ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଇ-ପ୍ରଶାସନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବାର ଲାଗି ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।
ଏମଓୟୁର ଉଦ୍ଦେଶ୍ୟରେ ଇ-ପ୍ରଶାସନ କ୍ଷେତ୍ରରେ ସହଯୋଗ ଏବଂ ଆଇଟି ଶିକ୍ଷାକୁ ପ୍ରୋତ୍ସାହନ ଦେବା, ବିଭିନ୍ନ କ୍ଷେତ୍ରର ଇ-ପ୍ରଶାସନ ଉତ୍ପାଦ/ଉପକରଣର ପ୍ରାରମ୍ଭ କରିବା ଏବଂ ଏହାର କାର୍ଯ୍ୟାନ୍ୱୟନ କରିବା, ଡାଟା କେନ୍ଦ୍ରର ବିକାଶ କରିବା ଆଦି ସାମିଲ ରହିଛି ।
**********