ପିଏମଇଣ୍ଡିଆ
ମିଳିତ ଜାତିସଂଘର ମହାସଚିବ ମହାମହିମ ଆଣ୍ଟୋନିଓ ଗୁଟେରସଜୀ, ମନ୍ତ୍ରୀ ପରିଷଦର ମୋର ସହଯୋଗୀ ସୁଷମା ସ୍ୱରାଜ ଜୀ, ଡକ୍ଟର ହର୍ଷବର୍ଦ୍ଧନଜୀ, ଡକ୍ଟର ମହେଶ ଶର୍ମା, ମିଳିତ ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହେମ୍, ଦେଶ ବିଦେଶରୁ ଏଠାରେ ଉପସ୍ଥିତ ଥିବା ଅତିଥିବୃନ୍ଦ,
ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ମୁଁ ଏହି ସମ୍ମାନ ପାଇଁ ମିଳିତ ଜାତିସଂଘକୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି । ଆମମାନଙ୍କ ପାଇଁ ଏହା ଏକ ବିଶେଷ ଗର୍ବର କଥା ଯେ ଏହି କାର୍ଯ୍ୟକ୍ରମର ଆୟୋଜନ ଭାରତ ଭୂଇଁରେ ହେଉଛି ଏବଂ ଏଥିପାଇଁ ମିଳିତ ଜାତିସଂଘର ମହାସଚିବ ସ୍ୱୟଂ ଏଠାକୁ ଆସିଛନ୍ତି । ପୁଣି ଏରିକ୍ ଏବଂ ତାଙ୍କର ପୁରା ଟିମ୍ ଏଠାକୁ ଆଗମନ କରିଛନ୍ତି । ଏବଂ ଯାହା କି ମୁଁ ପୂର୍ବରୁ କହିଛି, ଏ ସମ୍ମାନ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଭାରତର 125 କୋଟି ଜନତାଙ୍କ ପ୍ରତିବଦ୍ଧତାର ପରିଣାମ । ଚାମ୍ପିଅନ୍ ଅଫ୍ ଦି ଆର୍ଥ ପୁରସ୍କାର ଭାରତର ଏହି ନିତ୍ୟ ନୂତନ ଚିର ପୁରାତନ ପରମ୍ପରାକୁ ସମ୍ମାନ ପ୍ରଦାନ ସଙ୍ଗେ ସମାନ । ଭାରତୀୟମାନେ ପ୍ରକୃତିରେ ପରମାତ୍ମାକୁ ଦେଖିଛନ୍ତି । ସେମାନେ ସୃଷ୍ଟିର ମୂଳ ପଞ୍ଚତତ୍ତ୍ୱ ଯଥା – ପୃଥ୍ୱୀ, ଅକାଶ, ଅଗ୍ନି, ଜଳ, ବାୟୁ ,ଏହାର ଅଧିଷ୍ଠାନକୁ ଆହ୍ୱାନ କରିଛନ୍ତି । ଏହା ବଣ ଜଙ୍ଗଲରେ ବସବାସ କରୁଥିବା ସେଇ ଆଦିବାସୀ ଭାଇ ଓ ଭଉଣୀଙ୍କ ପ୍ରତି ସମ୍ମାନ ଯେଉଁମାନେ ନିଜ ଜୀବନ ଠାରୁ ବଳି ଜଙ୍ଗଲକୁ ଭଲ ପାଇଥାନ୍ତି । ଏହା ଭାରତର ସେହି ମତ୍ସ୍ୟଜୀବୀଙ୍କ ପ୍ରତି ସମ୍ମାନ ଯେଉଁମାନେ ସମୁଦ୍ର ଏବଂ ନଦୀମାନଙ୍କରେ ସେତିକି ମାଛ ମାରିଥାନ୍ତି, ଯେତିକି ସେମାନଙ୍କ ଅର୍ଥ ଉପାର୍ଜନ ସକାଶେ ଆବଶ୍ୟକ ହୋଇଥାଏ । ଏହା ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ଭବତଃ ସେମାନେ ସ୍କୁଲ କଲେଜକୁ ଯାଇନଥାଇପାରନ୍ତି, କିନ୍ତୁ ସେମାନେ ସେହି ମାଛମାନଙ୍କୁ ପ୍ରଜନନ ମାସରେ ମାଛମାନଙ୍କ ଉପକାର କରିଥାନ୍ତି, ସମୁଦ୍ରକୁ ଯିବା କାର୍ଯ୍ୟ ବନ୍ଦ କରିଦେଇଥାନ୍ତି । ନିଜ କୌଳିକ କାର୍ଯ୍ୟକୁ ବନ୍ଦ ରଖିଥାନ୍ତି । ଏହା ଭାରତର ସେହି କୋଟି କୋଟି କୃଷକମାନଙ୍କ ପ୍ରତି ସମ୍ମାନ, ଯେଉଁମାନଙ୍କ ପାଇଁ ଋତୁଚକ୍ର ହେଉଛି ଜୀବନଚକ୍ର । ଯେଉଁମାନେ ଏହି ମାଟିକୁ ନିଜ ପ୍ରାଣଠାରୁ ବଳି ପ୍ରିୟ ବୋଲି ହେତୁ କରିଥାନ୍ତି । ଏହା ଭାରତର ସେହି ମହାନ ନାରୀମାନଙ୍କ ପ୍ରତି ସମ୍ମାନ ଯେଉଁମାନଙ୍କ ପାଇଁ ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ଦୈନନ୍ଦିନ ଜୀବନର ଅଂଶ ହୋଇ ରହିଛି । ଯେଉଁମାନେ ବୃକ୍ଷର ସେବା କରନ୍ତି, ଯେତେବେଳେ ତୁଳସୀ ପତ୍ର ଛିଣ୍ଡାନ୍ତି ତାକୁ ଗଣି ଗଣି ଛିଣ୍ଡାନ୍ତି । ଯେଉଁମାନେ ପିମ୍ପୁଡ଼ିକୁ ବି ଅନ୍ନଦାନ ପୂଣ୍ୟ ବୋଲି ମାନିଥାନ୍ତି । ଏହା ଭାରତରେ ପ୍ରକୃତି ଏବଂ ପର୍ଯ୍ୟାବରଣର