ପିଏମଇଣ୍ଡିଆ
ଭାରତ ମାତାଙ୍କର ଜୟ,
ଭାରତ ମାତାଙ୍କର ଜୟ,
ଭାରତ ମାତାଙ୍କର ଜୟ
ମଂଚାସୀନ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ଜୀ, ଏଠାକାର ଲୋକପ୍ରିୟ ଏବଂ ଯଶସ୍ୱୀ, ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଆଦିତ୍ୟ ଯୋଗୀରାଜ ଜୀ, ଉପ ମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ଜୀ, ସଂସଦ ପ୍ରଫେସର ରାମଶଙ୍କର କଠରିଆ ଜୀ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହକର୍ମୀ ଡା. ମହେନ୍ଦ୍ର ପାଣ୍ଡେ ଜୀ, ଚୌଧୁରୀ ବାବୁଲାଲ ଜୀ, ଶ୍ରୀ ଅନିଲ ଜୈନ । ମଂଚାସୀନ ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି ଏବଂ ଆଗ୍ରାର ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।
ନବବର୍ଷରେ ଉତ୍ତର ପ୍ରଦେଶରେ ଏହା ମୋର ପ୍ରଥମ କାର୍ଯ୍ୟକ୍ରମ । ଆପଣମାନେ ସମସ୍ତଙ୍କୁ ପୂରା ଉତ୍ତର ପ୍ରଦେଶର ଲୋକମାନଙ୍କୁ 2019 ର ଅନେକ ଅନେକ ଶୁଭକାମନା । ନୂତନ ଭାରତ ନିର୍ମାଣର ବାହକ ଆପଣ ସମସ୍ତଙ୍କୁ ମୋର ନମସ୍କାର ।
ବନ୍ଧୁଗଣ, ଆଗ୍ରାରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ଏହା ମୋର ସୌଭାଗ୍ୟ ଏବଂ ମୁଁ ଯେବେ ବି ଏଠାରୁ ଆପଣମାନଙ୍କଠାରୁ ସମର୍ଥନର ଆଶା କରିଛି ସମଗ୍ର ଉତ୍ତରପ୍ରଦେଶ, ସମଗ୍ର ଭାରତବର୍ଷ ଭରପୂର ଆଶୀର୍ବାଦ ପ୍ରଦାନ କରିଛି । ଆପଣମାନଙ୍କ ସ୍ୱପ୍ନ ଏବଂ ଆପଣମାନଙ୍କ ଆଶା ପୂରଣ ଦିଗରେ ମୁଁ ନିଷ୍ଠାବାନ ଏବଂ ଅବିରତ ପ୍ରଚେଷ୍ଟା କରୁଛି ଏବଂ ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ସର୍ବଦା ରହୁ ସେଥିପାଇଁ ନିଷ୍ଠା ଓ ସଚ୍ଚୋଟତା ଏବଂ ସମର୍ପଣ ଭାବନା ସହିତ ଆପଣଙ୍କ ଏବଂ ଦେଶବାସୀଙ୍କର ସେବା କରୁଛି ।
ଆପଣମାନଙ୍କ ସମସ୍ତଙ୍କ ବିଶ୍ୱାସ ଏବଂ ସହଯୋଗ ପାଇଁ ସବକା ସାଥ ସବକା ବିକାଶ ର ଆମ ଲକ୍ଷ୍ୟ ଏକ ନୂତନ ଶୃଙ୍ଗରେ ପହଂଚି ସାରିଛି । କିଛି ସମୟ ପୂର୍ବରୁ ଏଠାରେ ଆଗ୍ରାର ବିକାଶ ସହ ଜଡିତ ଯେଉଁ ତିନି ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଲୋକାର୍ପଣ ଏବଂ ଆଧାରଶିଳା ରଖାଗଲା, ତାହା ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ ।
ଏହି ପ୍ରକଳ୍ପଗୁଡିକ ଖାସକରି, ଜଳ ସଂପର୍କୀତ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀତ, ସ୍ୱୀରେଜ ସମ୍ବନ୍ଧୀତ, ଯୋଗାଯୋଗ, ଆଗ୍ରାକୁ ସ୍ମାର୍ଟ ସହର କରିବା ସଂପର୍କୀତ । ଏହିସବୁ ପ୍ରକଳ୍ପଗୁଡିକ ପାଇଁ ମୁଁ ଆପଣ ସମସ୍ତଙ୍କୁ, ଭାଇ-ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ଜାପାନ ଦ୍ୱାରା ଏଥିପାଇଁ ମିଳିଥିବା ସହଯୋଗ ପାଇଁ ମୁଁ ହୃଦୟର ସହ ଧନ୍ୟବାଦ ଜଣାଉଛି ।
ଭାଇ ଓ ଭଉଣୀମାନେ, ଆଜି ଆପଣମାନେ ଏଥିପାଇଁ ଉଲ୍ଲସିତ ଥିବେ ଯେ ଦୀର୍ଘ ବର୍ଷର ପୂରୁଣା ଦାବି ଆଜି ପୂରଣ ହୋଇଛି । ସମଗ୍ର ଆଗ୍ରାରେ ଜନପଦଠାରୁ ମଥୁରା ପର୍ଯ୍ୟନ୍ତ ପାଣିର ଘୋର ସମସ୍ୟା ଥିଲା । ଏଠାରେ ଭୂତଳ ଜଳ ଲବଣାକ୍ତ ହୋଇଥିବାରୁ ଏହା ପିଇବା ଯୋଗ୍ୟ ନଥିଲା । ଯେଉଁ ଯମୁନା ଜୀଙ୍କର ଧାରା ଏଠାରେ ଜୀବନର ସମ୍ଭାବନା ବୃଦ୍ଧି କରିଥିଲେ, ସମୟର ସୁଅରେ ଏହି ଜଳ ପିଇବା ଯୋଗ୍ୟ ହେଲାନାହିଁ । ଏହି କାରଣରୁ ଅପର ଗଙ୍ଗା କେନାଲରୁ ଆଗ୍ରାର ଶୋଷ ମେଣ୍ଟାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆଜି ପାଖାପାଖି 3 ହଜାର କୋଟି ଟଙ୍କାର ଆଗ୍ରା ଜଳସଂପତ୍ତି ପାଇଁ ଗଙ୍ଗା ଜଳ ପ୍ରକଳ୍ପ ଆପଣମାନଙ୍କ ପାଇଁ ସମର୍ପିତ । ଏହାଦ୍ୱାରା ସମଗ୍ର ଅଂଚଳର ଲକ୍ଷ ଲକ୍ଷ ପରିବାରକୁ ପିଇବା ପାଇଁ ସ୍ୱଚ୍ଛ ଜଳ ଉପଲବ୍ଧ ହେବ । ମୁଁ ଆପଣମାନଙ୍କୁ ଏହା ମଧ୍ୟ ସୂଚନା ଦେବାକୁ ଚାହୁଁଛି ଯେ ନମାମୀ ଗଙ୍ଗେ ମିଶନ ଅଧିନରେ ଯମୁନା ଜୀଙ୍କ ସଫେଇ ମଧ୍ୟ ଆମର ପ୍ରାଥମିକତା ।
