ଦେଶ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବା ସହିତ ରେକର୍ଡ ପରିମାଣରେ ମହୁ ଉତ୍ପାଦନ କରୁଛି ।
ଭାଇ ଓ ଭଉଣୀ ମାନେ, ବାରାଣସୀ ଏବଂ ପୂର୍ବ ଭାରତ ହେଉଛି ବୁଣାକାର, ଶିଳ୍ପୀ, ମାଟିକୁ ସୁନା କରି ଦେଇ ପାରୁଥିବା କଳାକାରଙ୍କ ଧରଣୀ । ବାରାଣସୀରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉଦ୍ୟୋଗକୁ ବୈଷୟିକ ସହାୟତା ଦେବା ଏବଂ କାରିଗରମାନଙ୍କୁ ନୂତନ ବଜାର ସହିତ ଯୋଡ଼ିବା ପାଇଁ ବ୍ୟବସାୟ ସୁବିଧା କେନ୍ଦ୍ର ନିର୍ମାଣ କରାଯାଉଛି । ଏହା ବ୍ୟତୀତ ବୁଣାକାରମାନଙ୍କୁ ଭଲ ଉତ୍ପାଦନର ସୁବିଧା ଦେବା ପାଇଁ 9 ଟି ସ୍ଥାନରେ ସାଧାରଣ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି । ଏବେ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ପଦଚାଳିତ ମେସିନ ଦିଆଯାଉଛି, ଯାହାଦ୍ୱାରା ବୁଣାକାରଙ୍କ କାର୍ଯ୍ୟ ଆହୁରି ସହଜ ହୋଇଛି ।
ବୁଣାକାର ହିଁ ନୁହଁନ୍ତି, ମାଟିରେ ବାସନ ଏବଂ ମାଟିରେ କଳାକୃତି ତିଆରି କରୁଥିବା ଭାଇ ଭଉଣୀମାନଙ୍କୁ ମଧ୍ୟ ବୈଷୟିକ ଶକ୍ତି ଦିଆଯାଉଛି । ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ଅନେକ ଭାଇ ଭଉଣୀଙ୍କୁ ଇଲେକ୍ଟ୍ରିକ୍ ଚାର୍ଜ ଦିଆଯାଇଛି । ଏହା ବ୍ୟତୀତ ମାଟି ଚକଟିବା ଏବଂ ଶୁଖାଇବାର ଆଧୁନିକ ମେସିନ ସେମାନଙ୍କୁ ଦିଆ ଯାଉଛି । ଏହାଦ୍ୱାରା ଆପଣମାନଙ୍କର ଶ୍ରମ ମଧ୍ୟ ସଂଚୟ ହେବ ଏବଂ କମ୍ ସମୟ ମଧ୍ୟରେ ଭଲ ଗୁଣବତ୍ତାର ବାସନ ଅଥବା ସାଜସଜ୍ଜା ସାମଗ୍ରୀ ତିଆରି ହୋଇ ପାରିବ ।
ସାଥୀଗଣ, ବାରାଣସୀର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଅଂଚଳର ଜୀବନ ଧାରଣ ମାନଦଣ୍ଡକୁ ଉପରକୁ ଉଠାଇବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । କାଶୀ ଏବେ ଦେଶର ସେହି ବଛା ବଛା ସହର ମଧ୍ୟରେ ସାମିଲ ହୋଇଛି, ଯେଉଁଠାରେ ଘରକୁ ପାଇପ୍ ଦ୍ୱାରା ରୋଷେଇ ଗ୍ୟାସ ପହଂଚାଯାଉଛି । ଏଥିପାଇଁ ଆହ୍ଲାବାଦରୁ ବାରାଣସୀ ପର୍ଯ୍ୟନ୍ତ ପାଇପ୍ ଲାଇନ୍ ବିଛା ଯାଇଛି । ବର୍ତ୍ତମାନ ସୁଦ୍ଧା ବାରାଣସୀରେ ଆଠ ହଜାରରୁ ଅଧିକ ଘର ପର୍ଯ୍ୟନ୍ତ ପାଇପ୍ ଯୋଗେ ଗ୍ୟାସ ସଂଯୋଗ ପହଂଚି ସାରିଛି । ଆଗାମୀ ଦିନରେ ଏହାକୁ 40 ହଜାରରୁ ଅଧିକ ଘର ପର୍ଯ୍ୟନ୍ତ ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି । ଏହା ବ୍ୟତୀତ ଉଜ୍ଜ୍ୱଳା ଯୋଜନା ଅଧୀନରେ କରାଯାଇଥିବା 60 ହଜାରରୁ ଅଧିକ ଗ୍ୟାସ ସଂଯୋଗ ମଧ୍ୟ ବାରାଣସୀର ଆଖ ପାଖ ଗାଁରେ ମହିଳାଙ୍କ ଜୀବନକୁ ସହଜ କରିବାର କାର୍ଯ୍ୟ କରିଛି ।
