ପିଏମଇଣ୍ଡିଆ
ଏଠାକୁ ଆସିବା ପୂର୍ବରୁ କିଏ ମୋତେ କହିଥିଲେ କି, ଲେହରେ ବହୁତ ଥଣ୍ଡା ପଡିଛି । ଶୂନ୍ୟଠାରୁ ମଧ୍ୟ ନିମ୍ନରେ ତାପମାତ୍ରା ଅଛି । ଏତେ ଥଣ୍ଡାରେ ଆପଣ ସମସ୍ତେ ଏଠାକୁ ଆସିଲେ, ବାସ୍ତବରେ ମୁଁ ଭାବ ବିହ୍ୱଳ ହୋଇପଡିଛି ଆଉ ସମସ୍ତଙ୍କୁ ପ୍ରଣାମ କରୁଛି । ବିମାନ ବନ୍ଦରରେ ଓହ୍ଲାଇବା ପରେ ବହୁତ ବଡ଼-ବୟସ୍କା ମାଆମାନେ ବିମାନ ବନ୍ଦର ବାହାରେ ଆଶୀର୍ବାଦ ଦେବାକୁ ଆସିଥିଲେ । ଏତେ ବିଯୁକ୍ତ ତାପମାତ୍ରାରେ ସେମାନେ ଖୋଲାରେ ଠିଆ ହୋଇଥିଲେ । ମୁଁ ମଧ୍ୟ କାରରୁ ଓହ୍ଲାଇ ସେମାନଙ୍କୁ ପ୍ରଣାମ କରିବାକୁ ତଳକୁ ପଳାଇ ଆସିଲି । ମନକୁ ଏତେ ଆନ୍ଦୋଳିତ କରିଦେଲା କି ଏତେ ଭଲପାଇବା, ଆଶୀର୍ବାଦ ଏହି ମାଆମାନଙ୍କର ସ୍ନେହ ଆଉ ତାହା ମଧ୍ୟ ଏହି ବିପରୀତ ପରିସ୍ଥିତିରେ ପ୍ରକୃତି ସାଥ ଦେଉ ନ ଥିଲେ ମଧ୍ୟ ଏକ ନୂତନ ଉର୍ଜା ମିଳୁଛି, ନୂତନ ଶକ୍ତି ମିଳୁଛି । ଆପଣମାନଙ୍କର ଏହି ନିଜରଭାବ, ଏହି ସ୍ନେହକୁ ଦେଖି ମୋତେ ଯେଉଁ ଟିକେ ଥଣ୍ଡା ମଧ୍ୟ ଲାଗୁଥିଲା । ଏବେ ତାହା ମଧ୍ୟ ଏତେ ଅନୁଭବ ହେଉ ନାହିଁ ।
ମଂଚ ଉପରେ ବିରାଜମାନ ଜାମ୍ମୁ ଏବଂ କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ସତ୍ୟପାଲ ମଲ୍ଲିକ ମହୋଦୟ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଆଉ ଏହି ଜାମ୍ମୁ-କାଶ୍ମୀରର ମାଟିର ସନ୍ତାନ ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଜାମ୍ମୁ-କାଶ୍ମୀର ବିଧାନ ପରିଷଦର ଅଧ୍ୟକ୍ଷ ଶ୍ରୀମାନ ହାଜି ଅନାୟତ ଅଲ୍ଲୀ ମହାଶୟ, ଲଦାଖ ସବେଗ ପାହାଡ ବିକାଶ ପରିଷଦ ଲେହର ଅଧ୍ୟକ୍ଷ ଶ୍ରୀମାନ ଜେ.ଟି ନାମଗୟାଲ ମହାଶୟ, ଲଦାଖ ସବେଗ ପାହାଡ ବିକାଶ ପରିଷଦ ଲେହର ଅଧ୍ୟକ୍ଷ ଶ୍ରୀମାନ ଫିରେଜ ଅହମ୍ମଦ ମହାଶୟ, ବିଧାନ ପରିଷଦର ସଦସ୍ୟ ଶ୍ରୀମାନ ଚେରିଙ୍ଗ ଡୋରେଜ ମହାଶୟ ଆଉ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ…
ଲଦାଖ ହେଉଛି ବୀରଙ୍କ ମାଟି । 1947 ହେଉ ଅବା 1962’ର ଯୁଦ୍ଧ ଅବା ପୁଣି କାରଗିଲ ଯୁଦ୍ଧ ଏଠାକାର ବୀର ସୈନିକମାନେ ଲେହ ଏବଂ କାରଗିଲର ସାହସୀ ଲୋକ ଦେଶର ସୁରକ୍ଷା ନିଶ୍ଚିତ କରିଛନ୍ତି । ଏତେ ସୁନ୍ଦର ପାହାଡରେ ସୁଶୋଭିତ ଲଦାଖ ଅନେକ ନଦୀଗୁଡିକର ମଧ୍ୟ ହେଉଛି ସ୍ରୋତ । ଆଉ ସଠିକ ଭାବେ ଆମ ସମସ୍ତଙ୍କ ପାଇଁ ହେଉଛି ସ୍ୱର୍ଗର ଉପହାର । 9-10ମାସରେ ମୋତେ ପୁଣିଥରେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି । ଆପଣ ଯେଉଁ କଷ୍ଟକର ପରିସ୍ଥିତିରେ ରହୁଛନ୍ତି । ପ୍ରତ୍ୟେକ ସମସ୍ୟାକୁ ଆହ୍ୱାନ ଦେଉଛନ୍ତି । ତାହା ମୋ ପାଇଁ ହେଉଛି ବହୁତ ବଡ଼ ପ୍ରେରଣା । କି ଆପଣ ସମସ୍ତଙ୍କ ପାଇ ଆହୁରି ନିଷ୍ଠାର ସହିତ କାର୍ଯ୍ୟ କରିବାର ଅଛି । ଯେଉଁ ସ୍ନେହ ଆପଣ ମୋତେ ଦେଉଛନ୍ତି… ମୋତେ ସୁଧ ସହିତ ବିକାଶ କରି ଆପଣମାନଙ୍କୁ ଫେରାଇବାର ଅଛି । ମୁଁ ଏହା ଅନୁଭବ କରୁଛି କି ପାଣିପାଗ ଆପଣ ସମସ୍ତଙ୍କ ପାଇଁ ସମସ୍ୟା ନେଇ କରି ଆସୁଛି । ବିଜୁଳିର ସମସ୍ୟା ହୋଇଥାଏ, ପାଣିର କଷ୍ଟ ଆସିଥାଏ, ଅସୁସ୍ଥ ସମୟରେ ଅସୁବିଧା ହୋଇଥାଏ । ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ପଡିଥାଏ । ଦୂର-ଦୂରାନ୍ତ ପର୍ଯ୍ୟନ୍ତ ବୁଲିବାକୁ ପଡିଥାଏ । ମୋତେ ଏଠାରେ ବହୁତ ସୌଭାଗ୍ୟ ମିଳିଛି ଆପଣମାନଙ୍କ ମଧ୍ୟରେ ରହିବାର, ପୂର୍ବରୁ ଯେତେବେଳେ ମୋ ଦଳର ସଂଗଠନ କାର୍ଯ୍ୟ କରୁଥିଲି । ତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କ ଗହଣରେ ରହିଛି । ମୁଁ ଏଠାରେ ରହିବା ସମୟରେ ନିଜକୁ ଦେଖିଛି ,ଲୋକମାନଙ୍କୁ ଅସୁବିଧାର ସାମ୍ନା କରୁଥିବା ଦେଖିଛି ।
ସାଥୀଗଣ, ଏହି ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ହେଉଛନ୍ତି ସଂମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ । ଆଉ ଏଥିପାଇଁ ମୁଁ ନିଜେ ବାରମ୍ବାର ଲେହ ଏବଂ ଜାମ୍ମୁ-କାଶ୍ମୀର ଆସୁଛି । ଗତଥର ବିଜୁଳି ସହିତ ଜଡିତ ଅନେକ ପ୍ରକାରର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ କରିଥିଲି, ତ ଆଜି ମଧ୍ୟ ଆପଣଙ୍କ ଜୀବନକୁ ସହଜ ଓ ସରଳ କରିବା ଭଳି ପ୍ରାୟ 3 ହଜାର କୋଟି ଟଙ୍କାର ପ୍ରକଳ୍ପ, 3 ହଜାର କୋଟି ଟଙ୍କାର ସେହି ସବୁ ପ୍ରକଳ୍ପର ଉଦଘାଟନ ଏବଂ ଲୋକର୍ପଣ ଏବେ-ଏବେ ଆପଣମାନେ ଦେଖିଲେ କରାଗଲା ।
ବ୍ରଜ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଲେହ ଏବଂ କାରଗିଲର ଅନେକ ଗାଁକୁ ପର୍ଯ୍ୟାପ୍ତ ଏବଂ ଶସ୍ତା ବିଜୁଳି ଉପଲବ୍ଧ ହୋଇ ପାରିବ । ସେହି ଶ୍ରୀନଗର ଉଲଲେସ୍ତିଦ ଦରାଜ କାରଗିଲ ଟ୍ରାନ୍ସମିଶନ ଲାଇନ ଅଛି ତ ମୋତେ ହିଁ ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା । ଆଉ ଆଜି ମୋତେ ମଧ୍ୟ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା । 2 ହଜାର କୋଟିରୁ ଅଧିକ ବ୍ୟୟର ଏହି ପ୍ରକଳ୍ପ ଦ୍ୱାରା ଏବେ ଲେହ-ଲଦାଖର ବିଜୁଳି ସମସ୍ୟା କମ୍ ହେବାକୁ ଯାଉଛି ।
ସାଥୀଗଣ, ଆମ ସରକାରଙ୍କର କାର୍ଯ୍ୟ କରିବାର ପଦ୍ଧତି ହେଉଛି ଏହା । ଲଟକାଇବା ଏବଂ ଅଟକାଇବାର ପୁରୁଣା ସଂସ୍କୃତି ଏବେ ଦେଶ ପଛରେ ଛାଡି ଦେଇଛି ଆଉ ଆଗାମୀ ପାଂଚ ବର୍ଷରେ ମୋତେ ମୋତେ ଏହି ଲଟକାଇବା ଏବଂ ଅଟକାଇବାର ପରମ୍ପରାରୁ ଦେଶକୁ ଦେଶରୁ ବାହାର କରିଦେବାର ଅଛି । ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି, ସଂମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରାଯାଉଛି କି ତା’ର କାର୍ଯ୍ୟ ସଠିକ ସମୟରେ ଶେଷ କରାଯାଉ ।
ଭାଇ ଓ ଭଉଣୀମାନେ, ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି ସେଥିମଧ୍ୟରୁ ବିଜୁଳି ସହିତ ଲେହ-ଲଦାଖର ଦେଶ ଏବଂ ଦୁନିଆର ଅନ୍ୟାନ୍ୟ ସହରଗୁଡ଼ିକ ସହିତ ଯୋଗାଯୋଗ ସୁଧୁରିବ, ପର୍ଯ୍ୟଟନ ବୃଦ୍ଧି ହେବ, ରୋଜଗାରର ଅବସର ବୃଦ୍ଧି ହେବ ଆଉ ଏଠାକାର ଯୁବକମାନଙ୍କୁ ପାଠପଢ଼ା ପାଇଁ ଏହିଠାରେ ହିଁ ଉତମ ସୁବିଧା ମଧ୍ୟ ମିଳିବ । ଏଠାକାର ଜଳବାୟୁ ଏତେ ସୁନ୍ଦର କି ଯଦି ଆମେ ଏଠାରେ ଉତମ ପ୍ରକାରର ଶୈକ୍ଷିକ ଅନୁଷ୍ଠାନ ଠିଆ କରାଇଦେବା ତ ମୁଁ ବିଶ୍ୱାସର ସହିତ କହୁଛି କି ହିନ୍ଦୁସ୍ଥାନର କୋଣ ଅନୁକୋଣରୁ ଯୁବକ ଲେହ-ଲଦାଖକୁ ଆସି ପାଠ ପଢ଼ିବାକୁ ପସନ୍ଦ କରିବେ । ଆଉ ଆମକୁ ସେହି ସ୍ୱପ୍ନକୁ ଦେଖିବା ଦରକାର, ଆଉ ମୋ ମସ୍ତିଷ୍କରେ ସେହିଭଳିଆ ସ୍ୱପ୍ନ ସବୁ ପଡ଼ି ରହିଛି ।