ଭାଇ ଓ ଭଉଣୀମାନେ, ଆଗ୍ରାର ଜଳ ସମସ୍ୟାକୁ ଦୂର କରିବା ସହିତ ସହରର ସ୍ୱୀରେଜ ବ୍ୟବସ୍ଥାକୁ ଆଧୂନିକ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଭାଇ ଓ ଭଉଣୀମାନେ ବର୍ତ୍ତମାନ ଗଙ୍ଗା ଜଳ ପିଇବା ପାଇଁ ଆପଣମାନଙ୍କୁ ସୌଭାଗ୍ୟ ମିଳିଛି, କିନ୍ତୁ ପିଇବା ପାଇଁ ବିଶୁଦ୍ଧ ଜଳ ମିଳୁଛି ତାହେଲେ କେବଳ ଜଳ କଷ୍ଟ ଦୂର ହୁଏ ତାହା ନୁହେଁ, ଏହାର ସବୁଠାରୁ ବଡ ପ୍ରଭାବ ଆରୋଗ୍ୟ ଉପରେ ପଡିଥାଏ । ଖାସକରି ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ସବୁଠାରୁ ଲାଭଦାୟକ ହୋଇଥାଏ । ଏକ ପ୍ରକାରର ଆଗ୍ରାରେ ଗଙ୍ଗା ଜଳ ପିଇବାକୁ ମିଳୁ ଏବଂ ଆଗ୍ରାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣମାନଙ୍କ ଘରେ ପହଂଚିବ । ସେହିଭଳି ପିଇବା ପାଇଁ ବିଶୁଦ୍ଧ ଜଳ ଆଗ୍ରା ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଏକ ବଡ ଆକର୍ଷଣୀୟ କେନ୍ଦ୍ର ହୋଇପାରିବ, କାରଣ ମଧ୍ୟ ହୋଇପାରିବ । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଆଗ୍ରାରେ ପିଇବା ପାଇଁ ବିଶୁଦ୍ଧ ଜଳ ମିଳିଲେ ଏଠାରେ ଅଧିକ ସମୟ ରହିବା ପାଇଁ ସେମାନେ ମନ ବଳାଇବେ । ଏବଂ ଏହାକୁ କେବଳ ଏକ ଇଂଜିନିୟରିଂ କାମ ଭାବେ ନ ଦେଖାଯାଉ ଯେ ଏତେ ଦୂରରୁ ଏତେ ଅଧିକ କିଲୋମିଟରରୁ ପାଇପ ଲାଇନ ଜରିଆରେ ପିଇବା ପାଣି ଅଣାଯାଉଛି । ଏକ ପ୍ରକାରର ଜଳ ନୁହେଁ ଏହା ଆଗ୍ରାର ଜୀବନର ଅମୃତଧାରା ଅଟେ ଯାହା ଆଗ୍ରାର ଜୀବନକୁ ଏକ ନୂତନ ଶକ୍ତି ପ୍ରଦାନ କରିବାକୁ ଯାଉଛି ।
ଭାଇ ଓ ଭଉଣୀମାନେ, ସମଗ୍ର ଦେଶରେ ଏକ ଅମୃତ ମିଶନ ଜାରି ରହିଛି । ସେହି ଅମୃତ ମିଶନ ଅଧିନରେ ସହରର ପଶ୍ଚିମ କ୍ଷେତ୍ରରେ ସ୍ୱୀରେଜ ନେଟୱାର୍କ ପ୍ରକଳ୍ପର ଆଧାରଶିଳା ମଧ୍ୟ ଆଜି ରଖାଯାଇଛି । ଏହା ଅଧିନରେ ଯେଉଁ ସ୍ୱୀରେଜ ଲାଇନ ବିଛାଯିବ ତାହାଦ୍ୱାରା ପାଖାପାଖି 50 ହଜାର ଘର ସଂଯୋଗ କରାଯିବ ।
ବନ୍ଧୁଗଣ, ଆଗ୍ରା ଦେଶର ସେହି ସହରଗୁଡିକ ମଧ୍ୟରେ ଅନ୍ୟତମ ଯେଉଁଠାରେ ସ୍ମାର୍ଟ ସୁବିଧାଗୁଡିକ ବିକଶିତ କରାଯାଉଛି, ଏହି କ୍ରମରେ ଆଜି ଆଗ୍ରାର ନୂତନ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ କେନ୍ଦ୍ରର କାର୍ଯ୍ୟ ଆରମ୍ଭ କରାଯାଇଛି । ପାଖାପାଖି 300କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ରରୁ ସମଗ୍ର ସହରର ବ୍ୟବସ୍ଥାକୁ ପର୍ଯ୍ୟବେକ୍ଷଣ କରିହେବ । ସମଗ୍ର ସହରର ପର୍ଯ୍ୟବେକ୍ଷଣ ଏଠାରେ ବସି 12 ଶହରୁ ଅଧିକ ସିସିଟିଭି କ୍ୟାମେରା ଜରିଆରେ କରାଯିବ । ସହରର କୋଣ ଅନୁକୋଣରେ କଣ ଚାଲିଛି, କାହାକୁ ଟ୍ରାଫିକରେ ଅସୁବିଧା ହେଉନି , କେଉଁଠି ଆବର୍ଜନା ଅଧିକ ମାତ୍ରାରେ ଗଦା ହୋଇନି ତ, ଯାହାର ସଫେଇ କାର୍ଯ୍ୟ କରିବା କଥା ସେ ସଠିକ ସମୟରେ ଆସିଛି କି ନାହିଁ । ଏହିସବୁ କଥା ସିସିଟିଭି କ୍ୟାମେରା ଜରିଆରେ ପ୍ରତିଟି କୋଣ ଅନୁକୋଣର ସୂଚନା ଗୋଟିଏ ସ୍ଥାନରୁ ରଖାଯିବ । ଏବଂ ଭାଇ ଓ ଭଉଣୀମାନେ ଆଗ୍ରା ପାଇଁ ସିସିଟିଭି କ୍ୟାମେରା ଏଭଳି ଏକ ସୁବିଧା ଯାହା ସୁରକ୍ଷାର ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିଥାଏ । ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କୁ, ଦେଶର ପର୍ଯ୍ୟଟକମାନଙ୍କୁ ଏହି ସୁରକ୍ଷାର ଅନୁଭୂତ ହୋଇଥାଏ । ଏବଂ ଆଗ୍ରା ସମଗ୍ର ଦୁନିଆର ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ହୋଇଛି ଏବଂ ଆମେ ଚାହୁଁଛୁ ଯେ ଆଗ୍ରାର ପର୍ଯ୍ୟଟନ ବିଗତ 70 ବର୍ଷର ସମସ୍ତ ରେକର୍ଡ ଭାଙ୍ଗିବା ଭଳି ହେଉ ଯାହାଦ୍ୱାରା ଆଗ୍ରାର ଅର୍ଥବ୍ୟବସ୍ଥାକୁ ଏକ ନୂତନ ଦିଗନ୍ତ ମିଳୁ । ଏହି ଜଳ ଏବଂ ସିସିଟିଭି କ୍ୟାମେରା, ସ୍ୱୀରେଜ ଟ୍ରିଟମେଣ୍ଟ, ସ୍ମାର୍ଟ ସହରର କଳନା, ପର୍ଯ୍ୟଟନ ପାଇଁ ଏକ ବଡ ସକାରାତ୍ମକ ପଦକ୍ଷେପ । ଭାଇ ଓ ଭଉଣୀମାନେ କେବଳ ଏତିକି ନୁହେଁ ଆଗ୍ରାର ଯୋଗାଯୋଗକୁ ଅଧିକ ଉତ୍ତମ କରିବା ପାଇଁ ଆଜି ରେଳ ସେତୁର ଲୋକର୍ପଣ ଏବଂ ହେଲିପ୍ୟାଡର ଆଧାରଶିଳା ମଧ୍ୟ ରଖାଯାଇଛି ।
ବନ୍ଧୁଗଣ, ଆଗ୍ରା ଯେତେବେଳେ ସ୍ମାର୍ଟ ସହର ଭାବେ ରୂପାନ୍ତିରତ ହୋଇଯିବ, ସ୍ୱଚ୍ଛ ହେବ, ପିଇବା ପାଇଁ ବିଶୁଦ୍ଧ ଜଳ ବିଷୟରେ ହେଉ, ସିସିଟିଭି କ୍ୟାମେରା ହେଉ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଏକ ବହୁତ ବଡ ପ୍ରେରଣା, ଶକ୍ତି, ସନ୍ତୋଷଜନକ ପରିବେଶ ସୃଷ୍ଟି କରିବ । ତାଜମହଲ ଭଳି ଐତିହାସିକ ସ୍ମାରକୀର ଚମକ ମଧ୍ୟ ଆହୁରୀ ବୃଦ୍ଧି ହେବ । ଏହାର ସିଧା ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡିବା ସୁନିଶ୍ଚିତ ।
