Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅପରାଧ ବ୍ୟାପାରରେ ଭାରତ, ମରୋକ୍କୋ ଆପୋସ ଆଇନ ସହାୟତା ରାଜିନାମାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆପୋସ ଆଇନ ସହାୟତା ରାଜିନାମାକୁ ମଞ୍ଜୁର କରିଛନ୍ତି  ।

ଲାଭ – ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ, ଟ୍ରେସିଂ, ସଂଯମ, ଜବତ ଏବଂ ଅପରାଧିକ ଆୟ ଏବଂ ଉପକରଣ ଜବତ କରାଯିବା କ୍ଷେତ୍ରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଲାଗି ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରଦାନ କରିବ । ଏହା ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନକୁ ପ୍ରଭାବୀ କରିବା ଏବଂ ଏକ ଜରୁରୀ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରଦାନ କରିବ ଯାହା ବ୍ୟାପକ ଭାବେ ସମାଜର ବିକାଶରେ ସହାୟକ ହେବ । ଏହା ମଧ୍ୟ ସଂଗଠିତ ଅପରାଧ ଏବଂ ଆତଙ୍କବାଦର ମନ୍ଦ ଉଦ୍ଦେଶ୍ୟକୁ ଠାବ କରିବାରେ ଉନ୍ନତ ଇନପୁଟ ଏବଂ ଦୂରଦୃଷ୍ଟି ପ୍ରଦାନ କରିବ ଯାହା ଅନ୍ତରୀଣ ସୁରକ୍ଷା ବ୍ୟାପାରରେ ଉତ୍ତମ ନୀତିଗତ ନିଷ୍ପତ୍ତି ନେବା କ୍ଷେତ୍ରରେ ଉପଯୋଗ ହୋଇପାରିବ ।

 

***************