ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସାମାଜିକ, ଆର୍ଥିକ ଏବଂ ଶିଳ୍ପ ତଥା କ୍ଷେତ୍ରୀୟ ବିକାଶ କାର୍ଯ୍ୟକ୍ରମରେ ନୀତି ଆୟୋଗ ଏବଂ ରୁଷୀୟ ସଂଘର ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା(ଏମଓୟୁ)କୁ ମଞ୍ଜୁରି ମିଳିଛି ।
ଏହି ଏମଓୟୁର ଉଦ୍ଦେଶ୍ୟ ହେଉଛି, ସାମାଜିକ, ଆର୍ଥିକ, ଶିଳ୍ପ ଏବଂ କ୍ଷେତ୍ରୀୟ ବିକାଶ ଲାଗି ରଣନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଏବଂ ଲାଗୁ କରିବାରେ ସହଯୋଗର ସମ୍ଭାବନା ସନ୍ଧାନ କରିବା । ଏଥିରେ ପାରସ୍ପରିକ ଶକ୍ତି, ବଜାର, ପ୍ରଯୁକ୍ତି, ନୀତି ଆଦିକୁ ବୁଝିବା ଲାଗି ଢାଂଚା ଏବଂ ଅନୁକୂଳ ବାତାବରଣ ସୃଷ୍ଟି କରିବାର ବ୍ୟବସ୍ଥା ରହିଛି ।
ଏମଓୟୁରେ ସହଯୋଗର ନିମ୍ନଲିଖିତ କ୍ଷେତ୍ର ସାମିଲ ଅଛି
1. ପାରସ୍ପରିକ ସ୍ୱାର୍ଥ ଜଡିତ ବିଷୟରେ ମିଳିତ ଗବେଷଣା ପ୍ରକଳ୍ପ ଚଳାଇବା ଓ ଲାଗୁ କରିବା ।
2. ଉଭୟ ପକ୍ଷ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ବିଷୟ ସମ୍ବନ୍ଧିତ ସରକାରୀ ରଣନୀତି ଏବଂ ବିକାଶ କାର୍ଯ୍ୟକ୍ରମ ଉପରେ ସୂଚନା ସହିତ ସୂଚନା ଏବଂ ଗବେଷଣା କାର୍ଯ୍ୟର ବିନିମୟ ।
3. ମିଳିତ ଆୟୋଜନରେ ଭାଗିଦାରୀ ଲାଗି ଉଭୟ ପକ୍ଷର ବିଶେଷଜ୍ଞମାନଙ୍କ ଯାତାୟାତ ।
4. ଉଭୟ ପକ୍ଷଙ୍କ ସହମତି କାର୍ଯ୍ୟକ୍ରମରେ ସେମିନାର, ସମ୍ମିଳନୀ ଏବଂ ଅନ୍ୟ ବୈଠକ ଆୟୋଜନ କରିବା ।
5. ଉଭୟ ପକ୍ଷର ପାରସ୍ପରିକ ସହମତି ଅନୁଯାୟୀ ସହଯୋଗର ଅନ୍ୟ ସ୍ୱରୂପ ସ୍ଥିର କରିବା ।