Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରୟୋଗାତ୍ମକ ବିଜ୍ଞାନ ଓ ଶିଳ୍ପ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ – ଦକ୍ଷିଣ କୋରିଆ ମଧ୍ୟରେ ବୁଝାମଣା ସମ୍ପର୍କରେ ଅବଗତ ହେଲେ କ୍ୟାବିନେଟ


ପ୍ରୟୋଗାତ୍ମକ ବିଜ୍ଞାନ ଏବଂ ଶିଳ୍ପ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ନୂଆଦିଲ୍ଲୀଠାରେ 9 ଜୁଲାଇ, 2018ରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଉଛି ପ୍ରୟୋଗାତ୍ମକ ବିଜ୍ଞାନ ଏବଂ ଶିଳ୍ପ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା । ଏହାର ଉଦ୍ଦେଶ୍ୟ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଜୀବନର ଗୁଣବତ୍ତାକୁ ବଢ଼ାଇବା ।

***