Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ବିଦ୍ୟାର୍ଥୀଙ୍କ ସହ ଶ୍ରୀନଗରରୁ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


 

 

ପ୍ରଶ୍ନ- ପ୍ରିୟ ସମ୍ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ କେ. ଦୀପିକା, ବେଗମପେଟର ସରକାରୀ ମହିଳା ଡିଗ୍ରୀ କଲେଜ, ତେଲଙ୍ଗାନା, ହାଇଦ୍ରାବାଦର ଶେଷ ବର୍ଷ ସାମ୍ବାଦିକତା ବିଭାଗର ଛାତ୍ରୀ । ସାର୍, ଗତ ପାଞ୍ଚ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଥିବା ଆମେ ଦେଖିଛୁ । ଶିକ୍ଷା କ୍ଷେତ୍ର ପାଇଁ ଏହି ପ୍ରୟାସ ନେଇ  ଆପଣ କଣ ସନ୍ତୁଷ୍ଟ? ମୋତେ ଏହି ସୁଯୋଗ ଦେଇଥିବାରୁ ବହୁତ ଧନ୍ୟବାଦ ।

ଉପସ୍ଥାପକ- ଆମେ ବିଗତ ପାଞ୍ଚ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଥିବା ଦେଖିଛୁ । କଣ ଆପଣ ଶିକ୍ଷା କ୍ଷେତ୍ର ପାଇଁ କରାଯାଉଥିବା ଏହି ପ୍ରୟାସରେ ସନ୍ତୁଷ୍ଟ । ମାନନୀୟ ଦୟାକରି କୁହନ୍ତୁ ।

ପ୍ରଧାନମନ୍ତ୍ରୀ- ମୁଁ ଆପଣଙ୍କ ନିକଟରେ ଏହି ପ୍ରଶ୍ନ ପାଇଁ କୃତଜ୍ଞ, ଆଉ ସାରା ଦେଶରେ ପ୍ରାୟ ଅଢ଼େଇ କୋଟି ଯୁବକମାନଙ୍କ ସହିତ ମୋତେ କଥାବାର୍ତ୍ତା କରିବାର ସୁଯୋଗ ମିଳିଛି । ଟେକ୍ନୋଲଜିକୁ ଧନ୍ୟବାଦ । ଗୋଟିଏ ହିଁ ଜିନିଷକୁ ଦୁଇଟି ଉପାୟରେ ଦେଖାଯାଇ ପାରେ । ଯେଉଁଠି ହେଉଛି ଗୋଟିଏ ପ୍ରୟାସର ପ୍ରଶ୍ନ ମୁଁ ଏହି କଥାରେ ସନ୍ତୋଷ ବ୍ୟକ୍ତ କରୁଛି କି ଆମେ ସଠିକ ଦିଗରେ ରହିଛୁ । ଆମେ ସୁନିଶ୍ଚିତ ସମୟ ସାରଣୀ ଦେଇ ଆଗକୁ ବଢ଼ୁଛେ ଆଉ ଦୁନିଆରେ ଶିକ୍ଷାର ଯେଉଁ ମାନଦଣ୍ଡ ପ୍ରସ୍ତୁତ ହୋଇଛି । ଏହି ଗ୍ଲୋବାଲ ସ୍ତରକୁ ଆମେ ପ୍ରାପ୍ତ କରିବାକୁ ଚାହୁଁଛେ । ଆମେ ଚାହୁଁଛେ କି ଆମ ଦେଶର ସେହି ସମସ୍ତ ଯୁବକମାନଙ୍କୁ ଏହି ଅବସର ମିଳିବା ଦରକାର ଯଦି ସେମାନେ ଜୀବନରେ ଶିକ୍ଷାର ଯେଉଁ କ୍ଷେତ୍ରକୁ ଯିବାକୁ ଚାହୁଁଛନ୍ତି । ସରକାରଙ୍କର ଗୋଟିଏ କାର୍ଯ୍ୟ ହେଉଛି କି ସେହି ବ୍ୟବସ୍ଥାଗୁଡ଼ିକୁ ବିକଶିତ କରନ୍ତୁ । ଆଧୁନିକ ଭାରତ ପାଇଁ ଯେଉଁପ୍ରକାରର ଅନୁଷ୍ଠାନର ପ୍ରତିଷ୍ଠା ହେବା ଦରକାର । ସେଗୁଡ଼ିକୁ ଆମେ ଶକ୍ତି ପ୍ରଦାନ କରୁଛୁ । ଆଇଆଇଟି ହେଉ, ଆଇଆଇଏମ୍ ହେଉ ଏଗୁଡ଼ିକର ସଂପ୍ରସାରଣ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ସେହିଭଳି ଭାବେ କୌଶଳ ବିକାଶ ହେଉଛି ଗୋଟିଏ ବହୁତ ବଡ଼ କ୍ଷେତ୍ର ଯାହା ଉପରେ ଆମେ ଗୁରୁତ୍ୱ ପ୍ରଦାନ କରୁଛୁ । ଆମର ଏହା ହେଉଛି ଚେଷ୍ଟା କି ଆମ ଦେଶର ଯୁବକ ଆଜି ବହୁତ ବଡ଼ ସଂଖ୍ୟାରେ ଶିକ୍ଷା ପ୍ରାପ୍ତ କରିବା ପାଇଁ ବିଦେଶ ଯାଉଛନ୍ତି । ଆମର ଶହ ଶହ କୋଟି ଟଙ୍କା ବିଦେଶକୁ ଚାଲି ଯାଉଛି । ଆମେ ଏଭଳି ଶିକ୍ଷା ବ୍ୟବସ୍ଥାର ନିର୍ମାଣ କରିବା ଯେଉଁଥିପାଇଁ ଆମ ଦେଶର ଲୋକ ବାହାରକୁ ଯିବା ବଦଳରେ ସମଗ୍ର ଦୁନିଆର ବିଭିନ୍ନ ଦେଶରୁ ଲୋକ ଭାରତକୁ ଆସିବେ । ଏହି ସ୍ୱପ୍ନକୁ ନେଇ ମୁଁ କାର୍ଯ୍ୟ କରୁଛୁ । ଯେ ପର୍ଯ୍ୟନ୍ତ ଦୀପିକାର ପ୍ରଶ୍ନ ରହିଛି, ତାକୁ ନେଇ ମୁଁ ସନ୍ତୁଷ୍ଟ ଅଛି । ସାଢ଼େ ଚାରି ବର୍ଷରୁ କମ୍ କାର୍ଯ୍ୟକାଳ ମଧ୍ୟରେ ଯେତିକି କାର୍ଯ୍ୟ ହୋଇଛିମୁଁ କ, କେହି ମଧ୍ୟ ସନ୍ତୁଷ୍ଟ ହେବ କିନ୍ତୁ ମୁଁ କେବେ ନିଜର ପିଠି ଥାପୁଡ଼େଇବା ପାଇଁ କେବେ କରେ ନାହିଁ । ମୋ ସନ୍ତୋଷର ଅର୍ଥ ହେଉଛି ନୂତନ ସ୍ୱପ୍ନକୁ ଜନ୍ମ ଦେବା, ମୋ ସନ୍ତୋଷର ଅର୍ଥ ହୋଇଥାଏ ନୂତନ ଲକ୍ଷ୍ୟ ସ୍ଥିର କରିବା, ମୋ ସନ୍ତୋଷର ଅର୍ଥ ହୋଇଥାଏ ସେହି ଲକ୍ଷ୍ୟକୁ ଅତିକ୍ରମ କରିବା ପାଇଁ ପୁଣିଥରେ ଚାଲିପଡ଼ିବା । ଆଉ ସନ୍ତୋଷ ଶୋଇବା ପାଇଁ ନୁହେଁ, ସନ୍ତୋଷ ହେଉଛି ନୂତନ ସ୍ୱପ୍ନକୁ ସାକାର କରିବା ପାଇଁ । ଧନ୍ୟବାଦ……

ଉପସ୍ଥାପକ- ଧନ୍ୟବାଦ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମାନନୀୟ ଏବେ ଆମେ ଦେଶର ପୂର୍ବୋତ୍ତର କ୍ଷେତ୍ର ଆସାମ ସହିତ ଯୋଡ଼ି ହୋଇଛେ ଯେଉଁଠି କଟନ୍ ବିଶ୍ୱବିଦ୍ୟାଳୟର ଅନାମିତ୍ରା ମହନ୍ତା ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛନ୍ତି…..

ପ୍ରଶ୍ନ- ପ୍ରିୟ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ହେଉଛି ଆସାମର ଅନାମିତ୍ରା ମହନ୍ତା । ସାର୍, ଆମେ ଆମର ଦୈନନ୍ଦିନ ଜୀବନରେ ଡିଜିଟାଲ ଇଣ୍ଡିଆର ଅନେକ ବ୍ୟବହାର ଦେଖୁଛୁ, ଶିକ୍ଷା ସହିତ ଜଡ଼ିତ ମଧ୍ୟ । ଆମେ କିନ୍ତୁ କିପରି ତାହାର ପ୍ରଭାବ ଆମ ଦେଶର ଲୋକମାନଙ୍କ ଉପରେ ହେଉଛି ବୋଲି ଜାଣି ପାରିବା । ଏହିଠାରେ ମୋର ପ୍ରଶ୍ନ ସମାପ୍ତ ହେଉଛି, ଧନ୍ୟବାଦ ।

ଉପସ୍ଥାପକ- ସାର୍, ଆମର ଦୈନନ୍ଦିନ ଜୀବନରେ ଆମେ ଡିଜିଟାଲ ଇଣ୍ଡିଆର କେତେକ ଉପଯୋଗକୁ ଦେଖୁଛୁ । ଯେଉଁଥିରେ ଶିକ୍ଷା ମଧ୍ୟ ସାମିଲ ରହିଛି । ଆଜି ଆମର ଦେଶ ଏବଂ ଏଠାକାର ଲୋକମାନଙ୍କ ଠାରେ ଏହି କାରଣରୁ ଆପଣମାନେ କଣ କରିବର୍ତନ ଦେଖୁଛନ୍ତି । ମାନନୀୟ କୃପା କରି କହନ୍ତୁ ।

ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ମାନବ ନିରନ୍ତର ବିକାଶ କରି ଚାଲିଥାଏ । ଟେକ୍ନୋଲଜି ହେଉଛି ଏକ ବହୁତ ବଡ଼ ଶକ୍ତି । ନୂଆ-ନୂଆ ନବସୃଜନ ମାନବ ଜୀବନକୁ କ୍ରମାଗତ ଭାବେ ପରିବର୍ତ୍ତିତ କରୁଛି । କିନ୍ତୁ ଆଜି 40 ବର୍ଷ ପୂର୍ବେ ଯେଉଁ ଗତିରେ ଦୁନିଆ ପରିବର୍ତନ ହୋଇଛି । ନବସୃଜନ ଓ ଟେକ୍ନୋଲୋଜିର ପ୍ରଭାବ ଦୁନିଆକୁ ପୂର୍ବର 200-300 ବର୍ଷ ମଧ୍ୟରେ ବଦଳାଇ-ବଦଳାଇ ଯେଉଁଠି ଠିଆ କରିଦେଇଥିଲା । ବିଗତ 40-50 ବର୍ଷରେ ଟେକ୍ନୋଲୋଜି ଏଭଳି ଏକ ଲମ୍ଫ ପ୍ରଦାନ କରିଛି, ଯାହାର କଳ୍ପନା ଆମେ କରିପାରିବା ନାହିଁ । ଯଦି ପୂର୍ବର 200-300 ବର୍ଷର ତୁଳନାରେ ଆମେ ଦେଖିବା ତ ଏହି 40-50 ବର୍ଷର ହେଉଛି ଏକ ସୁଉଚ୍ଚ ଲମ୍ଫ । ନୂତନ ଦିଗ ପରିବ୍ୟାପ୍ତ ହୋଇ ରହିଛି । ଆଉ ତାହା ମହାକାଶ ହେଉ, ସମୁଦ୍ର ତଳର କଥା ହେଉ । ଧରାତଳର କଥା ହେଉ ଆଉ ଡିଜିଟାଲ ବିଶ୍ୱ ଏଥିରେ ବହୁତ ବଡ଼ ଭୂମିକା ତୁଲାଇଛି । ଏବେ ଆଜି ମୁଁ ଏତେ ଆରାମରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିପାରୁଛି । ମୁଁ ଶ୍ରୀନଗରରେ ବସିଛି ଆଉ ଶ୍ରୀନଗରରୁ ମୁଁ ହିନ୍ଦୁସ୍ଥାନର ପ୍ରତିଟି କୋଣ-ଅନୁକୋଣରୁ ଅଢ଼େଇ କୋଟି ଯୁବକଙ୍କ ସହିତ ଶିକ୍ଷା ସମ୍ବନ୍ଧିତ କଥା ହେଉଛି । ଏହା ହେଉଛି ସବୁଠାରୁ ବଡ଼ ପ୍ରଭାବ । ଏବେ ଆପଣ ଦେଖିଲେ ବାନ୍ଦିପୁରାରେ ଏକ ବିପିଓର ଉଦ୍ଘାଟନ ହେଲା ଆଉ ପ୍ରଥମ ବିଓପି ଏବେ ଏହା ହେଉଛି ଡିଜିଟାଲ ବିପ୍ଳବର ପରିଣାମ । ଡିଜିଟାଲ ବିପ୍ଳବର ସବୁଠାରୁ ବଡ଼ ଲାଭ ହେଉଛି, ଏବେ ଆପଣ ଦେଖନ୍ତୁ ଆମର ଆଧାର ହେଉଛି ଗୋଟିଏ ପ୍ରକାରରେ ଡିଜିଟାଲ ବିପ୍ଳବର ହିଁ ଅଂଶ । ମୁଁ ଯେତେବେଳେ ଦୁନିଆକୁ କହୁଛି କି ଆମ ପାଖରେ 120 କୋଟି ଲୋକଙ୍କର ଏତେ ବିସ୍ତୃତ ତଥ୍ୟ ରହିଛି । ବିଶ୍ୱର ଲୋକମାନଙ୍କୁ ବଡ଼ ଆଶ୍ଚର୍ଯ୍ୟ ହୋଇଥାଏ । ଏଭଳି ସମ୍ପତି ରହିଛି ଆମ ପାଖରେ, ଏହା ହିଁ ହେଉଛି ଡିଜିଟାଲ ବିପ୍ଳବର ପରିଣାମ । ଆମେ ଜେଏଏମ ଟ୍ରିନିଟି ଆରମ୍ଭ କରିଛୁ ଭାରତ ସରକାର ଜେଏଏମ ଟ୍ରିନିଟି ଦ୍ୱାରା ଆଧାର, ମୋବାଇଲ, ଜନ-ଧନ କୌଣସି ମଧ୍ୟ ସାଧାରଣ ବ୍ୟକ୍ତି ସରକାରଙ୍କୁ କୌଣସି ଜିନିଷ ପଠାଇବାକୁ ଚାହେଁ, ଗାଁର ଗରିବ ହୋଇଥିବ, ତେବେ ମଧ୍ୟ ଅନଲାଇନ୍ ଆସିଯିବ, ପଠେଇ ପାରିବ । ଶିକ୍ଷା କ୍ଷେତ୍ରରେ ଆଜି ଏତେ ଭଳିକି ଭଳି ଆପ୍ସ୍ ଉପଲବ୍ଧ ଅଛି ତ ସେଥିରୁ କିଛି ମଧ୍ୟ ବିନା ଖର୍ଚ୍ଚରେ ଅଛି । ସେହି କାରଣରୁ ବିଦ୍ୟାର୍ଥୀ ନୂଆ-ନୂଆ ଶିକ୍ଷା ପ୍ରାପ୍ତ କରିବା ପାଇଁ ଆପ୍ସ୍ ମାଧ୍ୟମରେ କିଛି ଗୃହକାର୍ଯ୍ୟ କରି ପାରିବେ । ବୋଧହୁଏ ହୋଇପାରେ ଏଭଳି ଏକ ସମୟ ଆସିବ କି ଯେତେବେଳେ ଟ୍ୟୁସନ ଏବଂ କୋଚିଂ କ୍ଲାସର ଦୁନିଆ ହିଁ ଶେଷ ହୋଇଯାଇପାରେ । ଏତେ ଶକ୍ତି ରହିଛି ଏହି ଡିଜିଟାଲ ଇଣ୍ଡିଆରେ । ଡିଜିଟାଲ ୱାର୍ଲ୍ଡ ଆମ ପ୍ରଶାସନରେ ବହୁତ ବଡ଼ ଭୂମିକା ସୃଷ୍ଟି କରିଛନ୍ତି । ସ୍ୱଚ୍ଛତା ପାଇଁ ଡିଜିଟାଲ ଦୁନିଆ ହେଉଛି ଏକ ବହୁତ ବଡ଼ ଶକ୍ତି! ଆରେ ଗୋଟିଏ ପ୍ରକାରରେ ଶିକ୍ଷା ନାହିଁ, ସମଗ୍ର ଜୀବନ ବ୍ୟବସ୍ଥାରେ ଗୋଟିଏ ପ୍ରକାରରେ ଡିଜିଟାଲ ୱାର୍ଲ୍ଡ ଆମ ଶରୀରର ଏକ ନୂତନ ଅଂଶ ହୋଇଯାଇଛି । ଆମେ ତାବିନା ବଂଚି ପାରିବା ନାହିଁ, ଏଭଳି ପରିସ୍ଥିତି ଆସିଯାଇଛି । ଆଉ ଏଥପାଇଁ ଏହାର ପ୍ରଭାବ ହେଉଛି ଆମେ କିଭଳି ତାହାର ସଠିକ ଉପଯୋଗ କରିବା, ଅଧିକରୁ ଅଧିଖ ଲୋକଙ୍କର କଲ୍ୟାଣ ପାଇଁ କିପରି ଉପଯୋଗ କରିବା । ଏହା ଉପରେ ଯଦି ଆମେ ଗୁରୁତ୍ୱ ଦେବା । ତ ଏକ ଡିଜିଟାଲ ଶକ୍ତି ଏକ ବହୁତ ବଡ଼ କ୍ରାନ୍ତି ଆମ ସମ୍ମୁଖରେ ଅଛି । ଅନ୍ୟଟି ହେଉଛି ଦୂର ଓ ନିରନ୍ତର ଶିକ୍ଷା  । ଆମ ଗରିବରୁ ଅତି ଗରିବ ବ୍ୟକ୍ତି ପର୍ଯ୍ୟନ୍ତ ଦୂରରୁ ଅଧିକ ଦୂର ପାହାଡ଼ ପର୍ଯ୍ୟନ୍ତ, ଜଙ୍ଗଲରେ ଦୂର ଓ ନିରନ୍ତର ଶିକ୍ଷା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଦେଇ ପାରିବା ଏଥିପାଇଁ ଡିଜିଟାଲ ସଂଯୋଗ ବହୁତ ବଡ଼ ଭୂମିକା ତୁଲାଇ ପାରିବ । ଆଉ ମୁଁ ଦେଖୁଛି କି ବହୁତ ଯୁବକ ଭର୍ଚୁଆଲ ଲ୍ୟାବ ଦ୍ୱାରା ଆଜି ପିଲାମାନଙ୍କୁ ପଢ଼ାଇବାର କାମ କରୁଛନ୍ତି । ଆଉ ଏମିତିରେ ହିଁ ସେମାନେ ପଢ଼ି ପାରୁଛନ୍ତି ଯେଭଳି ବାସ୍ତବିକ ସେମାନେ ଲ୍ୟାବରେ ଯାଇ କାମ କରୁଛନ୍ତି । ତାହାର ମନୋବଳ ବୃଦ୍ଧି ହୋଇଥାଏ । 3ଡି ପ୍ରୋଜେକ୍ସନ କାରଣରୁ ଆଜି ବିଦ୍ୟାର୍ଥୀ ଯଦି ତାହାକୁ ହୃଦୟ ସମ୍ବନ୍ଧରେ ପଢ଼ିବାକୁ ଅଛି, ପ୍ରଥମେ ଶିକ୍ଷକ କେତେ ମଧ୍ୟ ବୁଝାଉଥିଲେ ଆଜି ଯଦି ତାକୁ 3ଡି ଦେଖାଇଦେବା ତ ସେ ତୁରନ୍ତ ବୁଝିଯିବ କି ହାର୍ଟ ଏଭଳି କାର୍ଯ୍ୟ କରିଥାଏ ଆଉ ପିଲା ତାକୁ ଗ୍ରହଣ କରିନେଇଥାଏ । ମୁଁ ଥରେ, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ତ ମୁଁ ଗୋଟିଏ ଛୋଟିଆ ସର୍ଭେ କରାଇଥିଲି । ଯେ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କଣ ପ୍ରଭାବ ପଡ଼ିଥାଏ । ଆଉ ଯଦି ସେଠାରେ ଆମେ ଡିଜିଟାଲ ସ୍ମାର୍ଟ ଶ୍ରେଣୀକକ୍ଷ ପ୍ରସ୍ତୁତ କରିବା ତ କଣ ଫରକ ପଡ଼ିବ । କିଛି ସ୍କୁଲ ଏଭଳି ରହିଛି ଯେଉଁଠାରେ ସ୍ମାର୍ଟ ଶ୍ରେଣୀକକ୍ଷ କରିଥିଲୁ କିଛି ସ୍କୁଲ ଥିଲା ଯେଉଁଠି ସ୍ମାର୍ଟ ଶ୍ରେଣୀକକ୍ଷ କରାଯାଇ ନଥିଲା । ମଧ୍ୟାହ୍ନ ଭୋଜନ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍ମାର୍ଟ ଶ୍ରେଣୀକକ୍ଷ ରହିଥିଲା, ସେଠାରେ ମଧ୍ୟ ମଧ୍ୟାହ୍ନ ଭୋଜନ ଥିଲା ପୁଣି ଅନୁଭବ କଲୁ କି ସ୍ମାର୍ଟ ଶ୍ରେଣୀକକ୍ଷ ପିଲାମାନଙ୍କୁ ଏଭଳି ଆକର୍ଷିତ କରିଥିଲା । ନୁଆଁଣିଆ ଚାଳଘରର ପିଲାମାନେ ସେଠି ପଢ଼ୁଥିଲେ ସେମାନଙ୍କୁ ବଡ଼ ମଜା ଆସୁଥିଲା ଶିଖିବାକୁ ଆସି ବସି ଯାଉଥିଲେ । ସେମାନେ ମଧ୍ୟାହ୍ନ ଭୋଜନ କଥା ଚିନ୍ତା କରୁନଥିଲେ । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଟାଣି ଟାଣି ଆଣିବାକୁ ପଡ଼ୁଥିଲା । ଯେତେବେଳେ କି ଯେଉଁଠି ମଧ୍ୟାହ୍ନ ଭୋଜନ ଥିଲା, ସେଠାରେ ଏତେ ବଡ଼ ମାତ୍ରାରେ ପିଲା ଖାଇବାକୁ ଆସୁନଥିଲେ । ସେଠାରେ ମଧ୍ୟ ମଧ୍ୟାହ୍ନ ଭୋଜନରେ ତାଙ୍କର ରୁଚି ନଥିଲା କିନ୍ତୁ ସ୍ମାର୍ଟ ଶ୍ରେଣୀକକ୍ଷ ନଥିବା କାରଣରୁ ସେ ଯାଇ ବସିବାକୁ ମନ ଦେଉନଥିଲେ । ଏବେ ଏ ଯେଉଁ ପ୍ରଭାବ ରହିଛି । ତାହା ହେଉଛି ଡିଜିଟାଲ ପ୍ରଭାବ ଆଉ ଆଗାମୀ ଦିନମାନଙ୍କରେ ଉଚ୍ଚଶିକ୍ଷାରେ ତାହାର ବହୁତ ବଡ଼ ଭୂମିକା ହେବାକୁ ଯାଉଛି । ଧନ୍ୟବାଦ…..

ଉପସ୍ଥାପକ- ମାନନୀୟ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ହରିୟାଣାରୁ ଗୌରବ ଆପଣଙ୍କ ସହିତ କଥା ହେବା ପାଇଁ ଉତ୍ସୁକ ଅଛନ୍ତି ଗୌରବ…..

ପ୍ରଶ୍ନ- ମାନନୀୟ ପ୍ରଧାନମନ୍ତ୍ରୀ ମୋର ନାମ ହେଉଛି ଗୌରବ ଆଉ ମୁଁ ହେଉଛି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ହରିୟାଣାର…ସାର୍, ଆମ ଦେଶର ଦାରିଦ୍ର୍ୟକୁ ଦେଖି ଭାରି କଷ୍ଟ ଅନୁଭବ ହୁଏ, ଆମ ଦେଶରୁ ଦାରିଦ୍ର୍ୟକୁ ହଟାଇବା ପାଇଁ ଆପଣଙ୍କର ପ୍ରୟାସକୁ ଆମେ ଦେଖିଛୁ । ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଆମେ ଏକ ଦାରିଦ୍ର୍ୟମୁକ୍ତ ଭାରତ ଗଠନ କରିପାରିବା?

