Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟସେବା ଏବଂ ନିରାମୟ କ୍ଷେତ୍ରରେ ଭାରତ, ଜାପାନ ସହଯୋଗ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା ଏବଂ ନିରାମୟ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛିଏହି ବୁଝାମଣାପତ୍ର 2018 ମସିହା ଅକ୍ଟୋବର 29 ତାରିଖ ଦିନ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ରର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲାଭେଷଜ, ଶଲ୍ୟ ଓ ଟ୍ରମା କେୟାର କ୍ଷେତ୍ରରେ ଉପଯୁକ୍ତ ମାନବସମ୍ବଳର ବିକାଶ । କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିତ ଅତ୍ୟାଧୁନିକ ପରୀକ୍ଷାଗାରମାନ ସ୍ଥାପନ, ଯାହାକି ଉଭୟ ଦେଶରେ ସ୍ଥାପନ କରାଯିବ । ବିଭିନ୍ନ ଅନୁଷ୍ଠାନକୁ ସହାୟତା ପ୍ରଦାନ ଏବଂ ପ୍ରାକ୍ ଅଧ୍ୟାପନା ସହଯୋଗ ଯୋଗାଣ, ଯଦ୍ୱାରା ସେହିସବୁ ଅନୁଷ୍ଠାନର ବୈଷୟିକ ଇଣ୍ଟର୍ଣ୍ଣମାନେ ଉପଯୁକ୍ତ ତାଲିମ ପାଇପାରିବେ । ଏଥିପାଇଁ ଉପଯୁକ୍ତ ସଂସାଧନର ବିକାଶ ହୋଇପାରିବ । ଏଥିପାଇଁ ଯୋଗାଯୋଗ ପ୍ରଯୁକ୍ତି ଏବଂ ଔଷଧ କ୍ଷେତ୍ରରେ କୃତ୍ରିମ ଧୀଶକ୍ତିର ପ୍ରୟୋଗ କରାଯିବ । ଭାରତ-ଜାପାନ ମିଳିତ ଅଭିନବତ୍ୱର ଏକ ହବ୍ ଭାରତରେ ପ୍ରତିଷ୍ଠା କରାଯିବ । ସେହିଭଳି ଭାରତରେ ଅତ୍ୟାଧୁନିକ ଭ୍ରାମ୍ୟମାଣ ବିଏସ୍ଏଲ୍ ଥ୍ରୀ-3 ପରୀକ୍ଷାଗାର ସୁବିଧା ସ୍ଥାପିତ ହେବ । ପଏଣ୍ଟ ଅଫ୍ କେୟାର ଡାଏଗୋନିଷ୍ଟିକ୍ ସ୍ଥାପନ ଦିଗରେ ଜାପାନ ସହଯୋଗ କରିବ ଏବଂ ଏଭଳି ୟୁନିଟମାନ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ସ୍ଥାପନ କରାଯିବ । ଏହାଦ୍ୱାରା ମାନବସମ୍ବଳର ବିକାଶ, ଗବେଷଣା ଓ ସ୍ୱାସ୍ଥ୍ୟଗତ ପ୍ରକଳ୍ପ ବିକାଶ ଦିଗରେ ଉଭୟ ଦେଶ ସହଯୋଗ କରିବେ । ଏଥିରେ ମେ-ବିଓ ଏବଂ ଆୟୁର୍ବେଦ ଭଳି ସ୍ଵ-ପରିଚାଳନାଗତ ସ୍ୱାସ୍ଥ୍ୟସେବାର ବିକାଶ ଘଟାଯିବ । ବୁଝାମଣା ସର୍ତ୍ତ ଅନୁସାରେ ଭାରତ-ଜାପାନ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା ଫୋରମର ବିକାଶ ଘଟାଯିବ । ସେହିଭଳି ଆୟୁଷ୍ମାନ ଭାରତ ଏବଂ AHWM ଭଳି କାର୍ଯ୍ୟକ୍ରମ ମଧ୍ୟରେ ଭବିଷ୍ୟତରେ ଉଭୟ ରାଷ୍ଟ୍ର ସହଯୋଗ ସ୍ଥାପନ କରିବେ । ଅନ୍ୟାନ୍ୟ କେତେକ କ୍ଷେତ୍ର, ଯାହାକି ଭବିଷ୍ୟତରେ ସହଯୋଗର ଆବଶ୍ୟକତା ଚାହିଁବ, ସେ କ୍ଷେତ୍ରରେ ମଧ୍ୟ ସହଯୋଗ ସ୍ଥାପନ କରାଯିବ । ଏଥିପାଇଁ ଉଭୟଦେଶ ମଧ୍ୟରେ ଏକ ମିଳିତ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ବ୍ୟବସ୍ଥା ସ୍ଥାପନ କରାଯିବ ।

 

****************