ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଗସ୍ତ କରିଥିଲେ । ତାଳଚେରଠାରେ ସେ ଫଳକ ଉନ୍ମୋଚନ ପୂର୍ବକ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ସେ ଆନନ୍ଦ ପ୍ରକାଶ କରିଥିଲେ ଯେ ସାର କାରଖାନାର କାର୍ଯ୍ୟ ଆରମ୍ଭ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସେହି ସ୍ୱପ୍ନକୁ ପୂରଣ କରୁଛୁ ଯାହାକି ବହୁ ପୂର୍ବରୁ ପୂରଣ ହେବା ଉଚିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଲେ ଯେ ଭାରତକୁ ପ୍ରଗତିର ଏକ ଉଚ୍ଚତର ସୋପାନକୁ ନେଇଯିବା ହେଉଛି ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ବିକାଶ ପାଇଁ ଏଠାକାର କାରଖାନା ଭଳି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବେ । ପୁନଶ୍ଚି ସେ କହିଲେ ଯେ ଏହି କାରଖାନାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ ।
ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ କରିଥିଲେ ଏବଂ ଝାରସୁଗୁଡା-ରାୟପୁର ମଧ୍ୟରେ ପ୍ରଥମ ଉଡାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଫଳକ ଉନ୍ମୋଚନ ପୂର୍ବକ ପ୍ରଧାନମନ୍ତ୍ରୀ ଦୁଲୁଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହି ଅବସରରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଏକ ବିମାନବନ୍ଦର ତଥା ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଉଦଘାଟନ କରିବା ପାଇଁ ଝାରସୁଗୁଡା ଆସିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଉନ୍ନୟନ ପ୍ରକଳ୍ପଗୁଡ଼ିକ ଓଡିଶାର ଜନ ସାଧାରଣଙ୍କୁ ଅନେକ ଲାଭ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୂତଗତିରେ ରୂପାନ୍ତରିତ ହେଉଛି ଏବଂ ଏହା 125 କୋଟି ଭାରତୀୟଙ୍କ ଭବିଷ୍ୟତ ପାଇଁ ଶୁଭ ସୂଚନା ।
ପ୍ରଧାନମନ୍ତ୍ରୀ କହିଲେ ଯେ ଝାରସୁଗୁଡା ବିମାନବନ୍ଦର ଓଡିଶାର ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉପଯୁକ୍ତ ସ୍ଥାନରେ ରହିଛି । ସେ କହିଲେ ଯେ ବହୁମୂଖି ବିକାଶ ପାଇଁ ପ୍ରମୁଖ ଆବଶ୍ୟକତା ହେଉଛି ସଂଯୋଗ ବ୍ୟବସ୍ଥା । ଦେଶବ୍ୟାପୀ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
************
I am happy to be in Talcher.
— PMO India (@PMOIndia) September 22, 2018
I am happy we are taking an important step of beginning work in a fertiliser plant here. We are fulfilling dreams that should have been fulfilled long ago: PM @narendramodi
Our aim is to take India to new heights of growth.
— PMO India (@PMOIndia) September 22, 2018
Projects like the fertiliser plant here are central to India's growth story. This plant will use latest technology as well: PM @narendramodi
Attended the programme to mark the starting of work to revive the fertilizer plant in Talcher.
— Narendra Modi (@narendramodi) September 22, 2018
The failure to save this plant signifies the failure of those who ruled India for 60 years. Now, this plant will showcase the success of the new work culture of new India. pic.twitter.com/TRsZBxXpSa
I thank the people of Talcher for the exceptional support. pic.twitter.com/uSQ0Do92hy
— Narendra Modi (@narendramodi) September 22, 2018
To come to Odisha is always a delight. This is a land blessed with immense natural beauty.
— Narendra Modi (@narendramodi) September 22, 2018
It is also home to brave freedom fighters, whose courage and patriotism inspires us all. pic.twitter.com/Pg4MFvYZDq
Like other fertilizer plants across India, the plant in Talcher did not receive adequate attention.
— Narendra Modi (@narendramodi) September 22, 2018
The NDA Government has been at the forefront of reviving fertilizer plants thus benefitting the sector and boosting job opportunities for our Yuva Shakti. pic.twitter.com/LuJNokO0LX
The NDA Government is unwavering in its commitment to uplift the lives of the poor and the marginalised.
— Narendra Modi (@narendramodi) September 22, 2018
Happy to see my sisters and brothers of Odisha benefitting due to various schemes and initiatives of the Central Government. pic.twitter.com/VaaHv8KTst
The Government of India is fully committed to the social empowerment of every Indian. pic.twitter.com/8eBWzexGda
— Narendra Modi (@narendramodi) September 22, 2018
Creating a better future for Odisha's Yuva Shakti. pic.twitter.com/PBa4OGVbAM
— Narendra Modi (@narendramodi) September 22, 2018
Today Odisha got its second airport in Veer Surendra Sai Airport at Jharsuguda. It is a matter of immense joy for the state and I hope it enhances connectivity in the region. pic.twitter.com/6mW4rjRiLS
— Narendra Modi (@narendramodi) September 22, 2018