ପ୍ରସ୍ତୁତକର୍ତା- ଆମ ଦେଶର ଦାରିଦ୍ର୍ୟକୁ ଦେଖି ଭାରି କଷ୍ଟ ଅନୁଭବ ହୁଏ, ଦାରିଦ୍ର୍ୟକୁ ହଟାଇବା ପାଇଁ ଆପଣଙ୍କର ପ୍ରୟାସକୁ ଆମେ ଦେଖିଛୁ । କଣ ଆପଣଙ୍କୁ ଲାଗୁଛି କି ନିକଟ ଭବିଷ୍ୟତରେ ଆମ ଦେଶ ଦାରିଦ୍ର୍ୟମୁକ୍ତ ହୋଇ ପାରିବ । ମାନନୀୟ କୃପା କରି କୁହନ୍ତୁ ।

ପ୍ରଧାନମନ୍ତ୍ରୀ- ଯଦି ଦେଶ ସ୍ଥିର କରିନେବ କି ଆମକୁ ଦାରିଦ୍ର୍ୟତାର କବଳରୁ ମୁକ୍ତ ହେବାକୁ ଅଛି । ତ ଦୁନିଆର କୌଣସି ଶକ୍ତି ଆମକୁ, ଆମକୁ ଗରିବ କରି ରଖିପାରିବ ନାହିଁ । ଶହେ ପଚିଶ କୋଟି ଦେଶବାସୀଙ୍କଠାରେ ଏତେ ସାମର୍ଥ୍ୟ ରହିଛି ଯଦି ଆମେ ସେହି ଆମର ପ୍ରାକୃତିକ ସମ୍ବଳ ହେଉ ଅବା ମାନବ ସମ୍ବଳ ହେଉ ତାହା ଯଦି ଆମେ ସଠିକ ଢ଼ଂଗରେ ବ୍ୟବହାର କରି ଆଗକୁ ବଢ଼ିବା । ଦାରିଦ୍ର୍ୟରୁ ମୁକ୍ତି ପାଇବା କଷ୍ଟକର ନୁହେଁ । ମୁଁ ସାଢ଼େ ଚାରି ବର୍ଷର ଅନୁଭବ ଆଧାରରେ କହୁଛି । ଏହି ଦିନମାନଙ୍କରେ ଦୁନିଆରେ ଦୁଇଟି ଜିନିଷ ବାହାରି କରି ଆସିଛି । ଗୋଟିଏ ହେଉଛି ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ିଲା ଭଳି ବଡ଼ ଅର୍ଥବ୍ୟବସ୍ଥାରେ ଭାରତ ହେଉଛି ନମ୍ବର ଏକ । ଏହା ଯେକୌଣସି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହେବ । ଅନ୍ୟଟି ହେଉଛି ଜାତିସଂଘ ସମେତ ଅନ୍ତର୍ଜାତୀୟ ସଂସ୍ଥାର କହିବା କଥା ହେଉଛି ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଯିଏ କି ଦ୍ରୁତ ଗତିରେ ଦାରିଦ୍ର୍ୟର ସୀମାରେଖାରୁ ଉପରକୁ ଆସୁଛି । ବହୁତ ଦ୍ରୁତ ଗତିରେ ନୂତନ ମଧ୍ୟବିତ ଶ୍ରେଣୀର ଶକ୍ତି ବଢ଼ୁଛି । ଆଉ ଏହା ପରେ ମଧ୍ୟ ସେ କହିଛନ୍ତି କି ଭାରତର ଅନୁସୂଚିତ ଜନଜାତିର ଲୋକ ଆଉ ଭାରତର ମୁସଲମାନ ଏ ଦୁହେଁ ହେଉଛନ୍ତି ତାହାର ସବୁଠାରୁ ଅଧିକ ହିତାଧିକାରୀ ସେମାନେ ଦ୍ରୁତ ଗତିରେ ଦାରିଦ୍ର୍ୟର ସୀମାରେଖାରୁ ଉପରକୁ ଆସୁଛନ୍ତି । ଏବେ କିଏ ଚିନ୍ତା କରିଥିଲା, ମହାତ୍ମାଗାନ୍ଧିଙ୍କ ସ୍ୱାଧୀନତା ଏବଂ ସ୍ୱଚ୍ଛତା, ଦୁଇଟି ଯାକ ମଧ୍ୟରୁ ମୋତେ ଗୋଟିଏକୁ ବାଛିବାର ଅଛି ତ ମୁଁ ସ୍ୱଚ୍ଛତାକୁ ପସନ୍ଦ କରିବି । ଗାନ୍ଧିଜୀ ବହୁତ ପ୍ରୟାସ କରିଛନ୍ତି । ସ୍ୱାଧୀନତାର ଆନ୍ଦୋଳନ ମଧ୍ୟ ଚାଲୁ ରହିଥିଲା, ସ୍ୱଚ୍ଛତା ପାଇଁ ମଧ୍ୟ କଥାବାର୍ତ୍ତା ଚାଲୁ ରହିଥିଲା । ସ୍ୱାଧୀନ ହେବାପରେ ଆମେ ସେହି କଥାକୁ ସହଜରେ ଆଗକୁ ବଢ଼ାଇ ପାରିଥାଆନ୍ତେ । କିନ୍ତୁ ତାହା ଚାଲିଥାଏ, କେହି ଯଦି କରିନିଏ ତ କରିନିଏ ନକଲା ତ ନକଲା । ମୁଁ ଲାଲକିଲ୍ଲାରୁ ଆହ୍ୱାନ ଦେଲି, ଦେଶକୁ ଅନୁରୋଧ କଲି ଆଉ ଏହି ଦେଶ ନିଜର ପ୍ରଚେଷ୍ଟା ଦ୍ୱାରା ସ୍ୱଚ୍ଛତା ବିଷୟରେ ଆଜି ଦ୍ରୁତ ଗତିରେ ସନ୍ତୋଷଜନକ ଭାବେ ଆଗକୁ ବଢ଼ି ଚାଲିଛି । ଜାମ୍ମୁ-କାଶ୍ମୀର, ମୋର ଏ ଅଫିସରମାନେ ଏଠାରେ ବସିଛନ୍ତି, ଆଗରୁ ଅନନ୍ତନାଗରେ ଥିଲେ, ବୋଧହୁଏ ସେ ସ୍ୱଚ୍ଛତାର ପୁରସ୍କାର ମୋ ହାତରୁ ନେଇ ଯାଇଥିଲେ । ବହୁତ ବଡ଼ କାମ କରିଥିଲେ ଆଜ୍ଞା, ବହୁତ ବଡ଼ କାମ କରିଥିଲେ, ଆଉ ଦେଶର ଲୋକମାନଙ୍କୁ ବହୁତ ଗର୍ବ ଅନୁଭବ ହୋଇଥିଲା । ଏବେ ଏତେ ବଡ଼ କାର୍ଯ୍ୟ ଆଜି ଖୋଲା ଶୌଚ ମୁକ୍ତ ଜାମ୍ମୁ-କାଶ୍ମୀର ହେବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କଥା । ଯେତେବେଳେ 2014ରେ ଆମେ ଆସିଲୁ ତ ଆମ ଦେଶରେ ଗ୍ରାମୀଣ ସ୍ୱଚ୍ଛତା 38 ପ୍ରତିଶତ ଥିଲା ଆଜି ତାହା ହେଉଛି 98 ପ୍ରତିଶତ । ଏହା କେବଳ ସରକାରଙ୍କ କାରଣରୁ ହୋଇଛି, ଏଭଳି ମୁଁ କେବେହେଲେ କହିନାହିଁ । ଥରେ ଦେଶର ଜନତା ମନରେ ଦୃଢ଼ବିଚାର କରିନିଅନ୍ତି ତ କିଭଳି ପରିଣାମ ଆଣି ପାରିବେ ଆଣୁଛନ୍ତି । ଏହି ଦେଶ ସ୍ଥିର କଲା, ଦେଶରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ବହୁତ ଦୀର୍ଘ ସମୟ ଧରି ଚାଲିଥିଲା, କିନ୍ତୁ ବ୍ୟାଙ୍କରେ ଖାତା ନଥିଲା ଗରିବଙ୍କ ପାଇଁ । ଆମେ ସ୍ଥିରକଲୁ କି ପ୍ରତ୍ୟେକ ଗରିବଙ୍କର ବ୍ୟାଙ୍କରେ ଖାତା ଖୋଲିବା ଦରକାର । ଆଜି ହିନ୍ଦୁସ୍ଥାନରେ 2014ରେ 40 ପ୍ରତିଶତ ଲୋକଙ୍କର ବ୍ୟାଙ୍କରେ ଖାତା ଥିଲା ଆଜି ପ୍ରାୟ 100 ପ୍ରତିଶତ ବ୍ୟାଙ୍କରେ ଖାତା ରହିଛି । ଆମ ଦେଶରେ ମୋଟ 25-26 କୋଟି ପରିବାର ରହିଛନ୍ତି ଆଉ ମୋତେ ଆର୍ଥିକ ହିସାବରେ ମୋଟା-ମୋଟା ବୋଲି କୁହାଯାଇଥିଲା । କାହିଁକି ନା ରାଜ୍ୟ ଯେଉଁ ପରିସଂଖ୍ୟାନ ଦେଉଥିଲେ । ପ୍ରାୟ 4 କୋଟି ପରିବାର ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ବିଜୁଳି ନାହିଁ । ଆମେ ଦାୟିତ୍ୱ ନେଇଛୁ । ପ୍ରତ୍ୟେକ ଘରେ ବିଜୁଳି ହେବା ଦରକାର ଆଉ ମୁଁ ଖୁସି ଯେ ଆଜି ଜାମ୍ମୁ କାଶ୍ମୀର ଏହି କାର୍ଯ୍ୟକୁ ପୂରଣ କରିଦେଇଛି । ଅର୍ଥାତ ଯଦି ଆମ ଦେଶ ଥରେ ସ୍ଥିର କରିନେବ କି ଏହି ସମସ୍ୟାରୁ ବାହାରକୁ ବାହାରିବାର ଅଛି, ତ ବାହାରିଯିବ । ଏବେ ଜାମ୍ମୁ କାଶ୍ମୀର ଗୋଟିଏ ସ୍ୱପ୍ନ ଦେଖିଛି କି ସେ ଘରମାନଙ୍କୁ ପାଇପ ଯୋଗେ ଜଳ ଯୋଗାଇଦେବ, ଏହା ହେଉଛି ଏକ ବହୁତ ବଡ଼ ସ୍ୱପ୍ନ । ଏହା ମୋର ବିଶ୍ୱାସ ରହିଛି କି ଜାମ୍ମୁ କାଶ୍ମୀର ଲୋକେ ଏହାକୁ କରିବେ ହିଁ କରିବେ । ଏଠାକାର ଅମଲାତନ୍ତ୍ର ଏହାକୁ ହିଁ  ପ୍ରାପ୍ତ କରି ରହିବ । ଆମ ଦେଶରେ ଆମକୁ କେବଳ ସ୍ଥିର କରିବାକୁ ହିଁ ଅଛି । ଆମକୁ ଦାରିଦ୍ର୍ୟ ସହିତ ଲଢ଼େଇ କରିବାକୁ ଅଛି ଆଉ ଦାରିଦ୍ର୍ୟ ସହିତ ଲଢ଼େଇ କରିବାର ଉପାୟ ରାବିଡ଼ି ବାଂଟିବା ଦ୍ୱାରା ହୋଇ ନଥାଏ । ଗରିବଙ୍କୁ ସଶକ୍ତୀକରଣ କରିବା ଦରକାର ତାଙ୍କର ସଶକ୍ତୀକରଣ ହେବା ଆବଶ୍ୟକ । ତାଙ୍କ ଭିତରେ ଦାରିଦ୍ର୍ୟକୁ ଅତିକ୍ରମ କରିବା ଅର୍ଥାତ ଗୋଟିଏ ପ୍ରକାର ମାନସିକତା ଗରିଦେବାକୁ ପଡିଥାଏ । ଆଉ ମୋତେ ଲାଗୁଛି କି ଯଦି ଏହି ସ୍ୱଭାବ ତାଙ୍କ ମଧ୍ୟରେ ସୃଷ୍ଟି କରିପାରିବା ତ ସେ କରିପାରିବେ । ଯେତେବେଳେ ଆମେ କିଛି କଥା କହିଥାଉ, ଶିକ୍ଷା ଦେଇଥାଉ, ଆୟୁଷ୍ମାନ ଭାରତ ଦ୍ୱାରା ସ୍ୱାସ୍ଥ୍ୟ କଥା କହିଥାଉ ତ ଗରିବକୁ ମଧ୍ୟ ଲାଗିଥାଏ କି ଏବେ ମୋ ଦିନ ଆସିଯାଇଛି, ମୁଁ ଆଗକୁ ବଢ଼ି ପାରିବି । ମୋ ମାଆ-ବାପା ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଇଛନ୍ତି, ମୁଁ ନିଜ ପିଲାମାନଙ୍କୁ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଇବାକୁ ବାଧ୍ୟ କରିବି ନାହିଁ । ଏହି ବାତାବରଣ ମୁଁ ଦେଖୁଛି ଆଉ ଯେଉଁ ଦିଗରେ ଚାଲୁଛେ । ବହୁତ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଇବାରେ ଲାଗିବ । ଦାରିଦ୍ର୍ୟରୁ ମୁକ୍ତି ମିଳିବାରେ ଲାଗିବ । ଆଉ ସେହି ଦିନ ଆସିବ ଯେତେବେଳେ ଆମେ ଜୀବିତ ଥାଉ ଥାଉ ନିଜ ଆଖି ଆଗରେ ଦେଖିପାରିବା, କି ଦେଶ ଦାରିଦ୍ର୍ୟ ମୁକ୍ତ ହୋଇଛି ।

ଉପସ୍ଥାପକ- ଧନ୍ୟବାଦ ମାନନୀୟ, ଆଜି ଦେଶକୁ ବଦଳୁଥିବା ଦେଖିକରି ଆଜି ଯେଉଁ ଯୁବକମାନେ ଅଛନ୍ତି, ସେମାନେ ହିଁ ବହୁତ ଉତ୍ସାହିତ ହୋଇ ପଡ଼ିଛନ୍ତି, ମାନନୀୟ ଇଏ ହେଉଛନ୍ତି ଅଙ୍କିତା, ଯିଏ କି ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ସେ ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି ।

ପ୍ରଶ୍ନ- ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ ହେଉଛି ଅଙ୍କିତା ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛି । ଆମର ସେଠାରେ ଅନେକ ଐତିହ୍ୟସ୍ଥଳ ଏବଂ ଉନ୍ନତମାନର ବେଳାଭୂମି ଅଛି । ଅନେକ ଥର ମୋ ମନକୁ ଆସେ କି ମୁଁ ଏଠାରେ ପର୍ଯ୍ୟଟନକୁ ପ୍ରେତ୍ସାହିତ କରିବା ପାଇଁ କିଛି କରିବି । କିନ୍ତୁ ପୁଣି କିଛି ବୁଝା ପଡ଼େ ନାହିଁ । ଆପଣଙ୍କ ମତରେ ଆମେ କେଉଁଭଳି ଭାବେ ଶିକ୍ଷାକୁ ପର୍ଯ୍ୟଟନ ସହିତ ଯୋଡ଼ି ଓଡ଼ିଶା ପାଇଁ କିଛି କରି ପାରିବା ।

