Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଘାଜିପୁର ଗସ୍ତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ଉପରେ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ସେ ମଧ୍ୟ ଘାଜିପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପୂର୍ବାଂଚଳକୁ ଏକ ମେଡିକାଲ କେନ୍ଦ୍ରରେ ପରିଣତ କରିବାରେ ଏବଂ କୃଷି ଗବେଷଣା କେନ୍ଦ୍ର ରୂପେ ଗଢିବାରେ ଅନେକ ପରିମାଣରେ ସଫଳ ଓ ସହାୟକ ହେବେ ।

ପ୍ରଧାନମନ୍ତ୍ରୀ ମହାରାଜ ସୁହେଲଦେବଙ୍କୁ ସ୍ମରଣ କରି କହିଥିଲେ ଯେ ସେ ଜଣେ ସାହସୀ ବୀର ଥିଲେ ଯିଏକି ଜନସାଧାରଣଙ୍କୁ ଅନୁପ୍ରାଣିତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ରଣନୈତିକ କୌଶଳ ଏବଂ ପ୍ରଶାସନିକ ଦକ୍ଷତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ଭାରତର ପ୍ରତିରକ୍ଷା, ସୁରକ୍ଷା ଏବଂ ଏହାର ସାମଜିକ ଜୀବନକୁ ସୁଦୃଢ଼ କରିବା ପାଇଁ ଯୋଗଦାନ କରିଥିବା ବ୍ୟକ୍ତିତ୍ୱମାନଙ୍କ ଐତିହାସିକ ସଂରକ୍ଷଣ କରିବା ନେଇ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉଭୟ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶର ରାଜ୍ୟ ସରକାର ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ ସଚେତନ । ସେ କହିଲେ ଯେ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ଧାରଣ ନିଶ୍ଚିତ କରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଧାରଶିଳା ସ୍ଥାପନ କରାଯାଇଥିବା ମେଡିକାଲ କଲେଜ ଏହି ଅଂଚଳରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବ । ସେ କହିଲେ ଯେ ଏହା ଏହି ଅଂଚଳର ଜନସାଧାରଣଙ୍କର ଏକ ବହୁ ଦିନର ଦାବି ରହି ଆସିଥିଲା । ଅଂଚଳରେ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉନ୍ନତି ଆଣିବା ପାଇଁ  ପ୍ରତିଷ୍ଠା କରାଯାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ହସପିଟାଲ ମଧ୍ୟରେ ଏହା ଅନ୍ୟତମ । ଏହି ପ୍ରସଙ୍ଗରେ ସେ ଗୋରଖପୁର ଏବଂ ବାରାଣସୀରେ ପ୍ରତିଷ୍ଠା ହେବାକୁ ଥିବା ହସପିଟାଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟସେବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏତେ ପରିମାଣରେ ଧ୍ୟାନ ଦିଆଯାଉଛି । ସେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଏବଂ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ମାତ୍ର 100 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା 6 ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣ ଲାଭବାନ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବୀମା ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ଦେଶବ୍ୟାପୀ 20 କୋଟି ଲୋକ ଜୀବନଜ୍ୟୋତି ଏବଂ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅଂଚଳରେ କୃଷି ସହିତ ସଂପୃକ୍ତ ଅନେକ ପ୍ରକଳ୍ପ ବାବଦରେ ସୂଚନା ଦେଇଥିଲେ । ଏଥିରେ ଅନ୍ତର୍ଭୁକ୍ତ ରହିଛି  ବାରାଣସୀର ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ବାରାଣସୀ ଓ ଘାଜିପୁରର କାର୍ଗୋ ସେଣ୍ଟର, ଗୋରଖପୁରର ସାର କାରଖାନା ଏବଂ ବନସାଗର ଜଳସେଚନ ପ୍ରକଳ୍ପ । ସେ କହିଲେ ଯେ ଏହି ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ସହାୟକ ହେବ ଏବଂ ସେମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ତୁରନ୍ତ ରାଜନୈତିକ ଲାଭ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ସମସ୍ୟା ସମାଧାନ କରିବାରେ ସହାୟକ ହେବେ ନାହିଁ । ସେ କହିଲେ ଯେ କେନ୍ଦ୍ର ସରକାର  ଶସ୍ୟ ଆମଦାନୀ ଖର୍ଚ୍ଚର 1.5 ଗୁଣା ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ ।

ସଂଯୋଗ ସମ୍ପର୍କିତ ବିକାଶ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବାଂଚଳ ଏକ୍ସପ୍ରେସସଡକ କାର୍ଯ୍ୟ ଦ୍ରୂତ ଗତିରେ ଆଗେଇ ଚାଲିଛି । ସେ କହିଲେ ଯେ ତାରିଘାଟ-ଘାଜିପୁର-ମାଉ ବ୍ରିଜର କାର୍ଯ୍ୟ ମଧ୍ୟ ଚାଲିଛି । ବାରାଣସୀ ଏବଂ କୋଲକାତା ମଧ୍ୟରେ ଏଇ ନିକଟରେ ଆରମ୍ଭ କରାଯାଇଥିବା ଜଳପଥ ମଧ୍ୟ ଘାଜିପୁର ପାଇଁ ଲାଭପ୍ରଦ ହେବ ବୋଲି ସେ ପ୍ରକାଶ କରଥିଲେ । ସେ କହିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଂଚଳରେ ବାଣିଜ୍ୟ ବ୍ୟବସାୟକୁ ଗତି ମିଳିବ ।