ସାଥୀଗଣ, ଆମ ସମସ୍ତଙ୍କ ସମ୍ମାନନୀୟ ମହାନ କୁଶକ ବକୁଲା ରିଂପୋଚିଜେ ନିଜର ସଂପୂର୍ଣ୍ଣ ଜୀବନ ଗୋଟିଏ ସ୍ୱପ୍ନ ପାଇଁ ଦେଇଦେଇଥିଲେ । ଲେହ-ଲଦାଖକୁ ଶ୍ରେଷ୍ଠ ଭାରତ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଏବଂ ଦେଶର ଏକତା ଏବଂ ଅଖଣ୍ଡତାର ଭାବନାକୁ ସୁଦୃଢ଼ କରିବା ହିଁ ପୂଜ୍ୟ ରିଂପୋ ମହୋଦୟଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଥିଲା ।
କେନ୍ଦ୍ର ସରକାର ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏଠାରେ ଯୋଗାଯୋଗର ଏକ ନୂତନ ବିସ୍ତାର ଦେଇଛନ୍ତି । ଲେହ-ଲଦାଖକୁ ରେଳ ଏବଂ ବିମାନ ମାର୍ଗ ସହିତ ଯୋଡ଼ିବା ଭଳି ଦୁଇଟି ବଡ଼ ପ୍ରକଳ୍ପ ଉପରେ କାମ ଚାଲୁ ରହିଛି । ଏହି କ୍ଷେତ୍ରକୁ ପ୍ରଥମ ଥର ରେଳ ମାନଚିତ୍ର ସହ ଯୋଡ଼ିବା ଭଳି ରେଳ ଲାଇନ ଏବଂ କୁଶୋକ ବକୁଲା ରିଂପୋଚି ବିମାନବନ୍ଦରର ନୂତନ ଏବଂ ଆଧୁନିକ ଟର୍ମିନାଲ ବିଲ୍ଡିଂ ଦୁଇଟି ଯାକ ହିଁ ଏଠାରେ ବିକାଶକୁ ଆହୁରି ଅଧିକ ଗତି ଦେବା ଭଳି ପ୍ରମାଣିତ ହେବେ ।
ସାଥୀଗଣ, ତିନି ଦଶକ ପୂର୍ବରୁ ଏଠାରେ ଯେଉଁ ବିଲ୍ଡିଂ ନିର୍ମାଣ କରାଯାଇଥିଲା, ସମୟ ସହିତ ଏହାକୁ ଆଧୁନିକତା ସହିତ ଯୋଡ଼ିବା, ଏଥିରେ ନୂତନ ସୁବିଧାସବୁର ବିକାଶ କରିବା ବିଷୟରେ ଆଗରୁ କେବେ ଚିନ୍ତା କରାଯାଇ ନଥିଲା । ଆଜି ନୂତନ ଟର୍ମିନାଲ ବିଲ୍ଡିଂର ଶିଳାନ୍ୟାସ ହୋଇଛି ଆଉ ଖୁବ ଶୀଘ୍ର ଏହାର ଲୋକାର୍ପଣ ମଧ୍ୟ କରାଯିବ । ଆଉ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି ଯାହାର ଶିଳାନ୍ୟାସ ପ୍ରଥମେ କରିଥିଲୁ ତାହାର ଲୋକାର୍ପଣ ଆଜି କରୁଛୁ, ଆପଣମାନଙ୍କ ଆଶୀର୍ବାଦରୁ ଏହାର ଲୋକାର୍ପଣ କରିବା ପାଇଁ ମୁଁ ହିଁ ଆସିବି । ଏହି ଟର୍ମିନାଲ ଅତ୍ୟାଧୁନିକ ସୁବିଧା ଦେବା ସହିତ ହିଁ ଏବେ ଅଧିକ ଯାତ୍ରୀଙ୍କୁ ସମ୍ଭାଳିବ ପାଇଁ ସକ୍ଷମ ହୋଇ ପାରିବ ।
ଏହିଭଳି ଭାବେ ବିଳାସପୁର, ମନାଲୀ, ଲେହ ରେଳ ଲାଇନ ଉପରେ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ହୋଇସାରିଛି । କେତେକ ସ୍ଥାନରେ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି । ଯେତେବେଳେ ରେଳ ଲାଇନ୍ ପ୍ରସ୍ତୁତ ହୋଇଯିବ ସେତେବେଳେ ଦିଲ୍ଲୀରୁ ଲୋହର ଦୂରତା ବହୁତ କମ୍ ହୋଇଯିବ । ଏହି ରେଳ ଲାଇନ୍ ବହୁ ପରିମାଣରେ ଏହି ସମସ୍ୟାକୁ ଦୂର କରିବ ।