ପ୍ରଧାନମନ୍ତ୍ରୀ- ପ୍ରଥମେ ତ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି କି ଆପଣଙ୍କର ଶିକ୍ଷାର ଏକ ପ୍ରଭାବ ଯାହା ମୁଁ ଦେଖିପାରୁଛି କି ଆପଣ ଓଡ଼ିଶାର ଶକ୍ତିକୁ ଜାଣିଛନ୍ତି ଆଉ ଆପଣ ତାହାକୁ କିଭଳି ଉପଯୋଗ କରାଯାଇ ପାରିବ, ତାଉପରେ ଚିନ୍ତା କରୁଛନ୍ତି । ମୋ ସମ୍ମୁଖରେ ମୁଁ ଦେଖୁଛି, ପଙ୍ଖା ଚାଲୁଛି । ଶ୍ରୀନଗରବାଲାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଏକଥା ଠିକ୍ କି ଆମ ଦେଶରେ ପର୍ଯ୍ୟଟନର ବହୁତ ସାମର୍ଥ୍ୟ ରହିଛି, କିନ୍ତୁ ଆମେ ପର୍ଯ୍ୟଟନ ସମ୍ବନ୍ଧରେ କିଛି ଉଦାସୀନତା ଦେଖାଉଛୁ । ପର୍ଯ୍ୟଟନର ପ୍ରଥମ ସର୍ତ୍ତ ହେଉଛି, କି ଆପଣଙ୍କୁ ନିଜ ଜିନିଷ ଉପରେ ଗର୍ବ କରିବା ଶିଖିବାକୁ ପଡ଼ିଥାଏ । ଆମର ଅଭ୍ୟାସ ହେଉଛି କି ଆମର ତ ସବୁକିଛି ହେଉଛି ବେକାର । ନାହିଁ ତାକିଛି ନୁହେଁ । ସେସବୁ ଠିକ୍ ଅଛି, ଯଦି ଆମେ ଆମକୁ ନ ଦେଖିବା, ସେ ନେଇ ଗର୍ବ କରିବା ନାହିଁ, ତ ଦୁନିଆ କାହିଁକି ଆସିବ ଭାଇ…ଆପଣ ଦେଖିଥିବେ ଦୁନିଆରେ ଯେଉଁଠାରେ ମଧ୍ୟ ପର୍ଯ୍ୟଟନ ବୃଦ୍ଧି ପାଇଛି । ଗୋଟିଏ ଛୋଟ ଖମ୍ବ ମଧ୍ୟ ଥିବ ତ ଗାଇଡ଼୍ ନେଇଯାଇ ସେ ବିଷୟରେ ସବୁ ଏଭଳି କଥା କହିବ, ଏଭଳି ଗୌରବ ଗାନ କରିବ କି ଆମକୁ ଲାଗିବ କି ଏଠାରେ କିଛି ନିଶ୍ଚୟ ଅଛି । ଆଉ ଆମେ… ହଁ ଭାଇ ହୋଇଥିବ… ଆରେ ଛାଡ଼ ବନ୍ଧୁ ସବୁ ଅର୍ଥ ବରବାଦ କରୁଛନ୍ତି… ଦେଖନ୍ତୁ ପର୍ଯ୍ୟଟନ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଯଦି କୌଣସି ଅର୍ଥବ୍ୟବସ୍ଥାର କୌଣସି କ୍ଷେତ୍ର ଅଛି, ତ ତାହା ହେଉଛି ପର୍ଯ୍ୟଟନ । ଟ୍ରିଲିୟନ୍ସ ଅଫ୍ ଡଲାରର ବ୍ୟବସାୟ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପାଉଛି ଆଉ ବଢ଼ିବାକୁ ଯାଉଛି । ଦୁନିଆକୁ ମୋର ସଠିକ ଭାବେ ମନେ ଅଛି ବହୁତ ବର୍ଷ ପୂର୍ବେ ଆମେରିକା ସରକାରଙ୍କର ନିମନ୍ତ୍ରଣରେ ଥରେ ଆମେରିକା ଯାଇଥିଲି, ତ ସେମାନେ ପଚାରିଲେ, ଆପଣଙ୍କର କେଉଁଥିରେ ଆଗ୍ରହ ରହିଛି । ମୁଁ କଣ ଲେଖିକରି ପଠାଇଥିଲି, ଜଣା ନାହିଁ, ମୋ ଭଳି ମଣିଷ ପ୍ରଥମରୁ ମିଳି ନଥିବ ବୋଧେ, ମୁଁ ସେମାନଙ୍କୁ କହିଲି କି ମୋତେ ଗାଁକୁ ଯାଇ ଆପଣଙ୍କର ଏଠାରେ କିଭଳି ଚାଷବାସ ପଦ୍ଧତି ରହିଛି, ତାହା ଦେଖିବାର ଅଛି । ପୁଣି ମୁଁ କହିଲି କି ମୋତେ ସଂପୂର୍ଣ୍ଣ ଗ୍ରାମୀଣ ଅଂଚଳରେ ଯଦି କେଉଁଠି ସ୍କୁଲ ଅଛି, ତାହା ଦେଖିବାର ଅଛି । ତୃତୀୟରେ କହିଲି କି ଗାଁ ମଝିରେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି, ମୋଟାମୋଟି ଭାବେ ଯେଉଁଠି ଗାଁରେ ଛୋଟ-ଛୋଟ ବସ୍ତି ଅଛି, ତାହା ମୋତେ ଦେଖିବାର ଅଛି । ଆଉ ଚତୁର୍ଥରେ ମୁଁ କହିଲି କି ଆମେରିକାର ସବୁଠାରୁ କୌଣସି ପୁରାତନ ଜିନିଷ ଅଛି, ଯେଉଁଥିପାଇଁ ଆମେରିକା ଗର୍ବ କରିଥାଏ, ତ ତାକୁ ମୋର ଦେଖିବାର ଅଛି । ଏବେ ଆମର ଏଠାରେ କୌଣସି ଗଳିରେ ଯାଅ, ତ ସେମାନେ  କହିବେ କି ହେଉଛି ଦୁଇ ହଜାର ବର୍ଷ ପୁରୁଣା, 3 ହଜାର ବର୍ଷ ପୁରୁଣା । କେତେ ମହାନ ପରମ୍ପରା ଆମ ପାଖରେ ଅଛି କିନ୍ତୁ ଆମେ ଏହାକୁ ଯେତିକି ଧ୍ୟାନର ସହିତ ବିଚାର କରିବା ଦରକାର କରି ନାହେଁ । ପର୍ଯ୍ୟଟନ ବହୁତ ରୋଜଗାରର ସୁଯୋଗ ଦେଇଥାଏ । ଏବେ ଆପଣ ଦେଖନ୍ତୁ ଓଡ଼ିଶା ଏତେ ଧନାଢ଼୍ୟ ଅଟେ, ବହୁତ ଧନୀ ଅଟେ । ସେଠାକାର ବେଳାଭୂମିକୁ ଦେଖନ୍ତୁ, ସ୍ଥାପତ୍ୟକୁ ଦେଖନ୍ତୁ, କୋଣାର୍କ ଦେଖିନିଅନ୍ତୁ, ଟେକ୍ନୋଲଜି ଦୃଷ୍ଟିକୋଣରୁ ମଧ୍ୟ ସେଠାରେ ଅନେକ ନୂତନତା ଅଛି । ତାଙ୍କୁ ଜଣାଅଛି କି ସେହି ନିର୍ମାଣକାରୀ 2000 ବର୍ଷ ପୁରୁଣା ହୋଇଥିବେ । ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ଅଦ୍ଭୁତ ଜିନିଷ । ଆମକୁ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଦରକାର । ଏହି କଥା ଠିକ ଯେ ବିଗତ କିଛି ସମୟ ଧରି ଆମ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି, ଆଗରୁ ପ୍ରାୟ 70 ହଜାର ପର୍ଯ୍ୟଟକ ଆସୁଥିଲେ, ଏ ବର୍ଷ 1କୋଟି ପର୍ଯ୍ୟଟକ ଆସିଛନ୍ତି, ଆଗରୁ ବିଦେଶରୁ 18 ନିୟୁତ ଡଲାର ଏହି ପର୍ଯ୍ୟଟକମାନେ ଯେଉଁ ଆସୁଥିଲେ, ଆମକୁ ବିଦେଶୀମୁଦ୍ରା ପ୍ରାପ୍ତ ହେଉଥିଲା । ଏବେ ତାହା 27 ନିୟୁତରେ ପହଂଚିଛି । ଅର୍ଥାତ 50 ପ୍ରତିଶତ ବୃଦ୍ଧି ହୋଇଛି । ତ ପର୍ଯ୍ୟଟକ ଆସୁଛନ୍ତି, ଭାରତର ଆକର୍ଷଣ ବଢ଼ିଛି । କିନ୍ତୁ ସ୍ୱଚ୍ଛତା ସେଥିରେ ଏକ ବହୁତ ବଡ଼ ଶକ୍ତି ପ୍ରଦାନ କରିଛି । ନାଗରିକଙ୍କର ସ୍ୱଭାବ ମଧ୍ୟ ପର୍ଯ୍ୟଟକଙ୍କୁ ସ୍ୱୀକାର କରିବା ଭଳି ହେବା ଦରକାର ଆଉ ଆପଣ ଯେଉଁ ବିଦ୍ୟାର୍ଥୀ ମୋ ସହିତ ପଢ଼ୁଛନ୍ତି, ଓଡ଼ିଶା ସହିତ ଯୋଡ଼ି ହେବାକୁ ଯାଉଛନ୍ତି, ଟେକ୍ନୋଲଜି ସହିତ ଯୋଡ଼ି ହେବାକୁ ଯାଉଛନ୍ତି । ମୁଁ ମାନୁଛି କି ଉବେରର ଲାଇନ୍ ରେ ଆପଣ ଯୁବକମାନେ ଏକ ବହୁତ ବଡ଼ ବ୍ୟବସାୟ ଆରମ୍ଭ କରି ପାରିବେ ପର୍ଯ୍ୟଟନକୁ ଉବେର ଲାଇନ୍ ରେକେଉଁ ପରିବାର ହୋମ ଷ୍ଟେଦେବାକୁ ଚାହୁଁଛନ୍ତି ତାହା ଉବେର ହେଉ, କୌଣସି ମଧ୍ୟ ବ୍ୟକ୍ତି ଏକ ଏଭଳି ଆପ୍ସ ତିଆରି କରି ପାରିବେ କି ଯଦି ସେମାନେ ଭାରତରେ ପର୍ଯ୍ୟଟନ ଚାହାଁନ୍ତି ତାହା ନିଜ ଘରୁ ବାହାରି ପୁଣି ନିଜ ଘରେ ବହଂଚିବା ପର୍ଯ୍ୟନ୍ତ ଆପଣ ଉବେର ଭଳି ଏକ ସଂପୂର୍ଣ୍ଣ ମେକାନିଜମ୍ ବିକଶିତ କରି ପାରିବେ । ଆଉଟସୋର୍ସ କରି କ୍ରାଉଡ଼୍ ସୋର୍ସିଂ କରି ଆପଣ ଦୁନିଆକୁ ଯୋଡ଼ି ପାରିବେ । ଆଉ ମୁଁ ଚାଲେଂଜ କରୁଛି କି ଆଜିର ଯୁବକମାନଙ୍କୁ ଉବେର ଭଳି ସାରା ଦେଶରେ କୌଣସି ହୋମ୍ ଷ୍ଟେଦେବାର ଅଛି, ଆପଣଙ୍କ ନିଜ ରାଜ୍ୟରେ ହିନ୍ଦୁସ୍ଥାନରେ ଆପଣଙ୍କୁ ଆଜି କେତୋଟି ହୋଟେଲର କୋଠରୀ ଅଛି, ତାଠାରୁ ଦଶ ଗୁଣା ଅଧିକ କୋଠରୀ ହୋମ୍ ଷ୍ଟେରେ ନୂତନ ଭାବେ ମିଳିଯିବ । ମୁଁ ଏବେ ବନାରସରେ ପ୍ରବାସୀ ଭାରତୀୟ ଦିବସର କାର୍ଯ୍ୟକ୍ରମ କରିଥିଲି, ମୁଁ ହେଉଛି କାଶୀର ସାଂସଦ, ଲୋକମାନଙ୍କୁ ମୁଁ କହିଥିଲି ଆଉ ମୁଁ ଆଶ୍ଚର୍ଯ୍ୟ ଥିଲି ଆଜ୍ଞା, ହଜାର ହଜାର ସଂଖ୍ୟାରେ ଲୋକ ଆସିଲେ କି ବିଦେଶର ଅତିଥିମାନଙ୍କୁ ଆମେ ଗୋଟିଏ କୋଠରୀ ଦେବା ନିଜ ଘରେ । ଏବେ ଏହା ଧୀରେ ଧୀରେ କାଶୀର ହୋମ୍ ଷ୍ଟେର  ବହୁତ ବଡ଼ ବ୍ୟବସାୟରେ ବିକଶିତ ହୋଇଯିବ । ସେମାନଙ୍କର ମଧ୍ୟ ଅଭ୍ୟାସରେ ପଡ଼ିଗଲା, ଆମେମାନେ ମଧ୍ୟ ହୋମ୍ ଷ୍ଟେଆଜି ସମଗ୍ର ଦୁନିଆରେ ବହୁତ ଲୋକପ୍ରିୟ ହୋଇଛେ । ଯଦି ଆମେ ଏଭଳି ଉବେର ଭଳି ଆପ୍ସ ନିର୍ମାଣ କରି ଏହି କଥାକୁ ଆଉ ମୁଁ ଚାହିଁବି କି ମୋ ସାମ୍ନାରେ ଏତେ ସଂଖ୍ୟକ ଯୁବକମାନେ ଅଛନ୍ତି ଟେକ୍ନୋଲୋଜି ସହିତ ଜଡ଼ିତ ଥିବା ଯୁବକମାନେ ଅଛନ୍ତି, ଆସନ୍ତୁ ଆପଣ ମୈଦାନକୁ ଆସନ୍ତୁ ଉବେରଠାରୁ ମଧ୍ୟ ଆଗକୁ ଆପଣ ଯାଇ ପାରିବେ । ଏହି ବିଶ୍ୱାସ ମୁଁ ଆପଣମାନଙ୍କୁ ଦେଉଛି ।

