Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଜାଗ୍ରତ ସୂର୍ଯ୍ୟ, ହେଉଛି ଶକ୍ତି, ଆଶା ଏବଂ ଆକାଂକ୍ଷାର ପ୍ରତୀକ । ଅରୁଣାଚଳର ନାମ ହିଁ ତ ହେଉଛି ସୂର୍ଯ୍ୟଙ୍କର ନାମ । ଏହା ହେଉଛି ଉଦୀୟମାନ ସୂର୍ଯ୍ୟଙ୍କର ଭୂମି । ଏହି କାରଣରୁ ଏହି ଭୂମି ସମଗ୍ର ଦେଶର ବିଶ୍ୱାସର ମଧ୍ୟ ହେଉଛି ପ୍ରତୀକ । ଅରୁଣାଚଳ ଆମ ଆମର ବିଶ୍ୱାସକୁ ଶକ୍ତି ଦେଇଥାଏ, ଆମର ସଂକଳ୍ପକୁ ଆହୁରି ସାମର୍ଥ୍ୟବାନ କରିଥାଏ । ବିଗତ 55 ମାସରେ ଅନେକ ଥର ମୁଁ ଆପଣମାନଙ୍କ ଗହଣକୁ ଆସିଛି । ତାହାର ଗୋଟିଏ କାରଣ ଆପଣମାନଙ୍କର ଆଶୀର୍ବାଦ ପାଇବାର ଇଚ୍ଛା, ଏହା ସହିତ ଦେଶ ପାଇଁ ନିରନ୍ତର ନୂତନ ଉର୍ଜ୍ଜା ଏବଂ ସତେଜତା ନେଇ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳୁ, ଏଥିପାଇଁ ମଧ୍ୟ ଅରୁଣାଚଳକୁ ଆସିବା ମୋତେ ବହୁତ ସୁଖପ୍ରଦ ଲାଗିଥାଏ । ଆଉ ପ୍ରତ୍ୟେକ ନାଗରିକ ଯେତେବେଳେ ଦେଖାକରନ୍ତି, ‘ଜୟ ହିନ୍ଦ୍’ କହି ସ୍ୱାଗତ କରନ୍ତି । ମନକୁ ଏଭଳି ଆନନ୍ଦ ମିଳିଥାଏ, ସେତିକି ଉର୍ଜ୍ଜା ମିଳିଥାଏ ଆଉ ଜୟ ହିନ୍ଦକୁ ଜୀବନର ଅଂଶ କରିବା ଭଳି ଧରଣୀକୁ ମୁଁ ଆଜି ପୁଣିଥରେ ପ୍ରଣାମ କରୁଛି ।

ସାଥୀଗଣ, ବିଗତ 55 ମାସରେ କେନ୍ଦ୍ରର ଏନଡିଏ ସରକାର ଆଉ ଏଠାରେ ଥିବା ମୋର ମିତ୍ର ଖାଣ୍ଡୁ ମହାଶୟଙ୍କ ତତ୍ୱାବଧାନରେ ଚାଲୁ ରହିଥିବା ବିଜେପି ସରକାର ଅରୁଣାଚଳକୁ ସଶକ୍ତ କରିବା ପାଇଁ ଆପଣ ସମସ୍ତଙ୍କ ଜୀବନକୁ ସହଜ କରିବା ପାଇଁ ସଂପୂର୍ଣ୍ଣ ନିଷ୍ଠାର ସହିତ, ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଲାଗି ପଡ଼ିଛନ୍ତି । ଆଜି ମଧ୍ୟ ମୋତେ ଅରୁଣାଚଳକୁ ସୁଦୃଢ଼ କରିବା ଭଳି 4 ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ବ୍ୟୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ଅବସର ମିଳିଛି ।

ଏହି ପ୍ରକଳ୍ପଗୁଡ଼ିକ ବ୍ୟତୀତ ଆପଣଙ୍କ ପ୍ରଦେଶରେ ପ୍ରାୟ 13 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଆଜିର ପ୍ରକଳ୍ପ ଦ୍ୱାରା ଅରୁଣାଚଳ ପ୍ରଦେଶର ଯୋଗାଯୋଗ ବ୍ୟବସ୍ଥା ତ ସୁଧୁରିବ ହିଁ ରାଜ୍ୟର ଶକ୍ତି କ୍ଷେତ୍ରକୁ ମଧ୍ୟ ଦୃଢ଼ତା ମିଳିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଯେଉଁଠି, ଗୋଟିଏ ରାଜ୍ୟର ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ଭଲ ରହିବ, ତ ସେଠି ଅନ୍ୟପଟେ ଅରୁଣାଚଳର ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏ ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ।

ଭାଇ ଓ ଭଉଣୀମାନେ, ଆଜି ସ୍ୱାଧୀନତା ପରେ ଗୋଟିଏ ହିଁ ଦଳର 55 ବର୍ଷର କାର୍ଯ୍ୟକାଳକୁ ଗୋଟିଏ ପଟେ ଦେଖନ୍ତୁ ଏବଂ ଅନ୍ୟପଟେ କେନ୍ଦ୍ରରେ ଆମର ବିଗତ 55 ମାସର କାର୍ଯ୍ୟକାଳକୁ ରଖି ତୁଳନା କରନ୍ତୁ । ଅରୁଣାଚଳ ଏବଂ ସମଗ୍ର ଉତ୍ତର-ପୂର୍ବ ପାଇଁ କ’ଣ କାମ ହୋଇଛି, ଏହାର ଛବି ଆପଣଙ୍କ ସମ୍ମୁଖରେ ପରିଷ୍କାର ଭାବେ ଦୃଷ୍ଟିଗୋଚର ହେବ ।

