ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅରୁଣାଚଳ ପ୍ରଦେଶର ଅନୁସୂଚିତ ଜନଜାତି ତାଲିକାରେ ସଂଶୋଧନ ପାଇଁ ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ସଂଶୋଧନ) ବିଲ, 2018କୁ ସଂସଦରେ ଉପସ୍ଥାପନ କରିବା ଲାଗି ଅନୁମୋଦନ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ତାଲିକା ସଂଶୋଧନ କରିବା ପାଇଁ ଏପରି କରାଯାଇଛି । ଅରୁଣାଚଳ ପ୍ରଦେଶର ଅନୁସୂଚିତ ଜାନଜାତିଙ୍କ ତାଲିକାରେ ନିମ୍ନଲିଖିତ ପରିବର୍ତ୍ତନ କରାଯିବ ।
1. କ୍ରମିକ ସଂଖ୍ୟା 1 ରେ “ଅବୋର’କୁ ହଟାଇବା, କାରଣ ଏହା ଠିକ ସେହିପରି ଯେପରି କ୍ରମିକ ସଂଖ୍ୟା 16ରେ “ଆଦି’ ଅଟେ
2. କ୍ରମିକ ସଂଖ୍ୟା 6ରେ “ଖାମପ୍ତି’ର ସ୍ଥାନରେ “ତାଇ ଖାମତି’କୁ ସାମିଲ କରିବା
3. କ୍ରମିକ ସଂଖ୍ୟା 8ରେ “ମିଶ୍ମୀ-କାମନ’ (ମିଜୁ ମିଶ୍ମୀ), ଇଦୁ (ମିଶ୍ମୀ) ଏବଂ ତରାଓଁ (ଡିଗାରୁ ମିଶ୍ମୀ)କୁ ସାମିଲ କରିବା
4. କ୍ରମିକ ସଂଖ୍ୟା 9ରେ “ମୋମ୍ବା’ ସ୍ଥାନରେ ମୋନ୍ପା, ମେମ୍ବା, ସରତାଙ୍ଗ, ସଜୋଲଙ୍ଗ (ମିଜୀ)କୁ ସାମିଲ କରିବା
5. ଅରୁଣାଚଳ ପ୍ରଦେଶର ଅନୁସୂଚିତ ଜନଜାତିର ସୂଚୀରେ କ୍ରମିକ ସଂଖ୍ୟା 10ରେ “କୌଣସି ନାଗା ଜନଜାତି’ ସ୍ଥାନରେ “ନୋକ୍ଟେ’, “ତାଙ୍ଗସା’, “ୱାଂଚୋ’, “ତୁତ୍ସା’, “ୱାଂଚୋ’କୁ ସାମିଲ କରିବା
ପ୍ରସ୍ତାବିତ ସଂଶୋଧନ ଲାଗି ଔଚିତ୍ୟ ହେଉଛି :
1. “ଅବୋର’କୁ ହଟାଇବା- ଦୋହରାପଣକୁ ସମାପ୍ତ କରିବା
2. “ଖାମପ୍ତି’କୁ ହଟାଇବା- “ଖାମପ୍ତି’ ନାମକ କୌଣସି ଜନଜାତି ନାହିଁ
3. “ମିଶ୍ମୀ-କାମନ’, ଇଦୁ ଏବଂ ତରାଓଁକୁ ସାମିଲ କରିବା- ଏଥିରେ କେବଳ “ମିଶ୍ମୀ’କୁ ସାମିଲ କରାଯାଇଛି । ସୂଚନା ଅନୁଯାୟୀ ଏପରି କୌଣସି ସମ୍ପ୍ରଦାୟ ନାହିଁ ।
4. ମୋନ୍ପା, ମେମ୍ବା, ସରତାଙ୍ଗ, ୱାଂଚୋକୁ ସାମିଲ କରିବା- ଏଥିରେ “ଯେକୌଣସି ନାଗା ଜନଜାତି’କୁ ସାମିଲ କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟରେ କେବଳ ଏହି ନାଗା ଜନଜାତି ଅଛନ୍ତି ।
5. “ନୋକ୍ଟେ’, “ତାଙ୍ଗସା’, “ତୁତ୍ସା’, “ୱାଂଚୋ’କୁ ସାମିଲ କରିବା- ଏଥିରେ “ଯେକୌଣସି ନାଗା ଜନଜାତି’କୁ ସାମିଲ କରାଯାଇଛି । ସୂଚନା ମୁତାବକ ରାଜ୍ୟରେ କେବଳ ଏହି ନାଗା ଜନଜାତି ଅଛନ୍ତି ।
ଏହି ବିଲ ଆଇନରେ ପରିଣତ ହେବା ପରେ ଅରୁଣାଚଳ ପ୍ରଦେଶର ଅନୁସୂଚିତ ଜନଜାତିମାନଙ୍କର ସଂଶୋଧିତ ତାଲିକାରେ ଏଇ ନିକଟରେ ତାଲିକାଭୁକ୍ତ ସମ୍ପ୍ରଦାୟର ସଦସ୍ୟ ମଧ୍ୟ ସରକାରଙ୍କ ବର୍ତ୍ତମାନର ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତିମାନଙ୍କୁ ଦିଆଯାଉଥିବା ଲାଭ ହାସଲ କରିବାରେ ସମର୍ଥ ହୋଇପାରିବେ । ଏପରି କିଛି ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି, ରାଷ୍ଟ୍ରୀୟ ବିଦେଶ ଛାତ୍ରବୃତ୍ତି, ନେସନାଲ ଫେଲୋଶିପ, ଉଚ୍ଚସ୍ତରୀୟ ଶିକ୍ଷା, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଅର୍ଥ ଏବଂ ବିକାଶ ନିଗମରୁ ରିହାତି ଋଣ ଅନୁସୂଚିତ ଜାତିର ପୁଅ-ଝିଅଙ୍କ ପାଇଁ ଛାତ୍ରାବାସ ଆଦି ସାମିଲ ରହିଛି । ଏହାବ୍ୟତୀତ ଏମାନେ ସରକାରୀ ନୀତି ଅନୁଯାୟୀ ସେବା ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଦିଆଯାଉଥିବା ସଂରକ୍ଷଣର ଲାଭ ପାଇବାର ହକଦାର ମଧ୍ୟ ହେବେ ।