ଉପସ୍ଥାପକ- ଧନ୍ୟବାଦ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ହେଉଛନ୍ତି ଗୁଜରାଟର, ଆଉ ଏବେ ଆମେ ଗୁଜରାଟ ହିଁ ଯିବା । ଗୁଜରାଟର ଏମ.ଏନ କଲେଜର ବିଜୟ କୁମାର ଆପଣଙ୍କଠାରୁ କିଛି ଜାଣିବାକୁ ଚାହୁଁଛନ୍ତି ।

ପ୍ରଶ୍ନ- ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର, ଗୁଜରାଟ ବିସ ନଗର ଏମ.ଏନ କଲେଜରୁ ବିଜୟ କୁମାର କହୁଛି । ସାର ଯେବେଠାରୁ ବଜେଟ୍ ଆସିଛି, ମୁଁ ଚାରିଆଡେ କୃଷକମାନଙ୍କ ପାଇଁ ଯେଉଁ ଯୋଜନା ଲାଗୁ କରାଯାଇଛି । ତାହାର ଚର୍ଚ୍ଚା ଶୁଣୁଛି, ବାସ୍ତବରେ କୋହି ଭାବି ନ ଥିଲେ କି କୃଷକମାନଙ୍କ ବିଷୟରେ ଏତେ ବଡ଼ ଯୋଜନା ଲାଗୁ କରାଯିବ ଆଉ ସାର ମୁଁ  ଶୁଣିଛି ଆପଣ ପଶ୍ଚିମ ବଙ୍ଗରେ ଏହା କହିଥିଲେ କି ଆଗାମୀ ଦଶ ବର୍ଷରେ ସରକାର କୃଷକମାନଙ୍କ ପାଇଁ 7 ଲକ୍ଷ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ସାର ମୋର ପ୍ରଶ୍ନ ହେଉଛି କି ସରକାର ଏତେ ଅର୍ଥ କେଉଁଠାରୁ ଆଣିବେ…ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ- ଆପଣ  ବିରୋଧୀ ଦଳର ସମ୍ବାଦପତ୍ର ପଢି ଚାଲିଛନ୍ତି, ଛାଡନ୍ତୁ ଆପଣ ହେଉଛନ୍ତି ମୋ ଗାଁର ପଡୋଶୀ, ମୋ ଗାଁ ହେଉଛି ବଡନଗର, ଆପଣ ହେଉଛନ୍ତି ବିସ ନଗରର । ଠିକ୍ ଆଖ ପାଖରେ ହିଁ ହେଉଛି ଆମ ଦୁହିଁଙ୍କର ଗାଁ, ସେଠାରୁ ଆପଣ କହୁଛନ୍ତି । ମୋତେ ଖୁସି ଲାଗୁଛି ଯେ, ବିସ ନଗରରୁ ନିଜ ଗାଁର ସ୍ମୃତିକୁ ଆଜି ମୋଦୀ ତାଜା କରି ପାରୁଛି । ଏକଥା ସତ ଯେ ଆପଣ ଯେଉଁ ଅଂଚଳର ସେଠାରେ କୃଷକଙ୍କ ବହୁତ ସମସ୍ୟା ଅଛି, ବହୁତ ଜଳ କଷ୍ଟ ଅଛି, ଗୋଟିଏ ପ୍ରକାରରେ ଦେଖିବାକୁ ଗଲେ ମରୁଡ଼ି ଅଂଚଳ ଆଉ ସେଠାରୁ ଆପଣ କହୁଛନ୍ତି । କାରଣ ମୁଁ ସେଠାରେ ଜନ୍ମ ହୋଇଛି ତ ମୋତେ ଜଣା ଅଛି । ବହୁତ ସମସ୍ୟା ବହୁଳ ସ୍ଥାନ । ଦେଖନ୍ତୁ ଆମ ଦେଶରେ ସଂସାଧନର କୌଣସି ଅଭାବ ନାହିଁ । ଦୁର୍ଭାଗ୍ୟ ଏହା ଯେ ଭାରତର ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଟିଏ ଯାଇଥାଏ ତ 15 ପଇସା ପହଂଚିଥାଏ । ଏବେ ଏହା ଲାଭ ହୋଇଛି କି 1 ଟଙ୍କା ପହଂଚୁଛି ସଂମ୍ପୂର୍ଣ୍ଣ 100 ପଇସା ପହଂଚୁଛି । ଏହା ହେଉଛି ସବୁଠାରୁ ବଡ଼ କାରଣ । ଦ୍ୱିତୀୟରେ ହେଉଛି ଯେତେବେଳେ ଆପଣ ଗୋଟିଏ ଗୋଟିଏ ପଇସାର ସଠିକ ଉପଯୋଗ କରୁଛନ୍ତି । ତ ଯେଉଁ ଟିକସ ଦାତା ଅଛନ୍ତି ସେମାନଙ୍କୁ ମଧ୍ୟ ସଚ୍ଚୋଟତାର ସହିତ ଟିକସ ଦେବାକୁ ମନ ହୋଇଥାଏ । କାରଣ ସେ ଦେଖିଥାଏ କି ମୋର ଅର୍ଥ ସଠିକ ଉପଯୋଗ ହୋଇଥାଏ । ଆପଣ କଳ୍ପନା କରି ପାରିବେ କି, ମୁଁ ଦେଶର ଲୋକଙ୍କୁ କହିଲି କି ଆପଣଙ୍କୁ ଗ୍ୟାସ ରିହାତିର ଆବଶ୍ୟକତା ନାହିଁ, ତ  ଛାଡି ଦିଅନ୍ତୁ ନା, କୌଣସି ଆଇନ କରି ନ ଥିଲୁ, କେବଳ ଅନୁରୋଧ କରିଥିଲି ଆଉ ମୋ ଦେଶର ପଚିଶ କୋଟି ପରିବାର ସେମାନଙ୍କର ଗ୍ୟାସ ରିହାତି ଛାଡି ଦେଲେ । ଆଉ ତାହାର ପରିଣାମ ଏହା ହେଲା କି ପଚିଶ କୋଟି ଗରିବ ପରିବାର ନିକଟରେ ଗ୍ୟାସ ପହଂଚିଲା । ଏବେ କାମ ହୋଇଗଲା । ଏତେ ଶକ୍ତି ଅଛି, ମୁଁ ଏବେ ରେଳବାଇରେ ବରିଷ୍ଠ ନାଗରିକଙ୍କୁ ରେଳ ଟିକଟରେ ରିହାତି ବା ଛାଡ ମିଳୁଛି, ତ ମୁଁ ଏଭଳି କହିଲି କି ଠିକ୍ ଅଛି ମୁଁ ରିହାତି ସରେଣ୍ଡର କରିବାକୁ ଚାହୁଂଛି, କୌଣସି ଆପତି ନାହିଁ । କୌଣସି ଖବରକାଗରେ ମଧ୍ୟ ବାହାର କରି ନାହିଁ । ଯଦି ଫର୍ମ ବାହାର କରି ମୁଁ ଦେଖିଲି ଏହି ଦେଶରେ 42 ଲକ୍ଷ ଏଭଳି ଯାତ୍ରୀ ଅଛନ୍ତି ଯେଉଁମାନେ ରିହାତି ଛାଡି ଦେଇଛନ୍ତି । ରେଳବାଇକୁ ସଂମ୍ପୂର୍ଣ୍ଣ ଅର୍ଥ ଦେଲେ ନିଜ ଅର୍ଥ ଛାଡି ଦେଲେ । ଅର୍ଥ ଆସିଥାଏ । ଯଦି ଥରେ ସଚ୍ଚୋଟତାର ବାତାବରଣ ସୃଷ୍ଟି ହୋଇଥାଏ, ତ ଲୋକ ଅର୍ଥ ଦେବା ପାଇଁ ପ୍ରସ୍ତୁତ ହୋଇଥାନ୍ତି, ଅର୍ଥ ଯୋଗୁଁ କୌଣସି ପ୍ରତିବନ୍ଧକ କେବେ ଆସି ନ ଥାଏ । ଆଜି ଆମେ ଅନୁଭବ କରୁଛୁ, କି ଦେଶ ବହୁତ ଦ୍ରୁତ ଗତିରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି । ଆଉ ମୁଁ ଆପଣମାନଙ୍କୁ ଏକ ରହସ୍ୟ ବତାଇ ଦେଉଛି, କି ଆପଣଙ୍କର ଯେଉଁ ମୁଖ୍ୟ ସଚିବ ଅଛନ୍ତି ସେ କେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ପୂର୍ବରୁ ସେ ଡ଼କ୍ଟର ମନମୋହନ ସିଂହ ମହୋଦୟଙ୍କ ସହିତ କାର୍ଯ୍ୟ କରୁଥିଲେ । ଯେତେବେଳେ ମୁଁ ଆସିଲି ତ ମୁଁ ମଧ୍ୟ ତାଙ୍କୁ  ଛାଡୁ ନ ଥିଲି, ସେ ମୋତେ ଥରେ କହିଥିଲେ କି ସାହେବ ଆପଣ ଭାଷଣ ଦେବାକୁ ଯାଉଛନ୍ତି, ଆପଣ କୁହନ୍ତୁ ଆମ ଦେଶ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହେବ, ଦୁଇ ବର୍ଷ ପୂର୍ବେ ସେ ମୋତେ କହିଥିଲେ । ସେହି ଚିନ୍ତାଧାରା ମୋ ମନରେ ଥିଲା, ଆଉ ଆଜି ମୁଁ ଦେଖୁଛି କି ହିନ୍ଦୁସ୍ଥାନ, 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହୋଇ ରହିବ, ଆମର ଆଖି ଆଗରେ ହୋଇ ରହିବ ଆଉ ଏଥିପାଇଁ ଅର୍ଥର କୌଣସି ଅଭାବ ନାହିଁ । ସଠିକ ବ୍ୟବହାର ଆଉ ଆପଣମାନେ ସଠିକ ଭାବେ କହିଛନ୍ତି ଆଗାମୀ ଦଶ ବର୍ଷ ପାଇଁ ଆମେ ଯେଉଁ ଯୋଜନାଗୁଡିକ ଆମେ ଏହି ବଜେଟରେ କରିଛୁ । କୃଷକମାନଙ୍କୁ ଦଶ ବର୍ଷରେ ସାଢ଼େ 7 ଲକ୍ଷ କୋଟି ଟଙ୍କା, ସେମାନଙ୍କ ପକେଟକୁ ଯିବ ଆଜ୍ଞା, ସେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାର ଶକ୍ତିଶାଳୀ ହୋଇଯିବ ଆଉ ମୋର ବିଶ୍ୱାସଅଛି କି ଏହି ଯୋଜନା ଦ୍ୱାରା ଦେଶର କୃଷକ ଏକ ଆତ୍ମ ବିଶ୍ୱାସର ସହିତ ଆଗକୁ ବଢିବ । ଧନ୍ୟବାଦ….

