Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟବସାୟିକ ସୁଗମତାରେ ସୁଧାର ସଂକ୍ରାନ୍ତ ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବ୍ୟବସାୟିକ ସୁଗମତାରେ ସୁଧାର ସଂକ୍ରାନ୍ତ ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବ୍ୟବସାୟିକ ସୁଗମତାରେ ସୁଧାର ସଂକ୍ରାନ୍ତ ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବ୍ୟବସାୟିକ ସୁଗମତାରେ ସୁଧାର ସଂକ୍ରାନ୍ତ ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ


“ବ୍ୟବସାୟିକ ସୁଗମତାରେ ସୁଧାର” ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ଅର୍ଥନୈତିକ ବ୍ୟାପାର ସହ ଜଡ଼ିତ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନବିସ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ଅନୀଲ ବୈଜଲ ଏବଂ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ବ୍ୟବସାୟିକ ସୁଗମତା ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ନିର୍ମାଣ ଅନୁମତି, ଠିକା ପ୍ରବର୍ତ୍ତନ, ସମ୍ପତ୍ତି ପଞ୍ଜିକରଣ, ବ୍ୟବସାୟ ଆରମ୍ଭ, ବିଦ୍ୟୁତ ସଂଯୋଗ, ଋଣ ପ୍ରଦାନ ଏବଂ ଦେବାଳିଆପଣର ସମାଧାନ ଭଳି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ “ବ୍ୟବସାୟିକ ସୁଗମତା” ମାନ୍ୟତାରେ ଭାରତର ସ୍ଥାନ 142ରୁ ଉଠି 77ରେ ପହଁଚିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା ।

ବ୍ୟବସାୟିକ ସଂସ୍କାରର କାର୍ଯ୍ୟାନ୍ୱୟନରେ ରହିଥିବା ତ୍ରୁଟିବିଚ୍ୟୁତିର ସମାଧାନ ଏବଂ ବାଧା ଦୂର କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ବିବରଣୀ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶେଷ ମାଇଲ ପର୍ଯ୍ୟନ୍ତ ପହଁଚରେ ଉନ୍ନତି ଆଣିବା ଏବଂ ପ୍ରକ୍ରିୟାକୁ ସରଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା କେବଳ “ବ୍ୟବସାୟିକ ସୁଗମତା” ମାନ୍ୟତାରେ ଉନ୍ନତି ଆଣିବ ନାହିଁ, ବରଂ କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ “ସହଜ ଜୀବନଧାରଣ ମାନ” ବୃଦ୍ଧି କରିବ । ସେ କହିଥିଲେ ଯେ ଏକ ଉଦୀୟମାନ ରାଷ୍ଟ୍ର ଏବଂ ଉଜ୍ଜ୍ୱଳ ଅର୍ଥବ୍ୟବସ୍ଥା ଭାବେ ଭାରତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । “ବ୍ୟବସାୟିକ ସୁଗମତା” ମାନ୍ୟତାରେ ଭାରତର ଅଭ୍ୟୁଥାନ ପ୍ରତି ବିଶ୍ୱସ୍ତରରେ ଦେଖାଦେଇଥିବା ପ୍ରବଳ ଆଗ୍ରହ ବିଷୟରେ ମଧ୍ୟ ସେ କହିଥିଲେ ।

***