Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ

ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ

ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ

ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ


  • ନବନିର୍ବାଚିତ ସରପଞ୍ଚମାନଙ୍କ ସହ ମତ ବିନିମୟ ଏବଂ ଗଣତନ୍ତ୍ର ଓ ବିକାଶ ପ୍ରତି  ସଂକଳ୍ପବଦ୍ଧତା ପାଇଁ ଜାମ୍ମୁ-କାଶ୍ମୀର ନାଗରିକମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
  • ଅୱନ୍ତିପୁରାଠାରେ ଏମ୍ସ ପ୍ରକଳ୍ପର ଶିଳାନ୍ୟାସ
  • ଶ୍ରୀନଗରଠାରେ 6000 କୋଟି ଟଙ୍କାର ବିକାଶ ପ୍ରକଳ୍ପକୁ କଲେ ଲୋକାର୍ପଣ
  • ବାନ୍ଦିପୁରାରେ ପ୍ରଥମ ଗ୍ରାମ୍ୟ ବିପିଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀରରେ ସନ୍ତ୍ରାସବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଡା ଜବାବ ଦିଆଯିବ । ଶ୍ରୀନଗରରେ ଆଜି ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, “ଆମେ ପ୍ରତ୍ୟେକ ସନ୍ତ୍ରାସବାଦୀ ସହ କଡା ମୁକାବିଲା କରିବୁ । ଆମେ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଦେବୁ ଏବଂ ସମସ୍ତ ଶକ୍ତିର ସହ ଏହା ବିରୋଧରେ ଲଢ଼େଇ କରିବୁ ।

ପ୍ରଧାନମନ୍ତ୍ରୀ ଶହିଦ ନାଜିର ଅହମ୍ମଦ ୱାନୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ, ଯିଏକି ସନ୍ତ୍ରାସବାଦ ବିରୋଧରେ ଲଢ଼େଇ କରି ତାଙ୍କ ପ୍ରାଣ ଦାନ କରିଥିଲେ । ସେ କହିଲେ, “ଦେଶ ପାଇଁ ଏବଂ ଶାନ୍ତି ପାଇଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେହି ଶହିଦ ନାଜିର ଅହମ୍ମଦ ଏବଂ ଅନ୍ୟ ବୀର ସୈନିକମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ନାଜିର ଅହମ୍ମଦ ୱାନୀଙ୍କୁ ଅଶୋକ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି ।  ତାଙ୍କ ବୀରତା ଏବଂ ସାହସ ଜାମ୍ମୁ କାଶ୍ମୀର ଏବଂ ସମଗ୍ର ଦେଶର ଯୁବକମାନଙ୍କୁ ଦେଶ ପାଇଁ ବଂଚିବା ମାର୍ଗ ପ୍ରଦର୍ଶିତ କରୁଛି ।

ନବ ନିର୍ବାଚିତ ସରପଞ୍ଚମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଥିଲେ । ସେ କହିଲେ ଯେ ରାଜ୍ୟରେ ଆଂଚଳିକସ୍ତରୀୟ ନିର୍ବାଚନ ଅନେକ ବର୍ଷ ପରେ ଅନୁଷ୍ଠିତ ହୋଇଥିବାରୁ ସେ ଖୁସି । ସମ୍ବେଦନଶୀଳ ପରିବେଶ ସତ୍ତ୍ୱେ ଭୋଟ ଦାନ କରିବା ପାଇଁ ଆସିଥିବାରୁ ସେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହା ଗଣତନ୍ତ୍ର ପ୍ରତି ସେମାନଙ୍କ ଆସ୍ଥା ଏବଂ ରାଜ୍ୟର ବିକାଶ ପାଇଁ ସେମାନଙ୍କ ଆଗ୍ରହକୁ ସୂଚାଉଛି ।