ସୁରକ୍ଷା ପାଇଁ ନିଜର ଜୀବନକୁ ସମର୍ପିତ କରିବା ଭଳି ଘଟଣା ଏବଂ ଏହି ଭଳି ଅସଂଖ୍ୟ ଚେହେରାଙ୍କ ପାଇଁ ଏହି ସମ୍ମାନ ଉଦ୍ଦିଷ୍ଟ । ଯେଉଁମାନେ ଲାଭ, କ୍ଷତି, ସୁଖ, ସମୃଦ୍ଧିର ଚିନ୍ତା ନକରି କେଉଁ ଦୂର ଦୂରାନ୍ତ ଗାଁରେ, କେଉଁ ବସ୍ତିରେ , କେଉଁ ପାହାଡ଼ି ଇଲାକାରେ, କେଉଁ ଆଦିବାସୀ ପଲ୍ଲୀରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ମୁଁ ଏହି ସମ୍ମାନ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ପୁଣି ଥରେ କୃତଜ୍ଞତା ବ୍ୟକ୍ତ କରୁଛି ।
ଭାରତ ପାଇଁ ଏହା ଦୋହରା ସମ୍ମାନ ବୋଲି ମୁଁ ଭାବୁଛି । ଏହାର କାରଣ ହେଲା ଯେ କୋଚ୍ଚି ଏୟାରପୋର୍ଟକୁ ବି ସମ୍ମାନ ମିଳିଛି । ଏହା ପୋଷଣୀୟ ଶକ୍ତି ପାଇଁ ଆମର ବଚନବଦ୍ଧତାର ପ୍ରତୀକ । ଏହି ଅବସରରେ ମୁଁ ସେହିସବୁ ସାଥୀମାନଙ୍କୁ , ସଂସ୍ଥାଙ୍କୁ ସାଧୁବାଦ ଜଣାଉଛି, ଯେଉଁମାନେ ପୃଥକ ପୃଥକ୍ ବର୍ଗରେ ଏହିସବୁ ପୁରସ୍କାର ଲାଭ କରିଛନ୍ତି । ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରଙ୍କୁ ଏହି ପୁରସ୍କାର ମିଳିଛି । ସାଥୀଗଣ, ମୁଁ ପର୍ଯ୍ୟାବରଣ ଏବଂ ପ୍ରକୃତିକୁ ନେଇ ଭାରତୀ ଦର୍ଶନର କଥା ଏଇଥିପାଇଁ କହୁଛି, କାରଣ ଜଳବାୟୁ ଓ ବିପର୍ଯ୍ୟୟର ସଂସ୍କୃତି ସହ ପ୍ରତ୍ୟକ୍ଷ ସଂପର୍କ ରହିଛି । ଜଳବାୟୁ ଚିନ୍ତା ଯେ’ପର୍ଯ୍ୟନ୍ତ ସଂସ୍କୃତିର ଅଂଶ ହେବନାହିଁ ସେପର୍ଯ୍ୟନ୍ତ ବିପର୍ଯ୍ୟୟରୁ ବର୍ତ୍ତିବା ମୁସ୍କିଲ କଥା ହେବ । ପର୍ଯ୍ୟାବରଣ ପ୍ରତି ଭାରତର ସଂବେଦନାକୁ ଆଜି ବିଶ୍ୱ ସ୍ୱୀକାର କରୁଛି । କିନ୍ତୁ ମୁଁ ଯାହା ପୂର୍ବରୁ କହିଥିଲି ହଜାର ହଜାର ବର୍ଷ ଧରି ଆମର ଜୀବନ ଶୈଳୀର ଏହା ଅବିଚ୍ଛେଦ୍ୟ ଅଂଗ ହୋଇ ରହିଆସିଛି । ଏବଂ ଏବେ ସୁଷମା ଜୀ ଏହି କଥା ଉଲ୍ଲେଖ କରିଥିଲେ । ଆମେ ସେହି ସମାଜର ଅଂଶବିଶେଷ ଯେଉଁଠି ସକାଳୁ ଉଠିଲେ ସର୍ବପ୍ରଥମେ ଧରିତ୍ରୀ ମାତା ଠାରୁ କ୍ଷମା ମଗାଯାଇଥାଏ । କାରଣ ଏହା ଉପରେ ଆମେ ନିଜ ପାଦ ରଖିବାକୁ ଯାଉଛୁ । ଏକ ପ୍ରକାର ନିଜର ବୋଝ ଧରିତ୍ରୀ ଉପରେ ପକାଇବାକୁ ଯାଉଛୁ । ଆମର ଏଠାରେ କୁହାଯାଇଛି-
ସମୁଦ୍ର ବସନେ ଦେବୀ ପର୍ବତ ସ୍ତନ ମଣ୍ଡିତେ
ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ ପାଦସ୍ପର୍ଶଂ କ୍ଷମଶ୍ଵମେବ । ।
ଏହାର ଅର୍ଥ ହେଲା ସମୁଦ୍ରରୂପୀ ବସ୍ତ୍ର ଧାରଣ କରିଥିବା, ପର୍ବତ ରୂପୀ ଶରୀରବାଲା ଭଗବାନ ବିଷ୍ଣୁଙ୍କ ପତ୍ନୀ, ହେ ଭୂମିଦେବୀ ମୁଁ ଆପଣଙ୍କୁ ନମସ୍କାର କରୁଛି । ମୋତେ କ୍ଷମା କର, କାରଣ ମୁଁ ଆପଣଙ୍କୁ ନିଜର ପାଦରେ ସ୍ପର୍ଶ କରୁଛି । ବୃକ୍ଷଲତାକୁ ପୂଜା କରିବା, ଋତୁ ଅନୁସାରେ ବ୍ରତ ଓ ଉତ୍ସବ ପାଳିବା ଏହା ହେଉଛି ସମ୍ବେଦନା ଯାହା ଆମର ଜୀବନର ଅଂଶବିଶେଷ । ଆମେ ସଦାବେଳେ ପ୍ରକୃତିକୁ ସଜୀବ ବୋଲି ମାନିଥାଉ । ଏବଂ କେବଳ ସଜୀବ ମାନିନଥାଉ, ସହଜୀବ ବୋଲି ବି ହେତୁ କରିଥାଉ । ପ୍ରକୃତିର ସହ ଏଭଳି କଥା ଏବଂ ସଂପର୍କର ସହ ସମଗ୍ର ବ୍ରହ୍ମାଣ୍ଡର ମଙ୍ଗଳ କାମନା କରିବା ଆମର ଏଠାରେ ସର୍ବୋପରି ଗ୍ରହଣ କରାଯାଇଛି । ଯଜୁର୍ବେଦରେ ସେଇଥିପାଇଁ କୁହାଯାଇଛି-