ଏହାଅରୁଣାଚଳ ପାଖରେ ତ ସମୃଦ୍ଧ ଜଳସମ୍ପଦ ରହିଛି । ଏଠାରେ ବିଜୁଳି ସୃଷ୍ଟି କରିବାର ଅଦ୍ଭୁତ କ୍ଷମତା ମଧ୍ୟ ରହିଛି, କିନ୍ତୁ ବିକାଶ ସେହି ଗତିରେ ହୋଇ ପାରୁ ନଥିଲା, ଯେଭଳି ହେବା ଦରକାର ଥିଲା । ଏହା ହେଉଛି ଦେଶର ସୁରକ୍ଷା ସହିତ ଜଡ଼ିତ ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଯୁଦ୍ଧନୀତିର ଦୃଷ୍ଟିଭଙ୍ଗୀରୁ ଦେଖିବା ତ ଏହା ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର ରହିଆସିଛି । ପୁଣି ମଧ୍ୟ ଏଠାରେ ଆବଶ୍ୟକୀୟ ସୁବିଧାଗୁଡ଼ିକର ନିର୍ମାଣ ହୋଇନାହିଁ । ସ୍ଥିତି ଏଭଳି ଥିଲା କି ନା ତ ଏଠାକାର ଯୁବକମାନଙ୍କ କଥା ଚିନ୍ତା କରାଗଲା ନା ସୀମାରେ ଲଢ଼େଇ କରୁଥିବା ଜବାନମାନଙ୍କର ।

ସାଥୀଗଣ, ପୂର୍ବର ସରକାରମାନେ ଏ ବିଷୟରେ ହିଁ କମ୍ ଧ୍ୟାନ ଦେଲେ କି ଏହି କ୍ଷେତ୍ରକୁ ଅଣଦେଖା କରିବା ଦ୍ୱାରା ଏଠାକାର ଲୋକମାନଙ୍କୁ କେତେ ଚିନ୍ତା ଏବଂ କଷ୍ଟ ହୋଇଥାଏ । ଦେଶକୁ.. ଆଉ ଆପଣ ଦେଖିକରି ଦଶକ ଦଶକ ଧରି ଏହା ଦାବୀ କରୁଥିଲେ କି ଅରୁଣାଚଳ ପ୍ରଦେଶ ସମତେ ଏଠାକାର ସମସ୍ତ କ୍ଷେତ୍ରରେ ଆଧୁନିକ ଭିତିଭୂମିର ଆବଶ୍ୟକତା ରହିଛି, କିନ୍ତୁ ପୂର୍ବ ସରକାରରେ ଥିଲାବାଲା ଲୋକ ଏହାକୁ ଖାତିର କଲେ ନାହିଁ । ସାଥୀଗଣ, ଏହି ସରକାରଙ୍କ ଦ୍ୱାରା ଏହି ସ୍ଥିତିକୁ ବଦଳାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ମୁଁ ବାରମ୍ବାର କହିଆସିଛି ଯେ ନିଉ ଇଣ୍ଡିଆ ସେତେବେଳେ ଯାଇ ନିଜର ସଂପୂର୍ଣ୍ଣ ଶକ୍ତି ସହିତ ବିକଶିତ ହୋଇ ପାରିବ ଯେତେବେଳେ ପୂର୍ବ ଭାରତର ପୂର୍ବାଂଚଳ ଭାରତର ବିକାଶ ଦ୍ରୁତ ଗତିରେ ହେବ । ଏହି ବିକାଶ ମଧ୍ୟ ହେଉଛି ସଂସାଧନର ଏବଂ ସଂସ୍କୃତିର ଗୌରବର ମଧ୍ୟ । ଏହି ବିକାଶ ଭିନ୍ନ-ଭିନ୍ନ କ୍ଷେତ୍ରକୁ ଯୋଡ଼ିବା ପାଇଁ ମଧ୍ୟ ଆଉ ଜନ-ଜନକୁ ଯୋଡ଼ିବା ପାଇଁ ମଧ୍ୟ ।