ସାଥୀଗଣ, ‘ସମସ୍ତଙ୍କ ସହିତ – ସମସ୍ତଙ୍କ ବିକାଶ’, ରାସ୍ତାରେ ଚାଲି କାଶୀ ଏକ ନୂତନ ଉତ୍ସାହ ସହିତ ଏକ ନୂତନ ଉନ୍ମାଦନା ସହିତ ନିଜର ଭବିଷ୍ୟତ ନିର୍ଦ୍ଧାରିତ କରୁଛି । ହଜାର ହଜାର କୋଟିର ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି । ଭିତ୍ତିଭୂମିର ଯେଉଁ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି, ସେଥିମଧ୍ୟରୁ ଅନେକ ଆଗାମୀ କିଛି ମାସରେ ସଂପୂର୍ଣ୍ଣ ହେବା ଭଳି ସ୍ଥିତିରେ ଅଛି । ରିଙ୍ଗ ରୋଡ଼, ଏୟାରପୋର୍ଟରୁ କଚେରୀ ପର୍ଯ୍ୟନ୍ତ ରାସ୍ତା, ଧାନ ଗବେଷଣା ପ୍ରତିଷ୍ଠାନ, ବିନାପୁର-ଗୋଏଠାର ସ୍ୱରେଜ ପରିଚାଳନା ପ୍ଲାଂଟ, ବହୁମୁଖୀ ମୋରାଲ ଟର୍ମିନାଲ, ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଭଳି ବଡ଼ ପ୍ରକଳ୍ପ ସଂପୂର୍ଣ୍ଣ ହେବ ତ ଏହି ସହରର ବିକାଶକୁ ନୂତନ ମାନ୍ୟତା ମିଳିବ ।
ସାଥୀଗଣ, ଏହି ସମସ୍ତ ପ୍ରକଳ୍ପ ବାରାଣସୀରେ ଏଠାକାର ଯୁବକମାନଙ୍କୁ ରୋଜଗାରର ଅସୀମ ଅବସର ମଧ୍ୟ ଉପଲବ୍ଧ କରାଉଛି । ବାରାଣସୀରେ ହେଉଥିବା ବିକାଶ ଏଠାକାର ଉଦ୍ୟମୀମାନଙ୍କ ପାଇଁ ମଧ୍ୟ ବ୍ୟବସାୟର ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି । ଆସନ୍ତୁ, ଆମେ ସଂପୂର୍ଣ୍ଣ ସମର୍ପଣର ସହିତ ବାରାଣସୀରେ ହୋଇଥିବା ପରିବର୍ତ୍ତନର ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରିବା । ନୂତନ କାଶୀ, ନୂତନ ଭାରତର ନିର୍ମାଣରେ ଆଗକୁ ବଢ଼ି ନିଜର ଯୋଗଦାନ ଦେବା ।
ପୁଣିଥରେ, ଆପଣ ସମସ୍ତଙ୍କୁ ନୂତନ ଭାବେ ଆରମ୍ଭ ହୋଇଥିବା ଯାବତୀୟ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଉଛି । ଆପଣମାନେ ଏହିଭଳି ମୋତେ ନିଜର ସ୍ନେହ ଆଉ ଆଶୀର୍ବାଦ ପ୍ରେରଣା ଦେଉ ଥାଆନ୍ତୁ । ଏହି କାମନା ସହିତ ଭାଇ ଓ ଭଉଣୀମାନେ, ଆପଣମାନେ ଯଦିଓ ମୋତେ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ଦେଇଛନ୍ତି, କିନ୍ତୁ ମୁଁ ଜଣେ ସାଂସଦ ଭାବେ ମଧ୍ୟ ଆପଣମାନଙ୍କୁ ମୋର କାମର ହିସାବ ଦେବା ପାଇଁ ଦାୟିତ୍ୱବାନ ଅଛି । ଆଉ ଆଜି ମୁଁ ଆପଣମାନଙ୍କୁ ଚାରି ବର୍ଷରେ ଜଣେ ସାଂସଦ ଭାବେ ଯେଉଁ କାର୍ଯ୍ୟ କରିଛି, ତାହାର ଏକ ଛୋଟ ଝଲକ ଦେଖାଇଛି । ଆଉ ମୁଁ ମାନୁଛି ଜନ ପ୍ରତିନିଧି ଭାବେ, ଆପଣମାନଙ୍କର ସେବକ ଭାବେ, ଆପଣ ହେଉଛନ୍ତି ମୋର ମାଲିକ, ଆପଣ ହେଉଛନ୍ତି ମୋର ହାଇକମାଣ୍ଡ । ଆଉ ଏଥିପାଇଁ କଡ଼ା ଗଣ୍ଡାର ହିସାବ ଦେବା, ପ୍ରତି କ୍ଷଣର ହିସାବ ଦେବା, ଏହା ହେଉଛି ମୋର ଦାୟିତ୍ୱ ।
