Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏନଟିପିସି ନିର୍ମାଣାଧୀନ ପ୍ରକଳ୍ପରୁ ସମ୍ପୃକ୍ତ ରାଜ୍ୟକୁ ଅଧିକ ବିଦ୍ୟୁତ ଆବଣ୍ଟନ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଏନଟିପିସି ଲିମିଟେଡର ତେଲଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ (4ହଜାର ମେଗାୱାଟ)ରୁ ଉତ୍ପାଦିତ 85 ପ୍ରତିଶତ ବିଦ୍ୟୁତ ତେଲଙ୍ଗାନା ରାଜ୍ୟକୁ ଦେବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏଥିସହିତ ଏନଟିପିସି ଲିମିଟେଡର ସହଯୋଗୀ କମ୍ପାନୀ ପତରାତୁ ବିଦ୍ୟୁତ ଉତ୍ପାଦନ ନିଗମ ଲିମିଟେଡ (ପିଭିୟୁଏନଏଲ)ର ପତରାତୁ ଥର୍ମାଲ ପାୱାର ଷ୍ଟେସନ (4ହଜାର ମେଗାୱାଟ)ର ସମ୍ପ୍ରସାରିତ ପ୍ରକଳ୍ପରୁ 85 ପ୍ରତିଶତ ବିଦ୍ୟୁତ ଝାଡ଼ଖଣ୍ଡ ସରକାରଙ୍କୁ ଦେବା ଲାଗି ବିଦ୍ୟୁତ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି ।

ବିବରଣୀ : ଉଭୟ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ପ୍ରତିଷ୍ଠା କରାଯାଉଛି । ତେଲଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ପେଡାପଲ୍ଲୀ ଜିଲ୍ଲାର ରାମାଗୁଣ୍ଡମରେ ଏବଂ ପତରାତୁ ଥର୍ମାଲ ପାୱାର ଷ୍ଟେସନ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ପତରାତୁରେ ସ୍ଥାପନ କରାଯିବ । ଟିଏସଟିପିପି ପ୍ରଥମ ପର୍ଯ୍ୟାୟରେ ଦୁଇଟି ୟୁନିଟ ହେବ, ଏଥିମଧ୍ୟରୁ ପ୍ରତ୍ୟେକର କ୍ଷମତା 800 ମେଗାୱାଟ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ତିନୋଟି ୟୁନିଟ ରହିବ, ଯେଉଁଥିରେ ପ୍ରତ୍ୟେକର କ୍ଷମତା 800 ମେଗାୱାଟ ହେବ । ପତରାଥୁ ଥର୍ମାଲ ପାୱାର ଷ୍ଟେସନ (ପିଟିପିଏସ)ରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ୟୁନିଟ ରହିବ, ଏଥିମଧ୍ୟରୁ ପ୍ରତ୍ୟେକର କ୍ଷମତା 800 ମେଗାୱାଟ ହେବ, ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ୟୁନିଟ ହେବ, ଏଥିମଧ୍ୟରୁ ପ୍ରତ୍ୟେକର କ୍ଷମତା 800 ମେଗାୱାଟ ହେବ ।

ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, 2014 ଟିପିସିକୁ ତେଲଙ୍ଗାନା ରାଜ୍ୟରେ 4ହଜାର ମେଗାୱାଟ କ୍ଷମତାବିଶିଷ୍ଟ ବିଦ୍ୟୁତ ସୁବିଧା ପ୍ରତିଷ୍ଠା କରିବାର ଅଧିକାର ପ୍ରଦାନ କରିଛି, ଯେପରିକି ଆଇନର 13ତମ ଅନୁସୂଚୀରେ ଉଲ୍ଲଖିତ ଅଛି ।

