ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ ଡିଜିଟାଲ ସଂଚାର ନୀତି-2018(ଏନଡିସିପି-2018)କୁ ଅନୁମୋଦନ କରିଛନ୍ତି । ଏଥିସହିତ ଟେଲିକମ ଆୟୋଗଙ୍କ ନାମ ପରିବର୍ତ୍ତନ ହୋଇ “ଡିଜିଟାଲ ସଂଚାର ଆୟୋଗ” କରାଯାଇଛି ।
ପ୍ରଭାବ :
ଉଦ୍ୟୋଗ ଏବଂ ନାଗରିକମାନଙ୍କ ସୂଚନା ଏବଂ ସଂଚାର ଆବଶ୍ୟକତାକୁ ପୂରଣ ଜରିଆରେ ଭାରତକୁ ଏକ ସଶକ୍ତ ଡିଜଟାଲ ଅର୍ଥବ୍ୟବସ୍ଥା ଏବଂ ସମାଜରେ ପରିଣତ କରିବା ଉଦ୍ଦେଶ୍ୟରେ ଏନଡିସିପି-2018 ନୀତି ପ୍ରଣୟନ କରାଯାଇଛି । ସର୍ବବ୍ୟାପୀ, ନମନୀୟ ଏବଂ ଶସ୍ତା ଡିଜିଟାଲ ଭିତ୍ତିଭୂମି ତଥା ସେବା ପ୍ରତିଷ୍ଠା ମାଧ୍ୟମରେ ଏହା କରାଯିବ ।
‘ଉପଭୋକ୍ତାଙ୍କ ପ୍ରତି ଲକ୍ଷ୍ୟବଦ୍ଧ’ ଏବଂ ‘ଆପ୍ଲିକେସନ ପରିଚାଳିତ’ ଏନଡିସିପି-2018 5-ଜି, ଆଇଓଟି, ଏମଟୁଏମ ଆଦି ଅତ୍ୟାଧୁନିକ ପ୍ରଯୁକ୍ତିର ଶୁଭାରମ୍ଭ ପରେ ନୂତନ ଉପାୟ ଏବଂ ଅଭିନବୀକରଣ ଦିଗରେ ବାଟ କଢ଼େଇ ନେବ, ଯାହା ଭାରତରେ ଟେଲିକମ କ୍ଷେତ୍ରକୁ ପରିଚାଳନା କରିବ ।
ଲକ୍ଷ୍ୟ :
ଏହି ନୀତିର ପ୍ରମୁଖ ଲକ୍ଷ୍ୟଗୁଡ଼ିକ ହେଲା :
ସମସ୍ତଙ୍କ ପାଇଁ ବ୍ରଡବ୍ୟାଣ୍ଡ;
ଡିଜିଟାଲ ସଂଚାର କ୍ଷେତ୍ରରେ 4 ନିୟୂତ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା;
ଭାରତର ଜିଡିପିରେ ଡିଜିଟାଲ ସଂଚାର କ୍ଷେତ୍ରର ଯୋଗଦାନ 2017ରେ 6 ପ୍ରତିଶତ ଥିବା ବେଳେ ଏହାକୁ 8ପ୍ରତିଶତକୁ ସମ୍ପ୍ରସାରିତ କରିବା ।
ଆଇଟିୟୁର ଆଇସିଟି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ 2017ରେ 134ରେ ଥିବା ବେଳେ ଏହାକୁ ଶ୍ରେଷ୍ଠ 50ଟି ଦେଶ ମଧ୍ୟରେ ସାମିଲ କରିବା ।
ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଯୋଗଦାନକୁ ସମ୍ପ୍ରସାରିତ କରିବା; ଏବଂ
ଡିଜିଟାଲ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା ତଥା
ଏହି ଲକ୍ଷ୍ୟ 2022 ସୁଦ୍ଧା ହାସଲ କରାଯିବ ।
ବୈଶିଷ୍ଟ୍ୟ :
ନୀତିର ଲକ୍ଷ୍ୟ ହେଉଛି-
ପ୍ରତ୍ୟେକ ନାଗରିକଙ୍କୁ ସେକେଣ୍ଡ ପ୍ରତି 50 ଏମବି/ବେଗର ସାମୂହିକ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବା;