ଆଉ ଜଣେ ସାଂସଦ ଭାବେ ମୁଁ ଆଜି ଖୁସି ଯେ, ଆପଣଙ୍କ ମଧ୍ୟରେ ମୁଁ ଆଜି ଏହି ବିକାଶର କଥାକୁ ନେଇ ଆପଣ ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ପୁଣି ଥରେ ଆପଣ ମାନଙ୍କ ସ୍ନେହ ପାଇଁ, ଆପଣଙ୍କ ଆଶୀର୍ବାଦ ପାଇଁ, ଆପଣ ମାନଙ୍କର ଅପ୍ରତିମ ଭଲ ପାଇବା ପାଇଁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
ମୋ ସହିତ କୁହନ୍ତୁ –
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ବହୁତ – ବହୁତ ଧନ୍ୟବାଦ ।
**********
मेरे लिए ये सौभाग्य की बात है देश के लिए समर्पित एक और वर्ष की शुरुआत मैं बाबा विश्वनाथ और मां गंगा के शुभ आशीष से कर रहा हूं।
— PMO India (@PMOIndia) September 18, 2018
आप सभी का ये स्नेह, ये आशीर्वाद मुझे हर पल प्रेरित करता है, आपकी और सभी देशवासियों की सेवा के संकल्प को और मज़बूत करता है: PM
इसी सेवाभाव को आगे बढ़ाते हुए आज यहां 550 करोड़ रुपए से ज्यादा के प्रोजेक्ट्स का या तो लोकार्पण हुआ है या फिर शिलान्यास हुआ है।
— PMO India (@PMOIndia) September 18, 2018
विकास के ये कार्य बनारस शहर ही नहीं बल्कि आसपास के गांवों से भी जुड़े हैं: PM#BadaltaBanaras
हम काशी में जो भी बदलाव लाने का प्रयास कर रहे हैं वो उसकी परंपराओं को संजोते हुए, उसकी पौराणिकता को बचाते हुए किया जा रहा है।
— PMO India (@PMOIndia) September 18, 2018
अनंत काल से जो इस शहर की पहचान रही, उसे संरक्षित करते हुए, इस शहर में आधुनिक व्यवस्थाओं का समावेश किया जा रहा है: PM
चार वर्ष पहले जब काशीवासी, बदलाव के इस संकल्प को लेकर निकले थे, तब और आज में अंतर स्पष्ट दिखता है।
— PMO India (@PMOIndia) September 18, 2018
वरना आप तो उस व्यवस्था के गवाह रहे हैं जब हमारी काशी को भोले के भरोसे, अपने हाल पर छोड़ दिया गया था: PM
सांसद बनने से पहले भी जब मैं यहां आता था, तो शहर भर में बिजली के लटकते तारों को देखकर हमेशा सोचता था, कि आखिर कब बनारस को इससे मुक्ति मिलगी?