ଭାଇ ଓ ଭଉଣୀମାନେ, ‘ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ’ ଏହି ମନ୍ତ୍ର ସହିତ ଚାଲି ବିଗତ 55 ମାସରେ ଅରୁଣାଚଳ ଏବଂ ଉତ୍ତର-ପୂର୍ବର ବିକାଶ ପାଇଁ ନା ତ କେବେ ହେଲେ ଧନରାଶିର ଅଭାବକୁ ଆସିବାକୁ ଦିଆଗଲା ଆଉ ନା ହିଁ ଇଚ୍ଛାଶକ୍ତିର ଅଭାବ ରହିଛି । ବିଗତ ବର୍ଷମାନଙ୍କରେ ରାଜ୍ୟଗୁଡ଼ିକୁ 4 4 ହଜାର କୋଟି ଟଙ୍କାର ପାଣ୍ଠି ଦିଆଗଲା, ଯାହା ପୂର୍ବ ସରକାରଙ୍କ ତୁଳନାରେ ହେଉଛି ପ୍ରାୟତଃ ଡବଲ, ଦୁଇଗୁଣ । ଏହା ବ୍ୟତୀତ କେନ୍ଦ୍ର ସରକାର ଏଠାରେ ହଜାର କୋଟିର ଅନ୍ୟ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିକାଶର ଏହି ଶୃଙ୍ଖଳରେ ଆଜି ଅରୁଣାଚଳରେ ଦୁଇଟି ବିମାନବନ୍ଦରର ଉଦ୍ଘାଟନ ଏବଂ ଶିଳାନ୍ୟାସ ମଧ୍ୟ ହେଉଛି । ସମ୍ଭବତଃ ଏହା ହେଉଛି ପ୍ରଥମ ଥର କି ଭାରତର କୌଣସି ମଧ୍ୟ ରାଜ୍ୟରେ ଗୋଟିଏ ବିମାନବନ୍ଦରର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବ ଆଉ ଦ୍ୱିତୀୟଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବ । ଅରୁଣାଚଳ ପ୍ରଦେଶ ପାଇଁ ତ ଏହା ହେଉଛି ଆହୁରି ଗୁରୁତ୍ୱପୂର୍ଣ୍ଣ ଅବସର କାରଣ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଏଠାରେ ଗୋଟିଏ ହେଲେ ମଧ୍ୟ ଏଭଳି ବିମାନବନ୍ଦର ନଥିଲା, ଯେଉଁଠାରେ ନିୟମିତ ଭାବେ ବଡ଼ ବଡ଼ ଯାତ୍ରୀବାହୀ ଜାହାଜ ଓହ୍ଲାଇ ପାରିବ । ଗୁଆହାଟୀରେ ଗୋଟିଏ ବିମାନବନ୍ଦରର ଯୋଗାଯୋଗ ପାଇଁ ଥିଲା ଏବଂ ସେଠାରୁ ହୁଏତ ସଡ଼କ ପଥରେ ଆପଣଙ୍କୁ ଯିବା ଆସିବା କରିବାକୁ ପଡ଼ୁଥିଲା, କିମ୍ବା ପୁଣି ଅସୁବିଧା ଯୋଗୁଁ କିମ୍ବା ତତ୍କାଳ ହେଲିକପ୍ଟରର ସାହାଯ୍ୟ ନେବାକୁ ପଡ଼ୁଥିଲା ।

ସାଥୀଗଣ, ଆଜିଠାରୁ ତେଜୁ ବିମାନବନ୍ଦର ସାଧାରଣ ଜନତାଙ୍କ ସହିତ ଜଡ଼ିତ ଯାତ୍ରୀ ସେବା ଦେବାପାଇଁ ପ୍ରସ୍ତୁତ ହୋଇ ରହିଛି । ତେଜୁ ବିମାନବନ୍ଦରକୁ ପ୍ରାୟ 50 ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା ଆଉ ଏହାପରେ କେହି ଏହା ମଧ୍ୟ ଚିନ୍ତା କରି ପାରିଲେ ନାହିଁ କି ଏହାର ବ୍ୟବହାର ଏଠାକାର ଲୋକମାନଙ୍କୁ ଦେଶ ସହିତ ଯୋଡ଼ିବା ପାଇଁ ମଧ୍ୟ କରାଯାଇ ପାରିବ । ଆମ ସରକାର ଏହି ଛୋଟ ବିମାନବନ୍ଦରକୁ ପାଖାପାଖି ଶହେ ପଚିଶ କୋଟି ଟଙ୍କା ଖର୍ଚ୍ଚକରି ସଂପ୍ରସାରଣ କଲେ । ଏଠାରେ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେଲେ । ଏବେ ଏହାପରେ ଅରୁଣାଚଳ ପ୍ରଦେଶର ଆକାଶ ପଥରେ ସଂଯୋଗ ଗୁଆହାଟୀ, ଜୋରହାଟ ଏବଂ ବାଲୋଙ୍ଗ ସହିତ ହୋଇଯିବ । ଆଉ ଏହା ମଧ୍ୟ ମୁଁ ଜଣାଇବାକୁ ଚାହୁଁଛି, ଅରୁଣାଚଳ ପ୍ରଦେଶ ପ୍ରାକୃତିକ ରୂପରେ ଏତେ ପରିମାଣରେ ସମୃଦ୍ଧ ଯେ ଯଦି ଦିଲ୍ଲୀ ଏବଂ ବଡ଼ ବଡ଼ ସହରର ଲୋକମାନଙ୍କୁ ଏଠାକାର ଭିନ୍ନ ଭିନ୍ନ ରଙ୍ଗର ପୁଷ୍ପ, ସତେଜ ଫୁଲ ମଧ୍ୟ ଯଦି ଦେଖିବାକୁ ମିଳିଯିବ ନା ତ ବୋଧହୁଏ ସେମାନେ ଏହାକୁ ହିଁ ଦିନସାରା ଦେଖୁଥିବେ ।

ଏବେ ଏହି ବିମାନବନ୍ଦର ନିର୍ମାଣ ହେବା ଫଳରେ ଆମେ କିଛି ଘଂଟା ମଧ୍ୟରେ ଏଠାକାର ଫଳ-ଫୁଲ ହିନ୍ଦୁସ୍ଥାନର ବଡ଼-ବଡ଼ ବଜାରକୁ ନେଇ ଯାଇ ପାରିବା, ମୋର କୃଷକ ରୋଜଗାର କରିପାରିବ ।

