Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୈବପ୍ରଯୁକ୍ତି କ୍ଷେତ୍ରରେ ଭାରତ, ଫିନଲାଣ୍ଡ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଫିନଲାଣ୍ଡ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ଦେଇଛନ୍ତି । ମହତ୍ୱାକାଂକ୍ଷୀ ଶିଳ୍ପ ପରିଚାଳିତ ଅଭିନବ ଏବଂ ଅନ୍ତର୍ଜାତୀୟ ପ୍ରକଳ୍ପଗୁଡ଼ିକର ଗବେଷଣା ବିକାଶ ଏବଂ ନବୋନ୍ମେଷର ବ୍ୟାପକ କାର୍ଯ୍ୟ କ୍ଷେତ୍ରରେ ଲାଗୁ କରିବା ଏବଂ ଅର୍ଥ ଯୋଗାଣ ଲାଗି ଜୈବପ୍ରଯୁକ୍ତି କ୍ଷେତ୍ରରେ ଆପୋସ ସ୍ୱାର୍ଥ ଆଧାରରେ ସହଯୋଗ ନିମନ୍ତେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଲାଭ :

ଦୀର୍ଘକାଳୀନ ଗବେଷଣା, ବିକାଶ ଏବଂ ନବୋନ୍ମେଷ ସହଯୋଗ କରିବା ତଥା ଭାରତୀୟ ଓ ଫିନଲାଣ୍ଡ ସଂଗଠନ ମଧ୍ୟରେ ସହଯୋଗ ନେଟୱାର୍କ ପ୍ରତିଷ୍ଠା ଓ ସୁଦୃଢ଼ କରିବାରେ ସହାୟତା ପ୍ରଦାନ କରିବ । ଉଚ୍ଚ ଅନ୍ତର୍ଜାତୀୟ ମାନକର ଆବଶ୍ୟକତା ଆଧାରିତ ମହତ୍ୱାକାଂକ୍ଷୀ ମିଳିତ ପ୍ରକଳ୍ପକୁ ଅର୍ଥ ଯୋଗାଣ ଦ୍ୱାରା ବିଶ୍ୱସ୍ତରୀୟ ନବୋନ୍ମେଷୀ ଲାଭକୁ ଉଭୟ ଦେଶ ନିକଟରେ ପହଁଚାଇବାରେ ସହାୟତା କରିବା ଦୁଇ ଦେଶର ଉଦ୍ଦେଶ୍ୟ । ଏହାଦ୍ୱାରା ଦୁଇ ଦେଶର ବୈଜ୍ଞାନିକ, ଗବେଷକ ଏବଂ ଉଦ୍ୟୋଗ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ କରିବା ଏବଂ ଜ୍ଞାନ ସୃଷ୍ଟି କରିବାରେ ସହାୟତା ମିଳିପାରିବ ।

ବିବରଣୀ :

1. ନବୋନ୍ମେଷୀ ସହଯୋଗର କେନ୍ଦ୍ର ବିନ୍ଦୁ ରୂପରେ ଚିହ୍ନଟ କରିବା ଲାଗି ଡିବିଟି ଏବଂ ବିଜିନେସ ଫିନଲାଣ୍ଡ ଭାରତ ସରକାରଙ୍କ ଜୈବପ୍ରଯୁକ୍ତି ବିଭାଗର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗବେଷଣା ସହାୟତା ପରିଷଦ (ବିଆଇଆରଏସି) ସହିତ ମହତ୍ୱାକାଂକ୍ଷୀ ଶିଳ୍ପ ପରିଚାଳିତ ଅଭିନବ ଓ ଅନ୍ତର୍ଜାତୀୟ ପ୍ରକଳ୍ପକୁ ଅର୍ଥ ଯୋଗାଣ ଏବଂ କାର୍ଯ୍ୟାନ୍ୱୟନ ଲାଗି ସହଯୋଗ କରିବା ନିମନ୍ତେ ସହମତ ହୋଇଛନ୍ତି । ଆପୋସ ସ୍ୱାର୍ଥ ଆଧାରରେ ନିମ୍ନଲିଖିତ ଗବେଷଣା କ୍ଷେତ୍ର ଚିହ୍ନଟ କରାଯାଇଛି : –

  • ମିଶନ ନବୋନ୍ମେଷ; ବାୟୋଫ୍ୟୁଚର ମଂଚ; ଜୈବ ଇନ୍ଧନ; ଜୈବ ଶକ୍ତି; ବାୟୋମାସ ଆଧାରିତ ଉତ୍ପାଦ;
  • ଜୈବ ପ୍ରଯୁକ୍ତିର ପରିବେଶଗତ ଏବଂ ଶକ୍ତି ଅନୁପ୍ରୟୋଗ;
  • ଷ୍ଟାର୍ଟଅ ଏବଂ ପ୍ରଗତିଶୀଳ କମ୍ପାନୀଗୁଡ଼ିକର ବ୍ୟବସାୟିକ ବିକାଶ;
  • ଜୀବ ବିଜ୍ଞାନରେ ଶିକ୍ଷା ପ୍ରଯୁକ୍ତି ଏବଂ କ୍ରୀଡ଼ା;
  • ଜୀବ ବିଜ୍ଞାନ ଉଦ୍ୟୋଗର ଅନ୍ୟାନ୍ୟ କ୍ଷେତ୍ର

 

**************