Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମନ୍ୱିତ ଇ-ଫାଇଲିଂ ଓ କେନ୍ଦ୍ରୀକୃତ ପ୍ରୋସେସିଂ କେନ୍ଦ୍ର 2.0 ପ୍ରକଳ୍ପ ଲାଗି ବ୍ୟୟ ମଞ୍ଜୁରିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆୟକର ବିଭାଗର ସମନ୍ୱିତ ଇ-ଫାଇଲିଂ ଏବଂ କେନ୍ଦ୍ରୀକୃତ ପ୍ରୋସେସିଂ କେନ୍ଦ୍ର 2.0 ପ୍ରକଳ୍ପ ଲାଗି 4241.97 କୋଟି ଟଙ୍କାର ବ୍ୟୟ ମଞ୍ଜୁରିକୁ ଅନୁମୋଦନ କରିଛନ୍ତି ।

2018-19 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବର୍ତ୍ତମାନର ସିପିସି-ଆଇଟିଆର 1.0 ପ୍ରକଳ୍ପର 1482.44  କୋଟି ଟଙ୍କାର ସମ୍ମିଳିତ ବ୍ୟୟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ।

ଏହି ପ୍ରକଳ୍ପର ବ୍ୟାପକ ଉଦ୍ଦେଶ୍ୟ ନିମ୍ନରେ ଉଲ୍ଲେଖ କରାଯାଉଛି :

କ. ଟିକସଦାତାଙ୍କ ପାଇଁ ତ୍ୱରିତ ଏବଂ ସଠିକ ନିଷ୍କର୍ଷ ।

ଖ. ପ୍ରଥମ ଥର ସଠିକ ଦୃଷ୍ଟିକୋଣ ।

ଗ. ସମସ୍ତ ପର୍ଯ୍ୟାରେ ଉପଯୋଗକାରୀ (ୟୁଜର)ମାନଙ୍କୁ ଉନ୍ନତ ଅଭିଜ୍ଞତା ପ୍ରଦାନ କରିବା ।

ଘ. ନିରନ୍ତର ସହଭାଗୀତା ଜରିଆରେ ଟିକସଦାତାମାନଙ୍କ ସଚେତନତା ଏବଂ ଶିକ୍ଷାକୁ ଉନ୍ନତ କରିବା ।

ଙ. ସ୍ୱେଚ୍ଛାକୃତ ଟିକସ ଅନୁପାଳନକୁ ପ୍ରୋତ୍ସାହିତ କରିବା ।

ଚ. ବକେୟା ଟିକସ ଚାହିଦାର ଉଚିତ ପରିଚାଳନା କରିବା ।

ବିଭିନ୍ନ କାର୍ଯ୍ୟକଳାପ ଜରିଆରେ ବିଭାଗ ଏବଂ ଟିକସଦାତାମାନଙ୍କ ପାଇଁ ଏହି ଉଦ୍ଦେଶ୍ୟକୁ ମଞ୍ଜୁରିର ଅନେକ ଲାଭ ରହିଛି । ଅଧିକ ସଠିକ ଏବଂ ଶୁଦ୍ଧତା ସୁନିଶ୍ଚିତ କରିବା ତଥା ରିଫଣ୍ଡ/ପ୍ରୋସେସିଂରେ ଲାଗୁଥିବା ସମୟକୁ ଯଥେଷ୍ଟ ହ୍ରାସ କରିବାର ସାଧନ ରୂପରେ ଆୟକର ରିଟର୍ଣ୍ଣ (ଆଇଟିଆର)ର ଆଗୁଆ ଦାଖଲ ଏବଂ ଟିକସଦାତାଙ୍କ ପକ୍ଷରୁ ସ୍ୱୀକାର୍ଯ୍ୟତା, ବକେୟା ଟିକସ ଚାହିଦା ସହ ଜଡ଼ିତ ପ୍ରସଙ୍ଗର ସମାଧାନରେ ଟିକସଦାତାଙ୍କୁ ସୁବିଧା, ଟିକସଦାତାଙ୍କ ସହାୟତା ଲାଗି ସମନ୍ୱିତ ଯୋଗାଯୋଗ କେନ୍ଦ୍ର, ଡିଜିଟାଲ ମିଡିଆ ଜରିଆରେ ଟିକସଦାତା ସମ୍ପର୍କ କାର୍ଯ୍ୟକ୍ରମ ଓ ଟିକସଦାତାମାନଙ୍କୁ ଉନ୍ନତ ସେବା ଉପଲବ୍ଧ କରାଇବା ଲାଗି ନିଯୁକ୍ତିଦାତା/ ଅଂଶୀଦାର ମାନ୍ୟତା ପ୍ରଦାନ କାର୍ଯକ୍ରମ ଏହି କାର୍ଯ୍ୟକଳାପ ମଧ୍ୟରେ ସାମିଲ ରହିଛି ।

ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ସମସ୍ତ ଶ୍ରେଣୀର ଟିକସଦାତାମାନଙ୍କ ଦ୍ୱାରା ସୁସଙ୍ଗତ, ଏକ ସମାନ, ନିୟମ ଆଧାରିତ ଏବଂ ଗୁପ୍ତ ଚିହ୍ନଟ ପଦ୍ଧତିରେ ଦାଖଲ କରାଯାଇଥିବା ରିଟର୍ଣ୍ଣର ପ୍ରୋସେସିଂ ଦ୍ୱାରା ସମାନ ସ୍ତରର ଇକ୍ୟୁଟି ସୁନିଶ୍ଚିତ ହେବ । ଏହାଦ୍ୱାରା ଯେଉଁସ୍ତରର ଟିକସଦାତା ହୁଅନ୍ତୁ ପଛେ,  ସମସ୍ତ ଟିକସଦାତାଙ୍କ ପାଇଁ ଟିକସ ବ୍ୟାପାରରେ ନିରପେକ୍ଷତା ସୁନିଶ୍ଚିତ ହେବ ।

ଏହି ନିଷ୍ପତ୍ତି ଦ୍ୱାରା ଆୟକର ରିଟର୍ଣ୍ଣର ତ୍ୱରିତ ପ୍ରୋସେସିଂ ଏବଂ ବିଭାଗର ସହଭାଗୀତା ବିନା ଟିକସଦାତାଙ୍କ ବ୍ୟାଙ୍କ ଖାତାକୁ ରିଫଣ୍ଡ ଅର୍ଥ ଆସିବା, ଅନ୍ତର୍ଜାତୀୟ ସର୍ବୋତମ ପ୍ରଚଳନ ଏବଂ ମାନକ (ଆଇଏସଓ ପ୍ରାମାଣିକତା)ର ପାଳନ କରିବା, ପ୍ରୋସେସିଂ ସହ ଜଡ଼ିତ ସଦ୍ୟ ସ୍ଥିତି ସମ୍ପର୍କରେ ଅବଗତ କରିବା ଏବଂ ମୋବାଇଲ ଆପ, ଇ-ମେଲ, ଏସଏମଏସ ଏବଂ ବିଭାଗର ୱେବସାଇଟ ଜରିଆରେ ତ୍ୱରିତ ସୂଚନା ପ୍ରଦାନ କରିବା ସମ୍ଭବ ହୋଇପାରିବ । ତେଣୁ ଏହି ନିଷ୍ପତ୍ତି ଦ୍ୱାରା ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ ।

ଉପରୋକ୍ତ ପ୍ରସ୍ତାବ ଅନ୍ତର୍ଗତ ପ୍ରଯୁକ୍ତି ଜରିଆରେ ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ଆଣିବା ସମ୍ପର୍କରେ ବିଭାଗୀୟ ଲକ୍ଷ୍ୟ ଆଗକୁ ମଧ୍ୟ ଜାରି ରଖାଯାଇଛି । ଇ-ଫାଇଲିଂ ଏବଂ ସିପିସି ପ୍ରକଳ୍ପ ଦ୍ୱାରା ଟିକସଦାତାମାନଙ୍କୁ ସେବା ପ୍ରଦାନ କରିବା ଏବଂ ସ୍ୱେଚ୍ଛାକୃତ ଅନୁପାଳନକୁ ପ୍ରୋତ୍ସାହନ ଦେବା ଲାଗି ଉନ୍ନତ ଅଭିନବ ପଦ୍ଧତିର ଉପଯୋଗ ଜରିଆରେ ବିଭିନ୍ନ ବିଭାଗ ମଧ୍ୟରେ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚାଳନ ସମ୍ଭବ ହୋଇପାରିଛି ।

 

**********