ସାଥୀଗଣ, କିଛି ମାସ ପୂର୍ବେ ହିଁ ଅରୁଣାଚଳ ପାଇଁ କମର୍ସିଆଲ ଫ୍ଲାଇଟ୍ ଆରମ୍ଭ କରାଯାଇଥିଲା । ଏବେ ଏହି ବିମାନବନ୍ଦରର ସଂପ୍ରସାରଣ ଦ୍ୱାରା ଆପଣମାନଙ୍କୁ ଦୁଇପ୍ରକାରର ଲାଭ ହେବାକୁ ଯାଉଛି । ସରକାରଙ୍କର ପ୍ରୟାସ ହେଉଛି କି ଉଡାଣ ଯୋଜନା ମାଧ୍ୟମରେ ବହୁତ ହିଁ ଶସ୍ତା ବିମାନଯାତ୍ରାର ଆହୁରି ଅଧିକ ସୁବିଧା ଅରୁଣାଚଳ ପ୍ରଦେଶରେ ଆପଣ ସମସ୍ତଙ୍କୁ ମିଳୁ ।

ସାଥୀଗଣ, ପ୍ରାୟ ଏକ ହଜାର କୋଟି ଟଙ୍କାର ବ୍ୟୟରେ ହୋଲିଙ୍ଗ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ ମଧ୍ୟ ଆଜି ହୋଇଛି । କିଛି ମାସ ପୂର୍ବେ ହିଁ ଦେଶର 100ତମ ଏବଂ ଉତ୍ତର-ପୂର୍ବର ଏହି ଦ୍ୱିତୀୟ ଗ୍ରୀନଫିଲ୍ଡ ପାକ୍ୟୋଙ୍ଗ ବିମାନବନ୍ଦରର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ଉତ୍ତର-ପୂର୍ବର ଏହି ଦ୍ୱିତୀୟ ଗ୍ରୀନଫିଲ୍ଡ ବିମାନବନ୍ଦରର ଉଦ୍ଘାଟନ ମଧ୍ୟ ସମୟ ମଧ୍ୟରେ ହିଁ କରିବାର ପ୍ରୟାସ କରାଯିବ । ଆଉ ଆପଣମାନେ ଜାଣନ୍ତି କି ଯାହାର ଶିଳାନ୍ୟାସ ଆମେ କରିଥାଉ, ତାହାର ଉଦ୍ଘାଟନ ମଧ୍ୟ ଆମେ କରିଥାଉ ।