ସାଥୀଗଣ, କୌଣସି ମଧ୍ୟ ଅଂଚଳରେ ଯେତେବେଳେ ଯୋଗାଯୋଗ ବ୍ୟବସ୍ଥା ଭଲ ହେବାକୁ ଲାଗିଥାଏ ତ ସେଠାକାର ଲୋକଙ୍କ ଜୀବନ ତ ସହଜ ହୋଇଥାଏ ହିଁ ରୋଜଗାରର ସାଧନ ମଧ୍ୟ ବଢ଼ି ଯାଇଥାଏ । ପର୍ଯ୍ୟଟନକୁ ଏହା ଫଳରେ ସବୁଠାରୁ ଅଧିକ ଲାଭ ହୋଇଥାଏ । ଲେହ-ଲଦାଖର ଅଂଚଳ ତ ହେଉଛି ଆଧ୍ୟାତ୍ମ, କଳା, ସଂସ୍କୃତି, ପ୍ରକୃତିର ସୁନ୍ଦରତା ଏବଂ ସାହସିକ ସ୍ଥଳ ପାଇଁ ଦୁନିଆର ଏକ ମହତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଆଉ ଗୋଟିଏ ପଦକ୍ଷେପ ସରକାର ଉଠାଇଛନ୍ତି । ଆଜି ଏଠାରେ ପାଂଚୋଟି ନୂଆ ଟ୍ରାକିଂ ରୁଟ୍ କୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସାଥୀଗଣ, କେନ୍ଦ୍ର ସରକାର ଏହି ରୁଟ୍ ଗୁଡ଼ିକରେ ନିଷିଦ୍ଧାଞ୍ଚଳ ପରମିଟ୍ ର ବୈଧତା ମଧ୍ୟ ସାତ ଦିନରୁ ବଢ଼ାଇ 15 ଦିନ କରି ଦେଇଛନ୍ତି । ଏହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଶାନ୍ତିର ସହିତ ସଂପୂର୍ଣ୍ଣ ସମୟ ନେଇକରି ନିଜର ଯାତ୍ରାର ଆନନ୍ଦ ନେଇ ପାରିବେ ଆଉ ଏଠାକାର ଯୁବକମାନଙ୍କୁ ଅଧିକ ରୋଜଗାର ମିଳି ପାରିବ ।
ସାଥୀଗଣ, ମୋତେ ଅବଗତ କରାଯାଇଛି କି ଏଥର 3 ଲକ୍ଷରୁ ଅଧିକ ପର୍ଯ୍ୟଟକ ଲେହକୁ ଆସିଛନ୍ତି ଆଉ ପ୍ରାୟ 1 ଲକ୍ଷ ଲୋକ କାରଗିଲ ଭ୍ରମଣ କରିଛନ୍ତି । ଗୋଟିଏ ପ୍ରକାରରେ ଦେଖିବା ତ କାଶ୍ମୀରକୁ ଏବେ ଯେତିକି ପର୍ଯ୍ୟଟକ ଆସିଛନ୍ତି ତାହାର ଅଧା ଏହି ଅଂଚଳକୁ ଆସିଛନ୍ତି । ସେହି ଦିନ ଆଉ ଦୂରରେ ନାହିଁ, ଯେତେବେଳେ ଲେହ-ଲଦାଖର ପର୍ଯ୍ୟଟନ ନୂତନ ଶୀଖରକୁ ପ୍ରାପ୍ତ କରିବ ।
ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ସାରା ଦେଶରେ ବିକାଶର ପଂଚଧାରା ଅର୍ଥାତ ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କର ଶୁଣାଣୀ ତାହାକୁ ସୁନିଶ୍ଚିତ କରିବାରେ ଲାଗି ପଡ଼ିଛନ୍ତି । ଏହି ଲେହ-ଲଦାଖ ଏବଂ କାରଗିଲରେ ମଧ୍ୟ ଏ ସମସ୍ତ ସୁବିଧାଗୁଡ଼ିକୁ ସୁଦୃଢ଼ କରିବାର ପ୍ରୟାସ ଜାରି ରହିଛି । ଲଦାଖରେ ମୋଟ ଜନସଂଖ୍ୟାର 40 ପ୍ରତିଶତ ହେଉଛନ୍ତି ଯୁବ ବିଦ୍ୟାର୍ଥୀ । ଆପଣମାନେ ସମସ୍ତେ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିଲେ, ଏଠାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ । ଆଜି ଆପଣଙ୍କର ଏହି ଦାବୀ ମଧ୍ୟ ପୂରଣ ହୋଇଛି ଆଉ ଏଥିପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ଆଉ ବିଶେଷ କରି ମୋର ଯୁବକ ସାଥୀମାନଙ୍କୁ ମୁଁ ବହୁତ ବହୁତ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ଆଜି ସେହି ପୁଞ୍ଜ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ଏଥିରେ ନୁବ୍ରା, ଲେହ ଏବଂ ଜସ୍କା କାରଗିଲରେ ଚାଲୁଥିବା ଡିଗ୍ରୀ କଲେଜର ସଂସାଧନଗୁଡ଼ିକୁ ଉପଯୋଗ କରାଯିବ । ଛାତ୍ରମାନଙ୍କର ସୁବିଧା ପାଇଁ ଲେହ ଏବଂ କାରଗିଲରେ ମଧ୍ୟ ଏହାର ପ୍ରଶାସନିକ କାର୍ଯ୍ୟାଳୟ ରହିବ ।
ସାଥୀଗଣ, ଲେହ-ଲଦାଖ ଦେଶର ସେହି ଅଂଶରେ ରହିଛି, ଯେଉଁଠାରେ ଅନୁସୂଚିତ ଜନଜାତିର ମୋର ଭାଇ ଭଉଣୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ରହିଛି । ଦୁଇ ଦିନ ତଳେ କେନ୍ଦ୍ର ସରକାର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି । ଅନୁସୂଚିତ ଜନଜାତିର ମଙ୍ଗଳ ପାଇଁ ବଜେଟରେ ପ୍ରାୟ 30 ପ୍ରତିଶତର ବୃଦ୍ଧି କରାଯାଇଛି । ଯେତେବେଳେ କି ଦଳିତଙ୍କ ବିକାଶ ପାଇଁ ପ୍ରାୟ 35 ପ୍ରତିଶତରୁ ଅଧିକର ଆବଂଟନ ଏଥରର ବଜେଟରେ କରାଯାଇଛି । ବଜେଟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ମଙ୍ଗଳ ପାଇଁ ଯେଉଁ 11ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି, ଏହାଦ୍ୱାରା ଏବେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବାକୁ ଯାଉଛି ।
ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ପାଇଁ ପ୍ରୟାସ କରୁଛନ୍ତି । ଯେଉଁମାନଙ୍କୁ କିଛି କାରଣରୁ ବିକାଶର ସଂପୂର୍ଣ୍ଣ ଲାଭ ମିଳି ପାରୁ ନାହିଁ । ଏହି ବଜେଟରେ ସରକାର ଘୁମଂତୁ ସମୁଦାୟଙ୍କ ପାଇଁ ମଧ୍ୟ ଏକ ବହୁତ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ନିଜର ଜୀବନ ଶୈଳୀ କାରଣରୁ, କେତେଥର ଜଳବାୟୁ କାରଣରୁ ଗୋଟିଏ ହିଁ ସ୍ଥାନରେ ଅଟକି ରହିପାରନ୍ତି ନାହିଁ, ଏଭଳି ସ୍ଥିତିରେ ଏହି ଲୋକମାନଙ୍କ ପାଖକୁ ସରକାରଙ୍କର ଯୋଜନାର ଲାଭ ପହଂଚିବା ମଧ୍ୟ ବହୁତ କଷ୍ଟକର ହୋଇଯାଇଥାଏ । ଏବେ ଏହି ଲୋକମାନଙ୍କ ପାଇଁ ସରକାର ଜନମଙ୍ଗଳ ବିକାଶ ବୋର୍ଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଫଳରେ ସରକାର ଯେଉଁ ବିକାଶ କାର୍ଯ୍ୟଗୁଡ଼ିକୁ ନେଇ ଆଗକୁ ବଢ଼ୁଛନ୍ତି । ଏହି ବିକାଶ କାର୍ଯ୍ୟଗୁଡ଼ିକର ଲାଭ ଏହି ପରିବାରଙ୍କୁ, ଏହି ସାମୁହିକ ସମ୍ପ୍ରଦାୟଙ୍କ ନିକଟରେ ଯାହା ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ପହଂଚି ନଥିଲା, ତାହା ଦ୍ରୁତ ଗତିରେ ପହଂଚୁ । ଆଉ ଏହି ଲୋକମାନେ ହେଉଛନ୍ତି କିଏ… ସାପୁଆକେଳା, ଯାଯାବର ଆଉ ଯେଉଁ ବଳଦଗାଡ଼ିରେ ବୁଲିଲାବାଲା କମାର (ଲୁହାର) ହୋଇଥାଆନ୍ତି ଏଭଳି…ଆଦୌ ଯାଯାବର ଜୀବନଯାପନ କରୁଥିବା ଲୋକମାନେ । କେବଳ ସ୍ଥାନାନ୍ତରିତ ହୁଅନ୍ତି, କେଉଁଠି ରହନ୍ତି ନାହିଁ, ନିଜର ପଶୁଧନକୁ ଧରି ଚାଲନ୍ତି, ଚାଲନ୍ତି । ନିଜ ସ୍ଥାନକୁ ଆସୁ ଆସୁ ଦୁଇ ବର୍ଷ ଲାଗିଯାଏ । ଏହି ପରିବାରଙ୍କ କଥା ଚିନ୍ତା କରିବା, ଏଭଳି ଏକ ବଡ଼ ନିଷ୍ପତ୍ତି ଆମେ ନେଇଛୁ ।
ସାଥୀଗଣ, ଏହା ବ୍ୟତୀତ ବଜେଟରେ ଦେଶର କୃଷକମାନଙ୍କ ପାଇଁ ମଧ୍ୟ ସରକାର ଐତିହାସିକ ଘୋଷଣା କରିଛନ୍ତି । ପିଏମ କିଷାନ ସମ୍ମାନ ନିଧି କ୍ଷୁଦ୍ରରେ ଭାବେ ତାକୁ କହୁଛନ୍ତି ପିଏମ କିଷାନ । ଏହି ଯୋଜନାର ଲାଭ ଲେହ-ଲଦାଖର ଅନେକ କୃଷକ ପରିବାରଙ୍କୁ ଲାଭ ହେବାକୁ ଯାଉଛି । ସରକାର ନିଷ୍ପତ୍ତି ନେଇଛନ୍ତି କି ଯେଉଁ କୃଷକମାନଙ୍କ ପାଖରେ ପାଞ୍ଚ ଏକରରୁ କମ୍ ଚାଷଜମି ଅଛି ଆଉ ଏଠାରେ ପ୍ରାୟ ସମସ୍ତେ ହେଉଛନ୍ତି ଏଭଳି । ସମସ୍ତେ ହେଉଛନ୍ତି ପାଞ୍ଚ ଏକରରୁ କମ୍ ଚାଷଜମି ଥିବା ଭଳି ଲୋକ…ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ 6 ହଜାର ଟଙ୍କା ପ୍ରତି ବର୍ଷ ଦିଲ୍ଲୀ… କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ ଜମା ହୋଇଯିବ । ଏହା ଦୁଇ-ଦୁଇ ହଜାରର ତିନୋଟି କିସ୍ତିରେ ଆପଣମାନଙ୍କୁ ମିଳିବ । ଋତୁକାଳୀନ ଭାବେ ଏହାକୁ ସ୍ଥିର କରିଛୁ । ଯାହାର ପ୍ରଥମ କିସ୍ତି ମୋର ଚେଷ୍ଟା