ରାଜ୍ୟରେ ସାମଗ୍ରୀକ ବିକାଶ ପାଇଁ ତାଙ୍କ ପ୍ରମୁଖତା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ,  “6000 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ କରିବା ପାଇଁ ମୁଁ ଏଠାକୁ ଆସିଛି । ଏସବୁ ପ୍ରକଳ୍ପ ଶ୍ରୀନଗରର ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବ ।

ଜାମ୍ମୁ କାଶ୍ମୀର ଏବଂ ଶ୍ରୀନଗରରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ । ସେ ପୁଲୱାମାର ଅୱନ୍ତିପୁରାଠାରେ ଏଆଇଆଇଏମଏସର ଆଧାରଶିଳା ରଖିଥିଲେ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଆଣିବା ହେଉଛି ଏହାର ଲକ୍ଷ୍ୟ । ଏହାକୁ ଆୟୁଷ୍ମାନ ଭାରତ ସହିତ ସଂଯୁକ୍ତ କରାଯିବ, ଯାହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟସେବା ଯୋଜନା ଏବଂ ଶୁଭାରମ୍ଭ ହେବା ଦିନଠାରୁ ଏହା ମାଧ୍ୟମରେ 10 ଲକ୍ଷ ଜନସାଧାରଣ ଲାଭବାନ ହୋଇଛନ୍ତି । ଏହି ଯୋଜନାରେ କେବଳ ଜାମ୍ମୁ କାଶ୍ମୀରରୁ 30 ଲକ୍ଷ ଜନସାଧାରଣଙ୍କୁ ସାମିଲ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାନ୍ଦିପୁରାଠାରେ ପ୍ରଥମ ଗ୍ରାମୀଣ ବିପିଓର ଉଦଘାଟନ କରାଯାଇଥିଲା । ଏହା ବାନ୍ଦିପୁରା ଏବଂ ପଡୋଶୀ ଜିଲ୍ଲାମାନଙ୍କର ଯୁବବର୍ଗମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଗ୍ରାମୀଣ ବିପିଓ ଏହି ଅଂଚଳର ଯୁବବର୍ଗଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏଠାକୁ ଫେରିଆସି ବସବାସ କରିବାକୁ ଚାହୁଁଥିବା କାଶ୍ମୀର ବିସ୍ଥାପିତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ । କାଶ୍ମୀର ବିସ୍ଥାପିତ କର୍ମଚାରୀମାନଙ୍କୁ ଅସ୍ଥାୟୀ ଆବାସ ସୁବିଧା ପ୍ରଦାନ କରିବା ଲାଗି ପାଖାପାଖି 700ଟି ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି । ବିସ୍ଥାପିତ କାଶ୍ମୀର ବାସୀଙ୍କୁ 3000 ପଦବୀରେ ଅବସ୍ଥାପିତ କରିବା ନେଇ କାର୍ଯ୍ୟଧାରାର ଆରମ୍ଭ କରାଯାଉଛି ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଭାଗର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।

ପ୍ରେସ ବଟନ ଦ୍ୱାରା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଆରୟୁଏସଏ) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶୁଭାରମ୍ଭ ଅନ୍ୟ ଏକ ଆକର୍ଷଣ ଥିଲା । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର କିସ୍ତୱାର, କୁପୱାରା ଓ ବରମୁଲ୍ଲାଠାରେ 3ଟି ମଡେଲ କଲେଜର ଆଧାରଶିଳା ରଖିଥିଲେ । ସେ ମଧ୍ୟ ଜାମ୍ମୁ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗ, ଅଭିନବତା ଏବଂ କ୍ୟାରିଅର ହବ୍ ର ଆଧାରଶିଳା ରଖିଥିଲେ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ 400 କେଭିଡି/ସି ଜଳନ୍ଧର-ସାମ୍ବା-ରାଜୌରି, ସୋପିଆଁ-ମରଗଡ ସଂଚାରଣ ଲେନର ଶୁଭାରମ୍ଭ ହୋଇଥିଲା । ଜାମ୍ମୁ କାଶ୍ମୀରରେ ଗ୍ରୀଡ଼ ସଂଯୋଗ ଦ୍ୱାରା ଏହି ପ୍ରକଳ୍ପକୁ ବୃଦ୍ଧି କରାଯାଇଛି ।