ଉପସ୍ଥାପକ- ବହୁତ ବହୁତ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ, ଏହି ସମୟରେ ବହୁତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ଯାଇଛନ୍ତି ଆଉ ଆପଣଙ୍କୁ ସେମାନେ ଶୁଣିଲେ, ସ୍କ୍ରିନରେ ଆପଣଙ୍କୁ ଦେଖି ପାରୁଛନ୍ତି । ବହୁତ ବହୁତ ଧନ୍ୟବାଦ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଉ ସେମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ଜାଗ୍ରତ କରିବା ପାଇଁ, ଆଉ ରାଷ୍ଟ୍ରକୁ ନୂତନ ଆଲୋକ ଦେବା ପାଇଁ, ନିଜକୁ ଦେଶର ପ୍ରଧାନ ସେବକ ଭାବୁଥିବା ମାନନୀୟ ପଧାନମନ୍ତ୍ରୀ ମହୋଦୟ ଦେଶର ସେବାରେ ମନ ପ୍ରାଣ ଦେଇ ଲାଗିଛନ୍ତି । ଯେଉଁ ଯୁବକମାନଙ୍କ ସହିତ କଥା ହେବା ପାଇଁ ମୋତେ ସୁଯୋଗ ମିଳିଲା, ଆଜି ଆପଣ ସମସ୍ତଙ୍କ ଆତ୍ମ ବିଶ୍ୱାସ ଏବଂ ଭବିଷ୍ୟତ ପ୍ରତି ଆପଣମାନଙ୍କର ଯେଉଁ ସକାରାତ୍ମକତା ଯାହା ମୋ ଅନୁଭବରେ ଆସିଛି, ମୋ ପାଇଁ ହେଉଛି ଉତ୍ସାହଜନକ, ତାହା ମୋର ଉର୍ଜା ବଢ଼ାଇବ । ମୁଁ ସର୍ବପ୍ରଥମେ ତ ଏହି ପ୍ରଶ୍ନକର୍ତ୍ତା ଏବଂ କାର୍ଯ୍ୟକ୍ରମରେ ଆସିଥିବା ସାରା ଦେଶର ଯୁବକମାନଙ୍କୁ କୃତଜ୍ଞତା ଜଣାଉଛି । ସମଗ୍ର ଦେଶର ଯେଉଁ ସାଥୀ ଏକାଠି ହୋଇଛନ୍ତି ସେମାନଙ୍କୁ ମୁଁ କହିବି କି ଏଠାରେ ଶ୍ରୀନଗରରେ ତାପମାତ୍ରା ବହୁତ ତଳେ ଅଛି । ହୋଇପାରେ ରାତି ହେଉ ହେଉ ତାପମାତ୍ର ବିଯୁକ୍ତ ଆଡକୁ ଚାଲିଯିବ । ଏହା ସତ୍ତ୍ୱେ ଏଠାରେ ମୋର ଯୁବ ସାଥୀ ଅନେକ କାଶ୍ମୀରୀ ଭାଇ-ଉଣୀମାନେ ଉପସ୍ଥିତ ଅଛନ୍ତି । ଏହା କାଶ୍ମୀରର ଉତ୍ସାହକୁ ଦେଖାଉଛି । କାଶ୍ମୀର ଲୋକଙ୍କ ଭାବନାକୁ ଦେଖାଉଛି ।

ମଞ୍ଚ ଉପରେ ବିରାଜମାନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଶ୍ରୀମାନ ସତ୍ୟପାଲ ମଲିକ ମହୋଦୟ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଡ଼କ୍ଟର ଜିତେନ୍ଦ୍ର ସିଂହ, ଏଠାରେ ଉପସ୍ଥିତ ମୋର ସମସ୍ତ ଭାଇ ଓ ଭଉଣୀମାନେ ।

ସାଥୀଗଣ, ଆଜି ଯେତେବେଳେ ମୁଁ ଶ୍ରୀନଗର ଆସିଛି ଶହିଦ ନଜିର ଅହମ୍ମଦ ବାନିଙ୍କ ସମେତ ସେହି ଶହ ଶହ ବୀରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ଯେଉଁମାନେ ଶାନ୍ତି ପାଇଁ, ରାଷ୍ଟ୍ରର ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଶହିଦ ନଜିର ଅହମ୍ମଦ ବାନି ତାଙ୍କର ସେହି ଅଦମ୍ୟ ସାହସ ଏବଂ ବୀରତ୍ୱ ପାଇଁ କୃତଜ୍ଞ ରାଷ୍ଟ୍ର ତାଙ୍କୁ ଅଶୋକଚକ୍ରରେ ସମ୍ମାନିତ କରିଛି । ଶହିଦ ବାନିଙ୍କ ଭଳି ଯୁବକ ହିଁ ଜାମ୍ମୁ କାଶ୍ମୀର ଏବଂ ଦେଶର ପ୍ରତ୍ୟେକ ଯୁବକଙ୍କୁ ଦେଶ ପାଇଁ ଜିଇଁବା ଏବଂ ଦେଶ ପାଇଁ ସମର୍ପିତ ହେବା ପାଇଁ ରାସ୍ତା ଦେଖାନ୍ତି । ମୁଁ ଜାମ୍ମୁ କାଶ୍ମୀରର ଲକ୍ଷ ଲକ୍ଷ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି । ଯେଉଁମାନେ ବର୍ଷ ବର୍ଷ ପରେ ପଂଚାୟତ ଏବଂ ସ୍ୱାୟତ ଶାସନ ସଂସ୍ଥାରେ ନିର୍ବାଚନ କରାଇଲେ ଆଉ ନିଜର ପ୍ରତିନିଧି ବାଛିଲେ ।

ଗଣତନ୍ତ୍ର ପ୍ରତି ଆପଣମାନଙ୍କର ଏହି ନିଷ୍ଠା, ବିଦ୍ୱେଷରେ ଭରି ରହିଥିବା ଲୋକମାନଙ୍କ ପାଇଁ ହେଉଛି ଏକ ବହୁତ ବଡ଼ ସନ୍ଦେଶ । କିଛି ଲୋକଙ୍କ ଦ୍ୱାରା ନକରାତ୍ମକ ଭାବନା ପ୍ରସାରିତ କରିବାର ପ୍ରୟାସ ମଧ୍ୟରେ ଧମକକୁ ଖାତିର ନ କରି ଆପଣମାନେ ଯେଉଁ ସଂଖ୍ୟାରେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଂଚିଲେ ତାହା ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ, ଜାମ୍ମୁ କାଶ୍ମୀରର ବିକାଶର ଭାବନାକୁ ଆହୁରି ସୁଦୃଢ଼ କରୁଛି ।

ସାଥୀଗଣ, ଆଜି ମୋତେ ଏଠାରେ ପ୍ରାୟ 7 ହଜାର କୋଟି ଟଙ୍କାର ପରିଯୋଜନା ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଏହି ସମସ୍ତ ପ୍ରକଳ୍ପ ଶ୍ରୀନଗର ଏବଂ ଆଖପାଖ ଅଂଚଳର ଲୋକମାନଙ୍କର ଜୀବନକୁ ସହଜ ଓ ସରଳ କରିବାରେ ସାହାଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ସହିତ ଜଡ଼ିତ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଆପଣମାନଙ୍କୁ ବହୁତ ଅଭିନନ୍ଦନ ।

ସାଥୀଗଣ, ଯେପରିକି ଆପଣମାନେ ଦେଖିଲେ, ଶ୍ରୀନଗର ଦେଶର ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଏକ ବହୁତ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଧ୍ୟାନ ଦେଇଥିବେ କି ଚାରି-ସାଢ଼େ ଚାରି ବର୍ଷ ପୂର୍ବରୁ ଯେତେ ମଧ୍ୟ ବଡ଼ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଉଥିଲା, ଅବା ପୁଣି କେନ୍ଦ୍ର ସରକାର କୌଣସି ଯୋଜନା ଆରମ୍ଭ କରୁଥିଲେ, ତାସବୁକିଛି ଦିଲ୍ଲୀର ବିଜ୍ଞାନଭବନରେ ହେଉଥିଲା । କିନ୍ତୁ ଆମେ ପୁରୁଣା ସରକାରଙ୍କ ସଂସ୍କୃତିକୁ ହିଁ ବଦଳାଇ ଦେଇଛୁ ।

ଆମ ସରକାର ଆୟୂଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଝାଡ଼ଖଣ୍ଡରୁ କରିଥିଲେ, ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ ଉତ୍ତରପ୍ରଦେଶରୁ କଲେ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପଶ୍ଚିମବଙ୍ଗ ଯାଇ କଲୁ, ହସ୍ତତନ୍ତ ସହିତ ଜଡ଼ିତ ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ ତାମିଲନାଡ଼ୁରୁ କଲୁ, ବେଟୀ ବଚାଓ ବେଟୀ ପଢ଼ାଓର ଶୁଭାରମ୍ଭ ହରିୟାଣାରୁ, ପୋଷଣ ଅଭିଯାନର ଶୁଭାରମ୍ଭ ରାଜସ୍ଥାନ ଯାଇ କଲୁ ।

ଏବେ ଆଜି ସମଗ୍ର ଦେଶ ସହିତ ଜଡ଼ିତ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଆମେ ସମସ୍ତେ ଆଜି ଶ୍ରୀନଗରରେ ଉପସ୍ଥିତ ଅଛୁ ଆଉ ସାରା ଦେଶରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଶ୍ରୀନଗର ମାଟିରୁ କରୁଛୁ । ଆଜି ଏଠାରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅର୍ଥାତ ରୁସାର ଦ୍ୱିତୀୟ ପର୍ଯ୍ୟାୟ ସହିତ ଜଡ଼ିତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହିଠାରୁ ସାରା ଦେଶର 70 ନୂତନ ମଡେଲ ଡିଗ୍ରୀ କଲେଜ, 11 ପ୍ରଫେସନାଲ କଲେଜ, ଏକ ମହିଳା ବିଶ୍ୱବିଦ୍ୟାଳୟ, 60ରୁ ଅଧିକ ଉଦ୍ୟମୀଙ୍କ ନବସୃଜନ ଏବଂ କ୍ୟାରିୟର ହବ୍ କୁ ଶିଳାନ୍ୟାସ ଏବଂ ଉଦ୍ଘାଟନ କରାଯାଇଛି । ଏଥିମଧ୍ୟରୁ ଅନେକ ସଂସ୍ଥାନ ଏହି ଜାମ୍ମୁ କାଶ୍ମୀର ପାଇଁ ମଧ୍ୟ ଅଛି ।

ସାଥୀଗଣ, ଏହା ଦେଖାଇଥାଏ କି ନିଉ ଇଣ୍ଡିଆ କେଉଁ ଦିଗରେ ଚାଲୁ ରହିଛି । ନୂତନ ଭାରତ ନିର୍ମାଣ ପାଇଁ ଆମର ରାସ୍ତା ସବୁ କଣ । ଗବେଷଣା, ନବସୃଜନ, ଅଙ୍କୁରଣ କିମ୍ବା ଷ୍ଟାର୍ଟଅପ୍ ପାଇଁ ଏକ ନୂତନ ମାନସିକତା ଦେଶରେ ବିକଶିତ କରାଯାଉଛି । ସମଗ୍ର ଦେଶର ସ୍କୁଲଗୁଡ଼ିକରେ କରାଯାଉଥିବା ଅଟଳ ନବୋନ୍ଵେଷ ପ୍ରୟୋଗଶାଳା, ଅଟଳ ନବୋନ୍ମେଷ କେନ୍ଦ୍ରକୁ ଜୟ ଜୱାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ଆମର ସଂକଳ୍ପ ଆହୁରି ଅଧିକ ସଶକ୍ତ ହେଉଛି । ଏହି ସଶକ୍ତୀକରଣର ସାକ୍ଷୀ ଆମର ଶ୍ରୀନଗର ହୋଇଛି, ଜାମ୍ମୁ କାଶ୍ମୀର ହୋଇଛି ।

ସାଥୀଗଣ, ଏହା ହେଉଛି ଷ୍ଟାର୍ଟଆପ୍ସ ଇଣ୍ଡିଆ ଅଭିଯାନର ହିଁ ପ୍ରଭାବ କି ଆଜି ଭାରତ, ଚୀନ ଏବଂ ଆମେରିକା ପରେ ତୃତୀୟ ସର୍ବବୃହତ ଷ୍ଟାର୍ଟ ଅପ୍ସ ରାଷ୍ଟ୍ର ହୋଇ ଯାଇଛି । ବିଗତ ତିନି-ଚାରି ବର୍ଷ ମଧ୍ୟରେ 15 ହଜାରରୁ ଅଧିକ ଷ୍ଟାର୍ଟ ଆପ୍ସ ଚିହ୍ନଟୀକରଣ କରାଯାଇ ସାରିଛି । ଏଥିରୁ ମଧ୍ୟ ପ୍ରାୟ 50 ପ୍ରତିଶତ ଷ୍ଟାର୍ଟ ଆପ୍ସ ଟାୟର-ୱାନ, ଟାୟର-ଟୁ ସହରମାନଙ୍କରେ ସ୍ଥାପିତ ହୋଇସାରିଛି ।

ସାଥୀଗଣ, ଷ୍ଟାର୍ଟ ଅପ୍ସ୍ ସହିତ ଦେଶ ଏମାନଙ୍କର ଗ୍ରାମୀଣ ଅଂଚଳଗୁଡ଼ିକରେ ଟେକ୍ନୋଲଜିର ବିସ୍ତାର ମଧ୍ୟ ଆମର ପ୍ରାଥମିକତା ହିସାବରେ ରହିଛି । ଆଜି ସମଗ୍ର ଦେଶରେ ତିନି ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ଗ୍ରାମୀଣ ଅଂଚଳଗୁଡ଼ିକୁ ଡିଜିଟାଲ ସେବା ପ୍ରଦାନ ତ କରୁଛି ହିଁ, ଲକ୍ଷ ଲକ୍ଷ ଯୁବକମାନଙ୍କୁ ରୋଜଗାର ସହିତ ମଧ୍ୟ ଯୋଡ଼ୁଛି । ଆଜି ବାନ୍ଦିପୁରାରେ ରାଜ୍ୟର ପ୍ରଥମ ବିପିଓ ମଧ୍ୟ ଖୋଲି ଯାଇଛି ଏହାଦ୍ୱାରା ଯୁବକମାନଙ୍କ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ ହେବ ।