ରହିଛି କି ବହୁତ ଶୀଘ୍ର ଆପଣମାନଙ୍କ ନିକଟରେ ପହଂଚିଯାଉ । ଆଉ ଏଥିପାଇଁ ମୁଁ ଆଜି ହିଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଏହାର ଗାଇଡଲାଇନ୍ ପଠାଇବାକୁ ଯାଉଛି । ସୂଚନାମାନ ପଠାଇ ଦେଇଛି କି ଆପଣଙ୍କ ଏଠାରେ କୃଷକ…ତାଙ୍କର ତାଲିକା, ତାଙ୍କର ଆଧାର ନମ୍ବର ତୁରନ୍ତ ପଠାଇ ଦିଅନ୍ତୁ । ଫଳରେ ସେଠାରୁ ତାଙ୍କ ବ୍ୟାଙ୍କ ଖାତାରେ ତୁରନ୍ତ ପଇସା ଜମା ହୋଇ ପାରିବ । ଆଉ ଏପରି ନୁହେଁ କି ଭାଇ କଥା କହିବା, କଥା ଦେବା, ପୁଣି ଭିଡ଼ିମୋଡ଼ି ହେବା… ଆଜ୍ଞା ନୁହେଁ, ମୋତେ ଏହା ଲାଗୁ କରିବାର ଅଛି । ଆଉ ସମସ୍ତ ରାଜ୍ୟଗୁଡ଼ିକର କଳ ଯେତିକି କ୍ରିୟାଶୀଳ ହେବେ ସେତିକି ଦ୍ରୁତ ଗତିରେ ଲାଭ ପହଂଚିବ ।
ଆଉ ଏଥିପାଇଁ ଏଠାକାର ଆଳୁ, ମଟର, କୋବି ତାହାର ଉତ୍ପାଦକ କୃଷକଙ୍କୁ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଆଉ ଏଠାକାର କୋବି ପାଇଁ ତ ମୋର ସଂପୂର୍ଣ୍ଣ ରୂପେ ମନେଅଛି । ମୁଁ ସେତେବେଳେ ସଂଗଠନରେ କାମ କରୁଥିଲି ତ ଦିଲ୍ଲୀରୁ ଆସୁଥିଲି, ଦିଲ୍ଲୀକୁ ପୁଣି ଫେରୁଥିଲି । ତ ଯେଉଁ କାର୍ଯ୍ୟକର୍ତ୍ତାମାନେ ମୋର ପରିଚିତ ଥିଲେ, ସେମାନେ ମୋତେ ଗୋଟିଏ ହିଁ ଅନୁରୋଧ କରୁଥିଲେ କି ସାହେବ ଲଗେଜର ଯେଉଁ ଖର୍ଚ୍ଚ ହେବ, ତାହା ଆମେ ଦେଇଦେବୁ । ଗୋଟିଏ କୋବି ନେଇ ଆସିବ । ଆଉ ମୁଁ ମଧ୍ୟ ଏଠାରୁ ବହୁତ ପରିବା ନେଇ ଯାଉଥିଲି । ସେହି ପରିବାରଗୁଡ଼ିକୁ ବହୁତ ଭଲ ଲାଗୁଥିଲା, ଏହି ପରିବା ଖାଇକରି । ଆଉ ଏହି ନୂତନ ଯୋଜନା ପାଇଁ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି କି ଏହା ହେଉଛି କୃଷକମାନଙ୍କ ପାଇଁ ଏକ ଅଦ୍ଭୁତ ଯୋଜନା । ସେମାନଙ୍କୁ ଏକ ବହୁତ ବଡ଼ ଶକ୍ତି ଦେବାକୁ ଯାଉଛି । ଆଉ ଯେଉଁମାନେ ଦିଲ୍ଲୀରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥାଆନ୍ତି ସେମାନଙ୍କୁ ଜଣା ନଥାଏ । ଦୁର୍ଗମ ପାହାଡ଼ରେ, ମରୁଭୂମିରେ, ପଛୁଆ ଅଂଚଳମାନଙ୍କରେ ଯେଉଁ ଗରିବ କୃଷକ ରହିଛନ୍ତି ନା ସେମାନଙ୍କ ପାଇଁ ଛଅ ହଜାର ଟଙ୍କା କେତେ ବଡ଼ କଥା ହୋଇଥାଏ, ଏହା ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ଲୋକମାନଙ୍କୁ ଜଣା ନଥାଏ । ସେମାନଙ୍କର ଏହି ବିଷୟରେ କୌଣସି ଧାରଣା ହିଁ ନାହିଁ ।
ଏହି ନୂତନ ଯୋଜନା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ସମସ୍ତ କୃଷକମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଧନ୍ୟବାଦ ଦେଉଛି ।
ସାଥୀଗଣ, ଲେହ, ଲଦାଖ, କାରଗିଲ ହେଉଛି ଭାରତର ଶୀର୍ଷ, ଆମର ହେଉଛି ମସ୍ତକ, ମାଆ ଭାରତୀର ଏହି ମୁକୁଟ ହେଉଛି ଆମର ଗୌରବ, ବିଗତ ସାଢ଼େ ଚାରି ବର୍ଷ ଧରି ଏହି କ୍ଷେତ୍ର ଆମ ବିକାଶର ପ୍ରାଥମିକତାର କେନ୍ଦ୍ର ହୋଇ ରହିଛି । ମୁଁ ଖୁସି ଯେ ଲଦାଖ ସ୍ୱୟଂଶାସିତ ପାହାଡ଼ ବିକାଶ ପରିଷଦ ଆଇନ (Ladakh Autonomous Hill Development Council Act) ରେ ପରିବର୍ତ୍ତନ କରାଯାଇଛି । ଆଉ ପରିଷଦକୁ କୃଷିକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଏବେ ଅଧିକ ଅଧିକାର ପ୍ରଦାନ କରାଯାଇଛି ।