ପିଟିପିଏସ ସମ୍ପ୍ରସାରିତ ପ୍ରକଳ୍ପ (4 ହଜାର ମେଗାୱାଟ) ପକ୍ଷରୁ 85 ପ୍ରତିଶତ ବିଦ୍ୟୁତ ଆବଣ୍ଟନ ଝାଡ଼ଖଣ୍ଡ ସରକାର ଏବଂ ଏନଟିପିସି ମଧ୍ୟରେ ପିଟିପିଏସର 4 ହଜାର ମେଗାୱାଟ କ୍ଷମତାର ସମ୍ପ୍ରସାରଣ ଲାଗି ମିଳିତ ଉଦ୍ୟୋଗ ବୁଝାମଣାରେ ପ୍ରମୁଖ ସର୍ତ୍ତ ରହିଥିଲା ।

ର୍ତ୍ତମାନ ଉଭୟ ପ୍ରକଳ୍ପର ପର୍ଯ୍ୟାୟ-1 ନିର୍ମାଣାଧୀନ ସ୍ଥିତିରେ ରହିଛି । ତେଲଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟର 2020-21ରେ ତୃତୀୟ ତ୍ରୈମାସିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । 29.01.2016ରେ ମଞ୍ଜୁରିପ୍ରାପ୍ତ ନିବେଶ ଅନୁଯାୟୀ, ତେଲଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ (ଟିଏସଟିପିପି)ର ସାଙ୍କେତିକ ସମାପନ ବ୍ୟୟ 11,811.26 କୋଟି ଟଙ୍କା, ଏଥିମଧ୍ୟରୁ ମାର୍ଚ୍ଚ, 2018 ପର୍ଯ୍ୟନ୍ତ 1849 କୋଟି ଟଙ୍କାର ଅର୍ଥରାଶି ବ୍ୟୟ କରାଯାଇସାରିଛି ।

ଏହାବ୍ୟତୀତ ପତରାତୁ ସୁପର ଥର୍ମାଲ ପାୱାର ଷ୍ଟେସନ ପର୍ଯ୍ୟାୟ-1 2022-23ର ଚତୁର୍ଥ ତ୍ରୈମାସରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । 30.10.2017ରେ ମଞ୍ଜୁରିପ୍ରାପ୍ତ ନିବେଶ ଅନୁଯାୟୀ, ପିଟିପିଏସ ସମ୍ପ୍ରସାରିତ ପ୍ରକଳ୍ପର ସାଙ୍କେତିକ ସମାପନ ବ୍ୟୟ 18,668 କୋଟି ଟଙ୍କା, ଏଥିମଧ୍ୟରୁ ମାର୍ଚ୍ଚ, 2018 ସୁଦ୍ଧା 247.66 କୋଟି ଟଙ୍କା ବ୍ୟୟ କରାଯାଇସାରିଛି ।

ପ୍ରଭାବ : ଟିଏସଟିପିପି ପକ୍ଷରୁ ତେଲଙ୍ଗାନା ରାଜ୍ୟକୁ ବିଦ୍ୟୁତର ଅଧିକ ଆବଣ୍ଟନ ଏହା ସୁନିଶ୍ଚିତ କରିବ ଯେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ପୁନର୍ଗଠନର ତ୍ରୟୋଦଶ ଅନୁସୂଚୀ ଅନୁଯାୟୀ ପରବର୍ତ୍ତୀ ରାଜ୍ୟର ପ୍ରଗତି ଏବଂ ନିରନ୍ତର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ପିଟିପିଏସ ପକ୍ଷରୁ ଝାଡ଼ଖଣ୍ଡକୁ ବିଦ୍ୟୁତର ଅଧିକ ଆବଣ୍ଟନ ରାଜ୍ୟରେ ବିଦ୍ୟୁତ ସ୍ଥିତିରେ ସୁଧାର ଆଣିବାରେ ସହାୟକ ସାବ୍ୟସ୍ତ ହେବ । ଏହା ସମସ୍ତଙ୍କୁ ବିଦ୍ୟୁତ ଉପଲବ୍ଧ କରାଇବା ଲାଗି ସରକାରଙ୍କ ଅଭିଯାନରେ ସହାୟକ ହୋଇପାରିବ ।