ଭାଇ ଓ ଭଉଣୀମାନେ, କୌଣସି ଦେଶ ବା ସହର ସେ ପର୍ଯ୍ୟନ୍ତ ସ୍ମାର୍ଟ ସହର ହୋଇପାରେନାହିଁ ଯେ ପର୍ଯ୍ୟନ୍ତ ସେ ସୁସ୍ଥ ନ ହୁଏ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରର ଭାଜପା ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଶସ୍ତା ଏବଂ ପ୍ରଭାବୀ ଅଂଚଳକୁ ସୁନିଶ୍ଚିତ କରାଯାଉଛି । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଭିତ୍ତିଭୂମିର ମଧ୍ୟ ଅଭୂତପୂର୍ବ ବିକାଶ ହେଉଛି ।
ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧିନରେ ଏବେ ଆଗ୍ରାର ଏସଏନ ମେଡିକାଲ କଲେଜର ବିସ୍ତାର କରାଯାଉଛି । ଏଠାରେ ଅଢେଇ ଶହରୁ ଅଧିକ ନୂତନ ଶଯ୍ୟା ସଂଯୋଗ ଏବଂ ସୁପର ସ୍ପେଶାଲିଟି ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ଏହାବ୍ୟତୀତ ମହିଳା ଡାକ୍ତରଖାନାରେ ମଧ୍ୟ ଶହେଟି ଶଯ୍ୟା ବିଶିଷ୍ଟ ମ୍ୟାଟରନିଟି ବିଭାଗ ଏବଂ ଦୁଇଟି ସାଂପ୍ରଦାୟିକ କେନ୍ଦ୍ରଗୁଡିକର ମଧ୍ୟ ଲୋକର୍ପିତ କରିବାର ସୁଯୋଗ ମିଳିଛି ।
ବନ୍ଧୁଗଣ, ଆଗାମୀ ଦିନରେ ଦେଶରେ ଡାକ୍ତରଖାନାର ଏକ ବଡ ନେଟୱାର୍କ ପ୍ରସ୍ତୁତ ହେବାକୁ ଯାଉଛି । ଏହାଦ୍ୱାରା ଛୋଟ ସହରଗୁଡିକରେ ସ୍ୱାସ୍ଥ୍ୟ ସେବା ସୁବିଧାଗୁଡିକର ବିସ୍ତାରଣ କରାଯିବ, ଯୁବଗୋଷ୍ଠିଙ୍କୁ ନିଯୁକ୍ତି ପାଇଁ ନୂତନ ସୁଯୋଗ ମଧ୍ୟ ମିଳିବ । ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନା ଉପଲବ୍ଧ । କିଛି ଲୋକ ଏହାକୁ ମୋଦୀ କେୟାର ମଧ୍ୟ କହନ୍ତି । ଏହି ସଫଳତା ଆପଣ ଏଥିରୁ ଜାଣିପାରିବେ ଯେ ଏବେ ପ୍ରତ୍ୟେକ ଦିନ ପାଖାପାଖି ଦଶ ହଜାର ଆର୍ଥିକ ଅନଗ୍ରସର ଏହି ଯୋଜନା ଅଧିନରେ ନିଜର ଚିକିତ୍ସା କରାଉଛନ୍ତି । ଏବଂ ଏମାନେ ସେହି ଲୋକ ଯେଉଁମାନେ 4-4, 5-5ବର୍ଷ ଧରି ରୋଗରେ ପିଡୀତ ଥିଲେ । ଅର୍ଥ ଅଭାବରୁ ନିଜର ଚିକିତ୍ସା ନ କରାଇ ପାରି ମୃତ୍ୟୁର ଅପେକ୍ଷା କରୁଥିଲେ ଏବଂ କଷ୍ଟ ସହୁଥିଲେ ।
ଭାଇ ଓ ଭଉଣୀମାନେ, ଗରିବ ଲୋକଟି ଯିବ ତ କେଉଁଠିକୁ ଯିବ, ଶେଷରେ ଆୟୁଷ୍ମାନ ଭାରତ ଯୋଜନା ଦୃତ ଗତିରେ ଏହି ପିଡୀତ ଲୋକମାନଙ୍କର ସହାୟତା କରିଥିଲା । ଏବଂ ପ୍ରତ୍ୟେକ ଘରେ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୁଅନ୍ତି, ଦୁଃସାଧ୍ୟ ରୋଗ ମଧ୍ୟ ହୋଇଥାଏ, ସେତେବେଳେ ପୂରା ପରିବାର ଅସୁସ୍ଥ ହୋଇଯାଏ । ପିଲାମାନଙ୍କ ପାଠ ପଢା ମଧ୍ୟ ଠିକ ଭାବେ ହୋଇପାରେନାହିଁ, ଘରର ର ସମଗ୍ର କାର୍ଯ୍ୟ ଅବ୍ୟବସ୍ଥିତ ହୋଇପଡେ । ଏହି ସବୁ ସମସ୍ୟା ଦୂର କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଯାହାକୁ ଲୋକମାନେ ମୋଦୀ କେୟାର କହୁଛନ୍ତି, ଏହା ଏବେ ଶହେ ଦିନ ମଧ୍ୟରେ ଏହିସବୁ କାର୍ଯ୍ୟ କରିଛି । ଶହେ ଦିନ ମଧ୍ୟରେ ହିଁ 7 ଲକ୍ଷ ଆର୍ଥିକ ଅନଗ୍ରସର ଭାଇ ଓ ଭଉଣୀମାନେ, ପିଲାମାନଙ୍କ ଚିକିତ୍ସା ହୋଇସାରିଛି କିମ୍ବା ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଭାଇ ଓ ଭଉଣୀମାନେ, ବିଜେପି ସରକାରଙ୍କ ପଂଚଧାରା- ପିଲାମାନଙ୍କୁ ଶିକ୍ଷା, ଯୁବଗୋଷ୍ଠି ପାଇଁ ରୋଜଗାର, ବୃଦ୍ଧାମାନଙ୍କ ପାଇଁ ଔଷଧ, କୃଷକମାନଙ୍କୁ ପାଇଁ ଜଳସେଚନ ଏବଂ ଜନଶୁଣାଣି ପାଇଁ ପ୍ରତିବଦ୍ଧ ।
ଯଦି ରୋଜଗାର କଥା କୁହାଯାଏ ତେବେ ଆଗ୍ରା ସହିତ ସମଗ୍ର ଉତ୍ତର ପ୍ରଦେଶର ପାଖାପାଖି ପ୍ରତ୍ୟେକ ଜିଲା ନିଜର ମଧ୍ୟମ ଏବଂ ଲଘୁ ଉଦ୍ୟୋଗ ପାଇଁ ବେଶ୍ ଜଣାଶୁଣା । ଆଗ୍ରାର ପେଠା, ଏହା ହେଉଛି ଏଠାକର ପରିଚୟ ଏବଂ ଅନେକ ପାରମ୍ପରିକ କାର୍ଯ୍ୟ ମଧ୍ୟ ଏଠାରେ ହୋଇଥାଏ । କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାର ଏହି ଛୋଟ ଉଦ୍ୟୋଗଗୁଡିକୁ ଆହୁରୀ ଅଧିକ ସୁଦୃଢ କରିବା ପାଇଁ କାର୍ଯ୍ୟ କରୁଛି । ଉତ୍ତର ପ୍ରଦେଶ ସରକାରଙ୍କ “ଏକ ଜନପଦ, ଏକ ଉତ୍ପାଦ” – ଏହି ଯୋଜନା ଏଠାକାର ଛୋଟ ଏବଂ ପାରମ୍ପରିକ ଉଦ୍ୟୋଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମାଇଲ ଖୁଣ୍ଟ ହେବାକୁ ଯାଉଛି । ଏହାସହିତ ମେକ ଇନ ଇଣ୍ଡିଆର ଆମର ଅଭିଯାନକୁ ମଧ୍ୟ ଏହାଦ୍ୱାରା ଶକ୍ତି ପ୍ରଦାନ କରାଯାଉଛି ।