ସାଥୀଗଣ, ଏହି ବିମାନପଥ ସହିତ ସଡ଼କପଥ ଏବଂ ରାଜପଥ ଦ୍ୱାରା ମଧ୍ୟ ଅରୁଣାଚଳର ଭାରତ ସହିତ ଯୋଗାଯୋଗ ସଦୃଢ଼ କରାଯାଉଛି । ପ୍ରାୟ ସାତ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁଥିବା —ସୁଡଙ୍ଗକୁ ମଧ୍ୟ ଖୁବ୍ ଶୀଘ୍ର ନିର୍ମାଣ କରିବାର ପ୍ରୟାସ କରାଯିବ । ଯେତେବେଳେ ଏହି ସୁଢ଼ଙ୍ଗ ତିଆରି ହୋଇଯିବ ତ ବାଲିପାଡ଼ାରୁ ତବାଙ୍ଗ ପର୍ଯ୍ୟନ୍ତ ପହଂଚିବା ସହଜ ହୋଇଯିବ । ବର୍ଷସାରା ସବୁ ଋତୁରେ ଆପଣଙ୍କର ଯିବା-ଆସିବାର ସମସ୍ୟାର ସମାଧାନ ହୋଇପାରିବ । ନିକଟରେ ହିଁ ବ୍ରହ୍ମପୁତ୍ରରେ ଦେଶ ତଥା ବିଦେଶର ସବୁଠାରୁ ବଡ଼ ରେଳ-ସଡ଼କ ସେତୁ ବୋଗିବିଲ ସେତୁର ମଧ୍ୟ ଲୋକାର୍ପଣ କରାଯାଇ ସାରିଛି । ଏହାଦ୍ୱାରା ମଧ୍ୟ ଅରୁଣାଚଳ ପ୍ରଦେଶର ଅନେକ କ୍ଷେତ୍ରଗୁଡ଼ିକୁ ବହୁତ ଲାଭ ମିଳୁଛି ।
ଭାଇ ଓ ଭଉଣୀମାନେ, ଅରୁଣାଚଳ ପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥା ସେ ହୁଏତ ଗାଁର ହେଉ, ସହରର ହେଉ କିମ୍ବା ଅନ୍ୟାନ୍ୟ ଅଂଚଳର, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ଆଜି କାର୍ଯ୍ୟ କରୁଛନ୍ତି । ଏଥିରେ ପ୍ରାୟ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଜାତୀୟ ରାଜପଥ ତ ନିର୍ମାଣ କରାଯାଉଛି, ବିଗତ ଦୁଇ ବର୍ଷ ମଧ୍ୟରେ ହିଁ ପ୍ରାୟ ଏକ ହଜାର ଗାଁଗୁଡ଼ିକୁ ମଧ୍ୟ ସଡ଼କ ମାଧ୍ୟମରେ ଯୋଡ଼ାଯାଇଛି । ପ୍ରାୟ 4 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଟ୍ରାନ୍ସ ଅରୁଣାଚଳ ହାଇୱେ ତାହା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ସଡ଼କ ସମ୍ପର୍କ ବ୍ୟତୀତ ରେଳବାଇକୁ ନେଇକରି ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ ଅରୁଣାଚଳ ପ୍ରଦେଶରେ କରାଯାଉଛି । ଉତ୍ତର-ପୂର୍ବର ସବୁ ରାଜ୍ୟର ରାଜଧାନୀକୁ ରେଳପଥ ସହିତ ଯୋଡ଼ିବାର ଅଭିଯାନ ମାଧ୍ୟମରେ ଇଟାନଗର ମଧ୍ୟ ରେଲୱେ ସହିତ ଯୋଡ଼ି ହୋଇସାରିଛି । ନାହରଲାଂଗୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲୁଥିବା ଅରୁଣାଚଳ ଏସି ଏକ୍ସପ୍ରେସ୍ ଏବେ ସପ୍ତାହରେ ଦୁଇଥର ଚାଲୁଛି । ଏହା ବ୍ୟତୀତ ସଂପୂର୍ଣ୍ଣ ଅରୁଣାଚଳ ପ୍ରଦେଶରେ ରେଲୱେ ନେଟୱାର୍କର ସଂପ୍ରସାରଣ କରିବା ପାଇଁ ସାତୋଟି ସ୍ଥାନରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିମଧ୍ୟରୁ ତିନୋଟି ସ୍ଥାନରେ ସର୍ଭେ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ତବାଙ୍ଗକୁ ମଧ୍ୟ ରେଳ ନେଟୱାର୍କ ସହିତ ଯୋଡ଼ିବାର ବଡ଼ ଯୋଜନା ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ଭାଇ ଓ ଭଉଣୀମାନେ, ରାଜପଥ, ରେଳପଥ, ବିମାନପଥ ସହିତ ବିଜୁଳିର ସଂଯୋଗ ମଧ୍ୟ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ଆଜି ମୁଁ ଅରୁଣାଚଳ ପ୍ରଦେଶକୁ ସୌଭାଗ୍ୟ ଯୋଜନା ଅଧୀନରେ ପ୍ରାୟ-ପ୍ରାୟ ପ୍ରତ୍ୟେକ ପରିବାରଙ୍କୁ ବିଜୁଳି ଯୋଗାଇ ଦେଇଥିବା ରାଜ୍ୟ ହିସାବରେ ବହୁତ ବହୁତ ଶୁଭକାମନା ଜଣାଉଛି, ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଶୁଭେଚ୍ଛା ଜଣାଉଛି, ତାଙ୍କର ସଂପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଉଛି । ଆଜି ଅରୁଣାଚଳ ଯାହା ହାସଲ କରିଛି ତାହା ବହୁତ ହିଁ ଶୀଘ୍ର ସଂପୂର୍ଣ୍ଣ ଦେଶରେ ମଧ୍ୟ ହାସଲ ହେବାକୁ ଯାଉଛି । ସୌଭାଗ୍ୟ ଯୋଜନା ଅଧୀନରେ ବିଗତ ଏକ-ଦେଢ଼ ବର୍ଷରେ ହିଁ ଦେଶରେ ପ୍ରାୟ ଅଢ଼େଇ କୋଟି ପରିବାରର ଘର, ସେହି ଘରମାନଙ୍କରୁ ଅନ୍ଧାରକୁ ଶେଷ କରି ଦିଆଯାଇଛି, ଦୂର କରାଯାଇ ସାରିଛି । ମାଗଣାରେ ବିଜୁଳି ସଂଯୋଗ ଦିଆ ଯାଇ ସାରିଛି ।

ସାଥୀଗଣ, ପ୍ରତ୍ୟେକ ପରିବାରଙ୍କୁ ବିଜୁଳି ଯୋଗାଇବା ସହିତ ପର୍ଯ୍ୟାପ୍ତ ପରିମାଣରେ ବିଜୁଳି ମଧ୍ୟ ପହଂଚୁ ଏଥିପାଇଁ ମଧ୍ୟ ଆମ ସରକାର ଶକ୍ତି ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଆଜି ଗୋଟିଏ 110 ମେଗାୱାଟ ପାରା ହାଇଡ୍ରୋଇଲେକ୍ଟ୍ରିକ୍ ପ୍ଲାଂଟର ଉଦ୍ଘାଟନ କରାଯାଇଛି, ଏହାଦ୍ୱାରା ଅରୁଣାଚଳକୁ ତ ବିଜୁଳି ହିଁ ମିଳିବ, ଉତ୍ତର-ପୂର୍ବର ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଲାଭ ମିଳିବ । ପୁଣି, ଏଠାରେ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରାୟ ତିନି ହଜାର କୋଟି ଟଙ୍କାର କାର୍ଯ୍ୟ ମଧ୍ୟ ଆଜି ଆରମ୍ଭ ହୋଇଛି । ଏହାଦ୍ୱାରା ରାଜ୍ୟର ଦୂର-ଦୂରାନ୍ତର ଅଂଚଳମାନଙ୍କୁ ବିଜୁଳି ମିଳି ପାରିବ । ଏହା ସହିତ, ଆହୁରି ଗୋଟିଏ ବଡ଼ କାମ ଏହା ହେବ କି ଏଠାକାର ବିଜୁଳି ବ୍ୟବସ୍ଥା ଗ୍ରୀଡ଼ ସହିତ ଯୋଡ଼ି ହୋଇଯିବ । ସାଥୀଗଣ, ଯୋଗାଯୋଗ ଏବଂ ବିଜୁଳି ଭଳି ମୌଳିକ ସୁବିଧା ଯେତେବେଳେ କୌଣସି ରାଜ୍ୟରେ ସୃଷ୍ଟି ହୋଇଥାଏ ତ ସାଧାରଣ ମଣିଷଙ୍କର ଜୀବନ ସୁଗମ ତ ହୋଇଥାଏ, ପର୍ଯ୍ୟଟନକୁ ମଧ୍ୟ ଶକ୍ତି ମିଳିଥାଏ । ପର୍ଯ୍ୟଟନ ତ ହେଉଛି ଏଭଳି ଏକ କ୍ଷେତ୍ର, ଯେଉଁଠାରେ ପ୍ରତ୍ୟେକ କିଛି ରୋଜଗାର କରିଥାଏ । ଗାଇଡ଼୍ ରୋଜଗାର କରିଥାଏ, ହୋଟେଲବାଲା ରୋଜଗାର କରିଥାଏ, ଟ୍ୟାକ୍ସିବାଲା ରୋଜଗାର କରିଥାଏ, ଦୋକାନୀ ରୋଜଗାର କରିଥାଏ, ଖେଳନାବାଲା ରୋଜଗାର କରିଥାଏ, ଫୁଲବାଲା ରୋଜଗାର କରିଥାଏ ଏବଂ ଚା’ବାଲା ମଧ୍ୟ ରୋଜଗାର କରିଥାଏ ।