ଓଁ ଦ୍ୟୌଃ ଶାନ୍ତିରନ୍ତରୀକ୍ଷଂ ଶାନ୍ତି,
ପୃଥିବୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ ।
ବନସ୍ପତୟ! ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତର୍ବ୍ରହ୍ମ ଶାନ୍ତିଃ,
ସର୍ବ ଶାନ୍ତିଃ, ଶାନ୍ତିରେବ ଶାନ୍ତିଃ, ସା ମା ଶାନ୍ତିରେଧି । ।
ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ । ।
ସାଥୀଗଣ, ସଂସ୍କୃତର ଏହି ଶ୍ଳୋକରେ ପରମାତ୍ମାଙ୍କୁ ପ୍ରାର୍ଥନା କରାଯାଇଛି ଯେ ବାୟୁରେ ଶାନ୍ତି ଆସୁ, ଅନ୍ତରୀକ୍ଷରେ ଶାନ୍ତି ବିରାଜମାନ କରୁ, ପୃଥିବୀ ପୃଷ୍ଠରେ ଶାନ୍ତି ରହୁ, ଜଳରେ ଶାନ୍ତି ରହୁ, ଔଷଧି ଶାନ୍ତିରେ ରହୁ, ବନସ୍ପତିରେ ଶାନ୍ତି ବିରାଜମାନ କରୁ, ବିଶ୍ୱରେ ଶାନ୍ତି ପ୍ରସାରିତ ହେଉ, ସମସ୍ତ ଦେବତାଗଣ ଶାନ୍ତିରେ ରହିଥାନ୍ତୁ । ସମଗ୍ର ବିଶ୍ୱର ଶାନ୍ତି ପାଇଁ ଏହି ମନ୍ତ୍ରରେ ଆହ୍ୱାନ କରାଯିବା ବିନା ଆମର କୌଣସି ଯଜ୍ଞ ଅନୁଷ୍ଠାନ ପୂର୍ଣ୍ଣ ହୋଇନଥାଏ । ଯେପର୍ଯ୍ୟନ୍ତ ଏହା ହୋଇନଥାଏ ସେପର୍ଯ୍ୟନ୍ତ ଏହା ଅସଂପୂର୍ଣ୍ଣ । ପୁଣି ସେତିକି ନୁହେଁ, ସ୍ୱୟଂ ଈଶ୍ୱରଙ୍କୁ ଯେତେବେଳେ ନିଜର ପରିଚୟ ଦିଆ ଯାଇଥାଏ ନିଜର ବିସ୍ତାରର ବର୍ଣ୍ଣନା କରାଯାଇଥାଏ । ସେତେବେଳେ ସ୍ୱୟଂ ଈଶ୍ୱର କହନ୍ତି-
ଶ୍ରୋତସ୍ୟ ଅସମୀ ଜାହ୍ନବୀ,
ସଂସାର ଅସମୀ ସାଗର
ଅଥାତ୍, ମୁଁ ହିଁ ଜଳାଶୟ ଅଟେ, ମୁଁ ହିଁ ନଦୀ ଅଟେ ଏବଂ ମୁଁ ହିଁ ସମୁଦ୍ର ଅଟେ । ସେଥିପାଇଁ ଯେଉଁ ସମ୍ମାନ ଆଜି ଆପଣମାନେ ଦେଇଛନ୍ତି ଭାରତର ଜନତା ଏବଂ ଏହାର ନାଗରିକଙ୍କ ଆସ୍ଥାକୁ ଆପଣ ସମ୍ମାନିତ କରିଛନ୍ତି ।
ସାଥୀଗଣ, ଭାରତର ଅର୍ଥବ୍ୟବସ୍ଥା ଆଜି କ୍ଷିପ୍ର ଗତିରେ ଆଗକୁ ବଢ଼ିବାରେ ଲାଗିଛି । ପ୍ରତି ବର୍ଷ କୋଟି କୋଟି ଲୋକ ଭୀଷଣ ଦାରିଦ୍ର୍ୟର ସ୍ଥିତିରୁ ମୁକ୍ତ ହୋଇ ଆଗକୁ ଆଗେଇ ଚାଲିଛନ୍ତି । ବିକାଶର ଏହି ଗତିକୁ ଆହୁରି କ୍ଷିପ୍ର କରିବା ସକାଶେ ଆମେ ସଂପୂର୍ଣ୍ଣ ସମର୍ପିତ । ତାହା ଏଇଥିପାଇଁ ନୁହେଁ ଯେ ଆମେ କାହା ସହ ମୁକାବିଲା କରିବାକୁ ଚାହୁଁ କିମ୍ବା ଆମେ ସମ୍ପନ୍ନ ହେବାକୁ ବ୍ୟାକୁଳ ଏବଂ ଆମର ସେଥିପାଇଁ ମନରେ ଲୋଭ ଅଛି । ବରଂ ଏଇଥିପାଇଁ ଯେ ଜନସଂଖ୍ୟାର ଏକ ବଡ଼ ଅଂଶକୁ ଦାରିଦ୍ର୍ୟର ସେହି ଦମ୍ ସହିବା ସକାଶେ ଆମେ ସେମାନଙ୍କୁ କଦାପି ପଛରେ ଛାଡ଼ିଦେଇ ପାରିବୁନାହିଁ । ସେମାନଙ୍କୁ ଗରିମାପୂର୍ଣ୍ଣ ଜୀବନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ । ବିଶ୍ୱର ଅନେକ ଦେଶରେ ସର୍ବପ୍ରଥରେ ଗରିବ ହିଁ ପ୍ରକୃତିର ଆଖିବୁଜା ଦୋହନର ଦୁଃଷ୍ପରିଣାମର ଶିକାର ହୋଇଥାଏ । ମରୁଡ଼ି ଏବଂ ବନ୍ୟାର ଗମ୍ଭୀରତା ବର୍ଷ ପରେ ବର୍ଷ ତାକୁ ସହିବାକୁ ପଡ଼ିଥାଏ । ଏବଂ ସେଥିରେ ସର୍ବାଧିକ ଚିନ୍ତାଗ୍ରସ୍ତ ତାକୁ ହିଁ ହେବାକୁ ପଡ଼ିଥାଏ ଯାହା ନିକଟରେ ସୀମିତ ସଂସାଧନ ମାତ୍ର ଥାଏ । ଏବଂ ସେଇ ହେଲା ଗରିବ । ବର୍ତ୍ତମାନ ଏତେ ବିଶାଳ ଜନସଂଖ୍ୟାବିଶିଷ୍ଟ ଏକ ରାଷ୍ଟ୍ରରେ ପର୍ଯ୍ୟାବରଣ ଉପରେ, ପ୍ରକୃତି ଉପରେ ଅତିରିକ୍ତ ଚାପ ନପକାଇ ବିକାଶର ଅବସରକୁ ଯୋଡ଼ିବା ସକାଶେ ସାହାରର ଆବଶ୍ୟକତା ରହିଛି । ହାତ ସହ ହାତ ମିଳାଇବାର ଆବଶ୍ୟକତା ରହିଛି । ସେଥିପାଇଁ ପ୍ୟାରିସରେ ବି ମୁଁ ଏହି କଥା ଉପରେ ଗୁରୁତ୍ୱ ଆରୋପ କରିଥିଲି ଏବଂ ମୁଁ ଗୋଟିଏ ଶବ୍ଦ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିଥିଲି ମୁଁ ସେଠାରେ କହିଥିଲି ଯେ ଜଳବାୟୁ ନ୍ୟାୟ “କ୍ଲାଇମେଟ ଜଷ୍ଟିସ”ର ଆହ୍ଵାନକୁ ନ୍ୟାୟସଙ୍ଗତ ଭାବେ ମୁକାବିଲା କରିବା ସୁନିଶ୍ଚିତ କରିବା ବିନା ଆମେ ଏଭଳି ପରିସ୍ଥିତିରୁ ବାହାରକୁ ବାହାରି ପାରିବା ନାହିଁ । ମୋତେ ଏକଥା ଦେଖି ଖୁସି ଲାଗୁଛି ଯେ ପ୍ୟାରିସ ବୁଝାମଣାରେ ଏହି କଥାକୁ ବିଶ୍ୱ ମାନିଛି ଏବଂ ଜଳବାୟୁ ନ୍ୟାୟକୁ ନେଇ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । କିନ୍ତୁ ଏହାକୁ ବାସ୍ତବତାରେ ପରିଣତ କରିବା ସକାଶେ ଆମକୁ ଆଜି ବି ବହୁତ କିଛି କରିବାକୁ ବାକିଅଛି ଏବଂ ତାହା ଯଥାଶୀଘ୍ର କରାଯିବା ଦରକାର ।
ଏଠାରେ ଉପସ୍ଥିତ ମହାମହୀମ ଆଣ୍ଟୋନିଓ ଗୁଟେରସ ବିଶେଷ ଭାବେ ଉପସ୍ଥିତ ଅଛନ୍ତି ଏବଂ ଆମେମାନେ ତାଙ୍କ ନିକଟରେ କୃତଜ୍ଞ ଯେ ସେ ସମୟର ଏହି ଆବଶ୍ୟକତାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି । ସେ କ୍ୟୋଟୋ ପ୍ରୋଟୋକଲର ଦ୍ୱିତୀୟ ପ୍ରତିବଦ୍ଧତା ଅବଧିର ସ୍ୱୀକୃତି ପ୍ରକ୍ରିୟା ଏବଂ ପୋଷଣୀୟ ବିକାଶ ଲକ୍ଷ୍ୟର ପ୍ରବର୍ତ୍ତନରେ କ୍ଷିପ୍ରତା ଆଣିବା ସକାଶେ ଯଥେଷ୍ଟ ପ୍ରୟାସ କରୁଛନ୍ତି । ଏବଂ ସେଥିପାଇଁ ଆମେ ଭାରତରେ ସମସ୍ତଙ୍କର ବିକାଶର ମନ୍ତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ଆଗକୁ ବଢ଼ିଚାଲିଛୁ । ଯେତେବେଳେ ମୁଁ ସମସ୍ତଙ୍କ ବିକାଶ କଥା କହୁଛି, ସେତେବେଳେ ଏଥିରେ ପ୍ରକୃତି ବି ସାମିଲ ରହିଚି । ଏବଂ ସେଥିରେ ସମସ୍ତଙ୍କ ସହଯୋଗ ଅର୍ଥାତ୍ 125 କୋଟି ଦେଶବାସୀଙ୍କ ସକ୍ରିୟ ଭାଗୀଦାରୀ ସକାଶେ ଆହ୍ୱାନ କରେ ।
ସାଥୀଗଣ, ଆମର ଅର୍ଥ ବ୍ୟବସ୍ଥା ପାଇଁ ଗାଁ ଏବଂ ସହର ଉଭୟ ମହତ୍ୱପୂର୍ଣ ସ୍ତମ୍ଭ । ଆମର ଏଠାରେ ରୋଜଗାରର ଏକ ବଡ଼ ଅଂଶ ଗାଁ ଅର୍ଥାତ୍ କ୍ଷେତ ସହ ଯୋଡ଼ି ହୋଇରହିଛି । ତେଣୁ ଆମର ସହର, ସେବା ଏବଂ ଉତ୍ପାଦନ ଅର୍ଥାତ ଶିଳ୍ପର ହବ୍ ବା ପ୍ରାଣକେନ୍ଦ୍ର ପାଲଟିଛି । ଏବଂ ସେଇଥିପାଇଁ ସରକାର ସାମଗ୍ରିକ ପଦକ୍ଷେପର ସହ କାର୍ଯ୍ୟ କରୁଛନ୍ତି । ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ସରକାର ପ୍ରତ୍ୟେକ ନୀତିରେ ସବୁଜ ସୁନ୍ଦର ଏବଂ ସ୍ୱଚ୍ଛ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ବନ୍ଧୁଗଣ, ଆମର ଗାଁ ସଦାବେଳେ ପର୍ଯ୍ୟାବରଣ ପ୍ରତି ସଚେତନ ରହିଆସିଛି । ଏହା ପ୍ରକୃତି ସହ ଯୋଡ଼ି ହୋଇ ରହିଛି । ଗତ ଚାରି ବର୍ଷଭିତରେ ଆବର ଏଠାରେ ଗାଁ ନିଜର ସେହି ଶାଶ୍ୱତ ଶକ୍ତିକୁ ଆହୁରି ବିସ୍ତାରିତ କରିଛି । ଗାଁରେ ହିଁ ବର୍ଜ୍ୟରୁ ସଂପଦ ଏବଂ ବର୍ଜ୍ୟରୁ ଶକ୍ତି ଭଳି