ବନ୍ଧୁଗଣ, ଛୋଟ, ମଧ୍ୟମ ଏବଂ ଲଘୁ ଉଦ୍ୟୋଗଗୁଡିକୁ ଶସକ୍ତ କରିବା ପାଇଁ ଆମ ସରକାର ନିରନ୍ତର ଭାବେ ପଦକ୍ଷେପ ନେଉଛି । ଛୋଟ, ମଧ୍ୟମ ଏବଂ ଲଘୁ ଉଦ୍ୟୋଗଗୁଡିକୁ ବ୍ୟାଙ୍କରୁ ଋଣ ନେବାପାଇଁ କୌଣସି ଅସୁବିଧା ନ ହେଉ ସେଥିପାଇଁ ଅନଲାଇନ ଋଣର ଏକ ଆଧୂନିକ ବ୍ୟବସ୍ଥା କରାଯାଉଛି । ଏବଂ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉତ୍ତର ପ୍ରଦେଶର ଲୋକମାନେ ଏହାର ଲାଭ ନେଉଛନ୍ତି । କେବଳ ସେହି 59 ମିନିଟରେ, ଏକ ଘଣ୍ଟା ମଧ୍ୟ ନୁହେଁ କେବଳ 59 ମିନିଟରେ ହିଁ 1 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତାକୁ ମଞ୍ଜୁରି ପ୍ରଦାନ ସକାଶେ ଟେକ୍ନୋଲଜିର ବ୍ୟବସ୍ଥା ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଏହା ମଧ୍ୟ ପ୍ରଚେଷ୍ଟା କରାଯାଉଛି ଯେ ବଡ ଉଦ୍ୟୋଗ କିମ୍ବା କଂପାନୀଗୁଡିକରେ ଛୋଟ ଉଦ୍ୟୋଗୀମାନଙ୍କ ଅର୍ଥ କେଉଠି ଅଟକି ନଯାଉ, ଅର୍ଥ ଆସୁଥାଉ । ଯିଏ ବାହାରକୁ ରତ୍ପାନୀ କରୁଛି, ସେ ଯେଉଁ ଋଣ କରୁଛି ତାକୁ 2 ପ୍ରତିଶତ ସୁଧରେ ଆହୁରୀ ଅଧିକ ରିହାତି ପ୍ରଦାନ କରାଯାଉଛି । ଏହିଭଳି ପରିବେଶ କ୍ଲିୟରାନ୍ସ ଠାରୁ ଇନସ୍ପେକସନ ପର୍ଯ୍ୟନ୍ତ ନିୟମଗୁଡିକୁ ଅତ୍ୟନ୍ତ ସରଳ କରାଯାଇଛି । ଏହି ସମସ୍ତ ପ୍ରଚେଷ୍ଟାରୁ ଛୋଟ ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ଆଗାମୀ ଦିନରେ ଆହୁରୀ ଅଧିକ ସୁଦୃଢ ହେବ ଏବଂ ଆଗ୍ରା ଏବଂ ଆଖପାଖର ଯୁବକଯୁବତୀଙ୍କୁ ରୋଜଗାରର ନୂତନ ସୁଯୋଗ ମଧ୍ୟ ପ୍ରଦାନ କରିବ ।
ବ୍ୟାପାର ଏବଂ ବାଣିଜ୍ୟ ସେ ପର୍ଯ୍ୟନ୍ତ ଠିକ ଠାକ ଚାଲେ ଯେ ପର୍ଯ୍ୟନ୍ତ ନିୟମ ଗୁଡିକ ସରଳ ହୋଇଥାଏ । ଯେଉଁ ବ୍ୟାପାରୀକୁ ମଧ୍ୟ ବୁଝିହେଉଥିବ ଏବଂ ଗ୍ରାହକକୁ ମଧ୍ୟ ବୁଝିହେଉଥିବ । ବ୍ୟାପାରୀ ଏବଂ ଗ୍ରାହକର ସଂପର୍କ ଆହୁରୀ ବିଶ୍ୱାସ ଏବଂ ଭରସାକୁ ସୁଦୃଢ କରିବାର ବ୍ୟବସ୍ଥା ପାଇଁ ଜିଏସଟି କରାଯାଇଛି । ଏବେ ଏହି ନୂତନ ବ୍ୟବସ୍ଥା କେବଳ ଦେଢ ବର୍ଷର ହୋଇଛି ଏବଂ ଲଗାତାର ଭାବେ ଜନଶୁଣାଣୀ, ଲୋକମାନଙ୍କ ଅଭିଯୋଗଗୁଡିକ ଶୁଣି ଶୁଣି ସେଗୁଡିକ ପରିବର୍ତ୍ତିତ କରାଯାଇଛି ।
ଭାଇ ଓ ଭଉଣୀମାନେ, କିଛି ଲୋକ ଭ୍ରମ ପ୍ରଚାର କରୁଛନ୍ତି ଏବଂ ଏଥିପାଇଁ ଏହି କଥା ଆମକୁ ବୁଝିବାକୁ ହେବ ଯେ ପ୍ରଥମେ ଯେତେ କର ପ୍ରଦାନ କରାଯାଉଥିଲା ତାହା ଉପରେ ଜିଏସଟି ନାମରେ ନୂତନ କର ଆସିଲା, ଯାହାକି ମିଥ୍ୟା ଏବଂ ଭ୍ରମିତ, ଜିଏସଟି କୌଣସି ନୂତନ କର ନୁହେଁ । ପ୍ରଥମେ ଯେଉଁ କର ଦେଉଥିଲେ 25 ପ୍ରତିଶତ, 30 ପ୍ରତିଶତ, 18 ପ୍ରତିଶତ, 22 ପ୍ରତିଶତ ଏବଂ ତାହା ବାହାରକୁ ଦିଶୁ ନଥିଲା । ଜଣାପଡୁନଥିଲା ଏବଂ ଆମେ ଦେଇ ଚାଲିଥିଲେ । ସେଗୁଡିକୁ ସମାପ୍ତ କରାଯାଇଛି ଏବଂ ଯେଉଁ 40 ପ୍ରତିଶତ ଥିଲା, 25 ପ୍ରତିଶତ ଥିଲା, 35 ପ୍ରତିଶତ ଥିଲା, 28 ପ୍ରତିଶତ ଥିଲା, ସେହିସବୁକୁ ହ୍ରାସ କରି 99 ପ୍ରତିଶତ ସାମଗ୍ରୀକୁ 18 ପ୍ରତିଶତରୁ କମ ଅଣାଗଲା । କିଏ 18 ରେ ରହିଛନ୍ତି ତ କିଏ 12 ରେ, କେହି 5 ରେ ଅଛନ୍ତି ତ କିଏ ଜିରୋ(ଶୂନ) ପ୍ରତିଶତରେ ଅଛନ୍ତି ଏବଂ ଏହାର ଲାଭ ସଚେତନ ଗ୍ରାହକମାନେ ଉଠାଉଛନ୍ତି । ଏଥିପାଇଁ ଭାଇ ଓ ଭଉଣୀମାନେନ ଜିଏସଟିକୁ ବ୍ୟାପାରୀ ଏବଂ ଗ୍ରାହକମାନଙ୍କ ପାଇଁ ଆହୁରୀ ସରଳ କରିବାର ନିରନ୍ତର ପ୍ରକ୍ରୀୟା ଜାରି ରହିଛି ।
ଜନ ଭାଗୀଦାରୀରେ ଚାଲୁଥିବା ଏହି ସରକାର ଆପଣମାନଙ୍କ ପାଖରୁ ମିଳୁଥିବା ମତାମତକୁ ନେଇ ଏହାକୁ ସରଳ କରୁଛି । ଏବଂ ଏଥିପାଇଁ ଆମେ ଏବେ ଜିଏସଟି ପରିଷଦକୁ ଜିଏସଟି ପରିସରରେ ଆସୁଥିବା ସମସ୍ତ ଉଦ୍ୟୋଗୀମାନଙ୍କର ଆୟ ସୀମାକୁ , ଏଥିପାଇଁ ମୁଁ ଆଗ୍ରହ କରିଥିଲି, ନିଷ୍ପତ୍ତି ମୋ ହାତରେ ନାହିଁ, ନିଷ୍ପତ୍ତି ଜିଏସଟି ପରିଷଦ ହାତରେ ରହିଛି । ଜିଏସଟି ପରିଷଦରେ ସମସ୍ତ ରାଜନୈତିଜ୍ଞ ଦଳ ସାମିଲ ରହିଛି, ସମସ୍ତ ରାଜ୍ୟ ସରକାର ଅଛନ୍ତି । ଏବଂ ସେମାନେ ମିଶି ନିଷ୍ପତ୍ତି ନେବେ । କିନ୍ତୁ ମୁଁ ପରିଷଦକୁ କହିଥିଲି ଯେ ଜିଏସଟି ଅଧିନରେ ଆସୁଥିବା ଉଦ୍ୟୋଗୀମାନଙ୍କର ଆୟ 20 ଲକ୍ଷରୁ ବୃଦ୍ଧି କରି 75 ଲକ୍ଷ କରିବା ପାଇଁ ।
