Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ; ଜାଞ୍ଜଗୀର-ଚମ୍ପାଠାରେ କିସାନ ସମ୍ମେଳନକୁ କଲେ ସମ୍ବୋଧନ; ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଶିଳାନ୍ୟାସ

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ;
ଜାଞ୍ଜଗୀର-ଚମ୍ପାଠାରେ କିସାନ ସମ୍ମେଳନକୁ କଲେ ସମ୍ବୋଧନ; 
ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଶିଳାନ୍ୟାସ

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ;
ଜାଞ୍ଜଗୀର-ଚମ୍ପାଠାରେ କିସାନ ସମ୍ମେଳନକୁ କଲେ ସମ୍ବୋଧନ; 
ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଶିଳାନ୍ୟାସ

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ;
ଜାଞ୍ଜଗୀର-ଚମ୍ପାଠାରେ କିସାନ ସମ୍ମେଳନକୁ କଲେ ସମ୍ବୋଧନ; 
ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଶିଳାନ୍ୟାସ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଜାଞ୍ଜଗୀର-ଚମ୍ପାଠାରେ ସେ ଏକ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ  ପ୍ରମାଣପତ୍ର ବଣ୍ଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଶାଳ କିସାନ ସମ୍ମେଳନରେ ଉଦବୋଧନ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ, ଯିଏକି ତିନୋଟି ରାଜ୍ୟ-ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୃଷ୍ଟି କରିଥିଲେ । ତାଙ୍କର ଦୂରଦୃଷ୍ଟି କାରଣରୁ ଏହି ରାଜ୍ୟଗୁଡ଼ିକ ଏବେ ଦ୍ରୁତଗତିରେ ବିକାଶ ଲାଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ କେନ୍ଦ୍ର ସରକାର ବିକାଶ ପ୍ରତି ସମର୍ପିତ ଏବଂ ଲୋକମାନଙ୍କ ଆଶା ପୂରଣ କରିବାକୁ ଚାହାନ୍ତି । ଆମେ ଲୋକମାନଙ୍କ ସହଜ ଜୀବନଧାରଣକୁ ସମ୍ପ୍ରସାରିତ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭୋଟ ବ୍ୟାଙ୍କ ପାଇଁ କିମ୍ବା ନିର୍ବାଚନ ଜିତିବା ଲାଗି ଯୋଜନା ପ୍ରଣୟନ କରିବାରେ ସରକାର ବିଶ୍ୱାସ କରନ୍ତି ନାହିଁ । ସେ କହିଥିଲେ ଯେ ଏକ ନୂଆ ଏବଂ ଆଧୁନିକ ଛତିଶଗଡ଼ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ।

ଆମେ ସବକା ସାଥ, ସବକା ବିକାଶ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାର ମୂଲ୍ୟ ସମ୍ବର୍ଦ୍ଧନ ଜରିଆରେ କୃଷକମାନଙ୍କ ପାଇଁ ଲାଭ ସୁନିଶ୍ଚିତ କରିବା ଦିଗରେ କଠିନ ପରିଶ୍ରମ କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା କୃଷକମାନଙ୍କୁ ଏହି ଅଭିଯାନ ଦିଗରେ ସହାୟକ ହେଉଛି ବୋଲି ସେ କହିଥିଲେ । ପ୍ରଯୁକ୍ତିଭିତ୍ତିକ ହସ୍ତକ୍ଷେପ ଜରିଆରେ କୃଷକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ବ୍ୟାପକ ଭାବେ କୃଷକଙ୍କୁ ଲାଭାନ୍ୱିତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଖୁବ କମ ଲୋକ କଲ୍ୟାଣମୂଳକ ଯୋଜନାର ଲାଭ ପାଉଥିଲେ ଏବଂ ଦୁର୍ନୀତି ତଥା ଭ୍ରଷ୍ଟାଚାର ପ୍ରଶାସନିକ ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଥିଲା । ଆମେ ସମସ୍ତଙ୍କ ବିକାଶ ପ୍ରତି ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । 2022 ସୁଦ୍ଧା କେନ୍ଦ୍ର ସରକାର ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡ ଉପରେ ଛାତ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ଅଭିଯାନ ଆଧାରରେ ହାତକୁ ନିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ଗରିବମାନଙ୍କୁ ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଉଛି ଏବଂ ବର୍ତ୍ତମାନ ସୌଭାଗ୍ୟ ଯୋଜନା ଅଧୀନରେ ପ୍ରତିଟି ଘରକୁ ବିଦ୍ୟୁତ ସଂଯୋଗ ସୁନିଶ୍ଚିତ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

 

**********