କାଲି ମୁଁ ଗୋଟିଏ ଟ୍ୱିଟ୍ କରିଥିଲି ଉତ୍ତର-ପୂର୍ବାଂଚଳର ସୌନ୍ଦର୍ଯ୍ୟ ସନ୍ଦର୍ଭରେ, ଉତ୍ତର-ପୂର୍ବାଂଚଳର ପର୍ଯ୍ୟଟନ ସମ୍ଭାବନା ସନ୍ଦର୍ଭରେ, ଆଉ ମୁଁ ଲୋକମାନଙ୍କୁ ଅନୁରୋଧ କରିଥିଲି କି ଯଦି ଆପଣ ଉତ୍ତର-ପୂର୍ବାଂଚଳ ଯାଇଛନ୍ତି ତ ସେଠାକାର ଅନୁଭବର ଏକ ଫଟୋ ସେୟାର କରନ୍ତୁ । ମୁଁ ଆଶ୍ଚର୍ଯ୍ୟ ହେଲି କିଛି ହିଁ ସେକେଣ୍ଡ ମଧ୍ୟରେ ହଜାର ହଜାର ଲୋକ ଟ୍ୱିଟ୍ କଲେ କି ସେମାନେ ନର୍ଥ-ଇଷ୍ଟ ଯାଇଛନ୍ତି କ’ଣ ଅନୁଭବ କରିଛନ୍ତି, ନିଜର ଫଟୋ ଟ୍ୱିଟ୍ କରିଦେଲେ । ପର୍ଯ୍ୟଟନର ପ୍ରୋତ୍ସାହନକୁ କିପରି ବୃଦ୍ଧି କରିହେବ ଆଉ ଯେଉଁଭଳି ଭାବେ ଦେଶବାସୀ ଅର୍ଥାତ ବିଦେଶରୁ ମଧ୍ୟ, ବିଦେଶରୁ ମଧ୍ୟ ଲୋକମାନେ ଟ୍ୱିଟ୍ କରିଦେଲେ । ଆପଣ ମଧ୍ୟ ଯଦି ସେହି ହାସ୍-ଟାଗକୁ ଯାଇ ଦେଖିବେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ଦେଶ ଏବଂ ଦୁନିଆ ଆପଣଙ୍କ ପ୍ରତି ଗର୍ବର ଅନୁଭବ କରୁଛି ।