ଏହାବ୍ୟତୀତ ମଧ୍ୟମ ବର୍ଗଙ୍କ ପାଇଁ ଯେଉଁ ଘର ନିର୍ମାଣ କରାଯାଉଛି ସେମାନଙ୍କୁ କେବଳ ଏବଂ କେବଳ 5 ପ୍ରତିଶତ ସ୍ତରରେ ରଖାଯାଉ । ଏହି ଦୁଇଟି କଥା ଜିଏସଟି ପରିଷଦଠାରୁ ମୁଁ ଚାହେଁ । ବିଗତ ଥର ମଧ୍ୟ କହିଥିଲି କିନ୍ତୁ ବିଗତ ଥା କିଛି ରାଜ୍ୟ ମିଶି ଏହାର ବିରୋଧ କରିଥିଲେ, ସହମତି ହୋଇପାରିନଥିଲା । ମୋର ଆଶା ଯେ ଆଗାମୀ ଦିନରେ ଯେତେବେଳେ ଜିଏସଟି ପରିଷଦ ବୈଠକରେ ଜନସାଧାରଣଙ୍କର ଏହି କଥା ଉପରେ ଅଧିକ ଧ୍ୟାନ ଦେବେ ।
ବନ୍ଧୁଗଣ, ସବକା ସାଥ ସବକା ବିକାଶ ଏହା କେବଳ ଏକ ସ୍ଲୋଗାନ ମାତ୍ର କିନ୍ତୁ ଏହା ସୁଶାସନର ଆତ୍ମା । ଦେଶର କୌଣସି ବର୍ଗ, କୌଣସି ବ୍ୟକ୍ତି, କୌଣସି କ୍ଷେତ୍ର ସୁଯୋଗରୁ ବଂଚିତ ନ ହୁଅନ୍ତୁ ଏହି ପ୍ରଚେଷ୍ଟା ଆମ ସରକାର କରୁଛି ।
ଭାଇ ଓ ଭଉଣୀମାନେ କାଲି ସମଗ୍ର ଦେଶ ଦେଖିଛି ଯେ କେଉଁଭଳି ଭାବେ ଲୋକସଭାରେ ଏକ ଐତିହାସିକ ବିଲ ପାଶ୍ କରାଗଲା ।
ସ୍ୱାଧୀନତାର ଏତେ ଦଶନ୍ଧି ପରେ ଆର୍ଥିକ ଅନଗ୍ରସର ଯୋଗୁ ବଡ ଅସମାନତାକୁ ସ୍ୱୀକାର କରି ଏହାର ସମାଧାନ ଖୋଜିବାର ପ୍ରଚେଷ୍ଟା କରାଯାଇଛି । ସାଧାରଣ ବର୍ଗର ଜେନେରାଲ ଶ୍ରେଣୀର ଗରିବ ପରିବାରଙ୍କୁ, ଶୈକ୍ଷଣୀୟ ପ୍ରତିଷ୍ଠାନଗୁଡିକ ଏବଂ ସରକାରୀ ସେବାଗୁଡିକରେ ସଂରକ୍ଷଣ ପ୍ରଦାନ କରାଯାଉ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବଡ ପଦକ୍ଷେପ ନିଆଯାଇଛି ।
ଏବଂ ମଜା ଏହା ଯେ କାରଣ ମୋତେ ଜଣାଅଛି ଯେ ପୂର୍ବରୁ ମଧ୍ୟ ନାରାବାଜି ବହୁତ ହୋଇଛି, ନିର୍ବାଚନ ସମୟରେ ଘୋଷଣା ମଧ୍ୟ ଅନେକ ହୋଇଛି । ଏବଂ ସେତେବେଳେ ମୁଁ ସମସ୍ତଙ୍କୁ ଖୋଲିକରି କହିଥିଲି । ନିର୍ବାଚନରେ ଲାଭ ହେଉ କି ନ ହେଉ ଏହାର ଖାତିରି କରିନଥିଲି । ମୁଁ କହିଦେଉଥିଲି ଯେ ଦେଖନ୍ତୁ 50 ପ୍ରତିଶତରୁ ବାହାରେ ଯଦି କେହି ପ୍ରତିଶୃତି ପ୍ରଦାନ କରିଥାଏ ତାହେଲେ ସମସ୍ତେ ବେଇମାନି କରିଥାନ୍ତି, ଏହା ମୁଁ କହିଥିଲି । କାରଣ 50 ପ୍ରତିଶତରୁ ଉପରକୁ ଯିବାକୁ ଅଛି ତେବେ ସମ୍ବିଧାନ ସଂଶୋଧନ ବିନା ଯାଇପାରିବେ ନାହିଁ , ଯଦି ଏହାବ୍ୟତୀତ କେହି ପ୍ରତିଶୃତି ପ୍ରଦାନ କରିଥାନ୍ତି ତେବେ କେହି ଦଳିତମାନଙ୍କୁ ଯାହା ମିଳିଛି ସେଥିରୁ ଚୋରୀ କରିବାକୁ ଚାହୁଁଥିଲେ । କେହି ଆଦିବାସୀମାନଙ୍କୁ ଯାହା ମିଳିଛି ସେଥିରୁ ଚୋରୀ କରିବାକୁ ଚାହୁଁଥିଲେ, କେହି ଓବିସି କୁ ଯାହା ମିଳିଛି ସେଥିରୁ ଚୋରୀ କରିବାକୁ ଚାହୁଁଥିଲେ । ଏବଂ ସେଥିମଧ୍ୟରୁ ନେଇ ନେଇ ତାହାର ବ୍ୟାଗ ଭର୍ତ୍ତୀ କରିବାକୁ ଚାହୁଁଥିଲା । ଯାହାଫଳରେ ତାଙ୍କର ଭୋଟ ବ୍ୟାଙ୍କ ଥଳି ଭରି ଯାଏ । ଏବଂ ସେଥିପାଇଁ ମୁଁ କହିଥିଲି ଯେ ପ୍ରଥମେ ସମ୍ବିଧାନର ସଂଶୋଧନ ଏଥିପାଇଁ ଆବଶ୍ୟକ ହେବ ।
ଏବଂ ଆଜି ମୋତେ ଖୁସି ଲାଗୁଛି ଯେ ଯେଉଁ କଥା କେବେ ମୁଖ୍ୟମନ୍ତ୍ରୀ ଭାବେ କହୁଥିଲି ଆଜି ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ମୁଁ ସେହି କଥାର ଅନୁପାଳନ କରୁଛି । ସମ୍ବିଧାନ ସଂଶୋଧନ ଦିଗରେ ମୁଁ ଆଗକୁ ଯାଇ ଏବଂ ଦଳିତମାନଙ୍କର କିଛି ଚୋରୀ ନ କରି ଆଦିବାସୀମାନଙ୍କ ଅଧିକାର ନ’ଛଡାଇ, ଓବିସିମାନଙ୍କ ଅଧିକାରକୁ କମ ନ କରି, ଅତିରିକ୍ତ ସମ୍ବିଧାନ ସଂଶୋଧନ କରି ମୁଁ ମୋ ଦେଶର ସବର୍ଣ୍ଣମାଙ୍କ ମଧ୍ୟରେ, ଉଚ୍ଚ ବର୍ଗର ଲୋକମାନଙ୍କର ମଧ୍ୟ, ଗରିବ ପିଲାମାନଙ୍କ ଚିନ୍ତା କରିବାର କାର୍ଯ୍ୟ କରିଛି ।
କିଛି ଲୋକ ଏହା କହୁଛନ୍ତି ଯେ ମୋଦୀ ଜୀ ଏହା ନିର୍ବାଚନ ସମୟରେ କାହିଁକି ଆଣିଲେ, ମୋତେ କୁହନ୍ତୁ ଏଭଳି କୌଣସି 6 ମାସ ଆମ ଦେଶରେ ଯାଏ, ଯେତେବେଳେ କେଉଁଠି ନା କେଉଁଠି ନିର୍ବାଚନ ଚାଲିନଥିବ, ଯଦି ତିନି ମାସ ପୂର୍ବରୁ ଆଣିଥାନ୍ତି ତେବେ ଆପଣ କହିଥାନ୍ତେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ନିର୍ବାଚନ ପାଇଁ ଆଣିଛନ୍ତି, ଏହା ପୂର୍ବରୁ ଆଣିଥାନ୍ତି ତେବେ ଆପଣ କହିଥାନ୍ତେ ଯେ କର୍ଣ୍ଣାଟକର ନିର୍ବାଚନ ପାଇଁ ଆଣିଛି । ହିନ୍ଦୁସ୍ଥାନରେ ନିର୍ବାଚନ, ବର୍ଷରେ ଦୁଇ ଦୁଇ ଥର ହୋଇଥାଏ, କେଉଁଠି ନା କେଉଁଠି ନିର୍ବାଚନ ଜାରି ଥାଏ ଏବଂ ଏଥିପାଇଁ ମୁଁ କହିଥିଲି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଦେଶରେ ଏକାସଙ୍ଗେ କରିବା ପାଇଁ । ପାଂଚ ବର୍ଷରେ ଥରେ ହିଁ ନିର୍ବାଚନ, ଏହା ହେବା ଦରକାର କି ନୁହେଁ । ଏହି ଖର୍ଚ୍ଚ ବନ୍ଦ ହେବା ଦରକାର କି ନାହିଁ । ଏଥିପାଇଁ ଦିନ ରାତି କାମ କରିବା ବନ୍ଦ ହେବା ଦରକାର କି ନାହିଁ । ସେମାନେ ବାରମ୍ବାର ନିର୍ବାଚନରେ ଲାଗିଥାନ୍ତୁ । ପୁଲିସମାନେ ଆଇନ ବ୍ୟବସ୍ଥା ଦେଖିବେ ନା ନିର୍ବାଚନର ଭୋଟ ବାକ୍ସ ସମ୍ଭାଳିବେ । ଏହାହିଁ ଚାଲିଛି । କିନ୍ତୁ ନେତାମାନଙ୍କୁ ଦେଶର ଚିନ୍ତା ନାହିଁ । ସେମାନଙ୍କୁ ତ, ଯିଏ ପରସ୍ପରର ମୁଁ ଦେଖିବାକୁ ପ୍ରସ୍ତୁତ ନୁହଁନ୍ତି ।
