Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-କ୍ୟୁବା ଓ ଭାରତ-କୋରିଆ ମଧ୍ୟରେ ଜୈବ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସମ୍ପର୍କରେ କ୍ୟାବିନେଟକୁ ଅବଗତ


 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକକୁ  ଭାରତ ଓ କ୍ୟୁବା ତଥା ଭାରତ ଓ କୋରିଆ ମଧ୍ୟରେ ଜୈବ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିବା 2 ଟି ଦ୍ୱିପାକ୍ଷିକ ଚୁକ୍ତି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଏମଓୟୁ  ଯଥାକ୍ରମେ 2018 ଜୁନ୍ 22 ରେ କ୍ୟୁବାର ହାଭାନା ଓ 2018 ଜୁଲାଇ 9 ତାରିଖରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା । ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ସହଯୋଗ ଓ ଉଦ୍ଦେଶ୍ୟର ସହମତି ଦିଗରେ ଏହି ଏମଓୟୁ ଯଥାକ୍ରମେ କ୍ୟୁବା ଓ କୋରିଆ ସହ ହୋଇଥିଲା ଯେଉଁଠି ଏ କ୍ଷେତ୍ରରେ ବିଶେଷଜ୍ଞତା ରହିଥିବ ।

ମୁଖ୍ୟ ପ୍ରଭାବ

ଏହି ଏମଓୟୁରେ ଜୈବ ପ୍ରଯୁକ୍ତିବିଦ୍ୟା ଶିକ୍ଷା, ପ୍ରଶିକ୍ଷଣ, ଗବେଷଣା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ରଣନୀତିକ ଯୋଜନାକୁ ସାମିଲ କରି  ଏସ୍ଣ୍ଡଟି କୂଟନୀତିକ କୌଶଳର ନବସୃଜନ ନିମନ୍ତେ ସହଯୋଗ ପାଇଁ ଭବିଷ୍ୟତର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି ଭାରତ ଓ କ୍ୟୁବା ଏବଂ ଭାରତ ଓ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ହସ୍ତାକ୍ଷର କରାଯାଇଛି । ଏହି ପ୍ରସ୍ତାବରେ ଜୀବବିଜ୍ଞାନ ଓ ସମ୍ବନ୍ଧିତ କ୍ଷେତ୍ରରେ 5 ବର୍ଷର ଅବଧି ପାଇଁ 50 ରୁ ଅଧିକ ସ୍ନାତକୋତ୍ତର ଓ ପିଏଚଡି ଡିଗ୍ରୀଧାରୀଙ୍କ ପାଇଁ ରୋଜଗାର ସୃଷ୍ଟିର ସମ୍ଭାବନା ରହିଛି ।

 

**********