ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ଗତକାଲି ସଂଧ୍ୟାରେ ଟେଲିଫୋନ ବାର୍ତ୍ତାଳାପରେ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
2018ରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ରଣନୈତିକ ଭାଗୀଦାରୀତାର ପ୍ରଗତିରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ସେମାନେ 2+2 ଆଲୋଚନା ପ୍ରକ୍ରିୟା ଏବଂ ପ୍ରଥମ ତ୍ରିପାକ୍ଷିକ ଭାରତ, ଆମେରିକା ଏବଂ ଜାପାନ ସମ୍ମିଳନୀ ଆଦିର ପ୍ରଗତିକୁ ପ୍ରଶଂସା କରିଥିଲେ ।
ଦୁଇ ନେତା ଆଂଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଆଲୋଚନା କାଳରେ ପ୍ରତିରକ୍ଷା, ସନ୍ତ୍ରାସବାଦ ଏବଂ ଶକ୍ତି ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସକାରାତ୍ମକତା ଉପରେ ଆଲୋକପାତ କରିଥିଲେ । 2019ରେ ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ଦୃଢ଼ିଭୂତ କରିବା ନେଇ ମିଳିତ ଭାବେ କାର୍ଯ୍ୟ ଚାଲୁ ରଖିବା ପାଇଁ ସେମାନେ ଏକମତ ହୋଇଥିଲେ ।
**********
PM @narendramodi and @POTUS Donald Trump exchange greetings and discuss aspects relating to India-USA ties. @realDonaldTrumphttps://t.co/7OJ8hykQfl
— PMO India (@PMOIndia) January 8, 2019
via NaMo App pic.twitter.com/Z6rENShSnt