Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ଭାରତ, କୋରିଆ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ କୋରିଆ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU)କୁ ଅନୁମୋଦନ କରିଛନ୍ତି  ।

ଏହି ବୁଝାମଣାପତ୍ରର ପ୍ରମୁଖ ଲକ୍ଷ୍ୟଗୁଡ଼ିକ ହେଲା :

(a). ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବଢ଼ାଇବା

(b) . ପର୍ଯ୍ୟଟନ ସଂକ୍ରାନ୍ତ ସୂଚନା ଏବଂ ତଥ୍ୟ ବିନିମୟ କରିବା

(c). ହୋଟେଲ ଏବଂ ଟୁର ଅପରେଟରମାନଙ୍କ ସମେତ ପର୍ଯ୍ୟଟନ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା

(d). ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି କାର୍ଯ୍ୟକ୍ରମ ବିନିମୟ ପ୍ରତିଷ୍ଠା କରିବା

(e). ପର୍ଯ୍ୟଟନ ଏବଂ ଆତିଥ୍ୟ/ହସପିଟାଲିଟି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବା

(f). ଦ୍ୱି-ପାକ୍ଷିକ ପର୍ଯ୍ୟଟନ ଲାଗି ଟୁର ଅପରେଟର/ଗଣମାଧ୍ୟମ/ମତ ସୃଷ୍ଟିକାରୀମାନଙ୍କ ଗସ୍ତ ବିନିମୟ କରିବା

(g) ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ବିକାଶ ଏବଂ ପରିଚାଳନା ମାର୍କେଟିଂ ଏବଂ ପ୍ରୋତ୍ସାହନ କ୍ଷେତ୍ରରେ ଅଭିଜ୍ଞତା ବିନିମୟ କରିବା

(h). ପରସ୍ପରର ଦେଶରେ ପର୍ଯ୍ୟଟନମେଳା/ପ୍ରଦର୍ଶନୀରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଏକ ନିରାପଦ, ସମ୍ମାନଜଣକ ତଥା ନିରନ୍ତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଆଦି ଅନ୍ତର୍ଭୁକ୍ତ ।

 

******************