ଏବେ କୃଷିକ୍ଷେତ୍ରର ବିକାଶ ପାଇଁ ଆସୁଥିବା ପଇସା ଏଠାକାର ସ୍ୱୟଂଶାସିତ ପରିଷଦ ହିଁ ଜାରି କରିଥାଏ । ପରିଷଦର ଅଧିକାରର ପରିସର ଏବଂ ନିଷ୍ପତ୍ତି ନେବାର ଶକ୍ତିକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାଫଳରେ ଏଠାକାର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅଧିକ ଦ୍ରୁତ ଗତିରେ, ଆହୁରି ଅଧିକ ସମ୍ବେଦନାଶୀଳତା ସହିତ ସମାଧାନ କରାଯାଇ ପାରିବ । ଏବେ ଆପଣଙ୍କୁ ଆପଣଙ୍କର ଆବଶ୍ୟକତା ପାଇଁ ବାରମ୍ବାର ଶ୍ରୀନଗର ଏବଂ ଜାମ୍ମୁ ଯିବାକୁ ପଡ଼ିବ ନାହିଁ । କିନ୍ତୁ ଅଧିକାଂଶ କାମ ଏହି ଲେହ ଏବଂ ଲଦାଖରେ ହିଁ ସଂପୂର୍ଣ୍ଣ ହୋଇଯିବ ।
ସାଥୀଗଣ, କେନ୍ଦ୍ର ସରକାର ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶର ମୂଳମନ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି । ଦେଶର କୌଣସି ମଧ୍ୟ ବ୍ୟକ୍ତି, କୌଣସି ମଧ୍ୟ କୋଣ, ବିକାଶର ଧାରାରୁ ବାଦ ପଡ଼ି ନଯାଉ ଏଥିପାଇଁ ହିଁ ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶର ମୂଳମନ୍ତ୍ରକୁ ନେଇ ଆମେ ବିଗତ ସାଢ଼େ ଚାରି ବର୍ଷ ଧରି ଲଗାତାର ଦିନ-ରାତି ଚେଷ୍ଟା କରୁଛୁ ।
ମୁଁ ଏଠାକାର ଲୋକଙ୍କୁ ଏହି ବିଶ୍ୱାସ ଦେଉଛି ଯେ ଲେହ ଲଦାଖ କାରଗିଲର ବିକାଶ ପାଇଁ କୌଣସି ହେଲେ ମଧ୍ୟ ସାମାନ୍ୟତମ ଚେଷ୍ଟାକୁ ଛଡ଼ାଯିବ ନାହିଁ ।
କେନ୍ଦ୍ର ସରକାର ଏବେ ଆମର ମିତ୍ର ଖୁବ ଲମ୍ବା ଲିଷ୍ଟ ପଢ଼ିଦେଲେ କିନ୍ତୁ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି, ମୁଁ ସେଗୁଡ଼ିକର ସୂକ୍ଷ୍ମତାକୁ ଦେଖୁ ନାହିଁ । କିନ୍ତୁ ମୁଁ ଏଠାରେ ସମସ୍ତଙ୍କ ସହ ପରିଚିତ ଅଛି ଆଉ ଏହା ହେଉଛି ମୋ ପାଇଁ ସବୁଠାରୁ ବଡ଼ ଲାଭ, ମୁଁ ହେଉଛି ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ ହିନ୍ଦୁସ୍ଥାନର ସବୁ କୋଣ-ଅନୁକୋଣରେ ଭ୍ରମଣ କରି ଆସିଛି । ତେଣୁ ଜିନିଷଗୁଡ଼ିକ ସମ୍ବନ୍ଧରେ ମୋତେ ଖୁବ ବେଶୀ ଧାରଣା ରହିଛି । ସୂକ୍ଷ୍ମ ତଥ୍ୟଗୁଡ଼ିକୁ ଅଫିସରମାନଙ୍କଠାରୁ ଜାଣି ନିଏ କିନ୍ତୁ ମୋତେ ଅନୁଭବ ହୋଇଥାଏ । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି କେନ୍ଦ୍ର ସରକାର ଆପଣମାନଙ୍କର ଆଶା ଏବଂ ଆକାଂକ୍ଷାଗୁଡ଼ିକୁ ସଂପୂର୍ଣ୍ଣ ସମ୍ମାନ ଦେଉଛନ୍ତି । ଆଉ ଆଜି ଏହି ଶିଳାନ୍ୟାସ ଏବଂ ଲୋକାର୍ପଣର କାର୍ଯ୍ୟକ୍ରମ ହେଉଛି ତାହାର ଏକ ଶୃଙ୍ଖଳ ।
ଆଉ ଥରେ ପୁଣି ଜୀବନକୁ ସହଜ କରିବା ଭଳି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଶୀତଋତୁର ଏହି ପରିବେଶରେ ମଧ୍ୟ ଆପଣମାନେ ଦୂର-ଦୂରାନ୍ତରୁ ମୋତେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଆସିଲେ, ବିପୁଳ ସଂଖ୍ୟାରେ ପହଂଚିଲେ ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ । ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ…..