ଚୌକିଦାରକୁ ଦୂରରୁ ହିଁ ଦେଖି ଏଭଳି ଡରି ଯାଉଛନ୍ତି, ଏଭଳି ଡରିଯାଉଛନ୍ତି ଯେ ସେମାନଙ୍କୁ ଲାଗୁଛି ଯେ ଆମର ଯାହା ହେବ ଦେଖାଯିବ, ହିସାବ ନିକାଶ ପରେ ଦେଖିବା ପ୍ରଥମେ ଚୌକିଦାରକୁ ବାହାର କର । ଆରେ ଚୌକିଦାର ପଳେଇଲେ ସବୁ ଲୁଟମାର କରି ଜୀବନ ବଂଚିବେ କିନ୍ତୁ ଚୌକିଦାର ଅଛି ସେ ପର୍ଯ୍ୟନ୍ତ ଜୀବନକୁ କଠିନ କରିଦେବ । ଆପଣ ମୋତେ କୁହନ୍ତୁ ଏହି ଚୌକିଦାରକୁ ନିଜର କାମ କରିବାର ଆବଶ୍ୟକତା ରହିଛି କି ନାହିଁ, ଏହି ଚୌକିଦାରକୁ କାହାକୁ ଡରିବାର ଆବଶ୍ୟକତା ଅଛି କି? ଏହି ଚୌକିଦାର ଉପରେ ଆପଣଙ୍କ ଆଶୀର୍ବାଦ ରହିଛି କି? ଏହି ଚୌକିଦାରକୁ ସ୍ୱଚ୍ଛତାର ସହିତ ନିଜ କାମ କରିବାର ଆବଶ୍ୟକତା ରହିଛି କି ନାହିଁ । ଗରିବକୁ ଅଧିକାର ମିଳିବା ଦରକାର କି ନୁହେଁ । ପ୍ରତ୍ୟେକ ଚୌକିଦାର ଭିତରେ ପ୍ରତ୍ୟେକ ଦେଶକୁ ଜଣେ ଜଣେ ଚୌକିଦାର ଭାବେ ଛିଡା କରିବାକୁ ଲାଗିପଡିଛି ।
ଭାଇ ଓ ଭଉଣୀମାନେ ସବର୍ଣ୍ଣ ସମାଜର ଗରିବମାନଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ଯେଉଁ କାର୍ଯ୍ୟ କରାଯାଇଛି, ସଂସଦ ବହୁତ ବଡ କାମ କରିଛି । ଦେଶର ପ୍ରତ୍ୟେକ ନାଗରିକ. ସଂସଦର ସମସ୍ତ ବନ୍ଧୁଗଣଙ୍କର ସମତା ଏବଂ ସମରସତା ଭାବନାକୁ ସୁଦୃଢ କରିବା ପାଇଁ ଯେଉଁମାନେ ଆଗକୁ ଆସିଛନ୍ତି, ସେମାନଙ୍କୁ ମୁଁ ଜ୍ଞୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ, ଏହି ପଦକ୍ଷେପ ଦେଶର ଲକ୍ଷ ଲକ୍ଷ ଯୁବବର୍ଗଙ୍କୁ ସୁଯୋଗ ପ୍ରଦାନ କରିବ ଯେଉଁମାନେ ଅଭାବରୁ, ଗରିବ ହେବା ଯୋଗୁ ପଛୁଆ ରହିଯାଆନ୍ତି । ଦାରିଦ୍ର୍ୟ କାହାର ବିକାଶରେ କାହାର ଜୀବନ ସ୍ତରକୁ ଉପରକୁ ନେବା କ୍ଷେତ୍ରରେ ଅସୁବିଧା ନ କରୁ ଏଥିପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି ।
ଭାଇ ଓ ଭଉଣୀମାନେ କେବଳ ନିଯୁକ୍ତି କ୍ଷେତ୍ରରେ ହିଁ ସଂରକ୍ଷଣ ବ୍ୟବସ୍ଥା ନାହିଁ ବରଂ ଦେଶର ଉଚ୍ଚ ଶିକ୍ଷା, ଟେକନିକାଲ ଏବଂ ବ୍ୟବସାୟିକ ଶିକ୍ଷାର ପ୍ରତିଷ୍ଠାନଗୁଡିକରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ । ଯେଉଁଭଳି ଆମେ ଏହି ସବର୍ଣ୍ଣ ସମାଜର ଗରିବ ଲୋକମାନଙ୍କ ପାଇଁ ସଂରକ୍ଷଣ କରିଛୁ ସେହିଭଳି ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଯେଉଁ ଉଚ୍ଚଶିକ୍ଷା ସିଟ ରହିଛି ସେଥିରେ 10 ପ୍ରତିଶତ ବୃଦ୍ଧି କରାଯାଉ । ଆମେ ଏଭଳି କୌଣସି କାର୍ଯ୍ୟ କରିବାକୁ ଚାହୁଁନାହୁଁ ଯାହାଦ୍ୱାରା କାହାର ଅଧିକାର ଛଡାଇ ନିଆଯିବ ।
ବନ୍ଧୁଗଣ, ଏହି ପ୍ରକାରର ବ୍ୟବସ୍ଥାକୁ ନେଇ ଆମେ ଆଗକୁ ଅଗ୍ରସର ହେଉଛୁ । ଆର୍ଥିକ ସ୍ଥିତି ଆଧାରରେ ଆମ ସମାଜରେ ଯାହା ଏକ ବ୍ୟବଧାନ ଆଣିଛି ତାହା ଆଧାରରେ ଦୀର୍ଘ ବର୍ଷ ଧରି ଏହାକୁ ନେଇ ଦାବି ହୋଇଆସୁଛି । ଏହି ଦାବିକୁ ପୂରା କରିବାର କାର୍ଯ୍ୟ ଭାରତୀୟ ଜନତା ପାର୍ଟିର ସରକାର କରିଛି । କିନ୍ତୁ ମୁଁ ଏହା ମଧ୍ୟ କହିବି ଯେ ଆମେ ଏବେ ସେହି ସମସ୍ତଙ୍କୁ ସାବଧାନ ରହିବା ଦରକାର ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ମିଛ ପ୍ରଚାର କରି ବଜାରକୁ ସରଗରମ କରିବାରେ ଲାଗିପଡିଛନ୍ତି । ଗରିବମାନଙ୍କର ଶତ୍ରୁ ଏଭଳି ଲୋକମାନେ ସାମାଜିକ ଗଣ ମାଧ୍ୟମଠାରୁ ବଡ ବଡ ମଂଚରେ ଏବେ ମିଛ ପ୍ରଚାର, ଭ୍ରମ ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି । ସାମଜରେ ଭାଗ ହେବାଦ୍ୱାରା ଯାହାର ସ୍ୱାଥଁ ସିଦ୍ଧ ହୋଇଥାଏ ତାଙ୍କର ପ୍ରତ୍ୟେକ ଚାଲ, ପ୍ରତ୍ୟେକ ଷଡଯନ୍ତ୍ରକୁ ଆମକୁ ସଂପୂର୍ଣ୍ଣ ଭାବେ ପରାସ୍ତ କରିବାର ଅଛି ।
ବନ୍ଧୁଗଣ, ସରାକର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ନାଗରିକତା ସହ ଜଡିତ ସମ୍ବିଧାନରେ ସଂଶୋଧନର, ଏହି ଦେଶର ସେହି ସଂକଳ୍ପର ଅଂଶ ଯାହା ଅନୁସାରେ ଆମକୁ ସେହିସବୁ ଲୋକମାନଙ୍କ ସହ ଛିଡା ହେବା ଦରାକର ଯେଉଁମାନେ କେବେ ଭାରତ ଭୂମିର ଅଂଶ ଥିଲେ । ଭାଗ ସମୟରେ ଏବଂ ତାହା ପରେ ଅଲଗା ଅଲଗା ପରିସ୍ଥିତି ଯୋଗୁଁ ଯେଉଁମାନେ ଆମଠାରୁ ଅଲଗା ହୋଇଛନ୍ତି ସେମାନଙ୍କର ଯଦି ଆସ୍ଥା ଆଧାରରେ ଶୋଷଣ ହେଉଥାଏ ତେବେ ଭାରତର ତାହା ସହିତ ଛିଡା ହେବା ଜରୁରୀ । ମୋର ବିଶ୍ୱାସ ଯେ ବିପକ୍ଷର ଯେଉଁ ବନ୍ଧୁ ଏହି ପଦକ୍ଷେପର ବିରୋଧ କରୁଛନ୍ତି, ସେମାନେ ମଧ୍ୟ ଏହି ଭାବନାକୁ ଠିକ ବୁଝିପାରିବେ ।