ବାୟୋ ପ୍ରୟାସ ଆରମ୍ଭ ହୋଇଛି । ସେଥିରୁ ଜୈବ ଇନ୍ଧନ ପାଇବା ସକାଶେ ପ୍ରୟାସ ଆରମ୍ଭ ହୋଇଛି । ଜୈବ ଫାର୍ମ ଠାରୁ ଆରମ୍ଭ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଏବଂ ପ୍ରତି ବୁନ୍ଦାରୁ ଅଧିକ ଶସ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଛି । ତଦ୍ୱାରା ଆମର ମୃତ୍ତିକା ଏବଂ ଜଳସ୍ରୋତକୁ ବିଷାକ୍ତ ହେବାରୁ ମୁକ୍ତି ମିଳୁଛି । ଏବଂ ପାଣିର ଉପଯୁକ୍ତ ଉପଯୋଗ ଭାବନା ଲୋକମାନଙ୍କ ଭିତରେ ପ୍ରବଳ ହେବାରେ ଲାଗିଛି । ଯେତେବେଳେ ଆମେ ଶିଳ୍ପ ଓ ଉତ୍ପାଦନର କଥା କହୁଛେ, ସେତେବେଳେ ତ ଆମର ଲକ୍ଷ୍ୟ – ଶୂନ ତ୍ରୁଟି, ଶୂନ ପ୍ରଭାବ (ଜିରୋ ଡ଼ିଫେକ୍ଟ, ଜିରୋ ଇଫେକ୍ଟ) ଉପରେ କେନ୍ଦ୍ରୀତ ହେବା ଆବଶ୍ୟକ । ଯେତେବେଳେ ଆମେ କୃଷି କଥା କହୁଛେ, ସେତେବେଳେ ଆମର ଲକ୍ଷ୍ୟ ପ୍ରତି ବୁନ୍ଦା ଅଧିକ ଅମଳ ଉପରେ କେନ୍ଦ୍ରୀତ ହେବା ଦରକାର ।
ସାଥୀଗଣ, ଆଜି ଭାରତ ବିଶ୍ୱର ସେହିସବୁ ଦେଶମାନଙ୍କ ଭିତରେ ଗଣିତ ହେଉଛି, ଯେଉଁଠି ସର୍ବାଧିକ ଗତିରେ ସହରୀକରଣ ହେଉଛି । ଏଥିରେ ଆମର ସହରୀ ଜୀବନକୁ ସ୍ମାର୍ଟ ଏବଂ ପୋଷଣୀୟ ବନାଇବା ଉପରେ ମଧ୍ୟ ଆମେ ଧ୍ୟାନ ହେଉଛୁ । ଆଜି ଦେଶବ୍ୟାପୀ ଯେଉଁ ପରବର୍ତ୍ତୀ ପିଢ଼ିର ସଂସାଧନର ଆବଶ୍ୟକତା ପଡ଼ୁଛି ଏବଂ ପୋଷଣୀୟ ପର୍ଯ୍ୟାବରଣ ଏବଂ ସମାବେଶୀ ବିକାଶ ଲକ୍ଷ୍ୟର ସହ ଏହା ଗଢ଼ାଯାଉଛି । ଆଜି ଭାରତରେ ଏକଶହ ସ୍ମାର୍ଟ ସହର ଦ୍ରୁତ ଗତିରେ ନିର୍ମାଣ ଚାଲିଛି । ବର୍ଜ୍ୟନାଳ ଠାରୁ ନେଇ ସର୍ଭେଲାନ୍ସ ବ୍ୟବସ୍ଥା ପର୍ଯ୍ୟନ୍ତ ସକଳ ପ୍ରକାର ସ୍ମାର୍ଟ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଚାଲିଛି । ସ୍ଥାନୀୟ ଲୋକମାନଙ୍କ ସହ ପରାମର୍ଶ କରି ସେହି ଆଧାରରେ ସର୍ବାଧୁନିକ ପ୍ରଯୁକ୍ତିର ପ୍ରୟୋଗ ଏବଂ ଅକ୍ଷୟ ଶକ୍ତି ଦ୍ୱାର ଏହି ସବୁ ବ୍ୟବସ୍ଥା ଆଧାରିତ ହୋଇଛି । ଦେଶର ଜାତୀୟ ରାଜପଥ ଏକ୍ସପ୍ରେସୱେକୁ ପର୍ଯ୍ୟାବରଣ ଅନୁକୂଳ କରାଯାଉଛି । ସେଥିସହ ଗ୍ରୀନ କରିଡ଼ରର ବିକାଶ ଘଟାଯାଉଛି । ନୂତନ ରାଜମାର୍ଗ ସହ ବିକାଣିତ ହେଉଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକର ସମସ୍ତ ଶକ୍ତି ଚାହିଦାକୁ ସୌରଶକ୍ତି ସହ ଯୋଡ଼ାଯାଉଛି । ପୁଣି ରେଳବାଇକୁ ଜୀବାଷ୍ମ ଶକ୍ତି ଉପରେ ନିର୍ଭରଶୀଳତାକୁ ଦ୍ରୁତ ମାତ୍ରାରେ କମ୍ କରାଯାଉଛି ।
ସାଥୀଗଣ, ଆଜି ଭାରତରେ ଘରେ ଘରେ ଏବଂ ପ୍ରତି ଗଳିରେ, ସରକାରୀ କାର୍ଯ୍ୟାଳୟ ଠାରୁ ନେଇ ସଡ଼କ ପାର୍ଶ୍ଵରେ ଏବଂ ବନ୍ଦର ଠାରୁ ନେଇ ବିମାନ ବନ୍ଦରମାନଙ୍କରେ ଜଳ ଓ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ମୁତୟନ କରାଯାଇଛି । ଏଲଇଡ଼ି ବଲ୍ବ ଠାରୁ ନେଇ ବର୍ଷ ଜଳ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପ୍ରଯୁକ୍ତିକକୁ ପ୍ରେତ୍ସାହନ ପ୍ରଦାନ କରାଯାଉଛି । କେବଳ ସେତିକି ନୁହେଁ ଘରେ ରୋଷେଇଘର ଠାରୁ ନେଇ ପରିବହନ ସେକ୍ଟର ପର୍ଯ୍ୟନ୍ତ ସ୍ୱଚ୍ଛ ଇନ୍ଧନଭିତ୍ତିକ କରିବା ସକାଶେ ଆମେ ଅତି ତତ୍ପରତାର