Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଅକ୍ଟୋବର 19ରେ ଯିବେ ଶିରିଡି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ଅକ୍ଟୋବର 19 ତାରିଖରେ ମହାରାଷ୍ଟ୍ରର ଶିରିଡି ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଗସ୍ତ କାଳରେ ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ଫଳକ ଉନ୍ମୋଚନ ପୂର୍ବକ ଆଧାରଶିଳା ସ୍ଥାପନ କରିବେ । ଶ୍ରୀ ସାଇବାବାଙ୍କ ସମାଧିର ଶତବାର୍ଷିକୀ ସ୍ମାରକୀ ସ୍ୱରୂପ ସେ ଏକ ରୌପ୍ୟ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି)ର ହିତାଧିକାରୀମାନଙ୍କୁ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଉଦ୍ଦେଶ୍ୟରେ ଚାବି ଅର୍ପଣ କରିବେ । ସେ ମଧ୍ୟ ଏହି ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରୀ ସାଇବାବା ମନ୍ଦିର କମ୍ପ୍ଲେକ୍ସ ଗସ୍ତ କରିବେ ।

 

**********