ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ରୋମାନିଆ ମଧ୍ୟରେ ବୁଝାମଣା (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ସେପ୍ଟେମ୍ବର, 2018ରେ ଭାରତର ଉପରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ କାଳରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏମଓୟୁର ପ୍ରମୁଖ ଉଦ୍ଦେଶ୍ୟ ଅଟେ-
କ. ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ।
ଖ. ପର୍ଯ୍ୟଟନ ସହ ଜଡ଼ିତ ସୂଚନା ଏବଂ ତଥ୍ୟର ଆଦାନପ୍ରଦାନ । ହୋଟେଲ ଏବଂ ଟୁର-ଅପରେଟରଙ୍କ ସହିତ ସମସ୍ତ ପର୍ଯ୍ୟଟନ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ।
ଗ. ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ନିବେଶ ।
ଘ. ଟୁର-ଅପରେଟର/ମାଧ୍ୟମ ଏବଂ ଦ୍ୱିପାକ୍ଷିକ ପାର୍ଯ୍ୟଟନକୁ ପ୍ରେତ୍ସାହନ ଦେବା ଲାଗି ଜନମତ ସୃଷ୍ଟିକାରୀଙ୍କ ପରସ୍ପରର ଦେଶକୁ ଗସ୍ତ ।
ଙ. ପ୍ରୋତ୍ସାହନ, ବିପଣନ, ଲକ୍ଷ୍ୟସ୍ଥଳୀ ବିକାଶ ଏବଂ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତାର ଆଦାନପ୍ରଦାନ ।
ଚ. ଉଭୟ ଦେଶର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଚଳଚ୍ଚିତ୍ର ପର୍ଯ୍ୟଟନ ମାଧ୍ୟମରେ ଦ୍ୱିପାକ୍ଷିକ ସହଯୋଗକୁ ତ୍ୱରାନ୍ୱିତ କରିବା ।
ଛ. ସୁରକ୍ଷିତ, ସମ୍ମାନିତ ଏବଂ ନିରନ୍ତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ।
ଜ. ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟକମାନଙ୍କ ଯାତାୟାତରେ ସହାୟତା କରିବା ।
ଭାରତ ପାଇଁ ରୋମାନିଆରେ ବ୍ୟାପକ ପର୍ଯ୍ୟଟନ ବଜାର ସୁବିଧା ରହିଛି (2017ରେ ରୋମାନିଆରୁ ପାଖାପାଖି 11844 ଜଣ ପର୍ଯ୍ୟଟକ ଭାରତ ଆସିଥିଲେ) ରୋମାନିଆ ସହିତ ଏହି ଏମଓୟୁ ଦ୍ୱାରା ପର୍ଯ୍ୟଟକମାନଙ୍କ ଆଗମନରେ ବୃଦ୍ଧି ହେବ ।
**********