ଏହି ଅବସରରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ ଯେ ପୂର୍ବ ସରକାରଙ୍କ ଅମଳରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନେକ ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ମାତ୍ର ଏନଡିଏ ସରକାର ଭିନ୍ନ ଭିନ୍ନ ଅଂଚଳରେ ପ୍ରକଳ୍ପ ଉଦଘାଟନ କରିବା ପାଇଁ ସ୍ଥିର କରିଛି । ସେ କହିଲେ, “ଆମ ସରକାର ଝାଡଖଣ୍ଡରେ ଆୟୁଷ୍ମାନ ଭାରତ ଯୋଜନା, ତ୍ତର ପ୍ରଦେଶରେ ଉଜ୍ଜ୍ୱଳା ଯୋଜନା, ପଶ୍ଚିମ ବଙ୍ଗରେ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ତାମିଲନାଡୁରେ ହସ୍ତତନ୍ତ ଅଭିଯାନ ଏବଂ ହରିୟାନାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା ମାନ ଆରମ୍ଭ କରିଛନ୍ତି ।

2018 ସେପ୍ଟେମ୍ବରରେ ଜାମ୍ମୁ କାଶ୍ମୀରକୁ ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟରେ ପରିଣତ କରିଥିବାରୁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଦେଶରେ ଅଭିନବତା, ଇନକ୍ୟୁବେସନ ଏବଂ ଷ୍ଟାର୍ଟଅପକୁ ନେଇ ଏକ ନୂତନ ଯୋଶ ଦେଖାଦେଇଛି ଏବଂ ଷ୍ଟାର୍ଟଅପ ଅଭିଯାନ ଜୋର ଧରିଛି । ସେ ପୁନଃପ୍ରକାଶ କରିଥିଲେ ଯେ 3-4 ବର୍ଷ ମଧ୍ୟରେ 15,000 ଷ୍ଟାର୍ଟଅପ ଭାରତରେ କାର୍ଯ୍ୟାନ୍ୱିତ ହୋଇଛି ଏବଂ ଏଥିମଧ୍ୟରୁ ଅଧା ଟାର-1 ଓ ଟାର-2 ସହରରେ ହୋଇଛି ।

ପ୍ରଧାନମନ୍ତ୍ରୀ ଗାନ୍ଦେରବାଲର ସେଫୋରାଠାରେ ବହୁମୁଖୀ କ୍ରୀଡ଼ା ସୁବିଧାର ଉଦଘାଟନ କରିଥିଲେ । ଏହି କ୍ରୀଡ଼ା ସୁବିଧା ଯୁବବର୍ଗଙ୍କୁ ଇଣ୍ଡୋର କ୍ରୀଡ଼ା ଖେଳିବାର ସୁବିଧା ପ୍ରଦାନ କରିବ । ସେ କହିଲେ ଯେ ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଖେଲୋ ଇଣ୍ଡିଆ ଅଭିଯାନରେ ଜାମ୍ମୁ କାଶ୍ମୀରର ସମସ୍ତ 22ଟି ଜିଲ୍ଲାକୁ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ପ୍ରସିଦ୍ଧ ଡାଲ ହ୍ରଦ ଗସ୍ତ କରିଥିଲେ ଏବଂ ସେଠାରେ ଥିବା ସୁବିଧା ସୁଯୋଗକୁ ବୁଲି ଦେଖିଥିଲେ ।

ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଲମ୍ବା ଗସ୍ତ ଥିଲା ଏବଂ ସେ ସମସ୍ତ ତିନୋଟି ଅଂଚଳ-ଲେହ, ଜାମ୍ମୁ ଏବଂ ଶ୍ରୀନଗର ଯାତ୍ରା କରିଥିଲେ ।

 

**********