ଭାଇ ଓ ଭଉଣୀମାନେ, ଯେତିକି ମଧ୍ୟ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦ୍ଘାଟନ ଆଜି କରାଯାଇଛି । ଏଗୁଡ଼ିକ ଦେଶର ଏଭଳି ଅଂଚଳଗୁଡ଼ିକରେ ଆରମ୍ଭ କରାଯାଉଛି, ଯେଉଁଗୁଡ଼ିକ ବିକାଶର ଦୌଡ଼ରେ ଆଗକୁ ବଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରୁସାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ତିନିଶହ ପଂଚସ୍ତରୀ ଜିଲ୍ଲାଗୁଡ଼ିକରେ ଉତ୍କୃଷ୍ଟ ଶିକ୍ଷଣ ସଂସ୍ଥାନ ପ୍ରସ୍ତୁତ କରାଯାଉଛି । ସୁଯୋଗର ସମାନତା ଆଡ଼କୁ ଏହା ହେଉଛି ଆଉ ଏକ ବଡ଼ ପଦକ୍ଷେପ । ମୋର ବିଶ୍ୱାସ ରହିଛି କି ଏ ସମସ୍ତ ଜିଲ୍ଲାଗୁଡ଼ିକର ଯୁବକମାନଙ୍କୁ ଯେତେବେଳେ ନିଜର ଘର ପାଖରେ ହିଁ ଭଲ ସଂସ୍ଥାନ ମିଳିଯିବ ତ ନିଜର ପ୍ରତିଭାକୁ ଆହୁରି ଅଧିକ ପ୍ରସ୍ଫୁଟିତ କରି ପାରିବେ, ନିଜର ଦକ୍ଷତାକୁ ଆହୁରି ଅଧିକ ଭଲ ଭାବେ ପ୍ରତିପାଦିତ କରିପାରିବେ ।

ସାଥୀଗଣ, ଯେତେବେଳେ ମୁଁ ନିଉ ଇଣ୍ଡିଆର ଆତ୍ମବିଶ୍ୱାସ ସମ୍ପର୍କରେ କଥା କହୁଛି ତ ତାପଛରେ ଏକ ସୁଦୃଢ଼ ଆଧାର ରହିଥାଏ । ଜାମ୍ମୁ କାଶ୍ମୀରର ଝିଅ ନଅ ବର୍ଷର ତଜାମୁଲ ଇସଲାମଙ୍କ ଭଳି ଦେଶର ଅନେକ ସାଥୀ ରହିଛନ୍ତି ଯେଉଁମାନେ ଅସୁବିଧା ପରିସ୍ଥିତିରେ ମଧ୍ୟ କିଛି କରିବା ପାଇଁ ଆଗକୁ ବଢ଼ନ୍ତି ।

କେନ୍ଦ୍ର ସରକାର ଆପଣ ସମସ୍ତ ଯୁବ ସାଥୀଙ୍କର ଏହି ଉତ୍ସାହ, ଏହି ଉଦ୍ଦୀପନାକୁ ଆହୁରି ଅଧିକ ଉଡ଼ାଣ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଏକ ବହୁତ ବଡ଼ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦେଶରେ ଚଲାଉଛନ୍ତି । ଛୋଟ-ଛୋଟ ସହର, ଅଂଚଳମାନଙ୍କରେ କ୍ରୀଡ଼ାର ଉନ୍ନତ ସୁବିଧା ପ୍ରସ୍ତୁତ କରାଯାଉଛି । ଏଠାରେ ଜାମ୍ମୁ କାଶ୍ମୀରର 22ଟି ଜିଲ୍ଲାରେ ମଧ୍ୟ ବହୁବିଧ କ୍ରୀଡ଼ା ହଲ୍ କରିବାର ଯୋଜନା ଆରମ୍ଭ କରାଯାଇଛି । ଆଜି ମଧ୍ୟ ଗାନ୍ଦରବଲରେ ଏହିଭଳି ଏକ ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ କରାଯାଇଛି ।

ସାଥୀଗଣ, ଜାମ୍ମୁ କାଶ୍ମୀରରେ ବିଗତ 7-8 ମାସରେ ବିକାଶର ଗତିକୁ ଦ୍ରୁତ କରିବା ପାଇଁ ପ୍ରୟାସ କରାଯାଇଛି । ଏଠାକାର ସାଧାରଣ ମଣିଷଙ୍କର ଜୀବନ ସହଜ ହେଉ, ଏଥିପାଇଁ ଏଠାକାର ପ୍ରଶାସନ ଲାଗି ପଡ଼ିଛି । ମୋତେ ଅବଗତ କରାଯାଇଛି କି ଏଭଳି ଅନେକ ପ୍ରକଳ୍ପ ଯେଉଁଗୁଡ଼ିକ ଦଶ-ଦଶ, କୋଡ଼ିଏ-କୋଡ଼ିଏ ବର୍ଷ ଧରି ଅଟକି ପଡ଼ିଥିଲା, ସେଗୁଡ଼ିକୁ ମଧ୍ୟ ଏବେ ସଂପୂର୍ଣ୍ଣ କରାଯାଇ ସାରିଛି, ବିଗତ ଦୁଇ ମାସରେ ଶହ-ଶହ ଡାକ୍ତରଙ୍କର ନିଯୁକ୍ତି ହେଉ, କିମ୍ବା ବାରମୂଳାର ସେତୁ ହେଉ, ଏଭଳି ଅନେକ ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଛି । ମୁଁ ଜାମ୍ମୁ କାଶ୍ମୀରର ଜଣେ ଜଣେ ନାଗରିକଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି କି ଆପଣ ସମସ୍ତେ ଗତ ବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଧାରତ ସମୟ ପୂର୍ବରୁ ହିଁ ରାଜ୍ୟକୁ ଖୋଲା ମଳ ମୁକ୍ତ ଘୋଷଣା କରି ଦେଇଛନ୍ତି । ଆପଣମାନେ ହେଉଛନ୍ତି ଅଭିନନ୍ଦନର ପାତ୍ର । ମୋତେ ଅବଗତ କରାଯାଇଛି କି ଜାମ୍ମୁ କାଶ୍ମୀରକୁ ଦେଶର ଏଭଳି ପ୍ରଥମ ରାଜ୍ୟ କରାଇବାର ଲକ୍ଷ୍ୟ ରଖା ଯାଇଛି ଯେଉଁଠି ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପାଇପ୍ ଯୋଗେ ପାଣି ଉପଲବ୍ଧ ହେବ, ଏହି ପ୍ରୟାସ ହେଉଛି ଖୁବ ପ୍ରଶଂସନୀୟ ।

ସାଥୀଗଣ, ଆମ ସରକାରରେ ସ୍ଥିରୀକୃତ ସମୟସୀମା ମଧ୍ୟରେ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରାଯାଉଛି । ଆପଣ ସମସ୍ତଙ୍କର ମନେ ଥିବ କି ଲାଲକିଲ୍ଲାରୁ ମୁଁ ଏକ ହଜାର ଦିନ ମଧ୍ୟରେ ଦେଶର 18 ହଜାରରୁ ଅଧିକ ସେହି ଗାଁଗୁଡ଼ିକ ପର୍ଯ୍ୟନ୍ତ ବିଜୁଳି ପହଂଚାଇବାର ଘୋଷଣା କଲି ଯେଉଁଗୁଡ଼ିକୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଅନ୍ଧାରରେ ଦିନ ଅତିବାହିତ କରୁଥିଲେ । ସେହି ଲକ୍ଷ୍ୟକୁ ସମୟ ସୀମା ଭିତରେ ହିଁ ସଂପୂର୍ଣ୍ଣ କରାଯାଇ ସାରିଛି । ଏହା ପରେ ସୌଭାଗ୍ୟ ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଦେବାର ଅଭିଯାନ ଚାଲୁ ରହିଛି । ପ୍ରାୟ ଅଢ଼େଇ କୋଟି ସଂଯୋଗ ଦିଆଯାଇ ସାରିଛି ଆଉ ଖୁବ ଶୀଘ୍ର ରହିଯାଇଥିବା ଘରଗୁଡ଼ିକୁ ମଧ୍ୟ ଆଲୋକିତ କରାଯିବ । ମୁଁ ଖୁସି ଯେ ଜାମ୍ମୁ କାଶ୍ମୀରରେ ମଧ୍ୟ ଏବେ ପ୍ରାୟ ପ୍ରତ୍ୟେକ ପରିବାରଙ୍କ ପାଖରେ ବିଜୁଳି ସଂଯୋଗ ପହଂଚାଯାଇ ସାରିଛି । ଏଥିପାଇଁ ମୁଁ ଏଠାକାର ଲୋକଙ୍କୁ, ବିଦ୍ୟୁତ ବିଭାଗ ସହିତ ଜଡ଼ିତ ପ୍ରତ୍ୟେକ କର୍ମୀଙ୍କୁ, ପ୍ରତ୍ୟେକ ଇଂଜିନିୟରଙ୍କୁ ସହୃଦୟ ଶୁଭେଚ୍ଛା ଜ୍ଞାପନ କରୁଛି ।

ସାଥୀଗଣ, ଜାମ୍ମୁ କାଶ୍ମୀରରେ ପ୍ରତ୍ୟେକ ପରିବାରଙ୍କ ପାଖରେ ବିଜୁଳି ସଂଯୋଗ ପହଂଚାଯିବା ସହିତ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଦେବାର ପ୍ରୟାସ ମଧ୍ୟ କରାଯାଉଛି । ଲେହ, ଦା, କାରଗିଲ ହେଉ, ଜାମ୍ମୁ ହେଉ କିମ୍ବା ଏବେ ଶ୍ରୀନଗର ତିନୋଟି ସ୍ଥାନରେ ଆଜି ବିଜୁଳି ଉତ୍ପାଦନ ଏବଂ ଟ୍ରାନ୍ସମିଶନ ସହିତ ଜଡ଼ିତ ଅନେକ ବଡ଼ ବଡ଼ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ଗୋଟିଏ ହିଁ ଦିନରେ କରିବାର ସୁଯୋଗ ମୋତେ ମିଳିଛି । ଏଠାକାର ବିଜୁଳି ଆବଶ୍ୟକତାକୁ ଦେଖି ସ୍ୱାଧୀନତା ପରେ ପ୍ରଥମ ଥରପାଇଁ ଏତେ ବ୍ୟାପକ ସ୍ତରରେ କାମ ହେଉଛି । ଆମ ସରକାରଙ୍କର ଚେଷ୍ଟା ହେଉଛି କି ଆଗରୁ ଭାରତ ଅଧିକାର ପରିସରଭୁକ୍ତ ଯେଉଁ ପାଣି ଅଯଥାରେ ବୋହି ନଷ୍ଟ ହେଉଥିଲା, ତାହାର ପ୍ରତିଟି ବୁନ୍ଦାର ଉପଯୋଗ ଜାମ୍ମୁ କାଶ୍ମୀରର ମଙ୍ଗଳ ପାଇଁ  କିପରି କରାଯିବ, ଏହି ଚିନ୍ତାଧାରା ସହିତ ଅନେକଗୁଡ଼ିଏ ଶକ୍ତି ପ୍ରକଳ୍ପ ଏଠାରେ ଆରମ୍ଭ କରାଯାଇଛି ।

ସାଥୀଗଣ, ଏ ସମସ୍ତ ପ୍ରକଳ୍ପ ସମଗ୍ର ଦେଶରେ ଭିତ୍ତିଭୂମିକୁ ନେଇ ସରକାରଙ୍କର ପ୍ରାଥମିକତାର ହେଉଛି ପରିଣାମ, ସଡ଼କ ହେଉ, ବିଜୁଳି ହେଉ, ଶିକ୍ଷା ହେଉ, କିମ୍ବା ସ୍ୱାସ୍ଥ୍ୟ ମୌଳିକ ସୁବିଧାଗୁଡ଼ିକର ନିର୍ମାଣରେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଜାମ୍ମୁ କାଶ୍ମୀରର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜାମ୍ମୁ ଏବଂ ପୁଲୱାମାରେ ନିର୍ମିତ ହେଉଥିବା ଦୁଇଟି ଏମ୍ସର ଆଜି ହିଁ ଶିଳାନ୍ୟାସ କରାଯାଇଛି । ଏହି ଦୁଇଟି ସଂସ୍ଥାନରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।

ସାଥୀଗଣ, ଆମେ ଆଧୁନିକ ହାସ୍ପାତାଳ ତ ନିର୍ମାଣ କରୁଛି ହିଁ, ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆୟୂଷ୍ମାନ ଭାରତ ପିଏମଜେ ଚଲାଉଛୁ । ଦେଶର ଇତିହାସରେ ଏତେ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଗରିବମାନଙ୍କ ପାଇଁ କେବେ ହେଲେ ମଧ୍ୟ ହୋଇନାହିଁ । ଏହି ଯୋଜନା ମାଧ୍ୟମରେ ଗରିବମାନଙ୍କୁ ପ୍ରତ୍ୟେକ ବର୍ଷ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଇଛି ।

ଦେଶର ପ୍ରାୟ 50 କୋଟି ଗରିବ ଭାଇ ଭଉଣୀ ଏହି ପରିସର ମଧ୍ୟରେ ରହିଛନ୍ତି । ଯାହା ମଧ୍ୟରୁ 30 ଲକ୍ଷ ହିତାଧିକାରୀ ହେଉଛନ୍ତି ଜାମ୍ମୁ କାଶ୍ମୀରର ।