ଭାରତ ମାତା କୀ…..ଜୟ
ଭାରତ ମାତା କୀ…..ଜୟ
ଭାରତ ମାତା କୀ…..ଜୟ
ଭାରତ ମାତା କୀ…..ଜୟ
ବହୁତ-ବହୁତ ଧନ୍ୟବାଦ ।
**********
आप जिन मुश्किल परिस्थितियों में रहते हैं, हर कठिनाई को चुनौती देते हैं, वो मेरे लिए बहुत बड़ी प्रेरणा होती है कि आप सभी के लिए और डटकर काम करना है, जो स्नेह आप मुझे देते हैं, वो ब्याज समेत विकास करके लौटाना है: PM @narendramodi
— PMO India (@PMOIndia) February 3, 2019
आज जिन परियोजनाओं का लोकार्पण, उद्घाटन और शिलान्यास किया गया है उनसे बिजली
— PMO India (@PMOIndia) February 3, 2019
के साथ-साथ लेह-लद्दाख की देश और दुनिया के दूसरे शहरों से कनेक्टिविटी सुधरेगी, पर्यटन बढ़ेगा, रोज़गार के अवसर बढ़ेंगे और यहां के युवाओं को पढ़ाई के लिए यहीं पर अच्छी सुविधाएं भी मिलेंगी: PM @narendramodi
लेह, लद्दाख का इलाका तो अध्यात्म, कला-संस्कृति, प्राकृतिक सुंदरता और एडवेंचर स्पोर्ट्स के लिए दुनिया का एक महत्वपूर्ण स्थान है।
— PMO India (@PMOIndia) February 3, 2019
यहां टूरिज्म के विकास के लिए एक और कदम सरकार ने उठाया है।
आज यहां 5 नए ट्रैकिंग रूट को खोलने का फैसला लिया गया है: PM @narendramodi
लद्दाख में कुल आबादी का 40 प्रतिशत हिस्सा युवा विद्यार्थी हैं।
— PMO India (@PMOIndia) February 3, 2019
आप सभी की लंबे समय से यहां यूनिवर्सिटी की मांग रही है। आज आपकी ये मांग भी पूरी हुई है।
इसके लिए भी आप सभी को बहुत-बहुत बधाई और शुभकामनाएं: PM @narendramodi
आज इस क्लस्टर यूनीवर्सिटी को लॉन्च किया गया है।
— PMO India (@PMOIndia) February 3, 2019
इसमें नूबरा, लेह, जंसकार, और कारगिल में चल रहे डिग्री कालेजों के संसाधनों का उपयोग किया जाएगा।
छात्रों की सुविधा के लिए लेह और कारगिल में भी इसके प्रशासनिक दफ्तर रहेंगे: PM @narendramodi
इस बजट में सरकार ने घुमंतु समुदायों के लिए भी एक बहुत बड़ा फैसला किया है।
— PMO India (@PMOIndia) February 3, 2019
इन लोगों तक सरकार की योजनाओं का लाभ पहुंचाना भी बहुत मुश्किल होता है।
अब इन लोगों के लिए सरकार ने वेलफेयर डवलपमेंट बोर्ड बनाने का फैसला किया है ताकि सरकार के विकास कार्यों का लाभ इन तक तेजी से पहुंचे: PM
लेह-लद्दाख-कारगिल भारत का शीर्ष है, हमारा मस्तक है।
— PMO India (@PMOIndia) February 3, 2019
मां भारती का ये ताज हमारा गौरव है।
बीते साढ़े 4 वर्षों से ये क्षेत्र हमारी विकास की प्राथमिकताओं का केंद्र रहा है: PM
मुझे खुशी है कि लद्दाख ऑटोनॉमस हिल डेवलपमेंट काउंसिल एक्ट में बदलाव किया गया है और काउंसिल को खर्च से जुड़े मामलों में अब ज्यादा अधिकार दिए गए हैं।
— PMO India (@PMOIndia) February 3, 2019
अब क्षेत्र के विकास के लिए आने वाले पैसे यहां की ऑटोनॉमस काउंसिल ही जारी करती है: PM
काउंसिल के अधिकारों के दायरे और फैसले लेने की शक्ति को भी बढ़ाया गया है।
— PMO India (@PMOIndia) February 3, 2019
इससे यहां के महत्वपूर्ण विषयों को ज्यादा तेज़ी से और ज्यादा संवेदनशीलता से सुलझाया जा सकता है: PM
अब आपको अपनी जरूरतों के लिए बार-बार श्रीनगर और जम्मू नहीं जाना होगा, बल्कि ज्यादातर काम यहीं लेह और लद्दाख में ही पूरे हो जाएंगे: PM
— PMO India (@PMOIndia) February 3, 2019