ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାକାଶ ଅଭିଯାନର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ରାଜିନାମା ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତବେଳେ 2018 ମସିହା ଅକ୍ଟୋବର 1 ତାରିଖ ଦିନ ସ୍ୱାକ୍ଷରିତ ହୋଇଥିଲା । ରାଜିନାମାର ସର୍ତ୍ତାବଳୀ ଅନୁସାରେ ଉଭୟ ପକ୍ଷ ଭୂପୃଷ୍ଠର ରିମୋଟ୍ ସେନ୍ସିଂ, ଉପଗ୍ରହ ଯୋଗାଯୋଗ, ଉପଗ୍ରହ ପରିକ୍ରମଣ, ମହାକାଶ ବିଜ୍ଞାନ ଓ ଅନୁସନ୍ଧାନ ତଥା ଗବେଷଣା କାର୍ଯ୍ୟରେ ପରସ୍ପରକୁ ସହଯୋଗ କରିବେ । ଏହାଦ୍ୱାରା ମିଳିତ ଭାବେ ମହାକାଶ ପ୍ରଯୁକ୍ତିରୁ ଦୁଇଦେଶ ତଥା ସମଗ୍ର ମାନବସମାଜ ବିଶେଷ ଉପକୃତ ହୋଇପାରିବେ ।