ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ପଲାମୁ ଗସ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ 25,000 ହିତାଧିକାରୀଙ୍କ ଇ-ଗୃହ ପ୍ରବେଶ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ସେ ଉତ୍ତର କୋଏଲ (ମଣ୍ଡଳ ଡ୍ୟାମ) ପ୍ରକଳ୍ପ, କହଁର ସୋନେ ପାଇପଲାଇନ ଜଳସେଚନ ଯୋଜନାର ପୁନରୁଦ୍ଧାର ଏବଂ ବିଭିନ୍ନ ଜନସେଚନ ଯୋଜନା ଏବଂ ଲାଇନିଂ କାର୍ଯ୍ୟର ସଶକ୍ତିକରଣ ନିମନ୍ତେ ଆଧାରଶିଳା ରଖିଥିଲେ । ଏହି ପ୍ରକଳ୍ପଗୁଡ଼ିକରେ 3500 କୋଟି ଟଙ୍କା ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳସେଚନ ଜନିତ ଖର୍ଚ୍ଚକୁ ହ୍ରାସ କରି କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏହି ପ୍ରକଳ୍ପଗୁଡ଼ିକ ହେଉଛି ସରକାରଙ୍କ ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ।
ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଉତ୍ତର କୋଏଲ (ମଣ୍ଡଳ ଡ୍ୟାମ) ପ୍ରକଳ୍ପ ପାଖାପାଖି 47 ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି । ଏହା ଏହି ଅଂଚଳର କୃଷକମାନଙ୍କ ପ୍ରତି ଏକ ଚରମ ଅବହେଳା ବୋଲି ସେ କହିଥିଲେ । କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ସଚ୍ଚୋଟ ପ୍ରୟାସ କରାଯିବା ନେଇ ସେ ତାଙ୍କ ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ । ସେ କହିଲେ ଯେ ଦଶନ୍ଧି ଧରି ବନ୍ଦ ହୋଇଯାଇଥିବା 99ଟି ବଡ ଜଳସେଚନ ପ୍ରକଳ୍ପକୁ ଏବେ ପାଖାପାଖି 90,000 କୋଟି ଟଙ୍କା ବିନିମୟରେ କାର୍ଯ୍ୟକ୍ଷମ କରାଯାଉଛି । ସେ କହିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କୁ ‘ଅନ୍ନଦାତା’ ଭାବେ ମନେକରି ଦୃଢ଼ ଭାବେ କାର୍ଯ୍ୟ କରୁଛନ୍ତି । କୃଷି ସହିତ ସଂପୃକ୍ତ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବା ସହିତ କୃଷି ଏବଂ କୃଷକମାନଙ୍କୁ ନେଇ ଏକ ନୂତନ ଅର୍ନ୍ତଦୃଷ୍ଟି ସହ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ।
ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ 25,000 ଗୃହ ପ୍ରଦାନ କରାଯାଉଛି ଏବଂ ଏହାର ଲକ୍ଷ୍ୟ ହେଲା 2022 ସୁଦ୍ଧା ସମସ୍ତଙ୍କୁ ଗୃହ ଯୋଗାଣ । ପୂର୍ବ ଯୋଜନାଗୁଡ଼ିକଠାରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭିନ୍ନ ସେ ସମ୍ବନ୍ଧରେ ବ୍ୟାପକ ଭାବେ ବୁଝାଇଥିଲେ । ସେ କହିଲେ ଯେ ସମ୍ପ୍ରତି ହିତାଧିକାରୀମାନଙ୍କର ଚୟନ ଅଧିକ ସ୍ୱଚ୍ଛତାର ସହ କରାଯାଉଛି । ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ ଲାଗି ଏହାପରେ ଅନଲାଇନ ପଞ୍ଜିକରଣ ଏବଂ ହିତାଧିକାରୀମାନଙ୍କର ବ୍ୟାଙ୍କ ଏକାଂଉଟ ଯାଞ୍ଚ କରାଯାଉଥିବାର ସେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ଗୃହଗୁଡ଼ିକର ଗୁଣାତ୍ମକ ମାନ ନିର୍ଣ୍ଣୟ କରିବା ପାଇଁ ଏକ ନୂତନ ପ୍ରକ୍ରିୟା ବିକଶିତ କରାଯାଇଛି । ଏଥିରେ ଅନ୍ତର୍ଭୁକ୍ତ ରହିଛି ଫଟୋଗ୍ରାଫି ଏବଂ ଜିଓ-ଟ୍ୟାଗିଙ୍ଗ । ସେ କହିଲେ ଯେ ସମ୍ପ୍ରତ୍ତି ପ୍ରଦାନ କରାଯାଉଥିବା ଗୃହମାନଙ୍କରେ ଶକ୍ତି, ରନ୍ଧନ ଗ୍ୟାସ ସଂଯୋଗ ବ୍ୟବସ୍ଥା ଏବଂ ଶୌଚାଳୟର ସୁବିଧା ରହିଛି । ସେ କହିଲେ ଯେ ସମ୍ପ୍ରତ୍ତି ବିକଳ୍ପ ଡିଜାଇନ ଉପଲବ୍ଧ ଏବଂ ଗୃହର ପରିସର ମଧ୍ୟ ବୃଦ୍ଧି କରାଯାଇଛି । ଗୃହ ନିର୍ମାଣରେ ଆଂଚଳିକ ଉପାଦାନ ବ୍ୟବହାର କରାଯିବା ପାଇଁ ପ୍ରୟାସ ଜାରି ରହିଛି । ସେ କହିଲେ ଯେ ନିର୍ମାଣର ଗତିକୁ ବୃଦ୍ଧି କରାଯାଇଛି ଏବଂ 5 ବର୍ଷରୁ କମ ସମୟ ମଧ୍ୟରେ ପାଖାପାଖି 1.25 କୋଟି ଗୃହ ନିର୍ମାଣ କରାଯାଇଛି । ଏକ ଗୃହ ନିର୍ମାଣରେ ହାରାହାରି ସମୟ ସୀମା 18 ମାସରୁ 12 ମାସକୁ ହ୍ରାସ ପାଇଥିବାର ସେ କହିଥିଲେ ।
ସେ କହିଥିଲେ ଯେ ସମ୍ପ୍ରତି ହିତାଧିକାରୀଙ୍କ ଏକାଉଂଟକୁ 4 ଟି କିସ୍ତିରେ 1.25 ଲକ୍ଷ ଟଙ୍କା ସହଜରେ ପହଂଚୁଛି । ପୂର୍ବରୁ ଏହି ପରିମାଣ ରାଶି ଥିଲା ମାତ୍ର 70,000 ଟଙ୍କା । ସେ କହିଲେ ଯେ ଗୃହ ଗରିବ ବ୍ୟକ୍ତିମାନଙ୍କର ସାମଗ୍ରୀକ ସଶକ୍ତୀକରଣ ପାଇଁ ଏକ ମାଧ୍ୟମରେ ପରିଣତ ହେଉଛି । ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ସରକାର ଏବେ ମଧ୍ୟମ ବର୍ଗର ଗୃହ ଆବଶ୍ୟକତାକୁ ମଧ୍ୟ ବିଚାରକୁ ନେଉଛନ୍ତି ଏବଂ ସେମାନଙ୍କୁ ଆର୍ଥିକ ସହାୟତା ସହ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଛି ବୋଲି ସେ କହିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଝାଡଖଣ୍ଡରେ ତିନି ମାସ ପୂର୍ବେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବେ ଲକ୍ଷ ଲକ୍ଷ ଗରିବ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରୁଛି । ପ୍ରଥମ 100 ଦିନ ମଧ୍ୟରେ ଏହି ଯୋଜନା ମାଧ୍ୟମରେ 6 ଲକ୍ଷ ବ୍ୟକ୍ତି ଲାଭବାନ ହୋଇଛନ୍ତି । ଏବେ ପ୍ରତିଦିନ ପାଖାପାଖି 10,000 ବ୍ୟକ୍ତି ଏହାର ଲାଭ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
We have transformed the housing sector. More houses are being built with better facilities, allocated without favouritism and aimed at women empowerment.
— Narendra Modi (@narendramodi) January 5, 2019
Congress built few houses, allowed middlemen to make merry and named schemes after members of one family! pic.twitter.com/bKdYGKrymN
जब सरकार बिना भ्रष्टाचार के साफ नीयत से काम करती है तो परिणाम दिखता है।
— Narendra Modi (@narendramodi) January 5, 2019
एक सिंचाई परियोजना जिसे दशकों पहले पूरा हो जाना चाहिए था, उसे कांग्रेस की सरकारों ने लगातार लटकाए रखा।
हमने किसानों के कल्याण के लिए बड़ी सिंचाई परियोजनाओं को पुनर्जीवित किया है। pic.twitter.com/MW7slZqCXl
हमारे लिए किसान अन्नदाता हैं, उनके लिए वोटबैंक।
— Narendra Modi (@narendramodi) January 5, 2019
जब किसानों को कोई सिर्फ वोटबैंक समझता है तब वो आधी-अधूरी कर्जमाफी से आगे नहीं सोच पाता।
हम यह सुनिश्चित करना चाहते हैं कि किसानों के ऊपर आर्थिक बोझ न रहे। उन्हें सिंचाई और तकनीक की बेहतर सुविधा मिले, जिससे उनकी आय दोगुनी हो। pic.twitter.com/4vG7ikbUqT