ସହ କାର୍ଯ୍ୟ କରୁଛୁ । ବିଗତ ଚାରି ବର୍ଷ ଭିତରେ ଦଶ କୋଟିରୁ ଅଧିକ ଘରକୁ ଏଲପିଜି ରେ ଯୋଡ଼ା ଯାଇପାରିଚି । ସେଥରୁ ସାଢ଼େ ପାଞ୍ଚକୋଟିରୁ ଅଧିକ ତ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଛି । ସେହି ଯୋଜନାରେ ମାଗଣା ଗ୍ୟାସ ସଂଯୋଗ କରାଯାଇଛି । ଘର ସହ ଚଳନଶୀଳତାକୁ ଧୂଆଁମୁକ୍ତ କରିବା ଅଭିଯାନ ଚାଲିଛି । ବାୟୁର ଗୁଣାତ୍ମକ ମାନକ ସୁଧାରିବା ସକାଶେ ଏନସିଏପି ଅର୍ଥାତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଜାରି ରହିଛି । ଯାନବାହନମାନଙ୍କ ସକାଶେ ନିର୍ଗମନ ମାନ ସ୍ଥିର କରାଯାଇଛି । ଆମେ ବିଏସ-4ରୁ ସିଧା ବିଏସ-6 ମାନକ ଲାଗୁ କରିବାକୁ ସ୍ଥିର କରିଛୁ ।
ସାଥୀଗଣ, ଆଜି ଭାରତର ଗୁରୁତ୍ଵ – ଇଜ୍ ଅଫ୍ ଲିଭିଂ ଉପରେ କେନ୍ଦ୍ରିତ । ସମସ୍ତଙ୍କୁ ବାସଗୃହ, ସମସ୍ତଙ୍କୁ ବିଜୁଳି ସମସ୍ତଙ୍କୁ ଭୋଜନ, ସମସ୍ତଙ୍କୁ ଶିକ୍ଷା, ସମସ୍ତଙ୍କୁ ରୋଜଗାର ଯୋଗାଇବା ଏହା ହେଉଛି ଆମର ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ଏବଂ ସେତେବେଳେ ଯାଇ ପର୍ଯ୍ୟାବରଣକୁ ନେଇ ଆମର ପ୍ରତିବଦ୍ଧତାରେ ବୃଦ୍ଧି ଘଟିପାରିବ । ଆମେ ସେଥିରେ କମ୍ ହେବାକୁ ଦେବୁନାହିଁ । ଆମର ପ୍ରୟାସ ଯେ ଆଗାମୀ ଦୁଇ ବର୍ଷ ଭିତରେ ଅଙ୍ଗାରକ ନିର୍ଗମନ ମାତ୍ରା ବର୍ଷ 2015ସ୍ତର ତୁଳନାରେ 20ରୁ 25 ପ୍ରତିଶତ କମ୍ ହେବ । ଆମର ପ୍ରୟାସ ଯେ 2030 ସୁଦ୍ଧା ଏହା 30ରୁ 35 ପ୍ରତିଶତ କମ୍ କରିବା । ଏଭଳି ସବୁ ପ୍ରୟାସ ଭିତରେ ଯଦି ସବୁଠାରୁ ବଡ଼ ସଫଳତା ଆମକୁ କିଛି ମିଳିପାରିଛି, ତାହା ହେଲା ଲୋକମାନଙ୍କ ସ୍ୱଭାବ, ଲୋକମାନଙ୍କ ଚିନ୍ତନ ପ୍ରକ୍ରିୟାରେ ଘଟିଥିବା ପରିବର୍ତ୍ତନ । ପର୍ଯ୍ୟାବରଣ ପ୍ରତି ନିଷ୍ଠାବାନ ହେବା ଆମର ଆସ୍ଥା ସହ ଆମର ଆଚରଣକୁ ବି ମଜଭୁତ କରିପାରିଛି । ସେଇଥିପାଇଁ ଭାରତ ଆଜି ଏହି ସଂକଳ୍ପ ନେଇପାରିଛି ଯେ ଏହା ନିଜେ 2022 ସୁଦ୍ଧା ଏକକ ବ୍ୟବହାର ପ୍ଲାଷ୍ଟିକ୍ କବଳରୁ ସଂପୂର୍ଣ୍ଣ ରୂପେ ମୁକ୍ତ ହେବ । ମୋର ବିଶ୍ୱାସ ଯେ ମହାତ୍ମା ଗାନ୍ଧୀଙ୍କ ବିରାଟ ବ୍ୟକ୍ତିତ୍ୱରୁ ପ୍ରେରଣା ନେଇ ନୂତନ ଭାରତ ନିର୍ମାଣ କରିବାକୁ ଆମକୁ ଏହି ସଂକଳ୍ପକୁ ପୂର୍ଣ କରିବାକୁ ପଡ଼ିବ । ଏହା ଭାରତ ସହ ସମଗ୍ର ବିଶ୍ୱ ପାଇଁ ଏକ ମଡ଼େଲ ହେବ । ଭାରତର ପ୍ରୟାସକୁ ସମ୍ମାନ ଦେଇଥିବାରୁ ମୁଁ ପୁଣି ଥରେ ମିଳିତ ଜାତିସଂଘକୁ ହୃଦୟପୂର୍ବକ କୃତଜ୍ଞତା ଜ୍ଞାପନ କରୁଛି ।
ଆପଣମାନେ ସମସ୍ତେ ସମୟ ବାହାର କରି ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ସାମିଲ ହୋଇଛନ୍ତି, ବ୍ୟକ୍ତିଗତ ଭାବେ ଏହା ମୋର ଦାୟିତ୍ୱ ଯେ ଯେଉଁ ସଂକଳ୍ପକୁ ନେଇ ଆମେ ଚାଲୁଛୁ, ସେସବୁକୁ ପୂରଣ କରିବା ଦିଗରେ ଆମେ କୌଣସି କଥାକୁ ହାତଛଡ଼ା କରିବୁ ନାହିଁ । ଏବଂ ଆପଣମାନେ ଆଗେଇ ଆସି ଆମର ଆତ୍ମବିଶ୍ୱାସକୁ ଅତୁଟ ରଖିବାରେ ସହଯୋଗ କରିବେ ।
ଆଉଥରେ ମୁଁ ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି ।
ଆପଣମାନଙ୍କୁ ଧନ୍ୟବାଦ ।