ବନ୍ଧୁଗଣ, ଭ୍ରଷ୍ଟାଚାର ବିରୋଧରେ ଆପଣମାନେ ସାଢେ ଚାରି ବର୍ଷ ପୂର୍ବେ ମୋତେ ଯେଉଁ ଆଦେଶ ଦେଇଥିଲେ ତାହା ଉପରେ ମଧ୍ୟ ମୁଁ ସଂପୂର୍ଣ୍ଣ କ୍ଷମତାର ସହିତ ସଠିକ ପ୍ରଚେଷ୍ଟା କରିଆସୁଛି । ଏହି କାରଣରୁ କିଭଳି ଏହି ଚୌକିଦାର ବିରୋଧରେ କିଛି ଲୋକ ଏକଜୁଟ ହେବା ଆରମ୍ଭ କରିଦେଲେଣି । ଏହାମଧ୍ୟ ସ୍ପଷ୍ଟ ଯେ ଉତ୍ତର ପ୍ରଦେଶରେ ଆପଣମାନେ ଏହା ମଧ୍ୟ ଦେଖୁଥିବେ ଯେ ବାଲି, ମୋରମ ନେଇ ଶୋଷିତ, ବଂଚିତମାନଙ୍କ ଅଧିକାର ପର୍ଯ୍ୟନ୍ତ ଖାଇଯାଇଛନ୍ତି । ଏଭଳି ଲୋକମାନେ ଭ୍ରଷ୍ଟାଚାର କରିବା ପାଇଁ ସାଥୀହୋଇ ଅଭିଯାନ ଆରମ୍ଭ କରିଦେଇଛନ୍ତି ।
ଭାଇ ଓ ଭଉଣୀମାନେ ରାଜନୈତିକ ସ୍ୱାର୍ଥ ପାଇଁ ଲକ୍ଷ୍ନୌର ଗେଷ୍ଟ ହାଉସରେ ହୋଇଥିବା ଅପମାନିତ କାର୍ଯ୍ୟକୁ ମଧ୍ୟ ଭୂଲାଇଦିଆଯାଇଛି । ମୁଜଫରନଗର ସମେତ ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଅଂଚଳରେ କଣ ହୋଇଥିଲା ତାହାକୁ ମଧ୍ୟ ଭୂଲାଇ ଦେବାର ପ୍ରଚେଷ୍ଟା ଚାଲିଛି । ଏହାସବୁ କେବଳ ଏବଂ କେବଳ ଏଥିପାଇଁ ହେଉଛି, କାରଣ ଚୌକିଦାର ଜାଗ୍ରତ ରହିଛି । ଚୌକିଦାର ସମ୍ମୁଖରେ ଛିଡା ହୋଇଛି । ପୂରା ସ୍ୱଚ୍ଛତାର ସହିତ ଛିଡା ହୋଇଛି । ଚୌକିଦାରକୁ ହଟାଇବା ପାଇଁ ଏକମାତ୍ର ଅଭିଯାନ ପାଇଁ ସବୁ ପ୍ରକାରର ପ୍ରଚେଷ୍ଟା ଜାରୀ ରହିଛି । ଯେତେବେଳେ ଯାଂଚ କରୁଥିବା ଏଜେନ୍ସୀଗୁଡିକ ଏମାନଙ୍କ କର୍ମକାଣ୍ଡର ହିସାବ ମାଗୁଛନ୍ତି ସେତେବେଳେ ଚୌକିଦାର ବିରୋଧରେ ଏମାନେ ଷଡଯନ୍ତ୍ର କରୁଛନ୍ତି ।
ଭାଇ ଓ ଭଉଣୀମାନେ, 2-3 ଦିନ ପୂର୍ବରୁ ଆପଣମାନେ ଦେଖିଥିବେ । ଆମର ଗର୍ବ ଯେ ଦେଶର ଜଣେ ଝିଅ ଯିଏକି ପ୍ରଥମ ଥର ଦେଶର ପ୍ରତିରକ୍ଷା ମନ୍ତ୍ରୀ ପଦରେ ଅଭିହିତ ହୋଇଛନ୍ତି । ଏବଂ ପ୍ରଥମ ଥର ଜଣେ ନାରୀ 125 କୋଟି ଦେଶବାସୀଙ୍କ ପାଇଁ ପ୍ରତିରକ୍ଷାର ଗୁରୁ ଦାୟିତ୍ୱ ସମ୍ବାଳିଛନ୍ତି । ଏହିଭଳି ନାରୀ ଆମ ପାଇଁ ଗର୍ବ ଓ ଗୌରବ । ଯେତେବେଳେ ଆମ ପ୍ରତିରକ୍ଷା ମନ୍ତ୍ରୀ ଜଣେ ମହିଳା ସଂସଦରେ ବିରୋଧୀ ଦଳ ନେତାମାନଙ୍କୁ କଡା ଜବାବ ଦେଇଥିଲେ । ସେମାନଙ୍କ ସମସ୍ତ ମିଥ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିଥିଲେ, ଆପଣମାନେ ଦେଖିଥିବେ ସେମାନଙ୍କ ଆଖି ବଡ ବଡ ହୋଇଯାଇଥିଲା । ଏବଂ ଆମ ପ୍ରତିରକ୍ଷା ମନ୍ତ୍ରୀ ଜଣଙ୍କ ପରେ ଜଣେ ସତ୍ୟକୁ ସଂସଦରେ ପରିବେଷଣ କରୁଥିଲେ । ଏଭଳି ବିବ୍ରତ ହୋଇଥିଲେ, ଏଭଳି ବିବ୍ରତ ହୋଇଥିଲେ ଯେ ସେ ଜଣେ ନାରୀ ଅପମାନ କରିବାରେ ଜୁଟି ଯାଇଛନ୍ତି । ଜଣେ ମହିଳା ପ୍ରତିରକ୍ଷା ମନ୍ତ୍ରୀଙ୍କର ଅପମାନ କରିବା ପାଇଁ ପଛାଉନାହାଁନ୍ତି । ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କର ନୁହେଁ ଏହା ସମଗ୍ର ଭାରତବର୍ଷର ନାରୀ ଶକ୍ତିର ଅପମାନ ଏବଂ ଯାହାର ମୂଲ୍ୟ ସେମାନଙ୍କୁ ଦେବାକୁ ପଡିବ ।
ଭାଇ ଓ ଭଉଣୀମାନେ, ସେମାନେ ଯେତେ ଆବଶ୍ୟକ ପ୍ରଚେଷ୍ଟା କରନ୍ତୁ କିନ୍ତୁ ଯାଂଚ ଏଜେନ୍ସୀଗୁଡିକ ନିଜ କାମ କରିବେ, ଏହି ଲୋକମାନଙ୍କୁ ହିସାବ ମାଗିବେ । ବନ୍ଧୁଗଣ, ଚୌକିଦାର ଯଦି ଏମାନେ ସମସ୍ତଙ୍କୁ ଆଜିର ଏହି ସ୍ଥିତିକୁ ଆଣିବା କ୍ଷେତ୍ରରେ ସଫଳତା ମିଳିଛି ତେବେ ତାହା କିପରି ହେଲା, ଏହା ମୋଦୀଙ୍କ ପାଇଁ ହୋଇନଥିଲା । ଏହା ଆପଣମାନଙ୍କ ଆଶୀର୍ବାଦରୁ ହୋଇଛି । 130 କୋଟି ଭାରତୀୟଙ୍କ ପାଇଁ ହୋଇପାରିଛି । ଆପଣଙ୍କ ଏହି ବିଶ୍ୱାସ ଜିଣିବା ପାଇଁ ମୁଁ ନିରନ୍ତର ପ୍ରୟାସରତ ।
ଭାଇ ଓ ଭଉଣୀମାନେ, ଏବେ ମିଶେଲ ମାମାଙ୍କ କଥା ସ୍ମରଣ ହୋଇଯାଇଥିବ ଆପଣମାନଙ୍କୁ, ହେଲିକାପ୍ଟର ଏବେ ସେହି ବିବେକାନୁମୋଦିତ ଭାରତବର୍ଷର କବଳିତ ଏବଂ ସେଥିପାଇଁ ଏମାନଙ୍କ ଝାଳ ବାହାରିଯାଉଛି ।
