Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଗୁରୁ ନାନକ ଜୟନ୍ତୀ ଅବସରରେ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଶ୍ରୀ ଗୁରୁ ନାନକ ଦେବଜୀ ଆମକୁ ସତ୍ୟ, ସଚ୍ଚୋଟତା ଏବଂ କରୁଣାର ମାର୍ଗ ଦେଖାଇଛନ୍ତି । ସମାଜରୁ ଅନ୍ୟାୟ ଏବଂ ଅସମାନତା ଦୂର କରିବା ଲାଗି ସେ ପ୍ରତିବଦ୍ଧ ଥିଲେ । ସେ ଶିକ୍ଷାର ଶକ୍ତି ଉପରେ ମଧ୍ୟ ବିଶ୍ୱାସ କରୁଥିଲେ । ଆମେ ତାଙ୍କ ଜୟନ୍ତୀରେ ତାଙ୍କୁ ମଥାନତ ପୂର୍ବକ ତାଙ୍କର ପ୍ରେରଣାଦାୟୀ ବିଚାରର ସ୍ମରଣ କରିବା ।”

***