— PMO India (@PMOIndia) September 18, 2018
आज शहर के एक बड़े हिस्से से लटकते हुए तार गायब हो गए हैं। बाकी जगहों पर भी इन तारों को जमीन के भीतर बिछाने का काम तेज़ी से जारी है: PM
बनारस के भीतर हजारों करोड़ रुपए की अनेक सड़क परियोजनाएं चल रही हैं
— PMO India (@PMOIndia) September 18, 2018
मडुआडीह फ्लाइओवर का काम पूरा हो चुका है
गंगा नदी पर बने सामने घाट पुल के पूरा होने से, रामनगर आना-जाना और आसान हुआ है
कई दशकों से अंधरा पुल को चौड़ा करने का काम अटका हुआ था। इस काम को भी पूरा किया गया है: PM
वाराणसी में हो रहे विकास के गवाह, यहां एयरपोर्ट पर आने वाले लोग भी बन रहे हैं।
— PMO India (@PMOIndia) September 18, 2018
हवाई जहाज से बनारस आने वाले लोगों और टूरिस्टों की संख्या में निरंतर बढोतरी हो रही है।
स्मार्ट बनारस में स्मार्ट परिवहन हो, इसके लिए ट्रासपोर्ट के हर तरीके को आधुनिक बनाने का काम हो रहा है: PM
सोशल मीडिया पर जब लोगों को खुशी में वाराणसी कैंट स्टेशन की तस्वीरें पोस्ट करते हुए, देखता हूं तो मेरी प्रसन्नता भी दोगुनी हो जाती है।
— PMO India (@PMOIndia) September 18, 2018
कैंट स्टेशन हो, मडुआडीह हो या फिर सिटी स्टेशन, सभी पर विकास के कार्यों को गति दी गई है, उन्हें आधुनिक बनाने का काम किया जा रहा है: PM
आज काशी में ना सिर्फ आना-जान आसान हो रहा है बल्कि शहर के सौंदर्य को भी निखारा गया है।
— PMO India (@PMOIndia) September 18, 2018
हमारे घाट अब गंदगी से नहीं रोशनी से अतिथियों का सत्कार करते हैं।
मां गंगा के जल में अब नावों के साथ क्रूज़ की सवारी भी संभव हो पाई है।
पर्यटन से परिवर्तन का ये अभियान निरंतर जारी है: PM
वाराणसी के बड़े और मुख्य पार्कों का विकास और सौंदर्यीकरण किया गया है
— PMO India (@PMOIndia) September 18, 2018
सारनाथ में पर्यटकों के लिए लाइट एंड साउंड शो की व्यवस्था की गई है
बुद्धा थीम पार्क, सारंग नाथ तालाब, गुरुधाम मंदिर, मारकंडेय महादेव मंदिर जैसे अनेक स्थलों का सुंदरीकरण किया जा चुका है: PM
वाराणसी शहर ही नहीं बल्कि आसपास के गांवों को भी सड़क, बिजली, पानी जैसी सुविधाएं पहुंचाई गई हैं।
— PMO India (@PMOIndia) September 18, 2018
सांसद के रूप में जिन गांवों को विशेष रूप से विकसित करने का जिम्मा मेरे पास है उनमें से एक नागेपुर गांव के लिए आज पानी के एक बड़े प्रोजेक्ट का लोकार्पण किया गया है: PM
काशी आज हेल्थ हब के रूप में उभरने लगा है
— PMO India (@PMOIndia) September 18, 2018
BHU में आधुनिक ट्रॉमा सेंटर हजारों लोगों के जीवन को बचाने का काम कर रहा है
नए कैंसर और सुपर स्पेशिएलिटी अस्पताल लोगों को इलाज की आधुनिक सुविधाएं देंगे
BHU ने एम्स के साथ एक वर्ल्ड क्लास हेल्थ इंस्टीट्यूट बनाने के लिए समझौता किया है: PM
आज यहां एक तरफ वैदिक विज्ञान केंद्र का शिलान्यास हुआ है तो दूसरी तरफ Atal Incubation Centre की भी शुरुआत हुई है।
— PMO India (@PMOIndia) September 18, 2018
हम सभी को जितना अपनी पुरातन संस्कृति और सभ्यता पर गर्व है उतना ही भविष्य की तकनीक के प्रति हमारा आकर्षण है: PM
BHU का Incubation Centre आने वाले समय में यहां Start Ups के लिए नई ऊर्जा देने का काम करेगा
— PMO India (@PMOIndia) September 18, 2018
