Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ମେ ନହିଁ ହମ’ ପୋର୍ଟାଲ ଓ ଆପ ଶୁଭାରମ୍ଭ ଅବସରରେ ଆଇଟି, ଇଲେକ୍ଟ୍ରୋନିକ ବିନିର୍ମାଣ ପେଶାଦାରଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ନହିଁ ହମ’ ‘ମୁଁ ନୁହେଁ ଆମେପୋର୍ଟାଲ ଏବଂ ଆପର ଶୁଭାରମ୍ଭ ଅବସରରେ 24 ଅକ୍ଟୋବର, 2018ରେ ସମଗ୍ର ଭାରତର ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ବୃତ୍ତିଧାରୀମାନଙ୍କ ସହ ମତ ବିନିମୟ କରିବେ  ।

ଏହି ପୋର୍ଟାଲ ସେଲ୍ଫ ଫର ସୋସାଇଟି“Self4Society” ବିଷୟ ଉପରେ କାର୍ଯ୍ୟ କରୁଛି, ଆଇଟି ବୃତ୍ତିଧାରୀ ଏବଂ ସଂଗଠନଗୁଡିକୁ ଗୋଟିଏ ମଂଚରେ ସାମାଜିକ କାରଣରୁ ଏବଂ ସମାଜ ପ୍ରତି ସେବା କ୍ଷେତ୍ରରେ ନିଜ ପ୍ରୟାସଗୁଡିକୁ ଏକାସହିତ ଆଣିବାରେ ସକ୍ଷମ କରିବ । ଏଭଳି କରିବା ଦ୍ୱାରା ପୋର୍ଟାଲ ଜରିଆରେ ଖାସକରି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ସମାଜର ଦୁର୍ବଳ ଶ୍ରେଣୀର ସେବା ପ୍ରତି ଅଧିକ ସହଯୋଗ ପ୍ରଦାନ ନେଇ ଆଶା କରିହେବ । ଏଥିରେ ରୁଚି ରଖୁଥିବା ଲୋକମାନଙ୍କ ବ୍ୟାପକ ଅଂଶୀଦାର ସୃଷ୍ଟି କରିବାର ଆଶା ରହିଛି ଯାହା ସମାଜ କଲ୍ୟାଣ ପାଇଁ କାମ କରିବାକୁ ପ୍ରେରିତ  ।

ପ୍ରଧାନମନ୍ତ୍ରୀ ପ୍ରମୁଖ ଉଦ୍ୟୋଗର ନେତୃତ୍ୱମାନଙ୍କ ସହିତ ସାକ୍ଷାତ କରିବେ । ସେ ଆଇଟି ବୃତ୍ତିଧାରୀ ଏବଂ ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ସଂଗଠନଗୁଡିକର କର୍ମଚାରୀମାନଙ୍କ ଏକ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଟାଉନହଲ ଷ୍ଟାଇଲ ଫର୍ମାଟରେ ଟାଉନହଲଠାରେ ସମ୍ବୋଧିତ କରିବେ  । ଭାରତର ପାଖାପାଖି  100ଟି ସ୍ଥାନରୁ ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ବୃତ୍ତିଧାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ  ।

 

**********