ये सम्मान पर्यावरण की सुरक्षा के लिए भारत की सवा सौ करोड़ जनता की प्रतिबद्धता का है।
— PMO India (@PMOIndia) October 3, 2018
चैंपियंस ऑफ द अर्थ अवॉर्ड, भारत की उस नित्य नूतन चीर पुरातन परंपरा का सम्मान है, जिसने प्रकृति में परमात्मा को देखा है।
जिसने सृष्टि के मूल में पंचतत्व के अधिष्ठान का आह्वान किया है: PM
ये भारत के जंगलों में बसे आदिवासी भाई-बहनों का सम्मान है,जो अपने जीवन से ज्यादा जंगलों से प्यार करते हैं
— PMO India (@PMOIndia) October 3, 2018
ये भारत के मछुआरों का सम्मान है, जो समंदर से उतना ही लेते हैं,जितना अर्थ उपार्जन के लिए आवश्यक होता है
ये भारत के किसानों का सम्मान है, जिनके लिए ऋतुचक्र ही जीवनचक्र है: PM
ये भारत की उस महान नारी का सम्मान है, जिसके लिए सदियों से Reuse और Recycle रोजमर्रा की जिंदगी का हिस्सा रहा है।
— PMO India (@PMOIndia) October 3, 2018
जो पौधे में भी परमात्मा का रूप देखती है।
जो तुलसी की पत्तियां भी तोड़ती है, तो गिनकर।
जो चींटी को भी अन्न देना पुण्य मानती है: PM
Climate और Calamity का Culture से सीधा रिश्ता है।
— PMO India (@PMOIndia) October 3, 2018
Climate की चिंता जब तक Culture का हिस्सा नहीं होती तब तक Calamity से बच पाना मुश्किल है।
पर्यावरण के प्रति भारत की संवेदना को आज विश्व स्वीकार कर रहा है, लेकिन ये हज़ारों वर्षों से हमारी जीवन शैली का हिस्सा रहा है: PM
ये संवेदना है जो हमारे जीवन का हिस्सा है।
— PMO India (@PMOIndia) October 3, 2018
पेड़-पौधों की पूजा करना, मौसम, ऋतुओं को व्रत और त्योहार के रूप में मनाना,
लोरियों-लोकगाथाओं में प्रकृति से रिश्ते की बात करना,
हमने प्रकृति को हमेशा सजीव माना है, सहजीव माना है: PM
आबादी को पर्यावरण पर, प्रकृति पर अतिरिक्त दबाव डाले बिना, विकास के अवसरों से जोड़ने के लिए सहारे की आवश्यकता है, हाथ थामने की ज़रूरत है।
— PMO India (@PMOIndia) October 3, 2018
इसलिए मैं Climate Justice की बात करता हूं।
Climate Change की चुनौती से Climate Justice सुनिश्चित किए बिना निपटा नहीं जा सकता: PM
आज भारत दुनिया के उन देशों में है जहां सबसे तेज़ गति से शहरीकरण हो रहा है।
— PMO India (@PMOIndia) October 3, 2018
ऐसे में अपने शहरी जीवन को Smart और Sustainable बनाने पर भी बल दिया जा रहा है।
