Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

• ପ୍ରଧାନମନ୍ତ୍ରୀ ଜାନୁଆରୀ 27, 2019ରେ କେରଳର କୋଚି ଗସ୍ତ କରିବେ


2019 ଜାନୁଆରୀ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚି ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ କୋଚିରେ ବିପିସିଏଲ ପକ୍ଷରୁ ନିର୍ମିତ ସମନ୍ୱିତ ବିଶୋଧନାଗାର ସମ୍ପ୍ରସାରଣ କମ୍ପ୍ଲେକ୍ସକୁ ଫଳକ ଉନ୍ମୋଚନ ପୂର୍ବକ ଦେଶକୁ ଉତ୍ସର୍ଗ କରିବେ । ଏହି ସ୍ଥଳରେ ସେ ମଧ୍ୟ ପେଟ୍ରୋକେମିକାଲ କମ୍ଫ୍ଲେକ୍ସର ଆଧାରଶିଳା ରଖିବେ । ପ୍ରଧାନମନ୍ତ୍ରୀ କୋଚିର ଆଇଓସିଏଲ ବଟଲିଙ୍ଗ କାରଖାନାରେ ମାଉଣ୍ଡେଡ ଷ୍ଟୋରେଜ ଭେସେଲର ଉଦଘାଟନ କରିବେ ଏବଂ ଏଟ୍ଟୁମାନୁରଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନର ଆଧାରଶିଳା ମଧ୍ୟ ରଖିବେ ।

ସମନ୍ୱିତ ବିଶୋଧନାଗାର ସଂପ୍ରସାରଣ କମ୍ପ୍ଲେକ୍ସ ଏକ ଅତ୍ୟାଧୁନିକ କମ୍ଫ୍ଲେକ୍ସ ହେବ ଏବଂ ଏହା କୋଚି ବିଶୋଧନାଗାରକୁ ବିଶ୍ୱସ୍ତରୀୟ ସୁବିଧା ଥିବା ଭାରତର ସର୍ବବୃହତ୍ ସାର୍ବଜନୀନ ବିଶୋଧନାଗାରରେ ପରିଣତ କରିବ । ଭାରତରେ ବିଶୁଦ୍ଧ ତୈଳ ଉତ୍ପାଦନ ନିମନ୍ତେ ସୁବିଧା ଏଠାରେ ରହିବ । ଏହାଦ୍ୱାରା ଏଲପିଜି ଏବଂ ଡିଜେଲର ଉତ୍ପାଦନ ଦ୍ୱିଗୁଣିତ ହେବ ଏବଂ ଏହି କାରଖାନାରେ ପେଟ୍ରୋକେମିକାଲ ପ୍ରକଳ୍ପର କଂଚାମାଲ ଉତ୍ପାଦନ ଆରମ୍ଭ ହେବ ।

ମାଉଣ୍ଡେଡ ଷ୍ଟୋରେଜ ଭେସେଲ, ଆଇଓସିଏଲ ଏଲପିଜି ବଟଲିଙ୍ଗ କାରଖାନାର ମୋଟ ସଂରକ୍ଷଣ କ୍ଷମତା ହେବ 4350 ମେଟ୍ରିକ ଟନ୍ । ପାଖାପାଖି 6 ଦିନର ଏଲପିଜି ଆବଶ୍ୟକତା ପୂରଣ କରିପାରିବା ଭଳି ଏହି ନୂତନ କାରଖାନାର ବଟଲିଂ କ୍ଷମତା ରହିଛି । କାରଖାନା ଏବଂ ଏହାର ଆଖପାଖ ଅଂଚଳର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହା ହେଉଛି ସବୁଠାରୁ ସୁରକ୍ଷିତ ସଂରକ୍ଷଣ ଭେସେଲ । ପାଇପଲାଇନ ମାଧ୍ୟମରେ ଏଲପିଜିର ପରିବହନ ଫଳରେ ରାସ୍ତାରେ ଏଲପିଜି ଟ୍ୟାଙ୍କରମାନଙ୍କର ପରିବହନ ହ୍ରାସ ପାଇବ ।

ବିପିସିଏଲ, କୋଚିର ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏକ ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପଦକ୍ଷେପ ଯାହାର ଲକ୍ଷ୍ୟ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା । ପ୍ରପିଲିନରୁ ମିଳୁଥିବା ପେଟ୍ରୋକେମିକାଲ୍ସ ଏବଂ ପୋଲିଓଲ ପ୍ରକଳ୍ପ ଅନେକ ପଛରେ ପଡିଯାଇଥିବା ଶିଳ୍ପମାନଙ୍କର ଗତିକୁ ତ୍ୱରାନ୍ୱିତ କରିବ ।

ସେହିପରି ଏଟ୍ଟୁମାନୁରଠାରେ ପେଟ୍ରୋକେମିକାଲ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ହେବାକୁ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ ବୃତ୍ତିଗତ ପ୍ରଶିକ୍ଷଣ ମାଧ୍ୟମରେ ଯୋଗ୍ୟ ଯୁବବର୍ଗଙ୍କୁ ଉଭୟ ତୈଳ ଏବଂ ଗ୍ୟାସ ତଥା ଅନ୍ୟାନ୍ୟ ଶିଳ୍ପରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସହିତ ଉଦ୍ୟୋଗର ସଂଖ୍ୟା ମଧ୍ୟ ବୃଦ୍ଧି କରିବ । କେରଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା 8 ଏକର କ୍ୟାମ୍ପସରେ ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ସ୍ଥାପନ ହେବ ।

ପ୍ରତିବର୍ଷ 20ଟି ବିଭିନ୍ନ କ୍ଷେତ୍ର/ଟ୍ରେଡରେ ପାଖାପାଖି 1000 ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରିବାର ସାମର୍ଥ୍ୟ ଏହାର ରହିଛି ।
କୋଲ୍ଲାମ ବାଇପାସ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ 2019 ଜାନୁଆରୀ 15 ତାରିଖରେ କେରଳ ଗସ୍ତ କରିଥିଲେ ଏବଂ ସେ ମଧ୍ୟ ଥିରୁଅନନ୍ତପୁରମରେ ପଦ୍ମନାଭସ୍ୱାମୀ ମନ୍ଦିର ଦର୍ଶନ କରିଥିଲେ ।

**********