Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ବିଦେଶୀ ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ (FIU) ମଧ୍ୟରେ ସୂଚନା ଆଦାନପ୍ରଦାନ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ବିଦେଶୀ  ଆର୍ଥିକ ଇଂଟେଲିଜେନ୍ସ ୟୁନିଟ (FIU) ମାନଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନ ଲାଗି ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ସଂଶୋଧିତ ବୁଝାମଣା ପତ୍ରକୁ 2014 ମସିହାରେ ସ୍ୱାକ୍ଷରିତ ଏଗମଣ୍ଟ ଗ୍ରୁପ୍ ସେକ୍ରେଟାରୀଏଟ ଆଧାରରେ ପ୍ରସ୍ତୁତ କରାଯାଇଥିଲା ।

ଏଫଆଇୟୁ-ଆଇଏନଡ଼ିର ମୂଳ ଉଦ୍ଦେଶ୍ୟ ହେଲା ବିଦେଶୀ ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟମାନଙ୍କ ସଂପର୍କ ଓ ସହଯୋଗ ସ୍ଥାପନ କରି ସେମାନଙ୍କ ମାଧ୍ୟରେ ସୂଚନା ଆଦାନ କରିବା ଯଦ୍ଦ୍ୱାରା ଆର୍ଥିକ କାରବାର କ୍ଷେତ୍ରରେ ହେଉଥିବା ହେରଫେରକୁ ରୋକାଯାଇପାରିବ । ଏହି ବୁଝାମଣା ପତ୍ର ଆଧାରରେ ବିଦେଶୀ ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟମାନଙ୍କ ସହ ଭବିଷ୍ୟତରେ ଆର୍ଥିକ ବୁଝାମଣା ପତ୍ର ଓ ସହଯୋଗ ସ୍ଥାପନ କରାଯାଇପାରିବ ।

 

***************