Infrastructure को Sustainable Environment and Inclusive Growth के लक्ष्य के साथ बनाया जा रहा हैं: PM
देश के नेशनल हाईवे, एक्सप्रेसवे को इको फ्रेंडली बनाया जा रहा है, उनके साथ-साथ Green Corridor विकसित किया जा रहा है।
— PMO India (@PMOIndia) October 3, 2018
मेट्रो जैसे सिटी ट्रांसपोर्ट नेटवर्क को भी Solar Energy से जोड़ा जा रहा है। वहीं रेलवे की Fossil Fuel पर निर्भरता को हम तेज़ी से कम कर रहे हैं: PM
आज भारत में घरों से लेकर गलियों तक,
— PMO India (@PMOIndia) October 3, 2018
दफ्तरों से लेकर सड़कों तक,
पोर्ट्स से लेकर और एयरपोर्ट्स तक,
Water और Energy Conservation की मुहिम चल रही है।
LED बल्ब से लेकर Rain Water Harvesting तक, हर स्तर पर टेक्नॉलॉजी को promote किया जा रहा है: PM
इन सारे प्रयासों के बीच, अगर सबसे बड़ी सफलता हमें मिली है, तो वो है लोगों के behaviour, लोगों के thought process में बदलाव।
— PMO India (@PMOIndia) October 3, 2018
पर्यावरण के प्रति लगाव हमारी आस्था के साथ-साथ अब आचरण में भी और मजबूत हो रहा है: PM
I thank the @UN for honouring me with the ‘Champions of the Earth Award.’
— Narendra Modi (@narendramodi) October 3, 2018
This award is for the 130 crore people of India and India’s value systems, which accord topmost priority towards living in harmony with nature and caring for our surroundings. pic.twitter.com/OzM2PccJbD
Care towards the climate must be a part of culture. Otherwise, we run the risk of making ourselves prone to frequent calamities.
— Narendra Modi (@narendramodi) October 3, 2018
Indian culture offers effective lessons in caring for the environment. pic.twitter.com/tJDOxO6WH4
Yes, we are working to mitigate climate change but at the same time, we are also talking about climate justice. pic.twitter.com/izHBy2Y6WY
— Narendra Modi (@narendramodi) October 3, 2018
At the core of our vision of ‘Sabka Saath, Sabka Vikas’ is ensuring our nation develops, and our environment becomes cleaner and greener. pic.twitter.com/vV10rBCAxF
— Narendra Modi (@narendramodi) October 3, 2018