ସମସ୍ତ ଗ୍ରାମପଂଚାୟତକୁ 2020 ସୁଦ୍ଧା ସେକେଣ୍ଡ ପ୍ରତି 1 ଜିବି ଏବଂ 2022 ସୁଦ୍ଧା ସେକେଣ୍ଡ ପ୍ରତି 10 ଜିବି ସ୍ପିଡର ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବା;
ଅପହଁଚ ଇଲାକାରେ ସଂଯୋଗ ସୁନିଶ୍ଚିତ କରିବା;
ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଆକୃଷ୍ଟ କରିବା;
ନୂଆ ଯୁଗର ଦକ୍ଷତା ବିକାଶ ପାଇଁ 1 ନିୟୁତ ଶ୍ରମଶକ୍ତିଙ୍କୁ ତାଲିମ ଦେବା;
5 ବିଲିୟନ ସଂଯୁକ୍ତ ଡିଭାଇସ ସହିତ ଆଇଓଟି ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା;
ଡିଜିଟାଲ ସଂଚାର ପାଇଁ ଏକ ବିସ୍ତୃତ ଡାଟା ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଯାହା ଗୋପନୀୟତା, ସ୍ୱଅଧିକାର ଏବଂ ବ୍ୟକ୍ତିଗତ ପସନ୍ଦକୁ ସୁରକ୍ଷା ପ୍ରଦାନ କରୁଥିବ;
ବିଶ୍ୱ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଭାରତର ପ୍ରଭାବୀ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା କରିବା ।
ଆବଶ୍ୟକ ସଂସ୍ଥାଗତ ବ୍ୟବସ୍ଥା ଜରିଆରେ ନାଗିରକମାନଙ୍କ ପାଇଁ ସୁରକ୍ଷିତ ଏବଂ ନିରାପଦ ଡିଜିଟାଲ ସଂଚାର ଭିତ୍ତିଭୂମି ଓ ସେବା ସୁନିଶ୍ଚିତ କରିବା ଦିଗରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ।
ଡିଜିଟାଲ ସଂଚାର ଭିତ୍ତିଭୂମି ଏବଂ ସେବାକୁ ସୁରକ୍ଷିତ ରଖିବା ।
ରଣନୀତି :
ଏହି ନୀତି ସମର୍ଥନ କରୁଛି :
ଏକ ଜାତୀୟ ଫାଇବର ପ୍ରାଧିକରଣ ସୃଷ୍ଟି କରିବା ମାଧ୍ୟମରେ ଜାତୀୟ ଡିଜିଟାଲ ଗ୍ରୀଡର ପ୍ରତିଷ୍ଠା;
ସମସ୍ତ ନୂଆ ସହର ଏବଂ ରାଜପଥ ପ୍ରକଳ୍ପରେ ସାଧାରଣ ସେବା ଲାଇନ ଏବଂ ୟୁଟିଲିଟି କରିଡର ପ୍ରତିଷ୍ଠା କରିବା । ମାର୍ଗର ସାଧାରଣ ଅଧିକାର, ବ୍ୟୟ ଏବଂ ସମୟସୀମାର ମାନକୀକରଣ ପାଇଁ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସହଯୋଗୀ ସଂସ୍ଥାଗତ ମେକାନିଜମ ସୃଷ୍ଟି କରିବା;
ଅନୁମୋଦନ ପାଇଁ ବାଧକ ଦୂର କରିବା; ଏବଂ
ପରବର୍ତ୍ତୀ ପିଢ଼ି ନେଟୱାର୍କର ମୁକ୍ତ ଗ୍ରହଣୀୟତା ପାଇଁ ସୁବିଧା ଯୋଗାଇ ଦେବା ।
**********