ସାଥୀଗଣ, ଆୟୂଷ୍ମାନ ଭାରତ ଯୋଜନା କାରଣରୁ ଏ ପର୍ଯ୍ୟନ୍ତ ଦେଶରେ 10 ଲକ୍ଷରୁ ଅଧିକ ଗରିବଙ୍କର ମାଗଣାରେ ଚିକିତ୍ସା କରାଯାଇ ସାରିଛି । ଏବେ ତ ଏହି ଯୋଜନାକୁ 100ଦିନ ମଧ୍ୟ ପୂର୍ଣ୍ଣ ହୋଇ ନାହିଁ । ଏତେ କମ୍ ସମୟ ମଧ୍ୟରେ 10 ଲକ୍ଷ ଲୋକଙ୍କର ଗୁରୁତର ଅସ୍ତ୍ରୋପଚାର ସେମାନଙ୍କର ଅସୁବିଧା ସମୟରେ ଗୋଟିଏ ପ୍ରକାରର ଯେଉଁମାନେ ଦୁଇ-ଦୁଇ, ତିନି-ତିନି ବର୍ଷ ଧରି ମୃତ୍ୟୁର ଅପେକ୍ଷା କରି ଆସୁଥିଲେ । ସେମାନଙ୍କୁ ଆଜି ନୂତନ ଜୀବନ ମିଳିବ । ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଦିନ ଦଶ ହଜାରରୁ ଅଧିକ ଆମର ଗରିବ ଭାଇ ଭଉଣୀମାନେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି । ଆଉ ଏହି ପଚାଶ କୋଟି ଲୋକ, ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ଯୋଜନା । ଆମେରିକା, କାନାଡ଼ା ଏବଂ ମେକ୍ସିକୋ ଏମାନଙ୍କର ସମୁଦାୟ ଜନସଂଖ୍ୟା ଯେତିକି ତାଠାରୁ ମଧ୍ୟ ଅଧିକ ଲୋକମାନଙ୍କ ପାଇଁ ହେଉଛି ଆମର ଏହି ଆୟୂଷ୍ମାନ ଭାରତ ଯୋଜନା । ଆପଣମାନେ କଳ୍ପନା କରି ପାରୁଥିବେ ଏହା ହେଉଛି କେତେ ବଡ଼ କାମ ।

ସାଥୀଗଣ, ଆୟୂଷ୍ମାନ ଭାରତ ଭଳି ଯୋଜନା ଏକ ଭାରତ ଶ୍ରେଷ୍ଠ ଭାରତର ହେଉଛି ଏକ ସର୍ବୋତମ ଉଦାହରଣ । କାହିଁକି ନା ଜାମ୍ମୁ କାଶ୍ମୀରର ହିତାଧିକାରୀ ଦେଶର ଯେ କୌଣସି ସ୍ଥାନରେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ । ଭାବିନିଅନ୍ତୁ, ଆପଣ ଏଠାରୁ ମୁମ୍ବାଇ ଯାଇଛନ୍ତି ଆଉ ରୋଗରେ ପଡ଼ିଗଲେ, ଆପଣ ଏଠାରେ ଯଦି ପଞ୍ଜିକୃତ ହୋଇଛନ୍ତି ତ ମୁମ୍ବାଇର ହାସ୍ପାତାଳରେ ମଧ୍ୟ ଆପଣ ଖର୍ଚ୍ଚ ନକରି ଏହି ଯୋଜନାର ଲାଭ ଉଠାଇ ପାରିବେ ।  ମୁମ୍ବାଇର କେହି ଯଦି ଏଠାକୁ ବୁଲାବୁଲି କରିବାକୁ ଆସିଛି କିଛି ଅସୁବିଧା ଆସିଗଲା, ସେ ଏଠାରେ ଲାଭ ଉଠାଇ ପାରିବ । ସରକାର ସମସ୍ତ ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି । ସଂସାଧନର ବୁଝାମଣାର ଏହି ଶକ୍ତି ହେଉଛି ଆମ ଦେଶର ସବୁଠାରୁ ବଡ଼ ଶକ୍ତି । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ଜଣେ ଅନ୍ୟଜଣଙ୍କର କାମରେ ଆସିପାରୁ, ଏହା ହେଉଛି ଭାରତର ଆତ୍ମା, ଏହା ହେଉଛି କାଶ୍ମୀରର ଭାବନା ।

ସାଥୀଗଣ, ଏହି କାଶ୍ମୀରୀୟତର ଦ୍ୱାହି ଦେଇ କହୁଛି କି ହିଂସା ସମୟରେ ଯେଉଁ କାଶ୍ମୀର ପଣ୍ଡିତ ଭାଇ ଭଉଣୀମାନଙ୍କୁ ଏଠାରୁ ନିଜର ଘର, ନିଜର ଜମି, ନିଜର ପୂର୍ବପୁରୁଷଙ୍କର ସ୍ମୃତିକୁ ଛାଡ଼ି ଯିବାକୁ ପଡ଼ିଥିଲା, ସେମାନଙ୍କୁ ସଂପୂର୍ଣ୍ଣ ସମ୍ମାନର ସହ ଏଠାରେ ପୁନଃସ୍ଥାପିତ କରାଯାଉ ।

ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ମାଧ୍ୟମରେ ଆମେ ଏଥିପାଇଁ ଚେଷ୍ଟା ଜାରି ରଖିଛୁ, ରାଜ୍ୟ ପ୍ରଶାସନ ବୈସୁ ଏବଂ ସେଫପୁରାରେ ଅସ୍ଥାୟୀ ଆବାସ ନିର୍ମାଣ କରିବା ପାଇଁ ଆରମ୍ଭ କରି ଦେଇଛୁ । ଆଜି ମୋତେ ବନ୍ଦିପୁରା ଏବଂ ଗାନ୍ଦେରବଲରେ ଅସ୍ଥାୟୀ ଆବାସର ସୁବିଧା ଯୋଗୁଁ ବିସ୍ତାର କରିବା ଭଳି ଯୋଜନାର ଶିଳାନ୍ୟାସ କରିବାର ସୁଯୋଗ ମିଳିଛି । ଏହି ଯୋଜନା ମଧ୍ୟ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜର ହେଉଛି ଗୋଟିଏ ଅଂଶ ।

ସାଥୀଗଣ, ଏଠାରେ ପ୍ରାୟ 7 ଶହ ଫ୍ଲାଟ ହୋଇଯିବା ପରେ ବିସ୍ଥାପିତ ପରିବାରଙ୍କ ପାଇଁ ନୂତନ ଛାତ ମିଳିବ । ସରକାରଙ୍କର ପ୍ରୟାସ ରହିବ କି ଯେଉଁମାନେ ମଧ୍ୟ ଏଠାକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଏବଂ ସମ୍ମାନର ସହିତ ଏଠାରେ ଜାଗା ମିଳିବ ।

ସାଥୀଗଣ, କାଶ୍ମୀର ବିସ୍ଥାପିତଙ୍କ ରୋଜଗାର ସୁଯୋଗ ଦେବା ପାଇଁ ସରକାର ହେଉଛନ୍ତି ପ୍ରତିବଦ୍ଧ । ବର୍ଷ 2015ରେ ଘୋଷିତ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅଧୀନରେ ରାଜ୍ୟ ପ୍ରଶାସନ ତିନି ହଜାର ନିଯୁକ୍ତିଙ୍କୁ ସ୍ୱୀକୃତି ଦେଇ ଦେଇଛନ୍ତି । ମୋର ବିଶ୍ୱାସ ରହିଛି କି ଖୁବ ଶୀଘ୍ର ଏହି ନିଯୁକ୍ତି ହୋଇଯିବ ।

ସାଥୀଗଣ, ଯେଭଳି କି ମୁଁ ପ୍ରଥମରୁ କହିଥିଲି କି ଜାମ୍ମୁ କାଶ୍ମୀରର ହିରୋ ଶହିଦ ନଜିର ମହମ୍ମଦ ଔରଙ୍ଗଜେବ ଏବଂ ତଜାମୁର ହୁସେନଙ୍କ ଭଳି ଯୁବକ ଅଛନ୍ତି । ଯେଉଁମାନେ ଶାନ୍ତି ଏବଂ ଦେଶର ଭବିଷ୍ୟତ ପାଇଁ ସମର୍ପିତ । ସେ ହେଉଛି ହିରୋ ଯେଉଁମାନେ ସ୍ୱପ୍ନକୁ ପୂରଣ କରିବା ପାଇଁ ବଂଚନ୍ତି ଆଉ ସେ ହେଉଛି ସବୁଠାରୁ ବଡ଼ ଭୀରୁ, ଯେଉଁମାନେ ଅନ୍ୟମାନଙ୍କର ସ୍ୱପ୍ନକୁ ଶେଷ କରିଦେଇଥାଏ ।

ଆଜି ସମଗ୍ର ଦେଶ ନିର୍ଦ୍ଦୋ, ହତିଆରଶୂନ୍ୟ, କାଶ୍ମିରୀ ପୁଅ, ଝିଅଙ୍କର ହତ୍ୟା ଦେଖି ଆକ୍ରୋଶ ମନୋଭାବ ନେଇ ଅଛନ୍ତି କେବଳ ଏଥିପାଇଁ ହିଁ ସେହି ଯୁବକମାନେ ଶାନ୍ତି ଚାହାଁନ୍ତି, ବଂଚିବାକୁ ଚାହାଁନ୍ତି ସେମାନଙ୍କୁ ଆତଙ୍କବାଦର ଶିକାର କରାଯାଉଛି । ଏହା ହେଉଛି ଏଠାକାର ଆତଙ୍କବାଦର ସତ୍ୟତା । ମୁଁ ଆଜି ଆପଣମାନଙ୍କୁ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ଆଉ ସମଗ୍ର ଦେଶକୁ ଏହି ବିଶ୍ୱାସ ଦେବାକୁ ଚାହୁଁଛି କି ଏହି ଆତଙ୍କର ସଂପୂର୍ଣ୍ଣ ଶକ୍ତି ସହିତ ମୁକାବିଲା କରାଯିବ । ପ୍ରତ୍ୟେକ ଆତଙ୍କବାଦୀମାନଙ୍କୁ ଦୃଢ ଜବାବ ଦିଆଯିବ । ସର୍ଜିକାଲ ଷ୍ଟ୍ରାଇକ୍ କରି ଆମେ ସଂପୂର୍ଣ୍ଣ ଦୁନିଆକୁ ଜଣାଇ ସାରିଛୁ କି ଏବେ ଭାରତର ନୂତନ ନୀତି ଏବଂ ନୂତନ ରୀତି ହେଉଛି କଣ ।

ଆମେ ଜାମ୍ମୁ କାଶ୍ମୀରରେ ମଧ୍ୟ ଆତଙ୍କବାଦର ଅଣ୍ଟା ଭାଙ୍ଗି ଭାଙ୍ଗିବୁ ଜାମ୍ମୁ କାଶ୍ମୀରର ବିକାଶ ଏଠାକାର ଲୋକମାନଙ୍କର ବିକାଶ, ଏହା ହେଉଛି ଆମର ପ୍ରାଥମିକତା, ଆଉ ସର୍ବଦା ହିଁ ରହିବ । ମୁଁ ଆଉ ଥରେ ପୁଣି ଆପଣ ସମସ୍ତଙ୍କ ଶିକ୍ଷା ସହିତ ଜଡ଼ିତ ଯୋଜନାଗୁଡ଼ିକୁ ପ୍ରାରମ୍ଭ କରିବା ପାଇଁ ସେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି । ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଉ ମୁଁ ବିଶ୍ୱାସ ଦେବାକୁ ଚାହୁଁଛି ଅଟଳ ବିହାରୀ ବାଜପେୟୀ ମହୋଦୟ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ଆମକୁ ତାଙ୍କ ବିରାସତରେ ଯେଉଁ କାମ ଦେଇଛନ୍ତି, ସେଥିରେ ତିଳେ ମାତ୍ର ପଛରେ ରହିବୁ ନାହିଁ । ସେହି ଭାବନାକୁ ଆମେ ସାକାର କରି ଦେଖାଇବୁ ଆଉ ଏଥିପାଇଁ ଏହା ହୁଏତ ଲଦ୍ଦାଖ ହେଉ, ହୁଏତ ଶ୍ରୀନଗର ହେଉ, ହୁଏତ ଜାମ୍ମୁ ହେଉ ପ୍ରତ୍ୟେକଟି ନାଗରିକଙ୍କୁ ସାଥୀରେ ନେଇ ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶର ମନ୍ତ୍ରକୁ ନେଇ ଆମେ ସେହି ଖୁସମିଜାଜ୍ କାଶ୍ମୀର, ଶାନ୍ତ କାଶ୍ମୀର, ସଂପୂର୍ଣ୍ଣ ହିନ୍ଦୁସ୍ଥାନକୁ ନିମନ୍ତ୍ରଣ ଦେଇଥିବା କାଶ୍ମୀର, ସବୁଜିମାଭରା ଏହି କାଶ୍ମୀରରେ ଖୁସମିଜାଜ୍ କାଶ୍ମୀରର ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଯାହା କିଛି ପଦକ୍ଷେପର ଆବଶ୍ୟକତା ଅଛି, ଆମେ ସେହି ପଦକ୍ଷେପ ଗ୍ରହଣ କରିବୁ ।

ଆମ ଏଠାକାର ପ୍ରତ୍ୟେକ ପରିବାର, ଆମ ଏଠାକାର ପ୍ରତ୍ୟେକ ପିଲା ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର ଜୀବନ୍ତ ସମ୍ବନ୍ଧ ରହିଛି । ସେହି ସମ୍ବନ୍ଧଗୁଡ଼ିକୁ ବଜାୟ ରଖି ଆମେ ଏହି କଥାକୁ ଆଗକୁ ବଢ଼ାଇବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରି ଚାଲିବା । ଏହି ଏକ ବିଶ୍ୱାସର ସହିତ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

 

**********