ଅରୁଣାଚଳ ପାଇଁ ନା ତ ପ୍ରକୃତି କୌଣସି ଅଭାବ କରିଛି ଆଉ ନା ହିଁ ଆଧ୍ୟାତ୍ମ ଆଉ ଆସ୍ଥା ସହିତ ଜଡ଼ିତ ସଂସ୍ଥାନଗୁଡ଼ିକର ଏଠାରେ କୌଣସି ଅଭାବ ରହିଛି । ନୂତନ ବିମାନବନ୍ଦର ନିର୍ମାଣ ହେବାଦ୍ୱାରା, ନୂତନ ରେଳଲାଇନ୍ ବିଛାଇବା ଦ୍ୱାରା ଏଠାରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବ । ଏହାଦ୍ୱାରା ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ଅବସର ସୃଷ୍ଟି ହେବ ଆଉ ଅରୁଣାଚଳର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତି ମିଳିବ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ କ୍ଷେତ୍ରର ସଂସ୍କୃତି, ଭାଷା, ଖାଦ୍ୟପେୟ, ଚାଲିଚଳନ-ବ୍ୟବସ୍ଥାକୁ ସୁରକ୍ଷିତ ଏବଂ ସଂରକ୍ଷିତ କରି ରଖିବା ଆଉ ବିକାଶ କରିବା ପାଇଁ ହେଉଛନ୍ତି ପ୍ରତିଶୁ୍ରତିବଦ୍ଧ । ଏହି ବିବିଧତା, ଏହା ହେଉଛି ଭାରତର ଅମୂଲ୍ୟ ସମ୍ପଦ, ଏହା ହେଉଛି ଆମର ଗୌରବ ଆଉ ଭାଜପାର ତ ବିଚାରଧାରାରେ ହିଁ ଭାରତର ସଂସ୍କୃତି ପ୍ରତି ଆମର ଦୃଢ଼ ଆଗ୍ରହ ରହିଛି । ଏହା ହେଉଛି କାରଣ କି ଆମ ସରକାର ଅରୁଣାଚଳର ସଂସ୍କୃତିକୁ ଶକ୍ତି ଦେବା ପାଇଁ ଏଠାରେ ନିଜର 24 ଘଂଟିଆ ଟିଭି ଚାନେଲ ଅରୁଣପ୍ରଭାର ଶୁଭାରମ୍ଭ କରିଛନ୍ତି । ଆପଣଙ୍କର ଏହି ଚାନେଲ ପାଇଁ ଏଠାରେ ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଏହି ଚ୍ୟାନେଲ କାରଣରୁ ଏବେ ରାଜ୍ୟର ଦୂର-ଦୂରାନ୍ତର ଅଂଚଳର ଖବର ମଧ୍ୟ ଆପଣଙ୍କ ନିକଟରେ ଆହୁରି ଶୀଘ୍ର ପହଂଚିବ । ମୋର ବିଶ୍ୱାସ ରହିଛି କି ଚ୍ୟାନେଲ ଏଠାକାର ସଂସ୍କୃତି, ଏଠାକାର ପରମ୍ପରାର ଏକ ଗୁରୁତ୍ୱପୁର୍ଣ୍ଣ ବାହକ ହେବ । ସଂପୂର୍ଣ୍ଣ ଦେଶର ଲୋକମାନଙ୍କୁ ଅରୁଣାଚଳର ସୁନ୍ଦରତା ସହିତ ପରିଚିତ କରାଇବ । ଏହିଭଳି ଭାବେ ଜୋଟେରେ ନିର୍ମିତ ହେଉଥିôବା ଫିଲ୍ମ ଏବଂ ଟେଲିଭିଜନ ପ୍ରତିଷ୍ଠାନରୁ ଏଠାକର ଯୁବକମାନଙ୍କୁ ନୂତନ ଅବସର ମିଳିବ, ଏଠାକାର ସଂସ୍କୃତିକୁ ମଧ୍ୟ ଏକ ଉନ୍ନତ ଧରଣର ଅଭିବ୍ୟକ୍ତି ମଧ୍ୟ ମିଳିବ ।

ଭାଇ ଓ ଭଉଣୀମାନେ, ଆମ ସରକାର ବିକାଶର ପଂଚଧାରା ଅର୍ଥାତ ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କର ଶୁଣାଣି ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ବିଶେଷ ଭାବେ କ୍ରୀଡ଼ା କ୍ଷେତ୍ରରେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଶସ୍ତା ଏବଂ ଉତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ପହଂଚାଇବା ପାଇଁ ଦେଶରେ ଐତିହାସିକ କାର୍ଯ୍ୟ ହେଉଛି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରମାନ ନିର୍ମାଣ କରାଯାଉଛି ଆଉ ଜଟିଳ ରୋଗର ପାଇଁ ବଡ଼ ହାସ୍ପାତାଳରେ ଗରିବମାନଙ୍କୁ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଉଛି ।

ସାଥୀଗଣ, ଆଜି ଏଠାରେ ଯେଉଁ 50 ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରମାନ ଉଦଘାଟନ ହେଲା ଏହା ଦ୍ୱାରା ଦୂର ଦୂରାନ୍ତ ଅଂଚଳରେ ଭଲ ସ୍ୱାସ୍ଥ୍ୟ ସୁବିଧା ତ ମିଳିପାରିବ, ଏହା ସହିତ ପ୍ରାରମ୍ଭିକ ଅବସ୍ଥାରେ ଗୁରୁତର ରୋଗର ଚିହ୍ନଟ ହୋଇପାରିବ । ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ଏବଂ ଜରୁରୀକାଳିନ ପରିସ୍ଥିତିରେ ମଧ୍ୟ ଏହି ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ବହୁତ କାର୍ଯ୍ୟରେ ଲାଗି ପାରିବ ।

ସାଥୀଗଣ, ଅରୁଣାଚଳ ପ୍ରଦେଶର ଗରିବ ପରିବାରଗୁଡିକୁ ମଧ୍ୟ ଦେଶର ଅନ୍ୟାନ୍ୟ ଅଂଚଳ ଭଳି ଆୟୁଷ୍ମାନ ଭାରତ ପିଏମଜେଏୱାଇ ଅର୍ଥାତ ମୋଦିକେୟାରର ଲାଭ ମିଳିପାରୁଛି । ଏହି ଯୋଜନା ଅଧିନରେ ଗୁରୁତର ରୋଗର ସ୍ଥିତିରେ ଗରିବ ପରିବାରଗୁଡିକୁ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଉପଲବ୍ଧ କରାଯାଉଛି । ଏବେ ଏହି ଯୋଜନାକୁ ଦେଢ ଶହ ଦିନ ମଧ୍ୟ ହୋଇନାହିଁ । ସରାଦେଶରେ ପ୍ରାୟ 11 ଲକ୍ଷ ଲୋକଙ୍କୁ ଚିକିତ୍ସାର ଲାଭ ମିଳି ସାରିଛି । ମୋତେ ସୂଚନା ଦିଆଯାଇଛି କି ପେମା ଖାଣ୍ଡୁ ମହୋଦୟଙ୍କ ସରକାରଙ୍କର ଏହି ପ୍ରୟାସକୁ ଅଧିକ ସଂମ୍ପ୍ରସାରଣ କରିବା କାର୍ଯ୍ୟରେ ଲାଗିଛନ୍ତି ।

