ପିଏମଇଣ୍ଡିଆ
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ଅଗ୍ରଗତି ଏବଂ ନୂତନ ପ୍ରୟାସ ତଥା ଏନଏଚଏମର କ୍ଷମତା ସମ୍ପନ୍ନ କାର୍ଯ୍ୟକ୍ରମ ସମିତି ଓ ମିଶନ ପରିଚାଳନା ଗୋଷ୍ଠୀର ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।
ପ୍ରମୁଖ ବିଶେଷତ୍ୱ :
ଏନଏଚଏମ ଅନ୍ତର୍ଗତ ଗତ 5 ବର୍ଷ ଏବଂ 2017-18 ବର୍ଷରେ ହାସଲ ଉପଲବ୍ଧିଗୁଡ଼ିକ ହେଲା :
ବିଭିନ୍ନ ରୋଗ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସଂକେତରେ ସୁଧାର ପରିଲକ୍ଷିତ ହୋଇଛି, ଉଦାହରଣସ୍ୱରୂପ:-
(1) 2016ରେ ମ୍ୟାଲେରିଆରେ ସମ୍ପର୍କରେ ବାର୍ଷିକ ପରଜୀବୀ ମାମଲା (ଏପିଆଇ) 0.84 ଥିଲା । ଏହା 2011ରେ 1.10 ଥିଲା । 2017ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ 30 ପ୍ରତିଶତ ହ୍ରାସ ଦେଖାଦେଇଥିଲା ଏବଂ ମ୍ୟାଲେରିଆ କାରଣରୁ ହେଉଥିବା ମୃତ୍ୟୁରେ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା ।
(2) ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା 2017ରେ ହ୍ରାସ ପାଇ 204ରେ ପହଁଚିଥିଲା । ଏହା 2013ରେ 234 ଥିଲା । 2016ର 211 ତୁଳାନରେ 2017ରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଯକ୍ଷ୍ମା ରୋଗ ହ୍ରାସ ପାଇ 204ରେ ପହଁଚିଥିଲା । 2017ରେ ଯକ୍ଷ୍ମା କାରଣରୁ ମୃତ୍ୟୁ ଘଟଣା ପ୍ରତି 1 ଲକ୍ଷ ଜନସଂଖ୍ୟାରେ ହ୍ରାସ ପାଇ 21ରେ ପହଁଚିଥିଲା, ଯାହା 2016ରେ 32 ଥିଲା ।
(3) ପ୍ରତି 1 ଲକ୍ଷ ଜନସଂଖ୍ୟା ମଧ୍ୟରୁ ଜଣେ କୁଷ୍ଠ ରୋଗୀର ଲକ୍ଷ୍ୟ ଜାତୀୟ ସ୍ତରରେ ହାସଲ କରାଯାଇସାରିଛି । 2017ରେ 554 ତୁଳନାରେ କୁଷ୍ଠ ରୋଗକୁ ସମାପ୍ତ କରିଥିବା ଜିଲ୍ଲାଗୁଡ଼ିକର ସଂଖ୍ୟା ମାର୍ଚ୍ଚ, 2018ରେ ବୃଦ୍ଧି ପାଇ 571 ହୋଇଯାଇଛି ।
(4) ପ୍ରତ୍ୟେକ ବ୍ଲକ୍ରେ ପ୍ରତି 10 ହଜାର ଜନସଂଖ୍ୟାରେ କଳା ଜ୍ୱର ରୋଗ ହ୍ରାସ ପାଇ 01 ହୋଇଯାଇଥିଲା । 10,000ର ଜନସଂଖ୍ୟାରେ ଗୋଟିଏରୁ ଅଧିକ କଳାଜ୍ୱର ମାମଲା ଥିବା ବ୍ଲକଗୁଡ଼ିକର ସଂଖ୍ୟା 2017ରେ ହ୍ରାସ ପାଇ 72ରେ ପହଁଚିଥିଲା, ଯେତେବେଳେ ଏହି ସଂଖ୍ୟା 2016ରେ 94 ଥିଲା ।
(5) ତମାଖୁ ସେବନରେ ହ୍ରାସ ଅଣାଯାଇ ଚାରିଟି ପ୍ରମୁଖ ଅଣ-ସଂକ୍ରମଣକାରୀ ରୋଗ (ଏସିଡି)-କର୍କଟ, ମଧୁମେହ, ପକ୍ଷାଘାତ ଏବଂ ହୃଦରୋଗ ତଥା ଫୁସଫୁସର ଗୁରୁତର ରୋଗରେ ହ୍ରାସ ଆଣିବାର ଲକ୍ଷ୍ୟ ହାସଲ କରାଯାଇଛି । ତମାଖୁ ବ୍ୟବହାରରେ ହାରାହାରି 6 ପ୍ରତିଶତ ହ୍ରାସ ଦେଖାଦେଇଛି ଏବଂ ଏହି ବ୍ୟବହାର ହ୍ରାସ ପାଇ 2016-17ରେ 28.6 ପ୍ରତିଶତ ହୋଇଯାଇଛି, ଯେତେବେଳେ କି 2009-10ରେ ତମାଖୁ ସେବନର ପ୍ରତିଶତ 34.6 ପ୍ରତିଶତ ଥିଲା ।
**********