Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଗ୍ରାରେ ଉନ୍ନତ ଓ ଅଧିକ ସୁନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

ଆଗ୍ରାରେ ଉନ୍ନତ ଓ ଅଧିକ ସୁନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

ଆଗ୍ରାରେ ଉନ୍ନତ ଓ ଅଧିକ ସୁନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;


ଆଗ୍ରାରେ ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆଜି ଆଗ୍ରା ସହର ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳ ପାଇଁ 2900 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଗଙ୍ଗାଜଳ ପ୍ରକଳ୍ପକୁ ସମର୍ପିତ କରିଥିଲେ, ଯାହା ଆଗ୍ରକୁ ଉନ୍ନତ ଏବଂ ଅଧିକ ସୁନିଶ୍ଚିତ ଜଳଯୋଗାଣ କରିବ । ଏଥିପାଇଁ 2880 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗଙ୍ଗାଜଳ ପ୍ରକଳ୍ପ ମାଧ୍ୟମରେ ଆଗ୍ରାକୁ 140 ଘନଫୁଟ ଗଙ୍ଗାଜଳ ଅଣାଯିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହା ସହରର ଜଳଯୋଗାଣ ଆବଶ୍ୟକତାକୁ ପୂରଣ କରିବ ।

ଆଗ୍ରା ସ୍ମାର୍ଟ ସିଟି ପାଇଁ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଲାଗି ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିଥିଲେ । ସୁରକ୍ଷା ଏବଂ ନିରାପତ୍ତା ଉଦ୍ଦେଶ୍ୟରେ ସମଗ୍ର ଆଗ୍ରା ସହର ଉପରେ ନଜର ରଖିବା ଏବଂ ଅନୁଧ୍ୟାନ କରିବା ଲାଗି ଏହି ପ୍ରକଳ୍ପ ଅଧୀନରେ ସିସିଟିଭି ସଂଯୋଗ କରାଯିବ । ଏହା ଆଗ୍ରାକୁ ଏକ ଆଧୁନିକ ବିଶ୍ୱସ୍ତରୀୟ ସ୍ମାର୍ଟ ସିଟିରେ ପରିଣତ କରିବ, ଯାହା ଏକ ପ୍ରମୁଖ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳକୁ ସୁହାଇବ । ଏଥିଲାଗି 285 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଆଗ୍ରାର କୋଠି ମୀନାବଜାରଠାରେ ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗାଜଳ ପ୍ରକଳ୍ପ ଏବଂ ସିସିଟିଭି କ୍ୟାମେରା ସଂଯୋଗ ଆଦି ଆଗ୍ରାକୁ ସ୍ମାର୍ଟ ସିଟିରେ ପରିଣତ କରିବା ଦିଗରେ ଏକ ପଦକ୍ଷେପ । ଏସବୁ ସୁବିଧା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଆଗ୍ରାର ଏସଏନ ମେଡ଼ିକାଲ କଲେଜର ଉନ୍ନତିକରଣ ଲାଗି ଶିଳାନ୍ୟାସ କରିଥିଲେ । ଯାହାର ଫଳସ୍ୱରୂପ 200 କୋଟି ଟଙ୍କା ବ୍ୟୟରେ ମହିଳା ହସପିଟାଲର ମାତୃତ୍ୱ ବିଭାଗରେ 100 ଶଯ୍ୟା ବିଶିଷ୍ଟ ଏକ ବିଭାଗ ଖୋଲାଯି । ଯାହାଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ଲାଗି ସ୍ୱାସ୍ଥ୍ୟ ଏବଂ ମାତୃତ୍ୱ ଯତ୍ନ ମିଳିପାରିବ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହି ଯୋଜନା ଆରମ୍ଭ ହେବାର 100 ଦିନ ମଧ୍ୟରେ 7 ଲକ୍ଷ ଜନସାଧାରଣ ଏଥିରୁ ଉପକୃତ ହୋଇସାରିଲେଣି ।

ସାଧାରଣବର୍ଗଙ୍କ ଗରିବଙ୍କ ପାଇଁ 10% ସଂରକ୍ଷଣ ବିଷୟରେ, ପ୍ରଧାନମନ୍ତ୍ରୀ ଏହାକୁ ଏକ ସଠିକ ଦିଗରେ ପଦକ୍ଷେପ ବୋଲି କହିଥିଲେ । ସେ ଏହା ସ୍ପଷ୍ଟ କରିଥିଲେ ଯେ ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ ନକରିବା ଲାଗି ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧିକ ସଂଖ୍ୟକ ପଦବୀ ସୃଷ୍ଟି କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, “ସାଧାରଣ ବର୍ଗର ଗରିବଙ୍କ ପାଇଁ ଉଚ୍ଚଶିକ୍ଷା, ବୈଷୟିକ ଏବଂ ପେସାଦାର ଶିକ୍ଷାନୁଷ୍ଠାନରେ ଶିକ୍ଷଣ ସୁବିଧା ସୁନିଶ୍ଚିତ କରିବା ଲାଗି ଆମେ ଏକ ବୃହତ ପଦକ୍ଷେପ ନେଇଛୁ । ଆମେ ମଧ୍ୟ ଉଚ୍ଚ ଶିକ୍ଷଶନୁଷ୍ଠାନରେ ସିଟ ସଂଖ୍ୟା ଦଶ ପ୍ରତିଶତ ବୃଦ୍ଧି କରିଛୁ । ଆମେ ଏପରି ଏକ ବ୍ୟବସ୍ଥା କରିବୁ ନାହିଁ ଯାହା କାହାଠାରୁ ଅଧିକାର ଛଡ଼ାଇନେବ” ।

ତାଙ୍କ ସରକାରଙ୍କ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ପଞ୍ଚଧାରା-ବିକାଶର ପାଞ୍ଚଟି ଧାରା ଦେଶର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକ ହେଉଛି ଶିଶୁଙ୍କ ପାଇଁ ଶିକ୍ଷା, କୃଷକଙ୍କ ପାଇଁ ଜଳସେଚନ, ଯୁବକମାନଙ୍କ ପାଇଁ ଜୀବିକା, ବୟସ୍କଙ୍କ ପାଇଁ ଔଷଧ ଏବଂ ପ୍ରତ୍ୟେକଙ୍କ ଅଭିଯୋଗର ସମଧାନ ।

ଆଗ୍ରାର ପଶ୍ଚିମ ଭାଗ ପାଇଁ ଅମୃତ ଯୋଜନା ଅଧୀନରେ ସ୍ୱେରେଜ ନେଟୱାର୍କ ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା 50 ହଜାରରୁ ଅଧିକ ଘରେ ପରିମଳ ସୁବିଧା ଉନ୍ନତ ହୋଇପାରିବ ।