ସାଥୀଗଣ, ସାଧାରଣ ମଣିଷର ସ୍ୱାସ୍ଥ୍ୟ ସହିତ ଦେଶର କୃଷକଙ୍କ ସ୍ୱାସ୍ଥ୍ୟକୁ ଆର୍ଥିକ ଶକ୍ତି ଦେବା ପାଇଁ ମଧ୍ୟ ଚଳିତ ବର୍ଷର ବଜେଟରେ କୃଷକମାନଙ୍କ ପାଇଁ ବହୁତ ବଡ଼ ଯୋଜନା ଆରମ୍ଭ କରାଯାଇଛି । ପିଏମ୍ କିଷାନ ସମ୍ମାନ ନିଧି । ଏହି ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ସେହି ପ୍ରତ୍ୟେକ କୃଷକ ପରିବାର ଯାହା ପାଖରେ ପାଂଚ ଏକର ଅବା ତା’ଠାରୁ କମ୍ ଜମି ଅଛି ପ୍ରତି ବର୍ଷ ତାଙ୍କ ବ୍ୟାଙ୍କ ଖାତାରେ ଛଅ ହଜାର ଟଙ୍କା ଦିଲ୍ଲୀରୁ କେନ୍ଦ୍ର ସରକାର ତାଙ୍କ ଖାତାରେ ସିଧାସଳଖ ଜମା କରିବେ । ଆଉ ଏହା ପ୍ରତ୍ୟେକ ବର୍ଷ ହେବ । ବର୍ଷକୁ ତିନି ଥର ଦୁଇ-ଦୁଇ ହଜାର ଟଙ୍କା ଲେଖାଏଁ ପହଁଚା ଯିବ, ଫଳରେ ଚାଷବାସ ସହିତ ତାହାକୁ ବିନିଯୋଗ କରାଯାଇ ପାରିବ । ଏହାଦ୍ୱାରା ଅରୁଣାଚଳ ପ୍ରଦେଶର ମଧ୍ୟ ଅନେକ କୃଷକଙ୍କୁ ଲାଭ ମିଳିବ ।

ଭାଇ ଓ ଭଉଣୀମାନେ, ଚାଷବାସକୁ ତ ଆମେ ଶକ୍ତି ଦେବାର ପ୍ରୟାସ କରୁଛୁ । ଏହା ସହିତ ଜୈବିକ କୃଷିକୁ ମଧ୍ୟ ପ୍ରୋତ୍ସାହନ ଦେଉଛୁ । ମୋତେ ଅବଗତ କରାଯାଇଛି କି ଏଠାକାର ସରକାର ଏହି ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ଆଉ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି କେନ୍ଦ୍ର ସରକାରଙ୍କ ତରଫରୁ ଯାହା ମଧ୍ୟ ସାହାଯ୍ୟ ଆପଣମାନଙ୍କୁ ଦରକାର, ସେହି ସାହାୟତା ସଂପୂର୍ଣ୍ଣ ଭାବେ ଉପଲବ୍ଧ କରାଯିବ ।
ଭାଇ ଓ ଭଉଣୀମାନେ, ଅରୁଣାଚଳ ପ୍ରଦେଶ ହେଉଛି ଦେଶର ଅଭିମାନ, ଏହା ଭାରତର ବିକାଶର, ଭାରତର ସୁରକ୍ଷାର, ମଧ୍ୟ ହେଉଛି ପ୍ରବେଶପଥ । ଏହି ପ୍ରବେଶପଥକୁ ଶକ୍ତି ଦେବାର କାର୍ଯ୍ୟ ଭାଜପା ସରକାରମାନେ କରୁଥିବେ । ଆପଣ ସମସ୍ତଙ୍କ ଆଶୀର୍ବାଦ ଦ୍ୱାରା ଆପଣଙ୍କର ଏହି ପ୍ରଧାନ ସେବକ ଅରୁଣାଚଳ ସହିତ ଏହି ସମଗ୍ର କ୍ଷେତ୍ରକୁ ବିକାଶର ଅଂଚଳ କରିବାରେ ଲାଗିଛନ୍ତି । ଆଉ ପୁଣି ଥରେ ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ପାଇଁ ମୁଁ ସମସ୍ତ ଅରୁଣାଚଳର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଜୟ ହିନ୍ଦର ସ୍ଳୋଗାନ ଯେଉଁମାନଙ୍କ ମୁହଁରେ ପ୍ରତିକ୍ଷଣରେ ରହିଥାଏ, ଏଭଳି ହେଉଛନ୍ତି ମୋର ଅରୁଣାଚଳବାସୀ । ମୋ ସହିତ କହନ୍ତୁ-

ଜୟ ହିନ୍ଦ୍….ଜୟ ହିନ୍ଦ୍….

ଜୟ ହିନ୍ଦ୍….ଜୟ ହିନ୍ଦ୍….

ଜୟ ହିନ୍ଦ୍….ଜୟ ହିନ୍ଦ୍….

ବହୁତ-ବହୁତ ଧନ୍ୟବାଦ ।

******