ଭାଇ ଓ ଭଉଣୀମାନେ, ଏବେ ଚୌକିଦାର, ତାଙ୍କର ସମସ୍ୟା ବଢାଇ ଦେଇଛି, ସେମାନଙ୍କୁ ଲାଗୁଥିଲା ଯେ ମୋଦୀ କିଛି ବି କୁହନ୍ତୁ କିନ୍ତୁ ସେ ମଧ୍ୟ ସମସ୍ତ ରାଜନେତାଙ୍କ ଭଳି ସମୟ ଅନୁସାରେ ସମସ୍ତଙ୍କ ଭଳି ହୋଇଯିବେ । କିନ୍ତୁ ଯେତେବେଳେ ଚାରି ବର୍ଷ ପୂରଣ ହୋଇଗଲା କିନ୍ତୁ ମୋଦୀ ଯେମିତିକୁ ସେମିତି ରହିଲେ ସେତେବେଳେ ତାଙ୍କୁ ଲାଗିଲା ଯେ ସେ ଚୌକିଦାର, ସେହି ଚୌକିଦାର ଆମକୁ ବଂଚିବାକୁ ଦେବନାହିଁ । ଏବଂ ସେଥିପାଇଁ ବିବ୍ରତ ଅଛନ୍ତି । ପୁଣି ଥରେ ଆପଣ ସମସ୍ତଙ୍କୁ ବିକାଶର ଏହି ପ୍ରକଳ୍ପଗୁଡିକ ପାଇଁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏବଂ ଆପଣ ଏତେ ବଡ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି, ଏଥିପାଇଁ ମଧ୍ୟ ମୁଁ ଆପଣଙ୍କ ପାଖରେ ଚିର କୃତଜ୍ଞ । ମୋ ସହିତ କୁହନ୍ତୁ-
ଭାରତ ମାତାଙ୍କର ଜୟ,
ଭାରତ ମାତାଙ୍କର ଜୟ,
ଭାରତ ମାତାଙ୍କର ଜୟ,
ଆପଣମାନଙ୍କୁ ମକର ସଂକ୍ରାନ୍ତି ପାଇଁ ଅନେକ ଅନେକ ଶୁଭେଚ୍ଛା ।
************
GST कोई अलग से लगाया गया टैक्स नहीं है। बल्कि पहले जो आप सभी सामान पर या सेवाओं पर दर्जनों टैक्स देते थे, उनको समेटकर कम कर दिया गया है.
— PMO India (@PMOIndia) January 9, 2019
पहले बहुत सी चीजों पर 30% से भी अधिक टैक्स लगते थे, जो कहीं दिखते नहीं थे। अब जितना टैक्स आप देते हैं उतना दिखता भी है, यही पारदर्शिता है: PM
अब सामान्य मानवी के काम आने वाला ज्यादातर सामान यानि करीब-करीब 99 प्रतिशत सामान पर GST 18% से कम है।
— PMO India (@PMOIndia) January 9, 2019
GST को व्यापारियों और उपभोक्ताओं के लिए और सरल करने की प्रक्रिया निरंतर चल रही है।
जनभागीदारी से चलने वाली ये सरकार आप सभी से मिल रहे सुझावों पर अमल कर रही है: PM
कल पूरे देश ने देखा है कि किस प्रकार लोकसभा में एक ऐतिहासिक बिल पास किया गया है।
— PMO India (@PMOIndia) January 9, 2019
आजादी के इतने दशकों के बाद गरीबी के कारण बढ़ी असमानता को स्वीकार किया गया है।
सामान्य श्रेणी के गरीब परिवारों को 10% का आरक्षण मिले, इस तरफ एक महत्वपूर्ण बड़ा कदम उठाया गया: PM
किसी भी वर्ग के हितों का नुकसान किए बिना, गरीबों को समता और समानता देने की एनडीए सरकार की ये पहल भविष्य के भारत के लिए बहुत महत्वपूर्ण है।
— PMO India (@PMOIndia) January 9, 2019
मैं देश के हर नागरिक का, संसद के सभी साथियों का, समता और समरसता की भावना को मज़बूत करने के लिए आभार व्यक्त करता हूं: PM
इस प्रकार की व्यवस्था को लेकर मांग नई नहीं है।
— PMO India (@PMOIndia) January 9, 2019
आर्थिक स्थिति के आधार पर जो हमारे समाज में जो एक खाई बनी है उसके आधार पर दशकों से इसकी मांग चल रही थी।
इस मांग को पूरा करने का काम सरकार ने किया है: PM
अब उन ताकतों से भी सावधान रहना है जो अपने स्वार्थ के लिए अफवाहों का बाज़ार गर्म करने में जुट गई हैं।
— PMO India (@PMOIndia) January 9, 2019
गरीबों के दुश्मन सोशल मीडिया से लेकर बड़े मंचों पर अब झूठ फैलाने के काम में जुट गए हैं।
समाज में बंटवारे से जिनका स्वार्थ सिद्ध होता है, उनकी हर चाल को हमें असफल करना है: PM
वर्षों से आगरा के लोगों की एक मांग थी, जिसे हमारी सरकार को पूरा करने का सौभाग्य मिला है।
— Narendra Modi (@narendramodi) January 9, 2019
जानिए, मैं किस मांग की बात कर रहा हूं। pic.twitter.com/8fVZcGNEqm
भ्रष्टाचार के खिलाफ साढ़े चार साल पहले आपने मुझे जो जनादेश दिया था, उस पर मैं पूरी क्षमता से खरा उतरने का प्रयास कर रहा हूं।
— Narendra Modi (@narendramodi) January 9, 2019
इस कारण कैसे इस चौकीदार के खिलाफ कुछ लोग इकट्ठा होना शुरू हो गए हैं। pic.twitter.com/SpkAM1XOwt