Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ଅହମ୍ମଦାବାଦର ସାବରମତୀ ନଦୀକୂଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019ର ଉଦଘାଟନ କରିଛନ୍ତି । ସମଗ୍ର ଗୁଜରାଟର ରାସ୍ତା ବିକାଳିଙ୍କଠାରୁ ଆରମ୍ଭ କରି ସପିଙ୍ଗ ମଲ ପର୍ଯ୍ୟନ୍ତ ଏବଂ ଶିଳ୍ପକାରଙ୍କଠାରୁ ଆରମ୍ଭ କରି ହୋଟେଲ-ରେସ୍ତୁରାଂ ସହିତ ସମ୍ପର୍କିତ ସମସ୍ତ ବ୍ୟବସାୟ ସେମାନଙ୍କର ଉତ୍ପାଦର ପ୍ରଦର୍ଶନ ଏବଂ ପ୍ରସାର ପାଇଁ ଏଠାକୁ ଆସିଥିଲେ । ଏହି ଫେଷ୍ଟିଭାଲ ଅନନ୍ୟ ଯେହେତୁ ଏହା ଗୁଜରାଟ ଉଦ୍ୟୋଗ ସମ୍ମିଳନୀ ସହ ଏକାସଙ୍ଗେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଥିଲେ, “ସାଧାରଣତଃ କେବଳ ବିଦେଶରେ ଏପରି ବୃହତ ବାଣିଜ୍ୟ ସମ୍ମିଳନୀର ଆୟୋଜନ କରାଯାଇଥାଏ । ଏବେ ଉଦ୍ୟୋଗ ଗୁଜରାଟ ଏବଂ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲର ପ୍ରାରମ୍ଭ ଏକ ପ୍ରଶଂସନୀୟ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଲେ ଯେ, “ସରକାର ଦେଶରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ନିୟମିତ ଭାବେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଗତ 4 ବର୍ଷ ମଧ୍ୟରେ ପୁରୁଣା ଆଇନର ଉଚ୍ଛେଦ କରାଯାଇଛି ଏବଂ ଶହ ଶହ ନୂତନ ଆଇନକୁ ସହଜ କରାଯାଇଛି । ଏହି ପ୍ରୟାସ କାରଣରୁ ଆମେ ବ୍ୟବସାୟ କରିବାର ସହଜତା ରେଙ୍କିଙ୍ଗରେ ଅଭୂତପୂର୍ବ ଭାବେ ଉନ୍ନତି କରି 142ରୁ 77ତମ ସ୍ଥାନରେ ପହଂଚିଛୁ ।” ପ୍ରଧାନମନ୍ତ୍ରୀ ପୁଣି କହିଲେ, “କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ପ୍ରପ୍ରିୟାକୁ ସରଳୀକୃତ କରିବା ପାଇଁ ଆମେ ନିୟମିତ ଭାବେ ପ୍ରଚେଷ୍ଟା କରୁଛୁ । ଆମେ ଏପରି ପ୍ରକ୍ରିୟା ଆଡକୁ ଗତି କରୁଛୁ ଯେତବେଳେ କି ବ୍ୟାଙ୍କମାନେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଜିଏସଟି ଏବଂ ଅନ୍ୟାନ୍ୟ ରିଟର୍ଣ୍ଣ ଆଧାରରେ ଋଣ ପ୍ରଦାନ କରିବେ । ଆମେ 59 ମିନିଟ ମଧ୍ୟରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥାକୁ ଅନୁମୋଦନ କରୁଛୁ ।”

ଆଜି ପୂର୍ବରୁ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରଠାରେ ଥିବା ମହାତ୍ମା ମନ୍ଦିର ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷରେ ଭାଏବ୍ରାଂଟ ଗୁଜରାଟ ଗ୍ଲୋବାଲ ଟ୍ରେଡ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିସହିତ ଗାନ୍ଧୀନଗରଠାରେ ଜାନୁଆରୀ 18-20 ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ଉଦ୍ୟୋଗ ସମ୍ମିଳନୀର 9ମ ସଂସ୍କରଣ ପାଇଁ ସବୁକିଛି ପ୍ରସ୍ତୁତ ହୋଇସାରିଛି । ଏହି ସମ୍ମିଳନୀରେ ରାଜ୍ୟମାନଙ୍କର ମୂଖ୍ୟ, ବୈଶ୍ୱିକ ଶିଳ୍ପମାନଙ୍କର ମୁଖ୍ୟ ଏବଂ ଚିନ୍ତାନାୟକମାନେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏହି ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବେ ।

***