मुझे जानकारी दी गई है कि देशभर से 80 स्टार्ट अप के आवेदन इससे जुड़ने के लिए आ चुके हैं और 20 स्टार्ट अप जुड़ चुके हैं
इस सेंटर के लिए बनारस के युवाओं को विशेष तौर पर बधाई देता हूं: PM
वाराणसी के हर वर्ग का जीवन स्तर ऊपर उठाने के लिए सरकार प्रयास कर रही है
— PMO India (@PMOIndia) September 18, 2018
काशी अब देश के चुनिंदा शहरों में शामिल है, जहां के घरों में पाइप से कुकिंग गैस पहुंच रही है
इसके लिए इलाहाबाद से बनारस तक पाइपलाइन बिछाई गई है। 40,000 से ज्यादा घरों तक पहुंचाने के लिए काम चल रहा है: PM
हम पूरे समर्पण के साथ बनारस में हो रहे परिवर्तन के इस संकल्प को और मजबूत करें।
— PMO India (@PMOIndia) September 18, 2018
नई काशी, नए भारत के निर्माण में आगे बढ़कर अपना योगदान दें: PM
Here are some pictures from the public meeting in Kashi, where various development projects were inaugurated. I spoke at length about the transformation in Kashi over the last 4 years in various sectors. https://t.co/rXgLmiWyRo pic.twitter.com/seXVjaGnzK
— Narendra Modi (@narendramodi) September 18, 2018
काशी में जो भी बदलाव लाया जा रहा है, वह काशी को आधुनिक बनाएगा, साथ ही उसकी परंपराओं को भी संजोएगा। pic.twitter.com/9nMPuUdley
— Narendra Modi (@narendramodi) September 18, 2018
चार वर्षों में काशी में आमूलचूल बदलाव हुए हैं। उदाहरण के लिए सड़कों का विस्तार हुआ है, जिससे कनेक्टिविटी सुधरी है और अनेक नागरिकों को फायदा हुआ है। pic.twitter.com/2ZJGzAiW5p
— Narendra Modi (@narendramodi) September 18, 2018
With more tourists coming to Kashi, it is important to provide top quality infrastructure in the city and that is exactly what the Central Government and UP Government are doing. pic.twitter.com/NY5vAcjtpg
— Narendra Modi (@narendramodi) September 18, 2018
स्वच्छता के मामले में भी काशी ने परिवर्तन देखा है।
— Narendra Modi (@narendramodi) September 18, 2018
आज यहां के घाटों, सड़कों और गलियों में स्वच्छता स्थायी रूप से देखी जा रही है। यह बहुत ही शुभ संकेत है। pic.twitter.com/Jnczq8f9M8
Kashi is emerging as a health hub. This augurs well for people living in nearby districts. pic.twitter.com/CxTdilFAek
— Narendra Modi (@narendramodi) September 18, 2018
BHU के आधारभूत ढांचे को और मजबूत किया जा रहा है, यह पंडित मदन मोहन मालवीय जी को सच्ची श्रद्धांजलि है। वेद के ज्ञान से लेकर 21वीं सदी के विज्ञान और भविष्य की टेक्नोलॉजी के समाधान देने वाले आयाम आज यहां जोड़े गए हैं। pic.twitter.com/1rxt73bdU6
— Narendra Modi (@narendramodi) September 18, 2018
काशी के कर्मठ किसानों और ग्रामीण अर्थव्यवस्था को गति देने का काम भी बीते चार वर्षों से तेज हुआ है। pic.twitter.com/2srNlQITVK
— Narendra Modi (@narendramodi) September 18, 2018
Bringing a positive difference in the lives of our hardworking weavers and the handicrafts sector. pic.twitter.com/aOlWr4baW0
— Narendra Modi (@narendramodi) September 18, 2018
Some more pictures from Kashi. pic.twitter.com/r3NomDurqo
— Narendra Modi (@narendramodi) September 18, 2018