Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ନରୱେ ମଧ୍ୟରେ ମହାସାଗର କଥାବାର୍ତ୍ତା ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ନରୱେ ମଧ୍ୟରେ ମହାସାରଗ କଥାବାର୍ତ୍ତା ଉପରେ ବୁଝାମଣା (ଏମଓୟୁ)କୁ ମଞ୍ଜୁର କରିଛନ୍ତି ।

ଲାଭ :

ଏହି ଏମଓୟୁ ଫଳରେ ମହାସାଗରୀୟ ଅର୍ଥବ୍ୟବସ୍ଥାର ବିକାଶ ସହ ଜଡ଼ିତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିପାରିବ । ମହାସାଗରୀୟ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ନରୱେ ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିଛି । ଏହା ନିକଟରେ ମତ୍ସ୍ୟପାଳନ, ହାଇଡ୍ରୋକାର୍ବନ, ଅକ୍ଷୟ ଶକ୍ତି, ସାମୁଦ୍ରିକ ସମ୍ପଦର ଉପଯୁକ୍ତ ଉପଯୋଗ ଏବଂ ସାମୁଦ୍ରିକ ପରିବହନ ଭଳି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ବିଶେଷଜ୍ଞତା ରହିଛି । ପ୍ରସ୍ତାବିତ ବୁଝାମଣା ଜରିଆରେ ଯୁଗ୍ମ ଟାସ୍କ ଫୋର୍ସ (ଜେଟିଏଫ)ର କାର୍ଯ୍ୟକ୍ରମ ମଧ୍ୟରେ ସମସ୍ତ ଅଂଶୀଦାରଙ୍କ ପାରସ୍ପରିକ ଲାଭ ପାଇଁ ହାଇଡ୍ରୋକାର୍ବନ ଏବଂ ଅନ୍ୟ ସାମୁଦ୍ରିକ ସମ୍ପଦର ଉପଯୋଗ ସହିତ ବନ୍ଦର ପରିଚାଳନା ଏବଂ ପର୍ଯ୍ୟଟନର ବିକାଶ ଭଳି କ୍ଷେତ୍ରରେ ସହଯୋଗ ଲାଗି ସୁଯୋଗ ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ । ମତ୍ସ୍ୟପାଳ ଏବଂ ଜଳଚାଷ କ୍ଷେତ୍ରରେ ନୂତନ ପ୍ରଯୁକ୍ତିକୁ ସାମିଲ କରି ଖାଦ୍ୟ ସୁରକ୍ଷାର ଲକ୍ଷ୍ୟ ହାସଲ କରିବାରେ ଏହାର ଯୋଗଦାନ ରହିବ । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଲାଭଦାୟକ ଉଦ୍ୟୋଗ ସହ ଜଡ଼ିତ କାରବାର ପାଇଁ ଏକ ମଞ୍ଚ ଉପଲବ୍ଧ ହୋଇପାରିବ । ଯାହାର ଫଳସ୍ୱରୂପ ବୈଜ୍ଞାନିକ ଏବଂ ଗବେଷକ ଆର୍କଟିକ କ୍ଷେତ୍ର ସନ୍ଦର୍ଭରେ ମହାସାଗରୀୟ ବାତାବରଣ ଅଧ୍ୟୟନ ବ୍ୟାପାରରେ ମଧ୍ୟ ସହଯୋଗ କରିପାରିବେ ।