Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ


ଆର୍ଜେଣ୍ଟିନାରେ ଅନୁଷ୍ଠିତ 2018 ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ସେମାନଙ୍କୁ ଲକ୍ଷ୍ୟବଦ୍ଧ ରହିବା ଏବଂ ପରବର୍ତ୍ତୀ ଅଲିମ୍ପିକ୍ସରେ ପୋଡିୟମ (ପଦକ)ହାସଲ ଲକ୍ଷ୍ୟ ପ୍ରାପ୍ତି ଦିଗରେ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଏବଂ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ପ୍ରଧାନମନ୍ତ୍ରୀ ଆଥଲେଟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଯୁବ ଆଥଲେଟମାନେ ସେମାନଙ୍କ ସ୍କୁଲ ଏବଂ ଗ୍ରାମରେ କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ଉଚିତ୍ ।

ବିଶ୍ୱ ମଂଚରେ ଭାରତର ଗୌରବ ବୃଦ୍ଧି ଦିଗରେ ଯୋଗଦାନ ଦେଇଥିବାରୁ ପଦକ ବିଜେତା ଏବଂ ସେମାନଙ୍କ ପ୍ରଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

***