Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାମୀ ବିବେକାନନ୍ଦଙ୍କୁ ଜୟନ୍ତୀ ଅବସରରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ।

“ଜାଗ୍ରତ ହୁଅ, ଉଠ ଏବଂ ଲକ୍ଷ୍ୟସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏହି ଶକ୍ତିଶାଳୀ ଶବ୍ଦମାନଙ୍କୁ ଏବଂ ତାଙ୍କ ଉଚ୍ଚତର ଭାବନାକୁ ସ୍ମରଣ କରୁଛୁ । ସେ ସେବା ଏବଂ ତ୍ୟାଗର ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ଶକ୍ତି ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା ।

ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଭାବନା କୋଟି କୋଟି ଭାରତୀୟ ବିଶେଷ କରି ଯୁବଶକ୍ତିଙ୍କୁ ଅନୁପ୍ରାଣିତ କରିଥାଏ । ତାଙ୍କଠାରୁ ହିଁ ଆମେ ଏକ ଶକ୍ତିଶାଳୀ ଏବଂ ଜୀବନ୍ତ ଭାରତ ନିର୍ମାଣ କରିବା ପାଇଁ ପ୍ରେରଣା ପାଇଥାଉ, ଯେଉଁ ଭାରତ କି ବିଭିନ୍ନ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ଗ୍ରହଣ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***

​​